Posted inଜାତୀୟ

କାହିଁକି ସବୁବେଳେ ଧଳା ଶର୍ଟ-କଳା ବ୍ଲେଜର ପିନ୍ଧୁଛନ୍ତି ଥଲାପତି ବିଜୟ: ନିଜେ କଲେ ଖୁଲାସା

ଚେନ୍ନାଇ,୨।୬: ତାମିଲନାଡୁ ମୁଖ୍ୟମନ୍ତ୍ରୀ ସି. ଜୋସେଫ ବିଜୟଙ୍କ ଏକ ‘ସିଗ୍ନେଚର’ ଲୁକ ଅଛି। ମୁଖ୍ୟମନ୍ତ୍ରୀ ହେବା ପରଠାରୁ ତାଙ୍କ ପୋଷାକ ପ୍ରାୟତଃ ଆଲୋଚନାର ବିଷୟ ହୋଇଆସିଛି। ସେ ଯୁଆଡେ ଯାଉଛନ୍ତି ଧଳା ଶର୍ଟ ଏବଂ କଳା ବ୍ଲେଜର ପିନ୍ଧୁଥିବା ଦେଖାଯାଉଛି। ଏବେ ପ୍ରଶ୍ନ ଉଠୁଛି ଏହା ସହିତ ବିଜୟଙ୍କର କିଛି ବିଶେଷ ସମ୍ପର୍କ ଅଛି କି । ସେ ଏକ ରାଲିରେ ଏହି ପ୍ରଶ୍ନର ଉତ୍ତର ଦେଇଛନ୍ତି।

ତିରୁଚିରାପାଲିରେ ଏକ ରାଲିରେଥାଲାପତି ବିଜୟ କହିଥିଲେ ଯେ, ତାଙ୍କ ପୋଷାକ ଏକ ବିଶେଷ ବାର୍ତ୍ତା ପଠାଏ। ଏହାକୁ କେବଳ ଶକ୍ତିଶାଳୀ କିମ୍ବା ପ୍ରଭାବଶାଳୀଙ୍କ ପାଇଁ କିଛି ବୋଲି ବିବେଚନା କରାଯିବା ଉଚିତ୍‌ ନୁହେଁ। ତାଙ୍କର କଳା ବ୍ଲେଜର ଏବଂ ଧଳା ଶର୍ଟ ଦର୍ଶାଉଛି ଯେ, ସେ ତାଙ୍କ କାମରେ ସମ୍ପୂର୍ଣ୍ଣ ସଚ୍ଚୋଟ ଏବଂ ସ୍ବଚ୍ଛ ହେବେ। ସେ ସବୁକିଛି ବିଷୟରେ ସ୍ପଷ୍ଟ ଭାବରେ କହିବେ।

ତାମିଲନାଡୁ ରାଜନୀତିରେ କଳା ରଙ୍ଗ ଦ୍ରାବିଡ଼ ଆନ୍ଦୋଳନ ସହିତ ଜଡିତ। ଏହି ରଙ୍ଗ ଅନ୍ୟାୟ, ସ୍ବାଭିମାନ ଏବଂ ସାମାଜିକ ନ୍ୟାୟ ବିରୋଧରେ ଲଢ଼େଇର ପ୍ରତୀକ। ବିରୋଧୀ ଦଳ, ଡିଏମକେ, ତାଙ୍କୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ନୀରବ ରହିବାର ଅଭିଯୋଗ କରିଥିଲା। ବିଜୟ ଏହାର ଜବାବରେ କହଛନ୍ତି ଯେ, ସେ ପ୍ରତ୍ୟେକ ପ୍ରସଙ୍ଗରେ ଲମ୍ବା ଉତ୍ତର ଦେବାର ଆବଶ୍ୟକତା ଅନୁଭବ କରନ୍ତି ନାହିଁ। ସେ ସାଧାରଣତଃ ତାଙ୍କର ସମସ୍ତ ସଭାରେ ସର୍ବାଧିକ ୨୦ ମିନିଟ ପାଇଁ କଥା ହୁଅନ୍ତି।

ଟିଭିକେ ମୁଖ୍ୟ କହିଛନ୍ତି, ଲୋକମାନେ ତାଙ୍କୁ କେବଳ ଜନ କଲ୍ୟାଣ ଏବଂ ସୁଶାସନ ଉପରେ ଧ୍ୟାନ ଦେବାକୁ ପରାମର୍ଶ ଦେଇଛନ୍ତି। ସେ ତାଙ୍କ ବିରୋଧୀଙ୍କ ସମାଲୋଚନାର ଯତ୍ନ ନେବେ। ତାମିଲନାଡୁ ରାଜନୀତିରେ ପ୍ରକୃତ ପ୍ରତିଯୋଗିତା କେବଳ ଟିଭିକେ ଏବଂ ଡିଏମକେ ମଧ୍ୟରେ। ନିର୍ବାଚନ ପୂର୍ବରୁ କିମ୍ବା ପରେ ଅନ୍ୟ ଦଳଗୁଡ଼ିକ ପାଇଁ କୌଣସି ଗୁରୁତ୍ୱପୂର୍ଣ୍ଣ ସ୍ଥାନ ବାକି ନାହିଁ।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ଟିମ ଇଣ୍ଡିଆ ପାଇଁ ଡେବ୍ୟୁ କରିବାକୁ ପ୍ରସ୍ତୁତ ବୈଭବ ସୂର୍ଯ୍ୟବଂଶୀ? ବଡ଼ ସଙ୍କେତ ଦେଲା BCCI

ନୂଆଦିଲ୍ଲୀ,୨।୬: ଯେତେବେଳେ ବି IPLର 19ତମ ସିଜିନ ବିଷୟରେ ଆଲୋଚନା ହୁଏ, ସମସ୍ତଙ୍କ ମୁହଁରେ ପ୍ରଥମେ ନାମ ନିଶ୍ଚିତ ଭାବରେ 15 ବର୍ଷୀୟ ଯୁବ ସେନସେସନ ବୈଭବ…

ସଂଘବଦ୍ଧ ଆକ୍ରମଣ କଲେ ସମ୍ପର୍କୀୟ, ବ୍ୟକ୍ତି ଗୁରୁତର

ସିମୁଳିଆ,୨।୬(ସନ୍ତୋଷ କୁମାର ନାୟକ): ଜମିବାଡ଼ି ସଂକ୍ରାନ୍ତିୟ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ମଙ୍ଗଳବାର ବାଲେଶ୍ୱର ଜିଲା ସିମୁଳିଆ ଥାନା କ୍ଷୀରକୋଣା ମଳିକସାହି ଅଞ୍ଚଳର ଲକ୍ଷ୍ମୀଧର ଦାସ (୪୫) ନାମକ…

୧୯ ବର୍ଷ ପରେ ଆସିଲା ରାୟ: ଗାଣ୍ଡୁ ନିର୍ଦ୍ଦୋଷରେ ଖଲାସ

ଭଞ୍ଜନଗର,୨।୬(ବାବୁଲା ପ୍ରଧାନ):ଗଞ୍ଜାମ ଜିଲା ଭଞ୍ଜନଗର ଏଡିଜେ ଶେଖ ମହମ୍ମଦ କଏସ ୨୦୦୭ ମସିହାର ଏକ ବଧୂ ହତ୍ୟା ମାମଲାର ବିଚାରଣ କରି ଅଭିଯୁକ୍ତ ସ୍ବାମୀଙ୍କୁ ପ୍ରମାଣ ଅଭାବରୁ…

ବଲିଉଡ ଅଭିନେତ୍ରୀଙ୍କ ମାଆଙ୍କ ଘରୁ ଲକ୍ଷାଧିକ ଟଙ୍କାର ଗହଣା ଚୋରୀ

ନୂଆଦିଲ୍ଲୀ,୨।୭: ବଲିଉଡ ଅଭିନେତ୍ରୀ ରବୀନା ଟଣ୍ଡନଙ୍କ ପରିବାର ସହିତ ଜଡିତ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ମୁମ୍ବାଇର ଜୁହୁ ଅଞ୍ଚଳରେ ଥିବା ରବୀନା ଟଣ୍ଡନଙ୍କ ମାଆଙ୍କ…

ନିର୍ବାଚନ ହାରୁ ହାରୁ TMC ଦୁଇ ଫାଳ! ସାମ୍ନାକୁ ଆସିଲା କନ୍ଦଳ; ଦଳକୁ କେମିତି ବଞ୍ଚାଇବେ ମମତା ବାନାର୍ଜୀ?

କୋଲକାତା,୨।୬: ପଶ୍ଚିମବଙ୍ଗରେ ଟିଏମସିର ପରାଜୟ ପରେ, ମମତା ବାନାର୍ଜୀଙ୍କ ପତନ ଆରମ୍ଭ ହୋଇଯାଇଛି। ପରିସ୍ଥିତି ବଢୁଥିବାରୁ ତୃଣମୂଳ କଂଗ୍ରେସ ଦୁଇଟି ଗୋଷ୍ଠୀରେ ବିଭକ୍ତ ହେବ ବୋଲି ସୂଚାଇ…

ଅପରାହ୍ନରେ ମାଡିଆସୁଛି କାଳବୈଶାଖୀ: ଆଜି ଏହି ୨ ଜିଲାକୁ ସତର୍କ ଜାରି କଲା…

ଭୁବନେଶ୍ୱର, ୨।୬: ଦିନରେ ତାତି। ଅପରାହ୍ନରେ ମାଡିଆସୁଛି କାଳବୈଶାଖୀ । ତେବେ ରାଜ୍ୟରେ ଆଉ ଦୁଇ ଦିନ ଲାଗି ରହିବ କାଳବୈଶାଖୀ ବର୍ଷା। ଆଜି ପାଇଁ ମୟୂରଭଞ୍ଜ…

ଓଡ଼ିଶା ଆସିବେ ରାଷ୍ଟ୍ରପତି-ପ୍ରଧାମନ୍ତ୍ରୀ, ଏହି ଦିନ ଷ୍ଟାଡିୟମ୍ ଉଦଘାଟନ କାର୍ଯ୍ୟକ୍ରମରେ ସାମିଲ ହେବେ

ଭୁବନେଶ୍ବର, ୨ା୬: ଓଡ଼ିଶା ଆସିପାରନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆସନ୍ତା ୧୯ରେ ରାଷ୍ଟ୍ରପତି, ୨୦ରେ ପ୍ରଧାନମନ୍ତ୍ରୀ ଆସିବେ ବୋଲି ସୂଚନା…

ଟ୍ରମ୍ପଙ୍କ ଭର୍ତ୍ସନା ପରେ ପଛକୁ ହଟିଗଲେ ନେତାନ୍ୟାହୁ!

ଓ୍ବାଶିଂଟନ,୨।୬: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଫୋନ କଲ ସମୟରେ ‘ଭର୍ତ୍ସନା’ ପରେ ଇସ୍ରାଏଲୀ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଲେବାନନ ସମ୍ପର୍କରେ ତାଙ୍କର ମତ ନରମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri