Posted inଜାତୀୟ

୧୮ ପ୍ରକାର ଯୁଦ୍ଧ ବିମାନ ଉଡ଼ାଇଥିବା ଏୟାର ମାର୍ଶଲଙ୍କ କାନ୍ଧରେ ଏବେ ରାମ ମନ୍ଦିର ପରିଚାଳନା ଭାର: ଜାଣନ୍ତୁ କିଏ ଏହି…

ଅଯୋଧ୍ୟା,୨।୯: ଶ୍ରୀରାମ ଜନ୍ମଭୂମି ମନ୍ଦିର ପରିସରରେ ଶ୍ରଦ୍ଧାଳୁଙ୍କ କ୍ରମାଗତ ବୃଦ୍ଧି ପାଉଥିବା ଭିଡ଼ର ସୁପରିଚାଳନା ଏବଂ ଉଚ୍ଚସ୍ତରୀୟ ସୁରକ୍ଷା ବ୍ୟବସ୍ଥାକୁ ସୁଚାରୁରୂପେ ପରିଚାଳିତ କରିବା ପାଇଁ ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟ ପକ୍ଷରୁ ଏକ ଐତିହାସିକ ନିଷ୍ପତ୍ତି ନିଆଯାଇଛି। ଭାରତୀୟ ବାୟୁସେନାର ଅବସରପ୍ରାପ୍ତ ଏୟାର ମାର୍ଶଲ ଜିତେନ୍ଦ୍ର ମିଶ୍ରଙ୍କୁ ରାମ ମନ୍ଦିରର ପ୍ରଥମ ପୂର୍ଣ୍ଣକାଳୀନ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ) ଭାବେ ନିଯୁକ୍ତ କରାଯାଇଛି।

ବୁଧବାର ଦିନ ଅନୁଷ୍ଠିତ ଟ୍ରଷ୍ଟର ଉଚ୍ଚସ୍ତରୀୟ ବୈଠକରେ ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯିବା ସହ ଟ୍ରଷ୍ଟରେ ଅନ୍ୟ ତିନିଜଣ ନୂତନ ସଦସ୍ୟଙ୍କୁ ମଧ୍ୟ ସାମିଲ କରାଯାଇଛି। ସିଇଓ ପଦବୀ ପାଇଁ ସାରା ଦେଶରୁ ୫,୫୮୫ ରୁ ଅଧିକ ଆବେଦନ ପତ୍ର ମିଳିଥିଲା। କଠୋର ଚୟନ ପ୍ରକ୍ରିୟା ପରେ ଶେଷରେ ମନୋନୀତ ତିନୋଟି ଶୀର୍ଷ ନାମ ମଧ୍ୟରୁ ଏୟାର ମାର୍ଶଲ ଜିତେନ୍ଦ୍ର ମିଶ୍ରଙ୍କ ନାମ ଉପରେ ସର୍ବସମ୍ମତି କ୍ରମେ ମୋହର ବାଜିଥିଲା।

ଏହି ବୈଠକରେ ଟ୍ରଷ୍ଟର ଅଧ୍ୟକ୍ଷ ମହନ୍ତ ନୃତ୍ୟ ଗୋପାଳ ଦାସ, ସ୍ୱାମୀ କମଲନୟନ ଦାସ, ଅନ୍ତରୀଣ ମହାସଚିବ ଡକ୍ଟର କୃଷ୍ଣ ମୋହନ, ଟ୍ରଷ୍ଟି ମହନ୍ତ ଦୀନେନ୍ଦ୍ର ଦାସ ଏବଂ କୋଷାଧ୍ୟକ୍ଷ ସ୍ୱାମୀ ଗୋବିନ୍ଦ ଦେବ ଗିରିଙ୍କ ସମେତ ଅନ୍ୟାନ୍ୟ ପ୍ରମୁଖ ପଦାଧିକାରୀ ଉପସ୍ଥିତ ଥିଲେ।

କିଏ ଏହି ଜିତେନ୍ଦ୍ର ମିଶ୍ର?

୬ ଡିସେମ୍ବର ୧୯୮୬ରେ ଭାରତୀୟ ବାୟୁସେନାର ଫାଇଟର ଷ୍ଟ୍ରିମ୍‌ରେ କମିଶନ ହାସଲ କରିଥିବା ଜିତେନ୍ଦ୍ର ମିଶ୍ରଙ୍କ ପାଖରେ ପ୍ରାୟ ୪୦ ବର୍ଷର ଦୀର୍ଘ ଏବଂ ବେଦାଗ ସାମରିକ ସେବାର ଅଭିଜ୍ଞତା ରହିଛି। ସେ ୧ ଜାନୁଆରୀ ୨୦୨୫ରେ ବାୟୁସେନାର ୱେଷ୍ଟର୍ଣ୍ଣ ଏୟାର କମାଣ୍ଡର ଏୟାର ଅଫିସର କମାଣ୍ଡିଂ-ଇନ୍-ଚିଫ୍ ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ ଏବଂ ୩୦ ଏପ୍ରିଲ ୨୦୨୬ରେ ଏହି ପଦବୀରୁ ଅବସର ନେଇଥିଲେ।

ବିଶିଷ୍ଟ ସେବା ମେଡାଲରେ ସମ୍ମାନିତ

ତାଙ୍କ ପାଖରେ ୩,୦୦୦ ଘଣ୍ଟାରୁ ଅଧିକ ଉଡ଼ାଣର ଅଭିଜ୍ଞତା ରହିଛି। ସେ ଜଣେ କୁଶଳୀ ଫାଇଟର କମ୍ବାଟ୍ ଲିଡର ଏବଂ ଏକ୍ସପେରିମେଣ୍ଟାଲ ଟେଷ୍ଟ ପାଇଲଟ୍ ଭାବେ କାର୍ଯ୍ୟ କରିଛନ୍ତି। ନିଜ କ୍ୟାରିୟରରେ ସେ ୧୮ରୁ ଅଧିକ ପ୍ରକାରର ଯୁଦ୍ଧ ବିମାନ, ପରିବହନ ବିମାନ ଏବଂ ହେଲିକପ୍ଟର ଉଡ଼ାଇଛନ୍ତି। ତାଙ୍କର ଉଲ୍ଲେଖନୀୟ ସେବା ପାଇଁ ୨୦୧୩ରେ ତାଙ୍କୁ ‘ବିଶିଷ୍ଟ ସେବା ମେଡାଲ’ରେ ସମ୍ମାନିତ କରାଯାଇଥିଲା।

ସାମରିକ କ୍ୟାରିୟର ସମୟରେ ସେ କେବଳ ବିମାନ ଉଡ଼ାଇନାହାନ୍ତି, ବରଂ ରଣନୈତିକ ଯୋଜନା (Strategic Planning) ଏବଂ କମାଣ୍ଡ ମ୍ୟାନେଜମେଣ୍ଟର ବଡ଼ ବଡ଼ ଦାୟିତ୍ୱ ମଧ୍ୟ ତୁଲାଇଛନ୍ତି। ତାଙ୍କର ଏହି କଠୋର ଶୃଙ୍ଖଳା, ସୁରକ୍ଷା କ୍ଷେତ୍ରର ଅଭିଜ୍ଞତା ଏବଂ ପ୍ରଶାସନିକ ଦକ୍ଷତାକୁ ଦୃଷ୍ଟିରେ ରଖି ରାମ ମନ୍ଦିର ପରିଚାଳନାର ଏହି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ତାଙ୍କୁ ନ୍ୟସ୍ତ କରାଯାଇଛି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ସରକାରୀ କର୍ମଚାରୀଙ୍କ ପାଇଁ ବଡ଼ ଉପହାର, ୨୦% ମିଳିବ ବୋନସ ଆଉ ତା’ ସହ…

ନୂଆଦିଲ୍ଲୀ,୮।୯: କର୍ମଚାରୀମାନଙ୍କ ପାଇଁ ଏକ ଖୁସି ଖବର ସାମ୍ନାକୁ ଆସିଛି। ଏବେ ନୂତନ ଶ୍ରମ କୋଡ (Labour Code) ଅଧୀନରେ କର୍ମଚାରୀମାନଙ୍କୁ ପ୍ରାୟ ୨୦ ପ୍ରତିଶତ ପର୍ଯ୍ୟନ୍ତ…

ମୋଦିଙ୍କ କାର୍ଯ୍ୟକ୍ରମ ସ୍ଥଳରୁ ବନ୍ଧୁକ ସହ ଧରାପଡିଲେ ୨ ସନ୍ଦିଗ୍ଧ

ମୁମ୍ବାଇ,୮।୯: ମୁମ୍ବାଇର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯେଉଁଠାରେ ଏକ କାର୍ଯ୍ୟକ୍ରମରେ ଯୋଗଦେବାକୁ ଯାଉଛନ୍ତି ସେହି ସ୍ଥାନ ନିକଟରୁ ଦୁଇଜଣଙ୍କୁ ଅଟକ ରଖାଯାଇଛି। ସେମାନଙ୍କ ମଧ୍ୟରୁ ଜଣଙ୍କଠାରୁ ଏକ…

‘କାଜି କ୍ୟାମ୍ପ ଉପରେ କ୍ଷେପଣାସ୍ତ୍ର ପକାଅ’: ଭୋପାଳ ଭାଜପା ବିଧାୟକଙ୍କ ବୟାନକୁ ନେଇ ରାଜନୈତିକ ମହଲରେ ହଇଚଇ

ଭୋପାଳ,୮।୯: ମଧ୍ୟପ୍ରଦେଶର ରାଜଧାନୀ ଭୋପାଳରେ ଭାରତୀୟ ଜନତା ପାର୍ଟି (ଭାଜପା) ବିଧାୟକ ରାମେଶ୍ୱର ଶର୍ମାଙ୍କ ଏକ ବୟାନ ରାଜନୈତିକ ବିବାଦ ସୃଷ୍ଟି କରିଛି। ହୁଜୁର ବିଧାନସଭା ନିର୍ବାଚନମଣ୍ଡଳୀର…

Gen-Zଙ୍କୁ ବଡ଼ ବାର୍ତ୍ତା ଦେଲେ ମୋଦି

ଭଦୋଦରା,୮।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ଗୁଜରାଟର ଭଦୋଦରାରେ ପହଞ୍ଚିଥିଲେ। ସେଠାରେ ସେ ଗୁଜରାଟ ଏବଂ ମଧ୍ୟପ୍ରଦେଶ ସହିତ ଜଡିତ ଅନେକ ଗୁରୁତ୍ୱପୂର୍ଣ୍ଣ ବିକାଶମୂଳକ ପ୍ରକଳ୍ପର ଉଦଘାଟନ…

ସ୍କୁଲରେ ଚାଞ୍ଚଲ୍ୟ; ପାଇଖାନାରୁ ମିଳିଲା ସପ୍ତମ ଶ୍ରେଣୀ ଛାତ୍ରଙ୍କ ମୃତଦେହ

ଲକ୍ଷ୍ନୌ,୮।୯: ଉତ୍ତରପ୍ରଦେଶର ମବାନା ଅଞ୍ଚଳର ଏକ ଘରୋଇ ସ୍କୁଲରେ ଘଟିଛି ଦୁଃଖଦ ଘଟଣା। ସପ୍ତମ ଶ୍ରେଣୀର ୧୩ ବର୍ଷୀୟ ଛାତ୍ର କୁନାଲ ଶର୍ମାଙ୍କ ସନ୍ଦେହଜନକ ପରିସ୍ଥିତିରେ ମୃତ୍ୟୁ…

RBIର ବଡ଼ ଘୋଷଣା: UPI ଓ QR କୋଡ ବ୍ୟବହାରକାରୀ ସାବଧାନ! ୧୫ ସେପ୍ଟେମ୍ବରରୁ ବ୍ଲକ ହୋଇଯିବ ଆକାଉଣ୍ଟ

ନୂଆଦିଲ୍ଲୀ: ଯଦି ଆପଣ ଜଣେ ଛୋଟ ବ୍ୟବସାୟୀ ଏବଂ ଦୋକାନରେ QR କୋଡ କିମ୍ବା UPI ମାଧ୍ୟମରେ ପେମେଣ୍ଟ ଗ୍ରହଣ କରୁଛନ୍ତି, ତେବେ ଏହି ଖବର ଆପଣଙ୍କ…

ସରକାରୀ କର୍ମଚାରୀଙ୍କ ବଢ଼ିବ ଦରମା! ସାମ୍ନାକୁ ଆସିଲା ୮ମ ବେତନ ଆୟୋଗର ନୂଆ ଅପଡେଟ୍

ନୂଆଦିଲ୍ଲୀ,୮।୯: କେନ୍ଦ୍ରୀୟ କର୍ମଚାରୀ ଓ ପେନସନ୍‌ଭୋଗୀଙ୍କ ପାଇଁ ୮ମ ବେତନ ଆୟୋଗର ଆଲୋଚନା ଜୋରଦାର ହୋଇଛି। ଆୟୋଗ ୭ ଓ ୮ ସେପ୍ଟେମ୍ବରରେ ଚେନ୍ନାଇରେ କର୍ମଚାରୀ ସଂଗଠନ,…

ରାହୁଲ ଗାନ୍ଧୀଙ୍କୁ ବଡ଼ ଝଟକା ଦେଲେ ହାଇକୋର୍ଟ, ପିଏମ୍‌ ମୋଦିଙ୍କୁ ନେଇ…

ନୂଆଦିଲ୍ଲୀ, ୮।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୋଧରେ ମନ୍ତବ୍ୟକୁ ନେଇ ଚାଲିଥିବା ମାନହାନି ମାମଲାରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ବଡ଼ ଝଟକା ଲାଗିଛି। ମଙ୍ଗଳବାର (ସେପ୍ଟେମ୍ବର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri