Posted inଜାତୀୟ

ତାମିଲନାଡୁ ରାଜନୀତିରେ ବଡ଼ ହଲଚଲ: ମହିଳା IAS ଅଧିକାରୀଙ୍କୁ ଅସଦାଚରଣ ଅଭିଯୋଗରେ ଗିରଫ ହେଲେ TVK ବିଧାୟକ

ଚେନ୍ନାଇ,୨୭।୧୧: ମହିଳା IAS ଅଧିକାରୀଙ୍କୁ ଅସଦାଚରଣ ଅଭିଯୋଗରେ ତାମିଲନାଡୁର ଶାସକ ଦଳ ‘ତାମିଲଗା ଭେଟ୍ରି କାଝାଗମ’ (TVK)ର କାଲ୍ଲାକୁରିଚି ବିଧାୟକ ସି. ଅରୁଲ ଭିଗ୍ନେଶଙ୍କୁ ଶୁକ୍ରବାର ସଂଧ୍ୟାରେ (ନଭେମ୍ୱର ୨୭, ୨୦୨୬) ପୋଲିସ ତାଙ୍କ ବାସଭବନରୁ ଗିରଫ କରିଛି। ସମ୍ପୃକ୍ତ ମହିଳା ଅଧିକାରୀ ଜଣକ ବିଧାୟକଙ୍କ ବିରୋଧରେ ଅଶାଳୀନ ଆଚରଣ ଏବଂ ମନ୍ତବ୍ୟ ଦେଇଥିବା ନେଇ ଅଭିଯୋଗ ଆଣିଥିଲେ।

ମହିଳା ଅଧିକାରୀଙ୍କ ଆନୁଷ୍ଠାନିକ ପୋଲିସ ଅଭିଯୋଗ ପରେ ମାଡ୍ରାସ ହାଇକୋର୍ଟ ରାଜ୍ୟ ପବ୍ଲିକ ପ୍ରସିକ୍ୟୁଟରଙ୍କୁ ଏନେଇ ଅଧିକାରୀଙ୍କ ସହ ଯୋଗାଯୋଗ କରିବାକୁ ନିର୍ଦ୍ଦେଶ ଦେଇଥିଲେ ଏବଂ ଏହାପରେ ମାମଲା ରୁଜୁ ହୋଇଥିଲା।

ପୋଲିସ ସୂତ୍ରରୁ ପ୍ରକାଶ ଯେ, ମାଡ୍ରାସ ହାଇକୋର୍ଟଙ୍କ ଦ୍ୱାରା ନିଯୁକ୍ତ ତଦନ୍ତକାରୀ ଅଧିକାରୀ ସୃଷ୍ଟି ସିଂହଙ୍କ ନେତୃତ୍ୱରେ ଏକ ଟିମ ଶୁକ୍ରବାର ସନ୍ଧ୍ୟାରେ କାଲ୍ଲାକୁରିଚି ସ୍ଥିତ ବାସଭବନରୁ ବିଧାୟକଙ୍କୁ ଗିରଫ କରି ପୋଲିସ ଗାଡ଼ିରେ ନେଇଯାଇଥିଲେ। ପରେ ତାଙ୍କୁ ପଚରାଉଚରା ପାଇଁ ସାଲେମ-ଉଲୁନ୍ଦୁରପେଟ ରାଜପଥରେ ଥିବା କାଲ୍ଲାକୁରିଚି ସର୍କିଟ ହାଉସକୁ ଅଣାଯାଇଥିଲା, ଯେଉଁଠାରେ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଛି।

ବିଧାୟକଙ୍କ ବିରୋଧରେ ଯୌନ ର୍ନିଯାତନା ମାମଲା ରୁଜୁ କରିଥିବା କାଲ୍ଲାକୁରିଚି ଅଲ ୱିମେନ ପୋଲିସ ବୁଧବାର ଶ୍ରୀ ଭିଗ୍ନେଶଙ୍କୁ ସମନ ଜାରି କରି ମାମଲା ସମ୍ପର୍କରେ ପଚରାଉଚରା ପାଇଁ ହାଜର ହେବାକୁ ନିର୍ଦ୍ଦେଶ ଦେଇଥିଲା। ବୁଧବାର (ନଭେମ୍ୱର ୨୫) ଅଲ ୱିମେନ ଥାନାର ଇନ୍ସପେକ୍ଟର ଭୁବନେଶ୍ୱରୀ କାଲ୍ଲାକୁରିଚି ସ୍ଥିତ ବିଧାୟକଙ୍କ ଘରକୁ ଯାଇ ବ୍ୟକ୍ତିଗତ ଭାବେ ତାଙ୍କୁ ସମନ ଦେବା ପରେ ତାଙ୍କ ଗିରଫଦାରୀ ନେଇ କଳ୍ପନାଜଳ୍ପନା ବଢ଼ିଯାଇଥିଲା।

“୨୩.୧୧.୨୦୨୬ରେ କାଲ୍ଲାକୁରିଚି ଜିଲ୍ଲାର ଜଣେ ବରିଷ୍ଠ ମହିଳା ଅଧିକାରୀ କାଲ୍ଲାକୁରିଚି ର୍ନିବାଚନ ମଣ୍ଡଳୀର ବିଧାୟକ ଥିରୁ ସି. ଅରୁଲ ଭିଗ୍ନେଶଙ୍କ ବିରୋଧରେ ର୍ନିଯାତନା ଏବଂ ଅନୁଚିତ ଆଚରଣ ନେଇ ଅଭିଯୋଗ କରିଥିଲେ। ସେହି ଦିନ ହିଁ କାଲ୍ଲାକୁରିଚି AWPSରେ ଆଇନର ଉପଯୁକ୍ତ ଧାରା ଅନୁଯାୟୀ ମାମଲା (Cr No. 91/2026) ରୁଜୁ କରାଯାଇଥିଲା। ସ୍ଥାନୀୟ ପୋଲିସ ପ୍ରାଥମିକ ତଦନ୍ତ କରିଥିଲା ଏବଂ ମାନ୍ୟବର ମାଡ୍ରାସ ହାଇକୋର୍ଟଙ୍କ ୨୪.୧୧.୨୦୨୬ର ନିର୍ଦ୍ଦେଶ ଅନୁଯାୟୀ, ତିରୁପ୍ପୁର ଜିଲ୍ଲା ଏସ୍ପି ଶ୍ରୀମତୀ ସୃଷ୍ଟି ସିଂହ (IPS), ଚେନ୍ନାଇ ପ୍ରଶାସନିକ ଆଇଜି ଶ୍ରୀମତୀ ଏନ. କାମିନୀ (IPS)ଙ୍କ ତତ୍ତ୍ୱାବଧାନରେ ଏହି ମାମଲାର ତଦନ୍ତ କରିଥିଲେ। ତଦନ୍ତ ସମୟରେ ଅଭିଯୋଗକାରିଣୀ ଏବଂ ଅନ୍ୟ ସାକ୍ଷୀମାନଙ୍କୁ ପଚରାଉଚରା କରାଯାଇଥିଲା। ପଚରାଉଚରା ପରେ ଅଭିଯୁକ୍ତ ବିଧାୟକ ଥିରୁ ସି. ଅରୁଲ ଭିଗ୍ନେଶଙ୍କୁ ଗିରଫ କରାଯାଇଛି ଏବଂ ତଦନ୍ତ ଜାରି ରହିଛି। ଏହି ଘଟଣା ସହ ଜଡ଼ିତ ୨୦୧ଟି ସୋସିଆଲ ମିଡିଆ ପୋଷ୍ଟକୁ ସ୍ଥାନୀୟ ପୋଲିସ ଏବଂ ତାମିଲନାଡୁ ପୋଲିସର ସାଇବର କ୍ରାଇମ ବିଭାଗ ପକ୍ଷରୁ ହଟାଇ ଦିଆଯାଇଛି। ତେବେ, ମାନ୍ୟବର ହାଇକୋର୍ଟ PoSH ଆଇନ ଅଧୀନରେ ଆସୁଥିବା କୌଣସି ବିଷୟକୁ ପ୍ରକାଶ କରିବା, ପ୍ରଚାର କରିବା କିମ୍ୱା ସାର୍ୱଜନୀନ କରିବା ଉପରେ ମଧ୍ୟ ରୋକ ଲଗାଇଥିବାରୁ, ଉପରୋକ୍ତ ନିର୍ଦ୍ଦେଶାବଳୀ ଉଲ୍ଲଂଘନ କରୁଥିବା କୌଣସି ପୋଷ୍ଟ ନକରିବାକୁ ଅନୁରୋଧ କରାଯାଉଛି।”

ପୋଲିସ ବିଧାୟକଙ୍କ ବିରୋଧରେ ’ତାମିଲନାଡୁ ମହିଳା ର୍ନିଯାତନା ନିବାରଣ ଆଇନ’ ଏବଂ ଭାରତୀୟ ନ୍ୟାୟ ସଂହିତା (BNS)ର ଧାରା ୭୫, ୭୮ ଏବଂ ୭୯ ଅନୁଯାୟୀ ମାମଲା ରୁଜୁ କରିଛି।

ବୁଧବାର (ନଭେମ୍ୱର ୨୫, ୨୦୨୬) ଅଲ ୱିମେନ ଥାନାରେ କାଲ୍ଲାକୁରିଚି ଏସ୍ପି ଆଇ. ଶହନାଜଙ୍କଠାରୁ ତଦନ୍ତ ରିପୋର୍ଟ ପାଇବା ପରେ ତିରୁପ୍ପୁର ଏସ୍ପି ସୃଷ୍ଟି ସିଂହ ଏହି ଘଟଣାର ପ୍ରାଥମିକ ତଦନ୍ତ ଆରମ୍ଭ କରିଥିଲେ। ଗୁରୁବାର (ନଭେମ୍ୱର ୨୬) ପୋଲିସ ମହାନିରୀକ୍ଷକ (ପ୍ରଶାସନ) ଏନ. କାମିନୀ ମଧ୍ୟ କାଲ୍ଲାକୁରିଚି ଗସ୍ତ କରି ତଦନ୍ତର ତଦାରଖ କରିଥିଲେ।

ଏହି ଘଟଣା ସାମ୍ନାକୁ ଆସିବା ପରେ ବିରୋଧୀ DMK, AIADMK, PMK ଏବଂ BJP ତାଙ୍କ ଗିରଫଦାରୀ ଦାବି କରିଥିଲେ। ସରକାର ବିଧାୟକଙ୍କୁ ସୁରକ୍ଷା ଦେଉଥିବା ଅଭିଯୋଗ କରି ବିଜେପି ମହିଳା ମୋର୍ଚ୍ଚା ଶୁକ୍ରବାର (ନଭେମ୍ୱର ୨୭) ରାଜ୍ୟବ୍ୟାପୀ ବିକ୍ଷୋଭ ପ୍ରଦର୍ଶନ ମଧ୍ୟ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଅଧିନାୟକ ପଦ ନ ମିଳିବାରୁ MIର ବଡ଼ ଅଫର୍‌ ପ୍ରତ୍ୟାଖ୍ୟାନ କଲେ ବୁମ୍‌ରାହ? ହେଲା ବଡ଼ ଖୁଲାସା

ନୂଆଦିଲ୍ଲୀ,୨୭।୧୧: ଆଇପିଏଲ୍ ୨୦୨୭ ପୂର୍ବରୁ ପାଞ୍ଚ ଥରର ଚାମ୍ପିଅନ୍ ମୁମ୍ବାଇ ଇଣ୍ଡିଆନ୍ସ (MI) ରୋହିତ ଶର୍ମାଙ୍କୁ ପୁଣି ଥରେ ଦଳର ଅଧିନାୟକ ଭାବେ ନିଯୁକ୍ତ କରିବାର ବିଧିବଦ୍ଧ…

ସୂର୍ଯ୍ୟକୁମାରଙ୍କ ଅଧିନାୟକତ୍ୱରେ ଖେଳିବେ ଶ୍ରେୟସ ଆୟର; ଏହି ଟୁର୍ନାମେଣ୍ଟରେ ଏକାଠି ମଇଦାନକୁ…

ନୂଆଦିଲ୍ଲୀ,୨୭।୧୧: ସୟଦ ମୁସ୍ତାକ ଅଲି ଟ୍ରଫି ୨୦୨୬ର ସୁପର ଲିଗ୍ ଷ୍ଟେଜ୍ ଆରମ୍ଭ ହେବା ପୂର୍ବରୁ ମୁମ୍ବାଇ ଦଳକୁ ବଡ଼ ବଳ ମିଳିଛି। ଭାରତୀୟ ଟି-୨୦ ଦଳର…

ଅଙ୍ଗନବାଡ଼ି କର୍ମଚାରୀଙ୍କ ପାଇଁ ଖୁସି ଖବର: ଦରମା ସହ ଅବସର-ମୃତ୍ୟୁକାଳୀନ ସହାୟତା ରାଶି ବଢ଼ାଇଲେ ସରକାର; ଜାଣନ୍ତୁ ଏବେ…

ଭୁବନେଶ୍ୱର,୨୭।୧୧: ରାଜ୍ୟର ଅଙ୍ଗନବାଡ଼ି କର୍ମୀ ଓ ସହାୟିକାମାନଙ୍କ ପାଇଁ ବଡ଼ ଖୁସି ଖବର ଆସିଛି। ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ପରେ ଅଙ୍ଗନବାଡ଼ି କର୍ମଚାରୀମାନଙ୍କର ମାସିକ ପାରିଶ୍ରମିକ ସହିତ ଅବସରକାଳୀନ…

ଓଡ଼ିଶା ପ୍ରଶାସନର ରଣନୀତି ଆଗରେ ହାର ମାନିଲା ଆନ୍ଧ୍ର; କୋଟିଆରେ ସରପଞ୍ଚ-ସମିତି ନିର୍ବାଚନ ପ୍ରୟାସ ବିଫଳ

ପଟ୍ଟାଙ୍ଗି, ୨୭।୧୧ (ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍ ଅନ୍ତର୍ଗତ ବିବାଦୀୟ କୋଟିଆ ପଞ୍ଚାୟତର ତିନୋଟି ଗ୍ରାମରେ ପଡ଼ୋଶୀ ଆନ୍ଧ୍ରପ୍ରଦେଶ ପକ୍ଷରୁ ଆୟୋଜିତ ସରପଞ୍ଚ…

ପେତିଙ୍କ ମୁହଁରେ ଫୁଟିଲା ହସ, ଭତ୍ତା ପାଇବା ପରେ ବିଡିଓଙ୍କୁ ଆଶୀର୍ବାଦ ଦେଇ କହିଲେ…

ମହାକାଳପଡ଼ା,୨୭ା୧୧(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଜନଜାତି ବହୁଳ ଶବରପଡ଼ାଠାରେ ପେତି ଭକ୍ତା (୮୨)ଙ୍କୁ ସ୍ବାମୀ ମରିବାର ୩୦ ବର୍ଷ ପରେ ବିଧବା କି…

ଶୁଭ ମୁହୂର୍ତ୍ତ ନା ନମ୍ବର ଗେମ୍‌? ସନ୍ଧ୍ୟା ୫.୪୫ରେ କାହିଁକି କରାଗଲା ରୋହିତଙ୍କ ଅଧିନାୟକତ୍ୱ ଘୋଷଣା…ବଡ଼ ଚର୍ଚ୍ଚା

ନୂଆଦିଲ୍ଲୀ,୨୭।୧୧: ଆଇପିଏଲ୍ ୨୦ତମ ସିଜିନ୍ ଆରମ୍ଭ ହେବା ପୂର୍ବରୁ ପ୍ରଶଂସକଙ୍କୁ ଚକିତ କରି ମୁମ୍ବାଇ ଇଣ୍ଡିଆନ୍ସ (MI) ଦଳର ସବୁଠାରୁ ସଫଳ ଅଧିନାୟକ ରୋହିତ ଶର୍ମାଙ୍କୁ ପୁଣି…

ବରଗଡ଼ ଧନୁଯାତ୍ରା ମହୋତ୍ସବ: ଏଥର ଗୋଲାପ ଚନ୍ଦ୍ର ଦାଶ କଂସ ମହାରାଜ

ବରଗଡ଼,୨୭।୧୧(ପ୍ରେମାନନ୍ଦ ଖମାରୀ)- ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆସନ୍ତା ୨୦୨୭ ମସିହା ଜାନୁଆରୀ ମାସ ୧୨ ତାରିଖରୁ ଆରମ୍ଭ ହେବ । ଦୀର୍ଘ ୧୧…

ମୁମ୍ୱାଇ ଫ୍ୟାନ୍ସଙ୍କ ପାଇଁ ଖୁସି ଖବର: ପୁଣି ଅଧିନାୟକ ପଦକୁ ଫେରିଲେ ରୋହିତ ଶର୍ମା

ନୂଆଦିଲ୍ଲୀ,୨୭।୧୧: ଆଇପିଏଲ (IPL) ୨୦୨୭ ସିଜିନ ପୂର୍ୱରୁ ମୁମ୍ୱାଇ ଇଣ୍ଡିଆନ୍ସ ବଡ଼ ଘୋଷଣା କରିଛି। ମୁମ୍ୱାଇ ଇଣ୍ଡିଆନ୍ସ ପୁଣି ଥରେ ନିଜର ସବୁଠାରୁ ସଫଳ ଅଧିନାୟକଙ୍କ ଉପରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?