Posted inTrending, ଖେଳ

କାହିଁକି ଟେଷ୍ଟ କୁ ବାଏ ବାଏ କହିଲେ ମହମ୍ମଦ ଶାମି: କଲେ ସାଂଘାତିକ ଖୁଲାସା

ନୂଆଦିଲ୍ଲୀ,୨୭।୧୧: ଭାରତୀୟ କ୍ରିକେଟ ଟିମକୁ ଫେରିବା ନେଇ ଆଉ ଚିନ୍ତା କରୁନାହାନ୍ତି ଷ୍ଟାର୍‌ ପେସ ବୋଲର ମହମ୍ମଦ ଶାମି। ଏବେ ତାଙ୍କର ସମ୍ପୂର୍ଣ୍ଣ ଫୋକସ ନିଜ ଖେଳ, ବେଙ୍ଗଲ ଟିମ ଏବଂ ଆଇପିଏଲ ଉପରେ ରହିଛି।୨୦୨୬ ନଭେମ୍ବର ୬ରେ ଟେଷ୍ଟ କ୍ରିକେଟ୍‌ରୁ ଅବସର ଘୋଷଣା କରିଥିବା ଶାମି ଦିନିକିଆ ଓ ଟି-୨୦ କ୍ରିକେଟ ପାଇଁ ନିଜକୁ ଉପଲବ୍ଧ ରଖିଥିଲେ।

ମୁମ୍ବାଇରେ ତାଙ୍କୁ ୨୦୨୭ ଦିନିକିଆ ବିଶ୍ୱକପ ଏବଂ ୨୦୨୮ ଟି-୨୦ ବିଶ୍ୱକପ୍‌ରେ ଖେଳିବା ସମ୍ଭାବନା ସମ୍ପର୍କରେ ପ୍ରଶ୍ନ କରାଯାଇଥିଲା। ଏହାର ଉତ୍ତରରେ ଶାମି କହିଥିଲେ ଯେ, ସେ ଏସବୁ ବିଷୟରେ ଭାବିବା ଛାଡ଼ି ଦେଇଛନ୍ତି। ଏବେ କେବଳ ନିଜ ଖେଳ ଉପରେ ଧ୍ୟାନ ଦେଉଛନ୍ତି। ଚୟନକର୍ତ୍ତା ଯାହା ନିଷ୍ପତ୍ତି ନେବେ, ତାହା ଭଲ ପାଇଁ ହିଁ ହେବ। ତାଙ୍କର କାମ ହେଉଛି ଖେଳ ଜାରି ରଖିବା, ନିଜ ଲୟ ବଜାୟ ରଖିବା ଏବଂ ଆଇପିଏଲ ସହ ନିଜ ରାଜ୍ୟ ଦଳ ବେଙ୍ଗଲ ପାଇଁ ଖେଳିବା।

ମହମ୍ମଦ ଶାମି ଶେଷ ଥର ପାଇଁ ୨୦୨୫ ଚାମ୍ପିୟନ୍ସ ଟ୍ରଫିରେ ଭାରତ ପାଇଁ ଅନ୍ତର୍ଜାତୀୟ ମ୍ୟାଚ ଖେଳିଥିଲେ। ଏହା ପରଠାରୁ ତାଙ୍କୁ ଟିମ ଇଣ୍ଡିଆରେ ସୁଯୋଗ ମିଳିନାହିଁ। ପୂର୍ବତନ ମୁଖ୍ୟ ଚୟନକର୍ତ୍ତା ଅଜିତ ଅଗରକରଙ୍କ ସମୟରେ ଶାମିଙ୍କ ଫିଟନେସ୍‌କୁ ନେଇ ଅନେକ ପ୍ରଶ୍ନ ଉଠିଥିଲା। ତେଣୁ ତାଙ୍କୁ ଦଳରେ ସ୍ଥାନ ମିଳୁ ନ ଥିବା କୁହାଯାଉଥିଲା। ତେବେ ଏହାପରେ ଘରୋଇ କ୍ରିକେଟ୍‌ରେ ଶାମି ନିଜ ପ୍ରଦର୍ଶନ ଜରିଆରେ ଫିଟନେସ ଓ ଫର୍ମର ପ୍ରମାଣ ଦେଇଛନ୍ତି। ରଣଜୀ ଟ୍ରଫିରେ ମଧ୍ୟ ସେ ଲମ୍ବା ବୋଲିଂ ସ୍ପେଲ ପକାଇ ନିଜ ଦକ୍ଷତା ଦେଖାଇଛନ୍ତି।

ଟେଷ୍ଟ କ୍ରିକେଟ୍‌ରୁ ଅବସର ନେବା ପଛର କାରଣ ମଧ୍ୟ ସ୍ପଷ୍ଟ କରିଛନ୍ତି ଶାମି। ତାଙ୍କ କହିବା ଅନୁସାରେ, ଶାରୀରିକ ଫିଟନେସ ବଜାୟ ରଖିବା ଏବଂ କୌଣସି ଅତିରିକ୍ତ ଚାପ ବିନା ହ୍ବାଇଟ ବଲ କ୍ରିକେଟ ଖେଳିବା ପାଇଁ ସେ ଏହି ନିଷ୍ପତ୍ତି ନେଇଛନ୍ତି। ଶାମି କହିଛନ୍ତି, ତାଙ୍କୁ ଲାଗିଥିଲା ଏହି ନିଷ୍ପତ୍ତି ଠିକ। ଏବେ ସେ ଭଲ ଭାବରେ ଚଳପ୍ରଚଳ କରିପାରୁଛନ୍ତି ଏବଂ ଖେଳିପାରୁଛନ୍ତି। ଶରୀର ଉପରେ ଅଧିକ ଚାପ ପକାଇବା ଠିକ ନୁହେଁ ବୋଲି ମଧ୍ୟ ସେ କହିଛନ୍ତି।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ମୋଦି କ୍ୟାବିନେଟ୍‌ର ବଡ଼ ନିଷ୍ପତ୍ତି: ସୀମା ପୁନଃନିର୍ଦ୍ଧାରଣ ସଂଶୋଧନ ବିଲ୍‌କୁ ମିଳିଲା ମଞ୍ଜୁରୀ, ଏହାସହ…

ନୂଆଦିଲ୍ଲୀ,୨୭।୧୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଶେଷ ହୋଇଛି କେନ୍ଦ୍ର କ୍ୟାବିନେଟ ବୈଠକ। ପ୍ରାୟ ୪୦ ମିନିଟ ଧରି ଚାଲିଥିବା ଏହି ବୈଠକରେ ସଂସଦର ଆଗାମୀ କାର୍ଯ୍ୟଧାରା…

ନିଜ ନିଜ ସ୍ତ୍ରୀଙ୍କୁ ହତ୍ୟା କରି ଜଙ୍ଗଲରେ ପୋତିଦେଲେ ଦୁଇ ଭାଇ, ଏମିତି ସାମ୍ନାକୁ ଆସିଲା ପ୍ରକୃତ ଘଟଣା…

ରାଞ୍ଚି,୨୭ା୧୧: ଝାଡ଼ଖଣ୍ଡର ଗୁମଲା ଜିଲାରେ ଦୁଇ ଯାଆଙ୍କ ମଧ୍ୟରେ ଥିବା ପୁରୁଣା ବିବାଦକୁ କେନ୍ଦ୍ର କରି ସେମାନଙ୍କୁ ହତ୍ୟା କରିଥିବା ଅଭିଯୋଗରେ ପୋଲିସ ଦୁଇ ଭାଇଙ୍କୁ ଗିରଫ…

ଡିଜେ ଗୀତରେ ନାଚୁଥିବା ବେଳେ ଟଳିପଡ଼ିଲେ ସେନା କର୍ମଚାରୀ, ତାପରେ…

ଲକ୍ଷ୍ନୌ,୨୭ା୧୧: ବିବାହ ଉତ୍ସବର ଖୁସି ମୁହୂର୍ତ୍ତକରେ ଶୋକରେ ପରିଣତ ହୋଇଗଲା। ଡିଜେ ଗୀତରେ ପତ୍ନୀଙ୍କ ସହ ନାଚୁଥିବା ବେଳେ ହଠାତ୍‌ ଟଳିପଡ଼ିଲେ ଭାରତୀୟ ସେନାର ଜଣେ କର୍ମଚାରୀ।…

ଗଜକେଶରୀ ଯୋଗ: ଡିସେମ୍ବର ପହିଲାରୁ ତୁଳା ସମେତ ୪ ରାଶିଙ୍କ ଭାଗ୍ୟରେ ଲାଗିବ ଚାରିଚାନ୍ଦ, ପ୍ରବଳ ଧନଲାଭ ସହ…

ନୂଆଦିଲ୍ଲୀ,୨୭।୧୧: ଡିସେମ୍ବର ମାସର ଆରମ୍ଭରୁ ଜ୍ୟୋତିଷ ଦୃଷ୍ଟିକୋଣରୁ କିଛି ଶୁଭ ଯୋଗ ସୃଷ୍ଟି ହେବାକୁ ଯାଉଛି। ଡିସେମ୍ବର ଆରମ୍ଭରେ ଶୁକ୍ର ଓ ବୁଧଙ୍କ ଯୁତିରୁ ଲକ୍ଷ୍ମୀ ନାରାୟଣ…

ଦୀର୍ଘଦିନର ଦାବି ପୂରଣ: ବିଡିଓ-ଏଇଇଙ୍କୁ ଧନ୍ୟବାଦ ଜଣାଇଲେ ପଡ଼ାବାସୀ

କେସିଙ୍ଗା,୨୭।୧୧(ତୁମେଶ୍ୱର ସାହୁ): ଦୀର୍ଘଦିନର ଦାବି ପୂରଣ ହୋଇଛି। କାଦୁଆ ରାସ୍ତାରେ ଯାତାୟାତର ସମସ୍ୟା ଭୋଗୁଥିବା କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅନ୍ତର୍ଗତ ଶିରୋଲ ଗ୍ରାମ ପଞ୍ଚାୟତର ଧରଣୀ…

ମହାପ୍ରଭୁଙ୍କ ଦର୍ଶନ କରି ଭାବବିହ୍ୱଳ ଅଫତାବ: ପ୍ରଥମ ଥର ଶ୍ରୀମନ୍ଦିର ଆସି ଚତୁର୍ଦ୍ଧାମୂର୍ତ୍ତିଙ୍କୁ କଲେ ଦର୍ଶନ

ପୁରୀ,୨୭।ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରି ଭାବବିହ୍ୱଳ ହେଲେ ବଲିଉଡ୍‌ ଅଭିନେତା ତଥା ପ୍ରଯୋଜକ ଅଫତାବ ଶିବଦାସାନୀ। ପ୍ରଥମ ଥର ପାଇଁ ଶ୍ରୀକ୍ଷେତ୍ର ପୁରୀ ଆସି ଶ୍ରୀମନ୍ଦିରରେ ଚତୁର୍ଦ୍ଧାମୂର୍ତ୍ତିଙ୍କ…

ବାଲିଯାତ୍ରାରେ ଅଘଟଣ ପରେ ବଡ଼ ନିଷ୍ପତ୍ତି; ବନ୍ଦ ରହିବ ସମସ୍ତ ଦୋଳି

କଟକ,୨୭ା୧୧: କଟକ ବାଲିଯାତ୍ରାରେ ଅଘଟଣ ପରେ ବଡ଼ ନିଷ୍ପତ୍ତି ନିଆଯାଇଛି । ଆଜି ବନ୍ଦ ରହିବ ସମସ୍ତ ଦୋଳି । ଗୁରୁବାର ରାମଦୋଳିରୁ ପଡ଼ି ଯୁବକଙ୍କ ମୃତ୍ୟୁ…

ଆକାଶ-ବୁମ୍‌ରାଙ୍କ ଘାତକ ଆକ୍ରମଣ ସତ୍ତ୍ୱେ ନ୍ୟୁଜିଲାଣ୍ଡ ଆଗରେ, ପ୍ରଥମ ଦିନରେ ଭାରତକୁ ମିଳିଲାନି ବଡ଼ ସଫଳତା

ନୂଆଦିଲ୍ଲୀ,୨୭।୧୧: ଗୋଟିଏ ଟେଷ୍ଟ ସିରିଜର ଦୁଇଟି ଅଲଗା ମ୍ୟାଚରେ କେତେ ସମାନତା ରହିପାରେ? ଉଭୟ ମ୍ୟାଚର ପ୍ଲେଇଂ ଇଲେଭେନ ସମାନ ହୋଇପାରେ, ଟସ୍‌ରଫଳାଫଳ ଏକାଭଳି ହୋଇପାରେ। ଏପରିକି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?