Posted inଜାତୀୟ

ଡିଜେ ଗୀତରେ ନାଚୁଥିବା ବେଳେ ଟଳିପଡ଼ିଲେ ସେନା କର୍ମଚାରୀ, ତାପରେ…

ଲକ୍ଷ୍ନୌ,୨୭ା୧୧: ବିବାହ ଉତ୍ସବର ଖୁସି ମୁହୂର୍ତ୍ତକରେ ଶୋକରେ ପରିଣତ ହୋଇଗଲା। ଡିଜେ ଗୀତରେ ପତ୍ନୀଙ୍କ ସହ ନାଚୁଥିବା ବେଳେ ହଠାତ୍‌ ଟଳିପଡ଼ିଲେ ଭାରତୀୟ ସେନାର ଜଣେ କର୍ମଚାରୀ। ହସ୍ପିଟାଲରେ ଚିକିତ୍ସା ସମୟରେ ତାଙ୍କର ମୃତ୍ୟୁ ହୋଇଛି । ଉତ୍ତରପ୍ରଦେଶର ସାହାରନପୁର ଜିଲାରେ ଏହି ଦୁଃଖଦ ଘଟଣା ଘଟିଛି । ମୃତକ ହେଉଛନ୍ତି ୩୨ ବର୍ଷୀୟ ଦୁଷ୍ୟନ୍ତ କୁମାର ।

ସୂଚନା ଅନୁସାରେ, ଦୁଷ୍ୟନ୍ତ ଭାରତୀୟ ସେନାରେ କିରାଣି ଭାବେ କାର୍ଯ୍ୟରତ ଥିଲେ । ନିଜ ସମ୍ପର୍କୀୟ ଭାଇ ଦେବକରଣଙ୍କ ବିବାହରେ ଯୋଗଦେବା ପାଇଁ ସେ ନଭେମ୍ବର ୫ ତାରିଖରେ ଛୁଟିରେ ଘରକୁ ଆସିଥିଲେ । ମଙ୍ଗଳବାର ରାତିରେ ନାଗଲ ଅଞ୍ଚଳର ପନିୟାଲି କାସିମପୁର ଗାଁର ଏକ ବ୍ୟାଙ୍କ୍ୱେଟ୍‌ ହଲ୍‌ରେ ବିବାହ ଉତ୍ସବ ଚାଲିଥିଲା। ରାତି ପ୍ରାୟ ୨ଟା ୩୦ ମିନିଟ୍‌ରେ ବରଯାତ୍ରୀଙ୍କ ଘୋଡ଼ାଚଢ଼ି କାର୍ଯ୍ୟକ୍ରମ ସମୟରେ ଦୁଷ୍ୟନ୍ତ ନିଜ ପତ୍ନୀଙ୍କ ସହ ଡିଜେ ଗୀତରେ ନାଚୁଥିଲେ। ଏହି ସମୟରେ ହଠାତ୍‌ ତାଙ୍କ ଛାତିରେ ଯନ୍ତ୍ରଣା ହୋଇଥିଲା ଏବଂ ସେ ତଳେ ପଡ଼ିଯାଇଥିଲେ। ତାଙ୍କୁ ତୁରନ୍ତ ନିକଟସ୍ଥ ସିଏଚ୍‌ସିକୁ ନିଆଯାଇଥିଲା। ସେଠାରେ ଅବସ୍ଥା ଗୁରୁତର ଥିବାରୁ ଜିଲ୍ଲା ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। ହେଲେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଜୀବନ ଚାଲିଯାଇଥିଲା। ଡାକ୍ତର ହୃଦ୍‌ଘାତ ଯୋଗୁଁ ମୃତ୍ୟୁ ହୋଇଥିବା କହିଥିବା ରିପୋର୍ଟରେ ଉଲ୍ଲେଖ ରହିଛି।

ପରିବାର ଲୋକଙ୍କ କହିବା ଅନୁସାରେ, ଦୁଷ୍ୟନ୍ତ ତାଙ୍କ ବାପା-ମାଆଙ୍କ ଏକମାତ୍ର ପୁଅ ଥିଲେ । ପ୍ରାୟ ୫ ବର୍ଷ ତଳେ ତାଙ୍କ ବିବାହ ହୋଇଥିଲା। ତେବେ ତାଙ୍କର କୌଣସି ସନ୍ତାନ ନଥିଲେ। ଏକମାତ୍ର ପୁଅକୁ ହରାଇ ବାପା-ମାଆ ଓ ପତ୍ନୀ ଭାଙ୍ଗିପଡ଼ିଛନ୍ତି । ଏହି ଘଟଣା ପରେ ପରିବାର ସହ ପୂରା ଗାଁରେ ଶୋକର ଛାୟା ଖେଳିଯାଇଛି।

ନାଗଲ ଥାନା ଅଧିକାରୀ ରାଧେଶ୍ୟାମ ଯାଦବଙ୍କ ସୂଚନା ଅନୁସାରେ, ଦୁଷ୍ୟନ୍ତ ପତ୍ନୀଙ୍କ ସହ ଡିଜେରେ ନାଚୁଥିବା ବେଳେ ତାଙ୍କ ଛାତିରେ ଯନ୍ତ୍ରଣା ହୋଇଥିଲା। ହସ୍ପିଟାଲରେ ଡାକ୍ତର ତାଙ୍କ ମୃତ୍ୟୁ ହୃଦ୍‌ଘାତ ଯୋଗୁଁ ହୋଇଥିବା କହିଥିଲେ । ମୃତକଙ୍କ ଦାଦାଙ୍କ ଅଭିଯୋଗ ଆଧାରରେ ପୋଲିସ ପଞ୍ଚନାମା କରି ମୃତଦେହକୁ ପୋଷ୍ଟମର୍ଟମ ପାଇଁ ପଠାଇଛି । ଏନେଇ ପରବର୍ତ୍ତୀ ଆଇନଗତ ପ୍ରକ୍ରିୟା ଜାରି ରହିଛି ।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ନିଜ ନିଜ ସ୍ତ୍ରୀଙ୍କୁ ହତ୍ୟା କରି ଜଙ୍ଗଲରେ ପୋତିଦେଲେ ଦୁଇ ଭାଇ, ଏମିତି ସାମ୍ନାକୁ ଆସିଲା ପ୍ରକୃତ ଘଟଣା…

ରାଞ୍ଚି,୨୭ା୧୧: ଝାଡ଼ଖଣ୍ଡର ଗୁମଲା ଜିଲାରେ ଦୁଇ ଯାଆଙ୍କ ମଧ୍ୟରେ ଥିବା ପୁରୁଣା ବିବାଦକୁ କେନ୍ଦ୍ର କରି ସେମାନଙ୍କୁ ହତ୍ୟା କରିଥିବା ଅଭିଯୋଗରେ ପୋଲିସ ଦୁଇ ଭାଇଙ୍କୁ ଗିରଫ…

କାହିଁକି ଟେଷ୍ଟ କୁ ବାଏ ବାଏ କହିଲେ ମହମ୍ମଦ ଶାମି: କଲେ ସାଂଘାତିକ ଖୁଲାସା

ନୂଆଦିଲ୍ଲୀ,୨୭।୧୧: ଭାରତୀୟ କ୍ରିକେଟ ଟିମକୁ ଫେରିବା ନେଇ ଆଉ ଚିନ୍ତା କରୁନାହାନ୍ତି ଷ୍ଟାର୍‌ ପେସ ବୋଲର ମହମ୍ମଦ ଶାମି। ଏବେ ତାଙ୍କର ସମ୍ପୂର୍ଣ୍ଣ ଫୋକସ ନିଜ ଖେଳ,…

ଗଜକେଶରୀ ଯୋଗ: ଡିସେମ୍ବର ପହିଲାରୁ ତୁଳା ସମେତ ୪ ରାଶିଙ୍କ ଭାଗ୍ୟରେ ଲାଗିବ ଚାରିଚାନ୍ଦ, ପ୍ରବଳ ଧନଲାଭ ସହ…

ନୂଆଦିଲ୍ଲୀ,୨୭।୧୧: ଡିସେମ୍ବର ମାସର ଆରମ୍ଭରୁ ଜ୍ୟୋତିଷ ଦୃଷ୍ଟିକୋଣରୁ କିଛି ଶୁଭ ଯୋଗ ସୃଷ୍ଟି ହେବାକୁ ଯାଉଛି। ଡିସେମ୍ବର ଆରମ୍ଭରେ ଶୁକ୍ର ଓ ବୁଧଙ୍କ ଯୁତିରୁ ଲକ୍ଷ୍ମୀ ନାରାୟଣ…

ଦୀର୍ଘଦିନର ଦାବି ପୂରଣ: ବିଡିଓ-ଏଇଇଙ୍କୁ ଧନ୍ୟବାଦ ଜଣାଇଲେ ପଡ଼ାବାସୀ

କେସିଙ୍ଗା,୨୭।୧୧(ତୁମେଶ୍ୱର ସାହୁ): ଦୀର୍ଘଦିନର ଦାବି ପୂରଣ ହୋଇଛି। କାଦୁଆ ରାସ୍ତାରେ ଯାତାୟାତର ସମସ୍ୟା ଭୋଗୁଥିବା କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅନ୍ତର୍ଗତ ଶିରୋଲ ଗ୍ରାମ ପଞ୍ଚାୟତର ଧରଣୀ…

ମହାପ୍ରଭୁଙ୍କ ଦର୍ଶନ କରି ଭାବବିହ୍ୱଳ ଅଫତାବ: ପ୍ରଥମ ଥର ଶ୍ରୀମନ୍ଦିର ଆସି ଚତୁର୍ଦ୍ଧାମୂର୍ତ୍ତିଙ୍କୁ କଲେ ଦର୍ଶନ

ପୁରୀ,୨୭।ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରି ଭାବବିହ୍ୱଳ ହେଲେ ବଲିଉଡ୍‌ ଅଭିନେତା ତଥା ପ୍ରଯୋଜକ ଅଫତାବ ଶିବଦାସାନୀ। ପ୍ରଥମ ଥର ପାଇଁ ଶ୍ରୀକ୍ଷେତ୍ର ପୁରୀ ଆସି ଶ୍ରୀମନ୍ଦିରରେ ଚତୁର୍ଦ୍ଧାମୂର୍ତ୍ତିଙ୍କ…

ବାଲିଯାତ୍ରାରେ ଅଘଟଣ ପରେ ବଡ଼ ନିଷ୍ପତ୍ତି; ବନ୍ଦ ରହିବ ସମସ୍ତ ଦୋଳି

କଟକ,୨୭ା୧୧: କଟକ ବାଲିଯାତ୍ରାରେ ଅଘଟଣ ପରେ ବଡ଼ ନିଷ୍ପତ୍ତି ନିଆଯାଇଛି । ଆଜି ବନ୍ଦ ରହିବ ସମସ୍ତ ଦୋଳି । ଗୁରୁବାର ରାମଦୋଳିରୁ ପଡ଼ି ଯୁବକଙ୍କ ମୃତ୍ୟୁ…

ଆକାଶ-ବୁମ୍‌ରାଙ୍କ ଘାତକ ଆକ୍ରମଣ ସତ୍ତ୍ୱେ ନ୍ୟୁଜିଲାଣ୍ଡ ଆଗରେ, ପ୍ରଥମ ଦିନରେ ଭାରତକୁ ମିଳିଲାନି ବଡ଼ ସଫଳତା

ନୂଆଦିଲ୍ଲୀ,୨୭।୧୧: ଗୋଟିଏ ଟେଷ୍ଟ ସିରିଜର ଦୁଇଟି ଅଲଗା ମ୍ୟାଚରେ କେତେ ସମାନତା ରହିପାରେ? ଉଭୟ ମ୍ୟାଚର ପ୍ଲେଇଂ ଇଲେଭେନ ସମାନ ହୋଇପାରେ, ଟସ୍‌ରଫଳାଫଳ ଏକାଭଳି ହୋଇପାରେ। ଏପରିକି…

ମୋବାଇଲ କାହିଁକି ଫାଟେ? ଜାଣନ୍ତୁ ଏହାର କାରଣ ଓ ସତର୍କତା

ମୋବାଇଲ ଫାଟିବା ବା ସ୍କ୍ରିନ/ବ୍ୟାଟେରି ଫାଟିବା ପଛରେ ଅନେକ କାରଣ ରହିଥାଏ। ଯେପରିକି ଅତ୍ୟଧିକ ତାପ, ବ୍ୟାଟେରିର ତ୍ରୁଟି ବା ଫୁଲିଯିବା ଏବଂ ଚାପ ଭଳି କାରଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?