Posted inଜାତୀୟ

‘ଯୋଗୀ ନଥିଲେ ଉତ୍ତରପ୍ରଦେଶ ନାହିଁ’, ଯୋଗୀଙ୍କୁ ଖୋଲାଖୋଲି ପ୍ରଶଂସା କଲେ ସଞ୍ଜୟ ରାଉତ, ଚାରିଆଡେ ଚର୍ଚ୍ଚା

ଲକ୍ଷ୍ନୌ,୨୭।୧୧: ନିଜ ବୟାନକୁ ନେଇ ସବୁବେଳେ ଚର୍ଚ୍ଚାରେ ରହୁଥିବା ରାଜ୍ୟ ସଭା ସାଂସଦ ସଞ୍ଜୟ ରାଉତ ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି । ଉଦ୍ଧବ ଠାକରେଙ୍କ ନେତୃତ୍ୱାଧୀନ ଶିବସେନା (ୟୁବିଟି)ର ଏହି ସାଂସଦ ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଖୋଲାଖୋଲି ପ୍ରଶଂସା କରିଛନ୍ତି। ରାଜନୈତିକ ଭାବେ ବିପକ୍ଷ ଶିବିରରେ ଥାଇ ମଧ୍ୟ ଯୋଗୀଙ୍କୁ ଜଣେ ଦକ୍ଷ ବ୍ୟକ୍ତି ଏବଂ ହିନ୍ଦୁତ୍ୱର ସବୁଠାରୁ ବଡ଼ ଚେହେରା ବୋଲି କହିଛନ୍ତି । ତାଙ୍କର ଏହି ବୟାନକୁ ନେଇ ଉତ୍ତରପ୍ରଦେଶର ଆଗାମୀ ବିଧାନସଭା ନିର୍ବାଚନ ପୂର୍ବରୁ ରାଜନୈତିକ ମହଲରେ ନୂଆ ଚର୍ଚ୍ଚା ଆରମ୍ଭ ହୋଇଛି।

ସଞ୍ଜୟ ରାଉତ କହିଛନ୍ତି, ଯଦି ଯୋଗୀ ଆଦିତ୍ୟନାଥ ନିଜକୁ ମୁଖ୍ୟମନ୍ତ୍ରୀ ପଦର ଚେହେରା ଭାବେ ଉପସ୍ଥାପନ କରିଛନ୍ତି, ତେବେ ଏହା ପ୍ରଶଂସାଯୋଗ୍ୟ। ସେ ଜଣେ ଦକ୍ଷ ବ୍ୟକ୍ତି ଏବଂ ଆମେ ମଧ୍ୟ ଯୋଗୀଜୀଙ୍କୁ ପସନ୍ଦ କରୁ । ହିନ୍ଦୁତ୍ୱର ସବୁଠାରୁ ଉପରେ ଥିବା ଚେହେରା ହେଉଛନ୍ତି ଯୋଗୀ । ଯୋଗୀ ନଥିଲେ ଉତ୍ତରପ୍ରଦେଶ ମଧ୍ୟ ନାହିଁ ବୋଲି ସେ କହିଛନ୍ତି। ଯୋଗୀଙ୍କର ନିଜ ଦଳ ଉପରେ ପୂର୍ଣ୍ଣ ଭରସା ରହିଛି ଯେ ଉତ୍ତରପ୍ରଦେଶରେ ଦଳ ବହୁମତ ହାସଲ କରିବ। ନିର୍ବାଚିତ ବିଧାୟକଙ୍କ ମଧ୍ୟରୁ ଅଧିକାଂଶ ତାଙ୍କୁ ସମର୍ଥନ କରିବେ ବୋଲି ଯୋଗୀ ଆଶା ରଖିଛନ୍ତି। କାରଣ ବିଧାୟକ ଦଳ ହିଁ ନିଜର ନେତାଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ଚୟନ କରିଥାଏ।

ସଞ୍ଜୟ ରାଉତଙ୍କ ଏହି ବୟାନ ଏଥିପାଇଁ ଗୁରୁତ୍ୱ ବହନ କରୁଛି ଯେ, ତାଙ୍କ ଦଳ ଶିବସେନା (ୟୁବିଟି) ଭାଜପା ବିରୋଧରେ ମୋର୍ଚ୍ଚା ଖୋଲିଥିବା ଇଣ୍ଡିଆ ମେଣ୍ଟର ଅଂଶ। ତଥାପି ଯୋଗୀଙ୍କ ପ୍ରଶଂସା କରିବାକୁ ପଛାଇ ନାହାନ୍ତି ରାଉତ। ତେବେ ଏହା ପ୍ରଥମ ଘଟଣା ନୁହେଁ । ୨୦୨୨ ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନରେ ଭାଜପାର ବଡ଼ ବିଜୟ ପରେ ମଧ୍ୟ ସେ ଯୋଗୀଙ୍କୁ ପ୍ରଶଂସା କରିଥିଲେ। ଗଣତନ୍ତ୍ରରେ ଯେଉଁ ନେତାଙ୍କ ଉପରେ ଲୋକେ ବିଶ୍ୱାସ କରନ୍ତି, ତାଙ୍କୁ ପ୍ରଶଂସା କରିବା ଉଚିତ ବୋଲି ସେ କହିଥିଲେ । ଏକଦା ଯୋଗୀଙ୍କୁ ନିଜର ଭଲ ବନ୍ଧୁ ବୋଲି ମଧ୍ୟ କହିଥିଲେ ରାଉତ।

ଉତ୍ତରପ୍ରଦେଶରେ ଆଗାମୀ ବିଧାନସଭା ନିର୍ବାଚନକୁ ନେଇ ରାଜନୈତିକ ହଲଚଲ ବଢ଼ିବାରେ ଲାଗିଛି । ଯୋଗୀ ଆଦିତ୍ୟନାଥ ୨୦୧୭ରେ ପ୍ରଥମ ଥର ପାଇଁ ମୁଖ୍ୟମନ୍ତ୍ରୀ ହୋଇଥିବା ବେଳେ ୨୦୨୨ରେ ଦ୍ୱିତୀୟ ଥର ପାଇଁ ଏହି ପଦରେ ନିର୍ବାଚିତ ହୋଇଥିଲେ। ଏବେ ଭାଜପା ତୃତୀୟ ଥର ପାଇଁ ସରକାର ଗଠନ ଲକ୍ଷ୍ୟରେ ରହିଥିବା ବେଳେ ମୁଖ୍ୟ ବିରୋଧୀ ଦଳ ସମାଜବାଦୀ ପାର୍ଟି ମଧ୍ୟ ନିଜର ପ୍ରସ୍ତୁତି ଜୋରଦାର କରୁଛି । ଏଭଳି ସମୟରେ ସଞ୍ଜୟ ରାଉତଙ୍କ ଯୋଗୀ ପ୍ରଶଂସା ଇଣ୍ଡିଆ ମେଣ୍ଟ ଭିତରେ ମଧ୍ୟ ଚର୍ଚ୍ଚାର ବିଷୟ ପାଲଟିଛି ।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଆଇପିଏଲରେ ବଡ଼ ହଲଚଲ! ମୁମ୍ବାଇକୁ ମିଳିବ ନୂଆ ଅଧିନାୟକ, ଆଜି ଏହି ସମୟରେ ହେବ ଅଫିସିଆଲ ଘୋଷଣା

ନୂଆଦିଲ୍ଲୀ,୨୭।୧୧: ଆସନ୍ତା ବର୍ଷ ଆଇପିଏଲ ସିଜିନ ବେଶ ରୋମାଞ୍ଚକର ହେବାକୁ ଯାଉଛି। ନିଜ ନିଜ ଦଳକୁ ମଜଭୁତ କରିବା ପାଇଁ ସମସ୍ତ ଫ୍ରାଞ୍ଚାଇଜି ବଡ଼ ପଦକ୍ଷେପ ନେଇଛନ୍ତି।…

କେନ ୱିଲିୟମସନଙ୍କ ରେକର୍ଡ ଭାଙ୍ଗିଲେ ଟମ ଲାଥମ, WTCରେ ହେଲେ ନମ୍ବର-୧

ନୂଆଦିଲ୍ଲୀ,୨୭।୧୧: ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ କ୍ରାଇଷ୍ଟଚର୍ଚ୍ଚରେ ଦ୍ୱିତୀୟ ଟେଷ୍ଟ ମ୍ୟାଚ ଖେଳାଯାଉଛି। ପ୍ରଥମ ଟେଷ୍ଟ ମ୍ୟାଚ ୱେଲିଂଟନରେ ଖେଳାଯାଇଥିଲା। ସେହି ମ୍ୟାଚରେ ଉଭୟ ଇନିଂସରେ ନ୍ୟୁଜିଲାଣ୍ଡ…

ଆକାଶ ଦୀପ-ଅଂଶୁଲ କାମ୍ବୋଜଙ୍କ ଘାତକ ବୋଲିଂ, ୦ରେ ୩ ଉଇକେଟ୍‌ ହରାଇଲା ନ୍ୟୁଜିଲାଣ୍ଡ

ଖ୍ରୀଷ୍ଟଚର୍ଚ୍ଚ, ୨୭।୧୧: ୱେଲିଂଟନ ଟେଷ୍ଟରେ ଭାରତୀୟ ବୋଲର ପ୍ରଥମ ଦିନର ପ୍ରଥମ ସେସନରେ ଘାତକ ବୋଲିଂ କରିଥିବାବେଳେ ଖ୍ରୀଷ୍ଟଚର୍ଚ୍ଚ ଟେଷ୍ଟରେ ଦ୍ୱିତୀୟ ସେସନରେ ଦେଖିବାକୁ ମିଳିଛି ସେହି…

ଗ୍ୟାସ ସିଲିଣ୍ଡରକୁ ନେଇ ବଡ଼ ଅପଡେଟ୍‌! ଡିସେମ୍ବରରୁ ନୂଆ ନିୟମ, ବୁକିଂ ପୂର୍ବରୁ ଜାଣିନିଅନ୍ତୁ…

ନୂଆଦିଲ୍ଲୀ,୨୭।୧୧: ପ୍ରତ୍ୟେକ ଘରର ରୋଷେଇ ଘରର ବଜେଟ ବହୁ ପରିମାଣରେ ଏଲପିଜି ଗ୍ୟାସ ସିଲିଣ୍ଡର ଉପରେ ନିର୍ଭର କରିଥାଏ। ଯଦି ଆପଣ ଇଣ୍ଡେନ (Indane), ଏଚ୍ପି ଗ୍ୟାସ…

ସଚିନ ତେନ୍ଦୁଲକରଙ୍କୁ ପଛରେ ପକାଇଲେ ଯଶସ୍ବୀ ଜୟସ୍ବାଲ: ୩୨ ବର୍ଷ ପୁରୁଣା ବିଶ୍ୱ ରେକର୍ଡର କଲେ ସମକକ୍ଷ

ଖ୍ରୀଷ୍ଟଚର୍ଚ୍ଚ, ୨୭।୧୧: ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଚାଲିଥିବା ଦୁଇଟି ଟେଷ୍ଟ ମ୍ୟାଚ ବିଶିଷ୍ଟ ସିରିଜ୍‌ର ଦ୍ୱିତୀୟ ମୁକାବିଲା ଆଜି ଖ୍ରୀଷ୍ଟଚର୍ଚ୍ଚର ହେଗଲି ଓଭାଲ୍‌ରେ ଆରମ୍ଭ ହୋଇଛି।…

୩୪ ବର୍ଷ ପରେ ବି ଅଙ୍ଗନୱାଡି କର୍ମୀଙ୍କ ପାଇଁ ନାହିଁ ଶୌଚାଳୟ: ବ୍ଲକ କାର୍ଯ୍ୟାଳୟକୁ ଆସି ହଟହଟା

ଲୋଇସିଂହା,୨୍‌୭।୧୧(ସୁଶାନ୍ତ ବାରିକ):ମହିଳାଙ୍କ ସ୍ବଚ୍ଛତା, ସୁରକ୍ଷା ଓ ସମ୍ମାନ ନେଇ ସରକାର ବିଭିନ୍ନ ଯୋଜନା ଓ ସଚେତନତା କାର୍ଯ୍ୟକ୍ରମ ଚଳାଇଛନ୍ତି। ଏପରିକି ମହିଳା ଓ କିଶୋରୀମାନଙ୍କୁ ସ୍ବଚ୍ଛତା ସମ୍ପର୍କରେ…

ଡାର୍ଟ ମହାକାଶଯାନ ଧକ୍କା ଦେଇଥିବା ଗ୍ରହାଣୁରେ ହୋଇଛି ବିଶାଳ ଗର୍ତ୍ତ

ନୂଆଦିଲ୍ଲୀ/ବର୍ଲିନ,୨୭।୧୧(ରଏଟର୍ସ): ପୃଥିବୀ ସୁରକ୍ଷା ବ୍ୟବସ୍ଥାର ପ୍ରଥମ ପରୀକ୍ଷଣ ଭାବେ ୨୦୨୨ରେ ଆମେରିକାର ମହାକାଶ ଗବେଷଣା ସଂସ୍ଥା ‘ନାସା’ର ‘ଡାର୍ଟ’ ମହାକାଶଯାନ ଧକ୍କାଦେଇଥିବା କ୍ଷୁଦ୍ର ଗ୍ରହାଣୁ (ଆଷ୍ଟେରଏଡ୍‌) ‘ଡିମୋରଫୋସ୍‌’ର…

ବଡ଼ ପୁଅ ପରେ ଚମକିଲେ ସେହ୍ବାଗଙ୍କ ସାନ ପୁଅ: ଘାତକ ବୋଲିଂ କରି ଆଣିଲେ ବଡ଼ ସଫଳତା

ନୂଆଦିଲ୍ଲୀ,୨୭।୧୧: ଭାରତୀୟ କ୍ରିକେଟ ଟିମ୍‌ରେ ପୂର୍ବତନ ବିସ୍ଫୋରକ ଓପନର୍‌ ବୀରେନ୍ଦ୍ର ସେହ୍ବାଗଙ୍କ ପୁଅ ଏବେ କ୍ରିକେଟ ମଇଦାନରେ ନିଜ ପ୍ରତିଭାର ଜଲୱା ଦେଖାଇଛନ୍ତି। ବାପାଙ୍କ ବ୍ୟାଟିଂ ନୁହେଁ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?