Posted inଖେଳ

ଏକଦା ସଚିନଙ୍କ ପାଖରେ ବସିବା ପାଇଁ ମନା କରିଦେଇଥିଲେ ଯୁବରାଜ, କାରଣ ଜାଣିଲେ ହେବେ..

ଭାରତୀୟ କ୍ରିକେଟ୍‌ ଟିମ୍‌ର ଦିଗ୍ଗଜ ଖେଳାଳି ସଚିନ ତେନ୍ଦୁଲକର, ରାହୁଲ ଦ୍ରାବିଡ ଏବଂ ସୌରଭ ଗାଙ୍ଗୁଲୀଙ୍କ ଦବ୍‌ଦବା ଦେଖିବାକୁ ମିଳୁଥିବା ବେଳେ ଯୁବରାଜ ସିଂହ ଦଳରେ ଯୋଗ ଦେଇଥିଲେ। ୨୦୦୦ରେ ଭାରତ ପାଇଁ ଡେବ୍ୟୁ କରିଥିଲେ ସେ। ସେତେବେଳେ ସମସ୍ତଙ୍କଠାରୁ ସଚିନଙ୍କୁ ସେ ବେଶି ମାନୁଥିଲେ। ଏହି ସମୟରେ ଏକ ନିଆରା ଘଟଣା ଘଟିଥିଲା।

ମହମ୍ମଦ କୈଫଙ୍କ ଅଧିନାୟକତ୍ୱରେ ୧୯ ବର୍ଷରୁ କମ୍‌ ଟିମ୍‌ର ଚାମ୍ପିଆନ ହେବା ପରେ ଯୁବରାଜ ଭାରତୀୟ ଟିମ୍‌ର ଖେଳାଳିମାନଙ୍କ ସହ ଖେଳିବାକୁ ସୁଯୋଗ ମିଳିଥିଲା। ଏହା ତାଙ୍କ ପାଇଁ କୌଣସି ସ୍ବପ୍ନଠାରୁ କମ୍‌ ନ ଥିଲା। ଯେଉଁ ଖେଳାଳିମାନେ ତାଙ୍କୁ ପ୍ରେରଣା ଯୋଗାଇ ଆସୁଥିଲେ ସେମାନଙ୍କ ସହ ଯୁବରାଜ ଖେଳିବାକୁ ଯାଉଥିଲେ। ଏକଦା ଡ୍ରେସିଂ ରୁମ୍‌ରେ ସଚିନଙ୍କ ପାଖ ସିଟ୍‌ଟି ଖାଲି ଥିଲା। ହେଲେ ଯୁବରାଜ ସେଠାରେ ବସିବାକୁ ମନା କରିଦେଇଥିଲେ। ସେ ତାଙ୍କ ମ୍ୟାନେଜରଙ୍କୁ କହିଥିଲେ ଯେ ମୋତେ ଲାଗୁ ନାହିଁ ମୁଁ ଏଠାରେ ବସି ପାରିବି। ଏହାଶୁଣି ମ୍ୟାନେଜର ସେମାନଙ୍କ ସହ ମିଶିବାକୁ ତାଙ୍କୁ ବୁଝାଇଥିଲେ।

ସେହିଭଳି ଯୁବରାଜ ତାଙ୍କ କିଟ୍‌ ବ୍ୟାଗ୍‌ରେ ସଚିନଙ୍କ ଫଟୋ ଲଗାଇଥିଲେ। ଏହାକୁ ଦେଖି ସଚିନ ନ ଚିହ୍ନିବା ଭଳି ପ୍ରତିକ୍ରିୟା ଦେଇଥିଲେ। ଏହା ଏକ ଭଲ ଫଟୋ, ଖେଳାଳିଜଣଙ୍କ କିଏ ବୋଲି ସଚିନ ପ୍ରଶ୍ନ କରିଥିଲେ। ପରେ ସେ ହସିବାରେ ଲାଗିଥିଲେ। ସଚିନ ତାଙ୍କୁ ସହଜ କରିବାକୁ ଏଭଳି କହିଥିବା ସେ ଜାଣିପାରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସର୍ବସମ୍ମୁଖରେ ଠେଙ୍ଗାରେ ପିଟି ଯୁବକକୁ ହତ୍ୟା

ଟେନସା,୮।୫(ସମୀର କୁମାର ପାଢୀ): ଭୋଜି ଭାତ ଚାଲିଥିବା ବେଳେ ସାମାନ୍ୟ ବଚସାକୁ ନେଇ ସର୍ବ ସମ୍ମୁଖରେ ଠେଙ୍ଗାରେ ପିଟିପିଟି ଯୁବକଙ୍କୁ ହତ୍ୟା କରିବା ଘଟଣା ଏବେ କୋଇଡା…

ତାଳଚେର ଉପନଗରପାଳଙ୍କ ବିରୋଧରେ ଅନାସ୍ଥା

ତାଳଚେର,୮ା୫(ମନୋଜ ନନ୍ଦ): ତାଳଚେର ଉପନଗରପାଳ ଶୁଭଶ୍ରୀ ଶୁଭସ୍ମିତା ପ୍ରଧାନଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆସିଛି। ପୌରପାଳିକାର ୧୬ କାଉନସିଲର ତାଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିଛନ୍ତି। ଶୁକ୍ରବାର…

ପ୍ରଥମେ ମମତା ବାନାର୍ଜୀଙ୍କ ସହ କାମ କରି ରାଜନୀତିରେ ପାଇଥିଲେ ସ୍ବତନ୍ତ୍ର ସ୍ଥାନ, ଶୁଭେନ୍ଦୁ ଅଧିକାରୀଙ୍କ କାହାଣୀ ଜାଣିଲେ…

କୋଲକାତା,୮।୫: ବଙ୍ଗଳାରେ ଭାଜପାର ପ୍ରଥମ ବିଜୟରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିବା ଶୁଭେନ୍ଦୁ ଅଧିକାରୀଙ୍କୁ ଦଳ ଏବେ ଏକ ପ୍ରମୁଖ ଦାୟିତ୍ୱ ଦେଇଛି। ଶୁଭେନ୍ଦୁ ଅଧିକାରୀ ହେବେ…

ସୌମ୍ୟରଞ୍ଜନ ହତ୍ୟା ମାମଲା: ରାସ୍ତା ଅବରୋଧ କଲେ ଗ୍ରାମବାସୀ

ନିଆଳି,୮।୫: ଭୁବନେଶ୍ୱର ଉପକଣ୍ଠସ୍ଥ ବାଲିଅନ୍ତାରେ ସୌମ୍ୟରଞ୍ଜନ ସ୍ବାଇଁଙ୍କୁ ପିଟିପିଟି ଅତି ନିର୍ମମ ଭାବେ ହତ୍ୟା କରାଯାଇଥିଲା। ଏହାରେ ପ୍ରତିବାଦରେ ଶୁକ୍ରବାର ମୌଜପୁର ଗ୍ରାମବାସୀ ଫୁଲନଖରା-ନିଆଳି ରାସ୍ତା ଅବରୋଧ…

‘ଆମ ଦ୍ୱାରା ଦୁଇଟି ଭୁଲ ହୋଇଛି…’, ମମତାଙ୍କୁ ଭେଟିବା ପରେ ଏମିତିି କାହିଁକି କହିଲେ ଅଖିଳେଶ

କୋଲକାତା,୮।୫: ଉତ୍ତର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଏବଂ ଏସପି ସୁପ୍ରିମୋ ବର୍ତ୍ତମାନ ପଶ୍ଚିମବଙ୍ଗରେ ଅଛନ୍ତି। ଟିଏମସିର ପରାଜୟ ପରେ ଅଖିଳେଶ ଯାଦବ ମମତା ବାନାର୍ଜୀଙ୍କୁ ଭେଟିବା ପାଇଁ…

ତାମିଲନାଡୁରେ ପୁଣିଥରେ ହେବ ନିର୍ବାଚନ! ଜାତୀୟ ରାଜନୀତିରେ ଚହଳ

ଚେନ୍ନାଇ,୮।୫: ତାମିଲନାଡୁ ରାଜନୀତିରେ ଉଷ୍ମତା କେବଳ ମେ ମାସ ଖରା ପାଗ ଯୋଗୁଁ ନୁହେଁ, ବରଂ କ୍ଷମତାର ପରିବର୍ତ୍ତନଶୀଳ ସମୀକରଣରୁ ଉତ୍ପନ୍ନ ହୋଇଛି। ଅଭିନେତାରୁ ରାଜନେତା ହୋଇଥିବା…

ସ୍କୁଟିକୁ ଧକ୍କାଦେଲା ‘ଆମ ବସ୍‌’

ସମ୍ବଲପୁର,୮ା୫(ପ୍ରମୋଦ ବହିଦାର): ସମ୍ବଲପୁର ଜିଲା ବୁର୍ଲା ଥାନା ଅନ୍ତର୍ଗତ ପିସି ବ୍ରିଜ୍‌ ନିକଟରେ ଜାତୀୟ ରାଜପଥ(୫୩) ଉପରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଯାଇଛି। ଦୁର୍ଘଟଣାରେ ବୁର୍ଲାର…

କରଣଙ୍କ ଚମତ୍କାର ଡେବ୍ୟୁ: ଏମିତି ଡ୍ରେସ୍‌ ପିନ୍ଧିଲେ ଚାହିଁ ରହିଗଲେ ସମସ୍ତେ

ପ୍ରଖ୍ୟାତ ଚଳଚ୍ଚିତ୍ର ନିର୍ମାତା କରଣ ଜୋହର ୨୦୨୬ ମେଟ ଗାଲାରେ ଏକ ଚମତ୍କାର ଡେବ୍ୟୁ କରିଥିଲେ। ଏହି ବିଶେଷ ଅବସର ପାଇଁ ସେ ପ୍ରଖ୍ୟାତ ଚିତ୍ରକର ରାଜା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri