Posted inଫୁରସତ

ଚରଖା ପ୍ରତିକୃତୀ

ସୂତା କାଟୁଥିବା ଚରଖା ଦିନେ ଭାରତ ସ୍ବାଧୀନତା ସଂଗ୍ରାମର ଏକ ପ୍ରମୁଖ ଅଂଶ ପାଲଟିଥିଲା। କାରଣ ବିଦେଶୀ ବସ୍ତ୍ର ବର୍ଜନ ଓ ସ୍ବଦେଶୀ ବସ୍ତ୍ର ପରିଧାନ ପାଇଁ ବାର୍ତ୍ତା ଦେଇଥିଲେ ଦେଶର ପିତା ମହାତ୍ମା ଗାନ୍ଧୀ। ଆଉ ଏଇ କାଟି ପିନ୍ଧ ନିତୀରେ ଖଦୀ ଆନ୍ଦୋଳନ ହୋଇଥିଲା ସକ୍ରିୟ। ସ୍ବଦେଶୀ ହେବାର ବାର୍ତ୍ତା ବହନ କରୁଥିବା ଏହି ଚରଖାର ମହତ୍ୱ ଯେମିତି କାହାରି ମନରୁ ଲିଭି ନ ଯାଉ, ସେଥିପାଇଁ ଭାରତର ବିଭିନ୍ନ ସ୍ଥାନରେ ତିଆରି ହୋଇଛି ଚରଖାର ବଡ଼ ବଡ଼ ପ୍ରତିକୃତୀ। ସେଥିମଧ୍ୟରୁ କିଛି..

ନୋଏଡାସ୍ଥ ଚରଖା: ମହାତ୍ମା ଗାନ୍ଧୀଙ୍କର ୧୫୦ତମ ଜନ୍ମବାର୍ଷିକୀ ପାଳନ ଅବସରରେ ଉତ୍ତରପ୍ରଦେଶ, ନୋଏଡାସ୍ଥ ସେକ୍ଟର ୯୪ରେ ଏକ ବଡ଼ ଚରଖାର ଉନ୍ମୋଚନ କରାଯାଇଥିଲା। ଉକ୍ତ ଚରଖାଟି ତିଆରି ହୋଇଥିଲା ଓ୍ବେଷ୍ଟ ପ୍ଲାଷ୍ଟିକ୍‌ରେ। ୧୬୫୦ କି.ଗ୍ରା. ଓଜନର ଏହି ଚରଖା ଓ୍ବେଷ୍ଟ ପ୍ଲାଷ୍ଟିକରେ ତିଆରି ପୃଥିବୀର ସବୁଠାରୁ ବଡ଼ ଚରଖାର ମାନ୍ୟତା ପାଇଛି। ଉକ୍ତ ଚରଖା ଗାନ୍ଧୀଜୀଙ୍କର ସ୍ବଦେଶୀ ହେବାର ସ୍ବପ୍ନକୁ ଦର୍ଶାଇଥାଏ। ତା’ସହ ପ୍ଲାଷ୍ଟିକ୍‌ ମୁକ୍ତ ହେବାର ବାର୍ତ୍ତା ବି ବହନ କରେ। ଏଥିରେ ୧୨୫୦ କି.ଗ୍ରା. ବ୍ୟବହୃତ ପ୍ଲାଷ୍ଟିକର ବ୍ୟବହାର କରାଯାଇଛି।

ଦିଲ୍ଲୀ ବିମାନ ବନ୍ଦରରେ ଚରଖା: ସେହିଭଳି ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଇଣ୍ଟରନ୍ୟାଶନାଲ ଏୟାରପୋର୍ଟରେ ଅଛି ପୃଥିବୀର ସବୁଠାରୁ ବଡ଼ ଚରଖା। ଭାରତର ସମୃଦ୍ଧ ସଂସ୍କୃତିର ନିଦର୍ଶନ ହେଉଛି ଏହି ଚରଖା। ୪ ଟନ୍‌ର ଉକ୍ତ ଚରଖା ଉଚ୍ଚମାନର ବର୍ମା ଟିକ୍‌ ଉଡ୍‌ ବା ବର୍ମା ଶାଗୁଆନ୍‌ କାଠରେ ତିଆରି। ୧୭ ଫୁଟ୍‌ ଉଚ୍ଚ, ୯ ଫୁଟ୍‌ ଓସାର ଓ ୩୦ ଫୁଟ୍‌ ଲମ୍ବା ଏହି ଚରଖାଟି ୫୫ ଦିନରେ ଗୁଜୁରାଟ, ଅହମ୍ମଦାବାଦର ୪୨ ଜଣ କାଠ କାରିଗରଙ୍କ ଦ୍ୱାରା ନିର୍ମିତ ହୋଇଥିଲା।

କୋଏମ୍ବାଟୋର ଚରଖା ପ୍ରତିକୃତୀ: କୋଏମ୍ବାଟୋର୍‌ର ରେସ୍‌ କୋର୍ସ ରୋଡ୍‌ରେ ୧୫ ଫୁଟ ଲମ୍ବ, ୯ ଫୁଟ ଉଚ୍ଚତାର ଏକ ଚରଖା ସ୍ଥାପନ କରାଯାଇଛି। ପ୍ରାୟ ସାଢେ ଛଅ ଫୁଟ୍‌ ଓସାରର ଏହି ଚରଖା ସ୍ବାଧୀନତା ସଂଗ୍ରାମରେ ମୁଖ୍ୟ ଭୂମିକା ନିର୍ବାହ କରିଥିବା ମହାତ୍ମା ଗାନ୍ଧୀଙ୍କ ଚରଖାର ଏକ ପ୍ରତିରୂପ। ଆଜିକାର ଯୁବପିଢିଙ୍କ ମଧ୍ୟରେ ଖଦୀ ଆନ୍ଦୋଳନ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ହେଉଛି ଏହି ପ୍ରତିକୃତୀର ଉଦ୍ଦେଶ୍ୟ।


Enter your email to get our daily news in your inbox.

All Right Reserved By Dharitri.Com

ମହିଳାଙ୍କଠାରୁ ଟଙ୍କା ଭର୍ତ୍ତି ବ୍ୟାଗ୍‌ ଝାମ୍ପିନେଲା ମାଙ୍କଡ଼, ପୋଲିସ ପହଞ୍ଚିବା ପରେ ଯାହା ଘଟିଲା…

ଅଯୋଧ୍ୟାରୁ ସୋସିଆଲ ମିଡିଆରେ ମାଙ୍କଡ଼ର ଏକ କାରନାମା ସାମ୍ନାକୁ ଆସିଛି। ଜଣେ ମହିଳାଙ୍କଠାରୁ ଟଙ୍କା ବ୍ୟାଗ୍‌ ଝାମ୍ପିନେଇ ମାଙ୍କଡ଼ ପଳାଇଗଲା। ମହିଳା ଏବଂ ପାଖରେ ଥିବା ଲୋକମାନେ…

ହଠାତ୍‌ ଟ୍ରେନ୍‌ ଟ୍ରାକ୍‌କୁ ଚାଲିଆସିଲେ ହାତୀପଲ, ବନ କର୍ମଚାରୀ କଲେ ଏମିତି କାମ, ସମସ୍ତେ ଆଶ୍ଚର୍ଯ୍ୟ…

ଆସାମର ହୋଜାଇ ଜିଲାରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି। ଯାହାକି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି। ରାଜଧାନୀ ଏକ୍ସପ୍ରେସ୍‌ ଯିବାକୁ ଥିବାବେଳେ ହଠାତ୍‌ ଟ୍ରେନ୍‌ ଟ୍ରାକ୍‌କୁ ହାତୀପଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri