ଆମେ ଦାୟୀ

ଗତବର୍ଷ ସେପ୍ଟେମ୍ବର ପ୍ରାରମ୍ଭରେ ଟାଟା ସନ୍ସର ପୂର୍ବତନ ଅଧ୍ୟକ୍ଷ ସାଇରସ୍‌ ମିସ୍ତ୍ରୀଙ୍କର ସଡ଼କ ଦୁର୍ଘଟଣାରେ ମୃତ୍ୟୁ ଓ ଡିସେମ୍ବର ଶେଷ ଆଡ଼କୁ କ୍ରିକେଟର ରିଷଭ ପନ୍ତ ଆହତ ହେବା ପରେ ଦିଲ୍ଲୀରେ ଏବକାର କାର୍‌ ଦୁର୍ଘଟଣାରେ ଯୁବତୀଙ୍କ ମୃତ୍ୟୁ ସଡ଼କ ଦୁର୍ଘଟଣା ବିତର୍କକୁ ଉଜାଗର କରିଛି। ଦିଲ୍ଲୀରେ ଏକ କାର୍‌ ଜଣେ ସ୍କୁଟି ଚଳିକାଙ୍କୁ ଧକ୍କାଦେବା ପରେ ତାଙ୍କୁ ୧୩ କି.ମି ଘୋଷାଡ଼ି ନେବା ଫଳରେ ତାଙ୍କର ମୃତ୍ୟୁ ଘଟିଛି। ତେବେ ମୃତକଙ୍କ ସହ ଥିବା ଅନ୍ୟଜଣେ ଯୁବତୀ ସାମାନ୍ୟ ଆହତ ହୋଇ ଘଟଣାସ୍ଥଳରୁ ଦୌଡ଼ି ପଳାଇ ଜୀବନ ରକ୍ଷା କରିଛନ୍ତି। ଆଶ୍ଚର୍ଯ୍ୟର ବିଷୟ, ଦୁର୍ଘଟଣା ଘଟାଇଥିବା ୫ ଜଣ ଅଭିଯୁକ୍ତଙ୍କ ମଧ୍ୟରେ ଜଣେ ଭାରତୀୟ ଜନତା ପାର୍ଟିର ବୋଲି ଏଏପି ଓ କଂଗ୍ରେସ ଅଭିଯୋଗ ଆଣିବା ପରେ ରାଜନୀତି ଆରମ୍ଭ ହୋଇଯାଇଛି। କିନ୍ତୁ ସଡ଼କ ଦୁର୍ଘଟଣାର ଗମ୍ଭୀରତାକୁ ନେଇ ସେଭଳି ଚିନ୍ତାପ୍ରକଟ କରାଯାଉନାହିଁ। ଦେଖିବାକୁ ଗଲେ ଭାରତରେ ସଡ଼କ ଦୁର୍ଘଟଣା ସଂଖ୍ୟା ଓ ଏଥିଜନିତ ମୃତ୍ୟୁ ଅତ୍ୟନ୍ତ ଚିନ୍ତାଜନକ। ସାରା ବିଶ୍ୱକୁ ଦେଖିଲେ ଭାରତରେ ସର୍ବାଧକ ସଡ଼କ ଦୁର୍ଘଟଣାରେ ସବୁଠୁ ବେଶି ଲୋକଙ୍କ ମୃତ୍ୟୁ ହେଉଛି। ଜାତୀୟ ଅପରାଧ ରେକର୍ଡ ବ୍ୟୁରୋ ଅନୁଯାୟୀ, ୨୦୨୧ରେ ରାସ୍ତା ଦୁର୍ଘଟଣାରେ ପାଖାପାଖି ୧.୫୪ ଲକ୍ଷ ଲୋକ ମୃତ୍ୟୁମୁଖରେ ପଡ଼ିଛନ୍ତି। ଏମାନଙ୍କ ମଧ୍ୟରେ ପ୍ରାୟ ଅଧା ଦୁଇଚକିଆ ଗାଡ଼ି ଚାଳକ। ଏପରି କି ଗତବର୍ଷ ସଡ଼କ ପରିବହନ ଓ ରାଜପଥ ମନ୍ତ୍ରଣାଳୟ ଦ୍ୱାରା କରାଯାଇଥିବା ଅନୁଧ୍ୟାନରୁ ଜଣାପଡ଼ିଛି ଯେ, ଦେଶରେ ସଡ଼କ ଦୁର୍ଘଟଣାରେ ବର୍ଷକୁ ସାମାଜିକ ଓ ଆର୍ଥିକ କ୍ଷତି ପରିମାଣ ୧,୪୭,୧୧୪ କୋଟି ଟଙ୍କାରୁ ଅଧିକ, ଯାହା ଦେଶର ମୋଟ ଘରୋଇ ଉତ୍ପାଦର ୦.୭୭ ପ୍ରତିଶତ।
ଭାରତରେ ସଡ଼କ ଦୁର୍ଘଟଣା ଉଦ୍‌ବେଗଜନକ ଭାବେ ବୃଦ୍ଧି ପାଇବାର ମୁଖ୍ୟ କାରଣଗୁଡ଼ିକ ହେଲା-ଦ୍ରୁତଗତିରେ ଗାଡ଼ି ଚଳାଚଳ, ମଦ ପିଇ କିମ୍ବା ମୋବାଇଲରେ କଥା ହୋଇ ଗାଡ଼ି ଚଳାଇବା, ଭୁଲ୍‌ ପଟେ ଗାଡ଼ି ଚଳାଚଳ, ଯାନବାହନ ଡିଜାଇନ୍‌ରେ ତ୍ରୁଟି ଓ ଗାଡ଼ିଗୁଡ଼ିକର ଖରାପ ଅବସ୍ଥା ଏବଂ ରାସ୍ତା ନିର୍ମାଣରେ ବୈଷୟିକ ତ୍ରୁଟି। ଯେତେ ସଚେତନ କରାଗଲେ ମଧ୍ୟ ଦୁଇଚକିଆ ଯାନ ଚଲାଇବା ବେଳେ ହେଲମେଟ୍‌ ଓ ଚାରିଚକିଆ ଯାନରେ ସିଟ୍‌ବେଲ୍ଟ ବ୍ୟବହାରକୁ ଅଣଦେଖା କରି ଲୋକେ ନିଜ ଜୀବନ ପ୍ରତି ବିପଦ ସୃଷ୍ଟି କରୁଛନ୍ତି। ଅନେକ ଦୁର୍ଘଟଣା ରାସ୍ତାର ଶୋଚନୀୟ ଅବସ୍ଥା ଯୋଗୁ ମଧ୍ୟ ଘଟୁଛି। ଅନ୍ୟପକ୍ଷରେ ଗତ ଦୁଇ ଦଶନ୍ଧି ମଧ୍ୟରେ ଦୁଇଚକିଆ ଏବଂ ଚାରିଚକିଆ ଯାନ ନିର୍ମାଣ ଓ ବିକ୍ରି ବହୁଗୁଣିତ ହୋଇଛି। ଟିକସ ଆକାରରେ ସରକାର ବହୁ ଅର୍ଥ ପାଇଲେ ମଧ୍ୟ ସମାନୁପାତିକ ଭାବେ ସଡ଼କର ଉନ୍ନତୀକରଣ ବା ଦୁର୍ଘଟଣାମୁକ୍ତ ରାସ୍ତା ନିର୍ମାଣ ହୋଇପାରୁନାହିଁ। ଉପରୋକ୍ତ ଯାହା ଲେଖିଲୁ ତାହା ହେଉଛି ସମସ୍ୟା, ଯାହାକୁ ସମସ୍ତେ ଜାଣନ୍ତି ଓ ହୃଦ୍‌ବୋଧ କରନ୍ତି। କିନ୍ତୁ ରାସ୍ତା ଦୁର୍ଘଟଣା ସୀମିତ କାରଣରୁ କିମ୍ବା ସରକାରଙ୍କ ବିଫଳତାରୁ ଘଟୁ ନାହିଁ। ଦେଶରେ ରାସ୍ତାକୁ ବ୍ୟବହାର କରୁଥିବା ପ୍ରତ୍ୟେକ ନାଗରିକ ସଡ଼କ ସୁରକ୍ଷା ପାଇର୍ଁ ଦାୟୀ। ପିଲାଙ୍କୁ ପାଠ ପଢ଼ାଇ ଭଲ କ୍ୟାରିୟର ତିଆରି କରାଇବା ପାଇଁ ମାତାପିତାଙ୍କ ମଧ୍ୟରେ ଥିବା ପରୀକ୍ଷା ମାର୍କ୍ସ ପାଇଁ ବ୍ୟାକୁଳତାକୁ ବୁଝିହୁଏ। ସେହିଭଳି ବ୍ୟାକୁଳତା ବିଦେଶରେ ପିଲାଙ୍କର ଗାଡ଼ି ଚଳାଇବା ଲାଇସେନ୍ସ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ନିମନ୍ତେ ଦେଖାଯାଏ। ଭାରତରେ କୌଣସି ପରିବାରରେ ପିଲା ଗାଡ଼ି ଚଳାଇବାର ଦକ୍ଷତା ପାଇଁ ଲାଇସେନ୍ସ ହାସଲ କଲେ କେହି ଉତ୍‌ଫୁଲ୍ଲିତ ହେବା ଦେଖାଯାଏ ନାହିଁ। କାରଣ ଏହି ଦେଶରେ ସମ୍ଭବତଃ କେହି ଜଣେ ବି ବାସ୍ତବରେ ଗାଡ଼ି ଚାଳକ ଲାଇସେନ୍ସ ପାଇଁ କୌଣସି ପରୀକ୍ଷା ଦେଇନାହାନ୍ତି। ଯେତେବେଳେ ଏହି ମୌଳିକ ସ୍ତରରେ କାହାରିକୁ ରାସ୍ତା ନିୟମାବଳୀ ଶିଖାଯାଉନାହିଁ ସେଭଳି ଦେଶରେ ରାସ୍ତା ଦୁର୍ଘଟଣା ସର୍ବାଧିକ ହେବା ସ୍ବାଭାବିକ।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

କଠିନ ବର୍ଜ୍ୟକୁ ମାତ୍ର ୮ ଘଣ୍ଟା ମଧ୍ୟରେ ନ୍ୟୁଟ୍ରିଣ୍ଟ ପରିପୂର୍ଣ୍ଣ ଖତରେ ପରିଣତ କରିପାରୁଛି ଗୋଲ୍‌ଡ କମ୍ପୋଷ୍ଟର। ‘ଓ୍ବେଷ୍ଟ ଇଜ୍‌ ଗୋଲ୍‌ଡ ଟେକ୍‌ନୋଲୋଜି’ ଷ୍ଟାର୍ଟଅପ୍‌ ମାଧ୍ୟମରେ...

ଆଇନଜୀବୀ ଓ ଆଇନଜ୍ଞ ମଧୁବାବୁ

ସିତାଂଶୁ ମୋହନ ଦ୍ୱିବେଦୀ   ମହାତ୍ମା ଗାନ୍ଧୀ, ଚିତ୍ତରଞ୍ଜନ ଦାସ, ମୋତିଲାଲ ନେହେରୁ ଏବଂ ମଧୁସୂଦନ ଦାସ ପ୍ରମୁଖ ପ୍ରଖ୍ୟାତ ଆଇନଜୀବୀଗଣ ଆଇନଜ୍ଞ ଭାବରେ ତଥା...

ଖଣ୍ଡିଏ ଭୋଟ୍‌ର ମୂଲ୍ୟ

ଅଧ୍ୟାପକ ନିରଞ୍ଜନ ପାଢ଼ୀ   ନିର୍ବାଚନ ପାଇଁ ଆଉ ମାତ୍ର ଦିନ କେଇଟାର ଅପେକ୍ଷା। ଭାରତ ଭଳି ଏକ ବିଶାଳ ଗଣତନ୍ତ୍ରର ଭାଗ୍ୟଡୋରି ହାତକୁ ନେବା...

ହିନ୍ଦୁତ୍ୱର ସଙ୍କେତ

ଭାଷଣରେ ଲୋକ ପ୍ରତିନିଧିତ୍ୱ ଆଇନ ଉଲ୍ଲଂଘନ କରିଥିବା ଅଭିଯୋଗ ପ୍ରଧାନମନ୍ତ୍ରୀଙ୍କ ଉପରେ ଲଗାଯାଇଛି। ଏହି ଭାଷଣକୁ ବିରୋଧୀ ସାମ୍ପ୍ରଦାୟିକ ବୋଲି କହିଛି। ତାଙ୍କୁ ଅଯୋଗ୍ୟ ଘୋଷଣା...

ଏଇ ଭାରତରେ

ଶ୍ରମିକମାନଙ୍କୁ ହଳେ ସ୍ଲିପର ଓ ମହିଳାମାନଙ୍କୁ ରୋଜଗାର ଯୋଗାଇବା ଲାଗି ଦିବ୍ୟାଂଶୁ ଉପାଧ୍ୟାୟ ଏକ ଅଭିନବ ଅଭିଯାନ ଚଳାଇଛନ୍ତି। ଦିବ୍ୟାଂଶୁ ରହୁଛନ୍ତି ଉତ୍ତରପ୍ରଦେଶ ବନାରସରେ। ସେ...

ବାଲୁଚିସ୍ତାନ ସହ ବିଶ୍ବାସଘାତକତା

ଲଳିତେନ୍ଦୁ ପଲାଉରୀ ପାକିସ୍ତାନର ପ୍ରମୁଖ ପ୍ରଦେଶ ବାଲୁଚିସ୍ତାନ ଦୀର୍ଘ ୭୫ ବର୍ଷରୁ ଅଧିକ ସମୟ ଧରି ଅଲଗା ରାଷ୍ଟ୍ର ଦାବି କରୁଥିବା ବେଳେ ଦିନକୁ ଦିନ...

ସମ୍ବିଧାନ ବଦଳାଇବାକୁ ନେଇ ଆଶଙ୍କା

ଭାଲଚନ୍ଦ୍ର ଷଡ଼ଙ୍ଗୀ ଦେଶରେ ସାଧାରଣ ନିର୍ବାଚନ ପାଇଁ ପ୍ରଚାର ଅଭିଯାନ ଚାଲିଥିବା ବେଳେ ସମ୍ବିଧାନକୁ ନେଇ ଚର୍ଚ୍ଚା ଜୋର୍‌ ଧରିବାରେ ଲାଗିଛି। ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ...

Dillip Cherian

ଅଜବ ଅଭିଯୋଗ

ସାରା ଦେଶରେ ଏବେ ଲୋକ ସଭା ନିର୍ବାଚନକୁ ନେଇ ଉତ୍କଣ୍ଠା ପ୍ରକାଶ ପାଇଛି। ଏହା ମଧ୍ୟରେ ଭେଦଭାବପୂର୍ଣ୍ଣ କାର୍ଯ୍ୟ ଏବଂ ଅମଲାତାନ୍ତ୍ରିକ ଦ୍ୱନ୍ଦ୍ୱର ଏକ ବିଚିତ୍ର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri