ଘରେ ରହି ଅନ୍‌ଲାଇନ୍‌ରେ ପଢ଼ାଇବେ ଦୃଷ୍ଟିବାଧିତ ଅଧ୍ୟାପକ

ଭୁବନେଶ୍ୱର, ୨୫।୮(ବ୍ୟୁରୋ):  ୟୁଜି ଓ ପିଜି ଛାତ୍ରୀଛାତ୍ରଙ୍କୁ ଶିକ୍ଷାଦାନ ପାଇଁ ନୂଆ ଗାଇଡ୍‌ଲାଇନ୍‌ ଆସିଛି। ମହାମାରୀ କରୋନା କଟକଣା ସମୟରେ ଦୃଷ୍ଟିବାଧିତ ଅଧ୍ୟାପକଙ୍କୁ ଆଉ କଲେଜ ଆସିବାକୁ କୌଣସି ଆବଶ୍ୟକତା ନାହିଁ। ସେମାନେ ଏଣିକି ଘରେ ରହି ଅନ୍‌ଲାଇନ୍‌ରେ ପାଠ ପଢ଼ାଇପାରିବେ। ଏନେଇ ସୋମବାର ଉଚ୍ଚ ଶିକ୍ଷା ବିଭାଗ ସଚିବ ଶାଶ୍ୱତ ମିଶ୍ର ରାଜ୍ୟର ସମସ୍ତ ଡିଗ୍ରୀ କଲେଜ ଅଧ୍ୟକ୍ଷମାନଙ୍କୁ ଚିଠି ଲେଖି ଜଣାଇଛନ୍ତି। କରୋନା କଟକଣା ଯୋଗୁ ସବୁ ଶିକ୍ଷାନୁଷ୍ଠାନ ବନ୍ଦ ରହିଛି। ଏ ପରିସ୍ଥିତିରେ ଛାତ୍ରୀଛାତ୍ରଙ୍କୁ ସ୍କୁଲ ଓ କଲେଜ ଆସିବାକୁ ବାରଣ କରାଯାଇ ଅନ୍‌ଲାଇନ୍‌ ପାଠପଢ଼ା ବ୍ୟବସ୍ଥା କରାଯାଇଛି। ସେପଟେ ୟୁଜି ଓ ପିଜି ଶେଷ ସେମିଷ୍ଟର ପରୀକ୍ଷା ନେଇ ଉଚ୍ଚ ଶିକ୍ଷା ମନ୍ତ୍ରୀ ଅରୁଣ କୁମାର ସାହୁ କହିଛନ୍ତି ଯେ, ସୁପ୍ରିମକୋର୍ଟରେ ଶୁଣାଣି ସରିଛି। ସମସ୍ତ ରାଜ୍ୟ ସରକାର ଲିଖିତ ଆକାରରେ ଦେବା ପାଇଁ ସୁପ୍ରିମକୋର୍ଟ ତିନିଦିନ ସମୟ ଦେଇଥିଲେ। ଆମେ ଆମର ପକ୍ଷ ରଖିଛୁ। ବିକଳ୍ପ ବ୍ୟବସ୍ଥାରେ ମୂଲ୍ୟାୟନ କରିବାକୁ ରାଜ୍ୟ ସରକାର ପୂର୍ବରୁ ଯେଉଁ ନିଷ୍ପତ୍ତି ନେଇଥିଲେ, ସେନେଇ ସୁପ୍ରିମକୋର୍ଟରେ ପକ୍ଷ ରଖିଛୁ। ସୁପ୍ରିମକୋର୍ଟ ଯାହା ନିର୍ଦ୍ଦେଶ ଦେବେ ତାକୁ ଆମେ ମାନିବୁ ବୋଲି ମନ୍ତ୍ରୀ ସାହୁ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସିବିଏସ୍‌ଇ ଦ୍ୱାଦଶ ପ୍ରାକ୍ଟିକାଲ ପରୀକ୍ଷା ସମ୍ଭାବ୍ୟ ତାରିଖ ଘୋଷଣା

ଭୁବନେଶ୍ୱର, ୨୩ା୧୧(ବ୍ୟୁରୋ):ସେଣ୍ଟ୍ରାଲ୍‌ ବୋର୍ଡ ଅଫ୍‌ ସେକେଣ୍ଡାରୀ ଏଜୁକେଶନ (ସିବିଏସ୍‌ଇ) ଦ୍ୱାଦଶ ଶ୍ରେଣୀ ପ୍ରାକ୍ଟିକାଲ ପରୀକ୍ଷା ପାଇଁ ସମ୍ଭାବ୍ୟ ତାରିଖ ଘୋଷଣା କରିଛି। ଏ ନେଇ ରବିବାର...

ଆଜି ଉତ୍ତର, ପଶ୍ଚିମ ଓଡ଼ିଶାରେ ବର୍ଷା ସମ୍ଭାବନା

ଭୁବନେଶ୍ୱର, ୧୧।୮(ବ୍ୟୁରୋ)- ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଦୁର୍ବଳ ହୋଇଛି। ଏହା ଫଳରେ ରାଜ୍ୟରେ ବର୍ଷାର ପରିମାଣ କମିଯାଇଛି। ଶନିବାର ବଲାଙ୍ଗୀରରେ ସର୍ବାଧିକ ୧୨ ମିଲିମିଟର...

ସୁବିଧା ଥାଇ ରୋଗୀଙ୍କୁ ଶୋଷଣ

ଅନୁଗୋଳ ଅଫିସ, ୨୩।୨ଉତ୍ତମ ସ୍ବାସ୍ଥ୍ୟସେବା ଉପରେ ସରକାରଙ୍କ ପକ୍ଷରୁ ଗୁରୁତ୍ୱ ଦିଆଯାଉଛି। ସରକାରୀ ଚିକିତ୍ସାଳୟରେ ରୋଗୀଙ୍କୁ ସମସ୍ତ ସେବା ଯେପରି ନିଃଶୁଳ୍କ ମିଳିପାରିବ ସେ ନେଇ...

ରାଜ୍ୟ ଓକିଲ ସଂଘ ନିର୍ବାଚନ ସ୍ଥଗିତ

କଟକ ଅଫିସ୍‌,୧୬ା୪: ଓଡ଼ିଶା ରାଜ୍ୟ ଆଇନଜୀବୀ ପରିଷଦ ଅନୁବନ୍ଧିତ ସମସ୍ତ ଓକିଲ ସଂଘର ନିର୍ବାଚନ ଏପ୍ରିଲ୍‌ ୨୫ରେ ହେବାର ଥିଲା। ହେଲେ କରୋନା ଭୂତାଣୁ ଯୋଗୁ...

ବରିଷ୍ଠ ସାମ୍ବାଦିକଙ୍କ ପରଲୋକ

ଭୁବନେଶ୍ୱର,୨୭।୧୨(ବ୍ୟୁରୋ): ବରିଷ୍ଠ ସାମ୍ବାଦିକ ତଥା ‘ଧରିତ୍ରୀ’ର ଖବରଦାତା ପ୍ରଶାନ୍ତ ଦାଶଙ୍କ ଭାଇ ପ୍ରଭାତ ଦାଶ (୬୨)ଙ୍କ ଗୁରୁବାର ପରଲୋକ ହୋଇଛି। ରାଜଧାନୀର ଏକ ଘରୋଇ ହସ୍ପିଟାଲରେ...

ପାଟକୁରା ସ୍ବାଭିମାନର ପ୍ରଶ୍ନ, ଏଠାରେ ଟେବୁଲ ତଳ କାରବାର ଚଳିବ ନାହିଁ: ଦାମ

ଭୁବନେଶ୍ୱର,୭।୭(ବ୍ୟୁରୋ): ଆସନ୍ତା ଜୁଲାଇ ୨୦ରେ ପାଟକୁରା ବିଧାନସଭା ନିର୍ବାଚନ। ଏହା ପୂର୍ବରୁ ରାଜନୈତିକ ବାକ୍‌ ବିତଣ୍ଡା ଆରମ୍ଭ ହୋଇସାରିଛି। କଂଗ୍ରେସ ଭାଜପା ଓ ବିଜେଡିକୁ କଟାକ୍ଷ...

ଆମ୍ରିରେ ସିୟର ଓ୍ବେଭ ଇଲାଷ୍ଟୋଗ୍ରାଫି ଚିକିତ୍ସା ସୁବିଧା

ଭୁବନେଶ୍ୱର,୩୦।୭(ବ୍ୟୁରୋ): ଆମ୍ରି ହସ୍ପିଟାଲ୍ସ ଭୁବନେଶ୍ୱର ପକ୍ଷରୁ ସିୟର ଓ୍ବେଭ ଇଲାଷ୍ଟୋଗ୍ରାଫି ଚିକିତ୍ସା ସୁବିଧା ଶୁଭାରମ୍ଭ ହୋଇଛି। ଏହି ନୂଆ ଫାସିଲିଟି ଦ୍ୱାରା ହସ୍ପିଟାଲ ପରିସରରେ ଏକ...

ଶ୍ରମିକଙ୍କୁ ଆଣିବା ଆଗରୁ କରୋନା ପରୀକ୍ଷା ଜରୁରୀ

ଭୁବନେଶ୍ୱର, ୨୫ା୪(ବ୍ୟୁରୋ): କରୋନା ସ୍ଥିତିକୁ ନେଇ ସବୁ ରାଜ୍ୟର ସ୍ବାସ୍ଥ୍ୟମନ୍ତ୍ରୀଙ୍କ ସହିତ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ହର୍ଷବର୍ଦ୍ଧନ ଶୁକ୍ରବାର ଆଲୋଚନା କରିଛନ୍ତି। ରାଜ୍ୟ ସ୍ବାସ୍ଥ୍ୟମନ୍ତ୍ରୀ ନବକିଶୋର...

Advertisement


Archives

Model This Week