ଆମେରିକା ଦୂତାବାସ ଉପରେ ଆକ୍ରମଣକୁ ପୂରିଲା ୨୪ ବର୍ଷ

ୱାଶିଂଟନ,୮ ।୮: ପୂର୍ବ ଆଫ୍ରିକାରେ ଆମେରିକା ଦୂତାବାସ ଉପରେ ୧୯୯୮ରେ ହୋଇଥିବା ବୋମାମାଡ ଘଟଣାକୁ ୨୪ ବର୍ଷ ପୂରଣ ହୋଇଛି । ଏହାକୁ ନେଇ ଆମେରିକା ଏକ ବୟାନ ଜାରି କରିଛି । ଆମେରିକା କହିଛି, ସେ ଅଲ-କାଏଦା ନେତା ଅୟମାନ ଅଲ-ଜବାହିରିଙ୍କ ବିରୋଧରେ ନିର୍ଣ୍ଣାୟକ କାର୍ଯ୍ୟନୁଷ୍ଠାନ ନେଇ ପୁଣିଥରେ ସ୍ପଷ୍ଟ କରି ଦେଇଛି କି ଦେଶ ଆତଙ୍କବାଦ ବିରୋଧରେ କାର୍ଯ୍ୟନୁଷ୍ଠାନ ନେବାକୁ ସବୁବେଳେ ପ୍ରସ୍ତୁତ ରହିଛି । ଜବାହିରି ୧୯୯୮ ଆକ୍ରମଣର ମାଷ୍ଟରମାଇଣ୍ଡ ଥିଲେ ।
ସୂଚନାଯୋଗ୍ୟ, ୧୯୯୮, ଅଗଷ୍ଟ ୭ରେ ଆଫ୍ରିକାରେ ନୈରୋବି, କେନିୟା ଓ ତାଞ୍ଜାନିଆର ଡାର ଏସ ସଲାମର ଆମେରିକା ଦୂତାବାସ ସାମ୍ନାରେ ପ୍ରାୟ ଗୋଟିଏ ସମୟରେ ବୋମା ବିସ୍ଫୋରଣ କରାଯାଇଥିଲା । ଫେଡରାଲ ବ୍ୟୁରୋ ଅଫ ଇନଭେଷ୍ଟିଗେଶନ ବା ସଂଘିୟ ଯାଞ୍ଚ ବ୍ୟୁରୋର ରିପୋର୍ଟ ଅନୁଯାୟୀ, ବିସ୍ଫୋରଣରେ ୧୨ ଆମେରିକା ନାଗରିକଙ୍କ ସମେତ ୨୨୪ ଜଣଙ୍କ ମୃତ୍ୟୁ ହୋଇଥିଲା । ଏହାସହ ୪,୫୦୦ରୁ ଅଧିକ ଲୋକ ଆହତ ହୋଇଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ସେଫ୍ ହାଉସ ସିଫ୍ଟ ହେଲେ ବାଇଡେନ

ୱାଶିଂଟନ,୫ ।୬: ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ସୁରକ୍ଷାରେ ସାମାନ୍ୟ ଢିଲା ନଜର ଆସିଛି । ଡୋଲାବେୟରର ରେହୋବୋଥ ବିଚରେ ଛୁଟି କାଟିବାକୁ ଯାଇଥିବା ବାଇଡେନଙ୍କ...

କରୋନା ୫୦ କୋଟି ଲୋକଙ୍କୁ ଗରିବ କରିପାରେ

ଲଣ୍ଡନ,୧୦।୪: କରୋନା ଭାଇରସ୍‌ ଏବେ ପୃଥିବୀର ୨୦୯ ରାଷ୍ଟ୍ରକୁ ବ୍ୟାପି ୮୩ ହଜାରରୁ ଅଧିକ ଲୋକଙ୍କ ଜୀବନ ନେଇ ସାରିଲାଣି। ଏହା ବିଶ୍ୱ ଅର୍ଥନୀତି ଉପରେ...

ବିଦେଶୀ ମିଡିଆକୁ ଏଲ୍‌ଓସି ବୁଲାଇଲା ପାକ୍‌

ଇସ୍‌ଲାବାବାଦ,୩୦-୮ (ଆଇଏଏନ୍‌ଏସ୍‌):କଶ୍ମୀର ପ୍ରସଙ୍ଗରେ ବିଶ୍ୱବ୍ୟାପୀ ଡିଣ୍ଡିମ ପିଟି ଅନ୍ତର୍ଜାତୀୟ ସମୁଦାୟର ଦୃଷ୍ଟି ଆକର୍ଷଣ କରୁଥିବା ପାକିସ୍ତାନ ଗୁରୁବାର ବିଦେଶୀ ମିଡିଆକୁ ନିୟନ୍ତ୍ରଣରେଖା (ଏଲ୍‌ଓସି) ବୁଲାଇଛି। ଏହାସହ ଭାରତ...

ମଙ୍ଗଳ -୨୦୨୦ ରୋଭର୍‌ର ‘ଆଏ’ ଟେଷ୍ଟ କଲା ନାସା

ଓ୍ବଶିଂଟନ: ମଙ୍ଗଳକୁ ନାସାର ରୋବୋଟିକ ମିଶନ-ଦି ମାର୍ସ ୨୦୨୦ ରୋଭର ମଙ୍ଗଳ ପୃଷ୍ଠର କିଭଳି ଭଲଭାବେ ଫଟୋ ନେଇପାରିବ ତାହା ଉପରେ ଏକ ପରୀକ୍ଷା କରାଯାଇଛି।...

ନବଜାତ ଶିଶୁକନ୍ୟାକୁ ସମୁଦ୍ରରେ ଫିଙ୍ଗି ଦେଇଥିଲେ ମହିଳା, ହୋଇପାରେ ମୃତ୍ୟୁଦଣ୍ଡ

ନ୍ୟୁୟର୍କ,୧୭ା୧୨: ୨୦୧୮ରେ ଆମେରିକାର ଜଣେ ଭାରତୀୟ ବଂଶୋଭବ ମହିଳା ନିଜର ନବଜାତ ଶିଶୁକନ୍ୟାକୁ ଫ୍ଲୋରିଡାର ସମୁଦ୍ରରେ ଫିଙ୍ଗି ଦେଇଥିଲେ। ଯେଉଁଥିପାଇଁ ଶିଶୁକନ୍ୟାର ମୃତ୍ୟୁ ଘଟିଥିଲା। ଏହି ଘଟଣାରେ...

ତହଉର ରାଣା ପ୍ରତ୍ୟର୍ପଣ ମାମଲା ଶୁଣାଣି ଫେବୃୟାରୀ ୧୨ରେ

ଓ୍ବାଶିଂଟନ୍‌, ୧।୧୨(ପି.ଟି.): ୨୬/୧୧ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣ ସହ ସମ୍ପୃକ୍ତ ପାକିସ୍ତାନୀ ବଂଶୋଦ୍ଭବ କାନାଡ଼ା ବ୍ୟବସାୟୀ ତହଉର ରାଣା ପ୍ରତ୍ୟର୍ପଣ ମାମଲାର ଶୁଣାଣି ଫେବୃୟାରୀ ୧୨ରେ...

ମୋଦି ଆସିିବେ ଇସଲାମାବାଦ୍‌, ଭାରତ-ପାକିସ୍ତାନ ମଧ୍ୟରେ ଜାରି ରହିଛି ଆଲୋଚନା, ପାକିସ୍ତାନୀ କୁବେରଙ୍କ ଦାବି…

ଇସଲାମାବାଦ୍‌, ୩।୨ : ଭାରତ ଏବଂ ପାକିସ୍ତାନର ସମ୍ପର୍କକୁ ନେଇ ପାକିସ୍ତାନର ବିଲିୟନେୟାର ବ୍ୟବସାୟୀ ମିଆଁ ମାଂଶା ଦାବି କରିଛନ୍ତି। ମିଆଁ ମାଂଶା କହିଛନ୍ତି ଯେ...

ଡାଇବେଟିସ୍‌ ଆକ୍ରାନ୍ତଙ୍କ ପାଇଁ ଆଡଭାଇଜରୀ ଜାରି, ମେଟଫର୍ମିନ ସେବନ କରୁଥିବା ବ୍ୟକ୍ତି ଯାଞ୍ଚ୍‌ କରନ୍ତୁ ବି-୧୨ସ୍ତର…

ଲଣ୍ଡନ, ୨୩।୬ : ଡାଇବେଇଟିସ୍‌ ସମସ୍ୟା ଭୋଗୁଥିବା ଲୋକେ ଯେଉଁମାନେ ନିୟମିତ ଭାବରେ ମେଟଫର୍ମିନ ଟାବଲେଟ ନିଅନ୍ତି, ସେମାନଙ୍କ ଭିଟାମିନ ବ-୧୨ ସ୍ତରକୁ ନିୟମିତ ବ୍ୟବଧାନରେ...

Advertisement
Archives

Model This Week