Posted inଜାତୀୟ

ବଡ଼ ଖୁଲାସା କଲେ ଧର୍ମେନ୍ଦ୍ର; ଭାଜପା ଛାଡ଼ି ଏହି ଦଳରେ ହେବେ ସାମିଲ, ସାମ୍ନାକୁ ଆସିଲା ଫଟୋ

ଲକ୍ଷ୍ନୌ,୧୧।୧୦: ଭାଜପାରୁ ଇସ୍ତଫା ଦେଇଥିବା ଉତ୍ତରପ୍ରଦେଶର ଆଁଓଲା ଲୋକସଭା ଆସନର ପୂର୍ବତନ ଏମପି ଧର୍ମେନ୍ଦ୍ର କଶ୍ୟପ ରବିବାର ଲକ୍ଷ୍ନୌରେ ସମାଜବାଦୀ ପାର୍ଟି (ସପା) ମୁଖ୍ୟ ଅଖିଳେଶ ଯାଦବଙ୍କୁ ଭେଟିଛନ୍ତି । ଏହି ସାକ୍ଷାତ ସମୟରେ ଧର୍ମେନ୍ଦ୍ରଙ୍କ ଝିଅ କୀର୍ତ୍ତି କଶ୍ୟପଙ୍କ ସମେତ ବରେଲିର କିଛି ସପା ନେତା ମଧ୍ୟ ଉପସ୍ଥିତ ଥିଲେ । ଏହି ଭେଟଘାଟ ପରେ ଧର୍ମେନ୍ଦ୍ର ସପାରେ ଯୋଗଦେଇପାରନ୍ତି ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଛି।

ଅନ୍ୟପଟେ, ଅଖିଳେଶ ଯାଦବ ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ରେ ଏହି ସାକ୍ଷାତକୁ ସୌଜନ୍ୟମୂଳକ ସାକ୍ଷାତ ବୋଲି ଉଲ୍ଲେଖ କରିଛନ୍ତି। ତେବେ ଧର୍ମେନ୍ଦ୍ର କଶ୍ୟପ କିମ୍ବା ତାଙ୍କ ଝିଅଙ୍କ ସପାରେ ଯୋଗଦାନ ନେଇ ଆନୁଷ୍ଠାନିକ ଘୋଷଣା ହୋଇଥିବା ସୂଚନା ମିଳିନାହିଁ। ଅଖିଳେଶ ଯାଦବ ନିଜ ପୋଷ୍ଟରେ ଲେଖିଛନ୍ତି ଯେ ଆଁଓଲା ଲୋକସଭା ଆସନରୁ ଦୁଇଥର ଏମପି ହୋଇଥିବା ଧର୍ମେନ୍ଦ୍ର କଶ୍ୟପଙ୍କ ସହ ପିଡିଏ ଆନ୍ଦୋଳନକୁ ଅଧିକ ସକ୍ଷମ, ସଶକ୍ତ ଓ ସକ୍ରିୟ କରିବା ପାଇଁ ମିଳିତ ପ୍ରୟାସ ସମ୍ପର୍କରେ ଆଲୋଚନା ହୋଇଛି।ଅଖିଳେଶଙ୍କ ମତରେ, ପିଡିଏ ଆନ୍ଦୋଳନ ନିର୍ଯାତିତ, ଦୁଃଖିତ ଓ ଅପମାନିତ ଲୋକଙ୍କୁ ସମ୍ମାନ ଏବଂ ଉପଯୁକ୍ତ ସ୍ଥାନ ଦେବାର ଲକ୍ଷ୍ୟ ରଖିଛି।

ସୂଚନା ଅନୁସାରେ, ଧର୍ମେନ୍ଦ୍ର କଶ୍ୟପ ନିଜ ଝିଅ କୀର୍ତ୍ତି କଶ୍ୟପଙ୍କୁ ଉତ୍ତରପ୍ରଦେଶର ବିଥରୀ ଚୈନପୁର ବିଧାନସଭା ଆସନରୁ ନିର୍ବାଚନ ଲଢ଼ାଇବାକୁ ଚାହୁଁଥିବା କହିଥିଲେ । ଏହି ଆସନର ସଂଖ୍ୟା ୧୨୩। ଅଖିଳେଶଙ୍କ ସହ ସାକ୍ଷାତ ସମୟରେ ଏହି ପ୍ରସଙ୍ଗ ଉଠିଥିବା ଖବର ପ୍ରକାଶ ପାଇଛି । ତେବେ କୀର୍ତ୍ତିଙ୍କ ପ୍ରାର୍ଥୀତ୍ୱ ନେଇ ସପା ପକ୍ଷରୁ କୌଣସି ଆନୁଷ୍ଠାନିକ ଘୋଷଣା ହୋଇନାହିଁ।

ଭାଜପା ଛାଡ଼ିବା ପୂର୍ବରୁ ଧର୍ମେନ୍ଦ୍ର କଶ୍ୟପ ଦଳରେ ତାଙ୍କୁ ସମ୍ମାନ ମିଳୁନଥିବା ଏବଂ କିଛି ଲୋକ ନିର୍ବାଚନ ସମୟରେ ତାଙ୍କୁ ସହଯୋଗ କରୁନଥିବା ଅଭିଯୋଗ କରିଥିଲେ । ଦଳ ଭିତରେ ତାଙ୍କ ସହ ବିଶ୍ୱାସଘାତ ହେଉଥିବା ମଧ୍ୟ ସେ କହିଥିଲେ । ଏହି କାରଣରୁ ସେ ନିଜ ଇଚ୍ଛାରେ ଇସ୍ତଫା ଦେଇଥିବା ପ୍ରକାଶ କରିଥିଲେ।

ଧର୍ମେନ୍ଦ୍ର କଶ୍ୟପ ଓ ତାଙ୍କ ଝିଅଙ୍କ ସହ ଅଖିଳେଶ ଯାଦବଙ୍କ ସାକ୍ଷାତ ସମୟରେ ସପାର ଜିଲା ସଭାପତି ଶୁଭଲେଶ ଯାଦବ, ପୂର୍ବତନ ରାଜ୍ୟସଭା ଏମପି ବୀରପାଲ ସିଂହ ଯାଦବ ଏବଂ ପୂର୍ବତନ ମନ୍ତ୍ରୀ ଭଗବତ ଶରଣ ଗଙ୍ଗୱାର ଉପସ୍ଥିତ ଥିବା ରିପୋର୍ଟରେ କୁହାଯାଇଛି। ବୀରପାଲ ସିଂହ ଯାଦବ ମଧ୍ୟ ସୋସିଆଲ ମିଡିଆରେ ଏହି ସାକ୍ଷାତର ଫଟୋ ସେୟାର କରିଛନ୍ତି।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ବୟସ୍କଙ୍କ ଭତ୍ତା ପାଇଁ ରାଜ୍ୟ ସରକାରଙ୍କ ହାତ ଖୋଲା:  ନୂଆ ହିତାଧିକାରୀଙ୍କୁ ଭତ୍ତା ବାଣ୍ଟିଲେ ବିଧାୟକ

ମହାକାଳପଡ଼ା, ୧୩।୧୧ (ପ୍ରତାପ ଚନ୍ଦ୍ର ସ୍ୱାଇଁ): ରାଜ୍ୟ ସରକାର ତୃଣମୂଳ ସ୍ତରରେ ବୟସ୍କଙ୍କ ପାଇଁ ନୂଆ ଭତ୍ତା ପ୍ରଦାନ କରିବାକୁ ହାତ ଖୋଲି ଦେଇଛନ୍ତି। ଏହି ପରିପ୍ରେକ୍ଷୀରେ…

ରାଜଧାନୀରେ ନୂଆପଡ଼ା ସୁଆଦିଆ ଆତର ଚାହିଦା

ନୂଆପଡ଼ା,୧୩ା୧୧(ମକାରୁ ବେମାଲ): ରାଜଧାନୀ ଭୁବନେଶ୍ୱରରେ ନୂଆପଡ଼ା ଆତର ଚାହିଦା ଦେଖିବାକୁ ମିଳିଛି। କୋମନା ବ୍ଲକ ଅଞ୍ଚଳର ବିଭିନ୍ନ ଗାଁରୁ ଯାଉଥିବା ସୁଆଦିଆ ଫଳ ଆତ (ରେକଟା, ବଡହଳ)…

ଦୀର୍ଘ ଅପେକ୍ଷାର ଅନ୍ତ! ୨୩୫ ନୂଆ ହିତାଧିକାରୀଙ୍କୁ ଭତ୍ତା ପ୍ରଦାନ

ଥୁଆମୂଳ ରାମପୁର, ୧୩/୧୧ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ସମ୍ମିଳନୀ କକ୍ଷରେ ଶୁକ୍ରବାର ଏକୀକୃତ ପେନ୍‌ସନ୍‌ ପରିଚାଳନା ପୋର୍ଟାଲ (ୟୁପିଏମ୍‌ପି) ଜରିଆରେ ମଧୁବାବୁ…

ଆସାମରେ ମର୍ମନ୍ତୁଦ ଦୁର୍ଘଟଣା: କଣ୍ଟେନର ଟ୍ରକ୍‌ ସହ ମିନି ବସ୍‌ ମୁହାଁମୁହିଁ, ଚାଲିଗଲା ୨୩ ଯାତ୍ରୀଙ୍କ ଜୀବନ

କାଜିରଙ୍ଗା,୧୩।୧୧: ଆସାମ କାଜିରଙ୍ଗାରେ ଶୁକ୍ରବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ କଣ୍ଟେନର ଟ୍ରକ୍‌ ସହ ମିନି ବସ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି। ଦୁର୍ଘଟଣାରେ…

ନୂଆ ଭତ୍ତାଧାରୀଙ୍କ ମୁହଁରେ ହସ, ଦୁଇ ମାସର ଟଙ୍କା ପ୍ରଦାନ

ହାଟଡିହୀ/ଛେନାପଦୀ, ୧୩/୧୧ (ଶୁଭକାନ୍ତ ନାୟକ/ନିରାକାର ପରିଡ଼ା): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ କାର୍ଯ୍ୟାଳୟ ପରିସରରେ ଶୁକ୍ରବାର ନୂତନ ହିତାଧିକାରୀଙ୍କୁ ଭତ୍ତା ବଣ୍ଟନ କରାଯାଇଛି। ବ୍ଲକର ୨୬୧୨ ଜଣ…

ଗୁଡ଼ାରି ବନ ବିଭାଗ ପକ୍ଷରୁ ବାଘଛାଲ ଜବତ, ୪ ଅଟକ

ଗୁଡ଼ାରି, ୧୩।୧୧ (ପ୍ରମୋଦ କୁମାର ପତି): ଗୁଡ଼ାରି ବନ ବିଭାଗକୁ ମିଳିଛି ବଡ଼ ସଫଳତା। ଗୁଡ଼ାରି ରେଞ୍ଜ ଅନ୍ତର୍ଗତ କର୍ଣ୍ଣପାଡ଼ୁ ଶିବ ମନ୍ଦିର ନିକଟରେ ବାଘଛାଲ ବିକ୍ରି…

ପୁରୀ ବଡ଼ଦାଣ୍ଡରେ ଭୟଙ୍କର ବିସ୍ଫୋରଣ: ୪ ଗୁରୁତର

ପୁରୀ,୧୩।୧୧(ଅଜିତ୍‌ କୁମାର ମହାନ୍ତି): ପୁରୀ ବଡ଼ଦାଣ୍ଡରେ ଶୁକ୍ରବାର ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ବଡ଼ଦାଣ୍ଡରେ ଥିବା ଟିପି ହୋଟେଲରେ ଭୟଙ୍କର ବିସ୍ଫୋରଣ ଘଟି ୪ଜଣ ଗୁରୁତର…

ଭାରତର ପରାଜୟ ପଛରେ ୩ଟି ବଡ଼ କାରଣ, ଗମ୍ଭୀରଙ୍କ ଏହି ଭୁଲ ବଦଳାଇଦେଲା ମ୍ୟାଚର ମୋଡ଼

ନୂଆଦିଲ୍ଲୀ, ୧୩।୧୧: କୌଣସି ଦିନିକିଆ ମ୍ୟାଚରେ ୨୦୦ ରନରେ ପରାଜୟ ଏକ ଲଜ୍ଜାଜନକ ରେକର୍ଡ। ଶୁକ୍ରବାର ମାଉଣ୍ଟ ମାଉଙ୍ଗାନୁଇରେ ଶ୍ରେୟସ ଆୟରଙ୍କ ଅଧିନାୟକତ୍ୱରେ ଖେଳୁଥିବା ଭାରତୀୟ ଦଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?