ସମରାଭ୍ୟାସ ଶେଷରେ ଛକାପଞ୍ଝା

ବେଜିଂ/ତାଇପେଇ, ୮ା୮: ଆମେରିକା କଂଗ୍ରେସ ସ୍ପିକର ନାନ୍ସି ପେଲୋସିଙ୍କ ତାଇଓ୍ବାନ ଗସ୍ତରେ ପ୍ରତିକ୍ରିୟାଶୀଳ ହୋଇ ଚାଇନା ୪ ଦିନ ହେଲା ତାଇଓ୍ବାନ ପ୍ରଣାଳୀରେ ଚଳାଇଥିବା ବଡ଼ଧରଣର ସମରାଭ୍ୟାସ ରବିବାର ଶେଷ ହୋଇଛି। ତାଇଓ୍ବାନ ସେନା ମଧ୍ୟ ଚାଇନା ଯୁଦ୍ଧ ଜାହାଜ ଏବଂ ଯୁଦ୍ଧପୋତକୁ ନିଜ ସୀମାରୁ ହଟାଇବା ପାଇଁ ଦକ୍ଷତା ପ୍ରଦର୍ଶନ କରିଛି। ଫଳରେ ଚାଇନା ଓ ତାଇଓ୍ବାନ ମଧ୍ୟରେ କିଛି ଦିନ ହେଲା ‘ମୂଷା-ବିଲେଇ’ ପରି ଛକାପଞ୍ଝା ଦେଖିବାକୁ ମିଳିଛି। ଶେଷଦିନରେ ତାଇଓ୍ବାନ ପ୍ରଣାଳୀରେ ବେଜିଂ ଓ ତାଇପେଇର ପ୍ରାୟ ୨୦ ଯୁଦ୍ଧପୋତ ପରସ୍ପରର ନିକଟତର ହୋଇଥିଲେ। ଏପରି କରି ଚାଇନା ଉତ୍ତେଜନାପୂର୍ଣ୍ଣ ସ୍ଥିତି ସୃଷ୍ଟି କରୁଛି ବୋଲି ଆମେରିକା କହିଛି।

୨୫ ବର୍ଷରେ ଆମେରିକାର କୌଣସି କ୍ଷମତାଶାଳୀ ନେତା ତାଇଓ୍ବାନ ଗସ୍ତ କରିବାରେ ନାନ୍ସି ପେଲୋସି ପ୍ରଥମ। ଗସ୍ତ ପୂର୍ବରୁ ଚାଇନା ବାରମ୍ବାର ଚେତାବନୀ ଦେବା ସହ ସାମରିକ କାର୍ଯ୍ୟାନୁଷ୍ଠାନ ଧମକ ଦେଇଥିଲା। ଏହା ସତ୍ତ୍ୱେ ପେଲୋସି ଗତ ୨ ତାରିଖରେ ତାଇଓ୍ବାନରେ ପହଞ୍ଚିବା ସହ ଦିନିକିଆ ଗସ୍ତ ସମ୍ପୂର୍ଣ୍ଣ କରିଥିଲେ। ଏହାକୁ ନେଇ ଉତ୍ତେଜିତ ହୋଇପଡ଼ିଥିବା ଚାଇନା ତାଇଓ୍ବାନ ପ୍ରଣାଳୀ ଏବଂ ବାୟୁସୀମାରେ ଗତ ଗୁରୁବାରଠାରୁ ସମରାଭ୍ୟାସ ଚଳାଇଥିଲା। ଏପରି କରି ଚାଇନା ଯୁଦ୍ଧକୁ ଉସୁକାଉଥିବା ତାଇପେଇ ପକ୍ଷରୁ କୁହାଯାଇଛି। ଚାଇନାର ଅନୂ୍ୟନ ୬୬ ଯୁଦ୍ଧବିମାନ ଏବଂ ୧୪ ଯୁଦ୍ଧପୋତ ତାଇଓ୍ବାନ ଷ୍ଟ୍ରେଟ୍‌କୁ ପାର କରିଥିବା ଚିହ୍ନଟ ହୋଇଛି।

ତାଇଓ୍ବାନର ଚାରିପାଖରେ ଥିବା ୬ଟି ସ୍ଥାନରେ ବେଜିଂ ଲାଇଭ୍‌ ଫାୟାର ସମରାଭ୍ୟାସ କରିଛି। ଚାଇନାର କାର୍ଯ୍ୟକଳାପ ଉତ୍ତେଜନାପୂର୍ଣ୍ଣ ସ୍ଥିତି ସହ ତାଇଓ୍ବାନ ପ୍ରଣାଳୀରେ ଅସ୍ଥିରତା ସୃଷ୍ଟି କରୁଥିବା ହ୍ବାଇଟ୍‌ ହାଉସର ଜଣେ ମୁଖପାତ୍ର କହିଛନ୍ତି। ଏଥିସହ ବେଜିଂ ଏପରି କାର୍ଯ୍ୟକଳାପରୁ ବିରତ ରହିବାକୁ ଆମେରିକା ସମେତ ଅଷ୍ଟ୍ରେଲିଆ, ଜାପାନ ନିବେଦନ କରିଛନ୍ତି। ଏ ନେଇ ଆମେରିକା ପରରାଷ୍ଟ୍ର ସଚିବ ଆଣ୍ଟୋନି ବ୍ଲିଙ୍କେନ୍‌, ଅଷ୍ଟ୍ରେଲିଆ ବହିର୍ବ୍ୟାପାର ମନ୍ତ୍ରୀ ପେନି ଓଙ୍ଗ୍‌, ଜାପାନ ପ୍ରତିପକ୍ଷ ହାୟାଶି ୟୋଶିମାତା ଏକ ମିଳିତ ବିବୃତି ଜାରି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କରୋନା ମୃତ୍ୟୁ ସଂଖ୍ୟା ଛୁଇଁଲା ୨ ଲକ୍ଷ ୫୮ ହଜାର

ଓ୍ବାଶିଂଟନ/ନୂଆଦିଲ୍ଲୀ,୬।୫: ପୃଥିବୀର ବିଭିନ୍ନ ଦେଶରେ କରୋନା ସଂକ୍ରମିତ ଏବଂ ମୃତକଙ୍କ ସଂଖ୍ୟା ପ୍ରତିଦିନ ବଢ଼ିବାରେ ଲାଗିଛି। ଇତିମଧ୍ୟରେ ପୃଥିବୀରେ ମୃତକଙ୍କ ସଂଖ୍ୟା ୨ ଲକ୍ଷ ୫୮...

ରାବଣ ପୃଥିବୀର ପ୍ରଥମ ବିମାନ ପାଇଲଟ: ଦାବି କଲେ ଶ୍ରୀଲଙ୍କା ସରକାର

କଲମ୍ବୋ, ୨୧।୭: ପୃଥିବୀରେ କିଏ ପ୍ରଥମେ ବିମାନ ଉଡ଼ାଇଥିଲେ। ଏଭଳି ପ୍ରଶ୍ନ ନେଇ ଶ୍ରୀଲଙ୍କା ସରକାର ଏକ ଅଜବ ଉତ୍ତର ଦେଇଛନ୍ତି। ଶ୍ରୀଲଙ୍କା ସରକାର କହିଛନ୍ତି...

ଶେଷରେ ମାନିଲା ପାକିସ୍ତାନ: ଆତଙ୍କବାଦୀ ସଂଗଠନକୁ ପାକିସ୍ତାନରେ ଟ୍ରେନିଂ ଦିଆଯାଉଛି

ଇସାଲାମାବାଦ୍‌,୧୩।୯: ଆତଙ୍କବାଦୀ ସଂଗଠନକୁ ପାକିସ୍ତାନରେ ଟ୍ରେନିଂ ଦିଆଯାଉଛି ବୋଲି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ ଶେଷରେ ସ୍ବୀକାର କରିଛନ୍ତି। ୮୦ ଦଶକରେ ସୋଭିଏଟ ରୁଷ ଆଫଗାନିସ୍ତାନ...

କରୋନା ଆତଙ୍କ: କୁକୁର ଫେସ୍‌ ମାସ୍କ୍‌ ବିକ୍ରିରେ ୧୦ ଗୁଣା ବୃଦ୍ଧି

ବେଜିଂ, ୨।୨: ଚାଇନାର ବୁହାନରେ କରୋନା ଭୁତାଣୁ ସଂକ୍ରମଣ ମହାମାରୀ ଭଳି ବ୍ୟାପିବାରେ ଲାଗିଛି। ଏଥିରୁ ସୁରକ୍ଷିତ ରହିବା ପାଇଁ ଲୋକେ ଫେସ୍‌ ମାସ୍କ୍‌ ବ୍ୟବହାର...

ଦୁବଇରେ ଏବେ ମଦ୍ୟପାନ କଲେ ମିଳିବନି ଦଣ୍ଡ

ଦୁବଇ,୧୩।୭: ଏବେ ଦୁବଇରେ ପର୍ଯ୍ୟଟକଙ୍କୁ ୩୦ ଦିନ ଲାଗି ମାଗଣା ଆଲକୋହଲ ଲାଇସେନ୍ସ ପ୍ରଦାନ କରାଯିବାକୁ ବ୍ୟବସ୍ଥା କରାଯାଇଛି। ତେବେ ମଦ୍ୟପାନ କରି ନିୟମ ଉଲ୍ଲଂଘନ...

ଫେଡେରାଲ ରିଜର୍ଭ ବୃ୍‌ଦ୍ଧି କଲା ସୁଧହାର…

ଓ୍ବାଶିଂଟନ, ୨୨।୯ : କରୋନା ମହାମାରୀ ଏବଂ ରୁଷିଆ-ୟୁକ୍ରେନ ଯୁଦ୍ଧ ଯୋଗୁ ସମଗ୍ର ବିଶ୍ୱର ଅର୍ଥନୀତି ଅତ୍ୟନ୍ତ କଷ୍ଟଦାୟକ ସମୟ ଦେଇ ଗତି କରୁଛି। ଭାରତ...

ରାଜନୈତିକ ସଙ୍କଟ ମଧ୍ୟରେ ପାକିସ୍ତାନର କ୍ଷେପଣାସ୍ତ୍ର ପରୀକ୍ଷା

ଇସଲାମାବାଦ,୯ା୪: ପାକିସ୍ତାନରେ ଚାଲିଥିବା ରାଜନୈତିକ ସଙ୍କଟ ମଧ୍ୟରେ ପାକିସ୍ତାନ ଶାହିନ-୩ କ୍ଷେପଣାସ୍ତ୍ର ପରୀକ୍ଷଣ କରିଛି। ଏକ ରିପୋର୍ଟ ଅନୁଯାୟୀ ଶନିବାର ଏହି କ୍ଷେପଣାସ୍ତ୍ର ପରୀକ୍ଷା କରାଯାଇଛି।...

‘କୋଭିଡ-୧୯’ ଚାଇନାର ଅତ୍ୟଧିକ ଖରାପ ଉପହାର: ଟ୍ରମ୍ପ

ଓ୍ବାଶିଂଟନ,୬।୬: ଚାଇନାର ଉହାନ ସହରରୁ ଆରମ୍ଭ ହୋଇଥିବା କରୋନା ଭାଇରସ ବା କୋଭିଡ-୧୯ ଏବେ ସାରା ବିଶ୍ୱକୁ ବ୍ୟାପି ସାରିଛି। ଏହା ଚାଇନାରେ ଯେତିକି ସଂକ୍ରମିତ...

Advertisement
Archives

Model This Week