ସମରାଭ୍ୟାସ ଶେଷରେ ଛକାପଞ୍ଝା

ବେଜିଂ/ତାଇପେଇ, ୮ା୮: ଆମେରିକା କଂଗ୍ରେସ ସ୍ପିକର ନାନ୍ସି ପେଲୋସିଙ୍କ ତାଇଓ୍ବାନ ଗସ୍ତରେ ପ୍ରତିକ୍ରିୟାଶୀଳ ହୋଇ ଚାଇନା ୪ ଦିନ ହେଲା ତାଇଓ୍ବାନ ପ୍ରଣାଳୀରେ ଚଳାଇଥିବା ବଡ଼ଧରଣର ସମରାଭ୍ୟାସ ରବିବାର ଶେଷ ହୋଇଛି। ତାଇଓ୍ବାନ ସେନା ମଧ୍ୟ ଚାଇନା ଯୁଦ୍ଧ ଜାହାଜ ଏବଂ ଯୁଦ୍ଧପୋତକୁ ନିଜ ସୀମାରୁ ହଟାଇବା ପାଇଁ ଦକ୍ଷତା ପ୍ରଦର୍ଶନ କରିଛି। ଫଳରେ ଚାଇନା ଓ ତାଇଓ୍ବାନ ମଧ୍ୟରେ କିଛି ଦିନ ହେଲା ‘ମୂଷା-ବିଲେଇ’ ପରି ଛକାପଞ୍ଝା ଦେଖିବାକୁ ମିଳିଛି। ଶେଷଦିନରେ ତାଇଓ୍ବାନ ପ୍ରଣାଳୀରେ ବେଜିଂ ଓ ତାଇପେଇର ପ୍ରାୟ ୨୦ ଯୁଦ୍ଧପୋତ ପରସ୍ପରର ନିକଟତର ହୋଇଥିଲେ। ଏପରି କରି ଚାଇନା ଉତ୍ତେଜନାପୂର୍ଣ୍ଣ ସ୍ଥିତି ସୃଷ୍ଟି କରୁଛି ବୋଲି ଆମେରିକା କହିଛି।

୨୫ ବର୍ଷରେ ଆମେରିକାର କୌଣସି କ୍ଷମତାଶାଳୀ ନେତା ତାଇଓ୍ବାନ ଗସ୍ତ କରିବାରେ ନାନ୍ସି ପେଲୋସି ପ୍ରଥମ। ଗସ୍ତ ପୂର୍ବରୁ ଚାଇନା ବାରମ୍ବାର ଚେତାବନୀ ଦେବା ସହ ସାମରିକ କାର୍ଯ୍ୟାନୁଷ୍ଠାନ ଧମକ ଦେଇଥିଲା। ଏହା ସତ୍ତ୍ୱେ ପେଲୋସି ଗତ ୨ ତାରିଖରେ ତାଇଓ୍ବାନରେ ପହଞ୍ଚିବା ସହ ଦିନିକିଆ ଗସ୍ତ ସମ୍ପୂର୍ଣ୍ଣ କରିଥିଲେ। ଏହାକୁ ନେଇ ଉତ୍ତେଜିତ ହୋଇପଡ଼ିଥିବା ଚାଇନା ତାଇଓ୍ବାନ ପ୍ରଣାଳୀ ଏବଂ ବାୟୁସୀମାରେ ଗତ ଗୁରୁବାରଠାରୁ ସମରାଭ୍ୟାସ ଚଳାଇଥିଲା। ଏପରି କରି ଚାଇନା ଯୁଦ୍ଧକୁ ଉସୁକାଉଥିବା ତାଇପେଇ ପକ୍ଷରୁ କୁହାଯାଇଛି। ଚାଇନାର ଅନୂ୍ୟନ ୬୬ ଯୁଦ୍ଧବିମାନ ଏବଂ ୧୪ ଯୁଦ୍ଧପୋତ ତାଇଓ୍ବାନ ଷ୍ଟ୍ରେଟ୍‌କୁ ପାର କରିଥିବା ଚିହ୍ନଟ ହୋଇଛି।

ତାଇଓ୍ବାନର ଚାରିପାଖରେ ଥିବା ୬ଟି ସ୍ଥାନରେ ବେଜିଂ ଲାଇଭ୍‌ ଫାୟାର ସମରାଭ୍ୟାସ କରିଛି। ଚାଇନାର କାର୍ଯ୍ୟକଳାପ ଉତ୍ତେଜନାପୂର୍ଣ୍ଣ ସ୍ଥିତି ସହ ତାଇଓ୍ବାନ ପ୍ରଣାଳୀରେ ଅସ୍ଥିରତା ସୃଷ୍ଟି କରୁଥିବା ହ୍ବାଇଟ୍‌ ହାଉସର ଜଣେ ମୁଖପାତ୍ର କହିଛନ୍ତି। ଏଥିସହ ବେଜିଂ ଏପରି କାର୍ଯ୍ୟକଳାପରୁ ବିରତ ରହିବାକୁ ଆମେରିକା ସମେତ ଅଷ୍ଟ୍ରେଲିଆ, ଜାପାନ ନିବେଦନ କରିଛନ୍ତି। ଏ ନେଇ ଆମେରିକା ପରରାଷ୍ଟ୍ର ସଚିବ ଆଣ୍ଟୋନି ବ୍ଲିଙ୍କେନ୍‌, ଅଷ୍ଟ୍ରେଲିଆ ବହିର୍ବ୍ୟାପାର ମନ୍ତ୍ରୀ ପେନି ଓଙ୍ଗ୍‌, ଜାପାନ ପ୍ରତିପକ୍ଷ ହାୟାଶି ୟୋଶିମାତା ଏକ ମିଳିତ ବିବୃତି ଜାରି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବଡ଼ ଘୋଷଣା କଲେ ଟ୍ରମ୍ପ, ରୁଷିଆ-ୟୁକ୍ରେନ ମଧ୍ୟରେ ହେଲା….

ଓ୍ବାଶିଂଟନ,୧୧।୧୦: ରୁଷିଆ ଓ ୟୁକ୍ରେନ୍ ମଧ୍ୟରେ ଚାଲିଥିବା ଯୁଦ୍ଧକୁ ନେଇ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ରବିବାର ବଡ଼ ଘୋଷଣା କରିଛନ୍ତି । ଦୁଇ ଦେଶ ମଧ୍ୟରେ…

CJP ବିକ୍ଷୋଭ ମଧ୍ୟରେ ବଡ଼ ଘୋଷଣା କଲେ ରାହୁଲ, କହିଲେ କାଲି ପୂରା ଭାରତ…

ନୂଆଦିଲ୍ଲୀ,୧୧।୧୦: ସୁପ୍ରିମକୋର୍ଟ ଯାଏ ମାର୍ଚ୍ଚ କରିବା ସହ ଭାରତର ପ୍ରଧାନ ବିଚାରପତି (CJI)ଙ୍କୁ ଦାବିପତ୍ର ପ୍ରଦାନ କରିବାକୁ ଘୋଷଣା କରିଛନ୍ତି କଂଗ୍ରେସ ଏମପି ରାହୁଲ ଗାନ୍ଧୀ। ସୋମବାର…

ବଡ଼ ଖୁଲାସା କଲେ ଧର୍ମେନ୍ଦ୍ର; ଭାଜପା ଛାଡ଼ି ଏହି ଦଳରେ ହେବେ ସାମିଲ, ସାମ୍ନାକୁ ଆସିଲା ଫଟୋ

ଲକ୍ଷ୍ନୌ,୧୧।୧୦: ଭାଜପାରୁ ଇସ୍ତଫା ଦେଇଥିବା ଉତ୍ତରପ୍ରଦେଶର ଆଁଓଲା ଲୋକସଭା ଆସନର ପୂର୍ବତନ ଏମପି ଧର୍ମେନ୍ଦ୍ର କଶ୍ୟପ ରବିବାର ଲକ୍ଷ୍ନୌରେ ସମାଜବାଦୀ ପାର୍ଟି (ସପା) ମୁଖ୍ୟ ଅଖିଳେଶ ଯାଦବଙ୍କୁ…

ବଲାଙ୍ଗୀରରେ ମର୍ମନ୍ତୁଦ ଦୁର୍ଘଟଣା; ଟ୍ରକ୍‌ ଚକା ତଳେ ଚାଲିଗଲା ମହିଳାଙ୍କ ଜୀବନ

ବଲାଙ୍ଗୀର,୧୧।୧୦( ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସଇଁତଳା ୨୬ନମ୍ବର ଜାତୀୟ ରାଜପଥ ସଦର ବ୍ଲକ ଅନ୍ତର୍ଗତ ରତାଖଣ୍ଡି ଠାରେ ଏକ ମର୍ମନ୍ତ ଦୁର୍ଘଟଣା ଘଟିଛି । ବାଇକ୍-ଟ୍ରକ…

ବିବାହର ୩ ଦିନ ପରେ ବୋହୂଙ୍କ ଭୟଙ୍କର କାଣ୍ଡ! ପୂରା ପରିବାରକୁ ଦେଇଦେଲେ ମୂଷାମରା ଔଷଧ, ତାପରେ….

ମୁମ୍ବାଇ,୧୧।୧୦: ବିବାହର ଖୁସି ମନାଉଥିବା ପରିବାରରେ ହଠାତ୍‌ ଖେଳିଗଲା ଆତଙ୍କ । ବିବାହର ମାତ୍ର ୭୨ ଘଣ୍ଟା ମଧ୍ୟରେ ନବବଧୂ ନିଜ ସ୍ୱାମୀଙ୍କ ସମେତ ଶାଶୂଘରର ଅନ୍ୟ…

ଯାତ୍ରୀ ଛାନିଆ! ମଝି ଆକାଶରେ ଇଣ୍ଡିଗୋ ବିମାନରେ ଲାଗିଗଲା ନିଆଁ, ଓଭରହେଡ୍‌ କ୍ୟାବିନ୍‌ରେ ଜଳିଲା…..

ନୂଆଦିଲ୍ଲୀ,୧୧।୧୦: ଆକାଶରେ ଉଡ଼ୁଥିବା ବେଳେ ଇଣ୍ଡିଗୋ ବିମାନରେ ହଠାତ୍‌ ଲାଗିଗଲା ନିଆଁ । ରବିବାର ଦିନ ଦିଲ୍ଲୀରୁ ଚେନ୍ନାଇ ଯାଉଥିବା ଇଣ୍ଡିଗୋ ବିମାନରେ ଏଭଳି ଏକ ଘଟଣା…

ଦିଗପହଣ୍ଡିରେ ଚର୍ଚ୍ଚା; ସ୍ୱପ୍ନରେ ଆସି ଏଭଳି କହିଲେ ମା’ କାଳୀ, ପୋଖରୀ ପାଣିରୁ ମିଳିଲା….

ଦିଗପହଣ୍ଡି,୧୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମର ବି.ଯୁଧିଷ୍ଠିର ରେଡ୍ଡୀଙ୍କ ଝିଅ କାମିନୀ ରେଡ୍ଡୀଙ୍କ ସ୍ବପ୍ନରେ ଆସିଲେ ମା’ କାଳୀ…

କଂଗ୍ରେସ କାର୍ଯ୍ୟାଳୟରେ ଧସ୍ତାଧସ୍ତି ସହ ଚାପୁଡ଼ା ମାଡ଼; ରାଗରେ ବାହାରିଗଲେ ଅଜୟ

ଲକ୍ଷ୍ନୌ,୧୧।୧୦: ରବିବାର ଉତ୍ତର ପ୍ରଦେଶ କଂଗ୍ରେସ ମୁଖ୍ୟାଳୟରେ ନବନିଯୁକ୍ତ ରାଜ୍ୟ ସଭାପତି ଆରାଧନା ମିଶ୍ର ‘ମୋନା’ଙ୍କ ଦାୟିତ୍ୱ ଗ୍ରହଣ ଉତ୍ସବ ସମୟରେ ହଟ୍ଟଗୋଳ ସୃଷ୍ଟି ହୋଇଥିଲା। ପୂର୍ବତନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?