ପେଟ୍ରୋଲ-ଡିଜେଲ ଦାମ୍ ଆକାଶଛୁଆଁ ହୋଇଛି। ଅପରପକ୍ଷେ ଜଳବାୟୁ ପରିବର୍ତ୍ତନର ପ୍ରଭାବ ଅନୁଭୂତ ହେବାରେ ଲାଗିଛି। ଏଭଳି ସ୍ଥିତିରେ ଇଲେକ୍ଟ୍ରିକ୍ ଯାନ (ଇଭି) କିଣିବା ସଭିଙ୍କ ପାଇଁ ଏକ ଉତ୍ତମ ବିକଳ୍ପ। କିନ୍ତୁ ଏହାର ଦାମ୍ ଓ ଚାର୍ଜିଂ ସମସ୍ୟା ବାଧକ ସାଜୁଛି। ଏଭଳି ସ୍ଥିତିକୁ ଲକ୍ଷ୍ୟକରି ପଶ୍ଚିମବଙ୍ଗ ନଦିଆର ଚନ୍ଦନ ବିଶ୍ୱାସ ସୋଲାର ସାଇକେଲ ନିର୍ମାଣ କରିଛନ୍ତି। ଚନ୍ଦନଙ୍କ ବୟସ ୬୦। ସେ ରେଜେଷ୍ଟ୍ରି ଅଫିସ୍ରେ ରାଇଟର ଭାବେ କାର୍ଯ୍ୟ କରନ୍ତି। ସେ ମଧ୍ୟ ଜଣେ ରେଡିଓ ମେକାନିକ୍। ବିଜ୍ଞାନ ପ୍ରତି ରୁଚି ଥିବାରୁ ସେ ତାଙ୍କ ଝିଅର ପୁରୁଣା ସାଇକେଲକୁ ସୋଲାର ସାଇକେଲ୍ରେ ପରିଣତ କରି ସେଥିରେ ପ୍ରତିଦିନ ୨୪ କିଲୋମିଟର ଦୂର କରିମ୍ପୁରରେ ଥିବା ତାଙ୍କ ଅଫିସକୁ ଯାଉଛନ୍ତି। ଏହି ସାଇକେଲରେ ଏକ ଲିଥିୟମ ଆଇଅନ୍ ବ୍ୟାଟେରି ଓ ମୋଟର ଲଗାଇଛନ୍ତି। ସାଇକେଲରେ ୨୪/୧୬୫ ଓ୍ବାଟ୍ର ସୋଲାର ପ୍ୟାନେଲକୁ ସିଟ୍ ଉପରେ ୪ ଫୁଟ୍ ଉଚ୍ଚରେ ଲଗାଇଛନ୍ତି, ଯାହାଦ୍ୱାରା ଆରାମରେ ବସି ସାଇକେଲ ଚଳାଇହେଉଛି। ଅପରପକ୍ଷରେ ଏହା ମଧ୍ୟ ଖରାରୁ ରକ୍ଷା କରୁଛି। ସେ ଲେଡିଜ୍ ସାଇକେଲ୍ଟିକୁ ବିନା ପେଡାଲ୍ରେ ଯେତେବେଳେ ଚଲାଉଛନ୍ତି ସେତେବେଳେ ତାହା ସମସ୍ତଙ୍କୁ ବିସ୍ମିତ କରୁଛି। ଏହି ‘ଇଭି’ ସୋଲାର ସାଇକେଲ ନିର୍ମାଣ କରିବାରେ ସେ ୧୯ ହଜାର ଟଙ୍କା ଖର୍ଚ୍ଚ କରିଛନ୍ତି।
ଏଇ ଭାରତରେ
ନିଶା ବିନାଶର କାରଣ- ଏହିି କଥାକୁ ଭଲ ଭାବେ ହୃଦୟଙ୍ଗମ କରିଛନ୍ତି ହିମାଚଳପ୍ରଦେଶର ଲତା ଦେବୀ। ସେ ବାମସନ୍ ବ୍ଲକ ବାହ୍ଲୋ ପଞ୍ଚାୟତର ସରପଞ୍ଚ ଭାବେ ୫ଟି…
‘ଘିବଲି’ ଦୁନିଆ: ଅପରାଧ ଓ ଆଇନ
ମସାମୟିକ ଧାରାରେ ନିଜକୁ ଅଂଶୀଦାର କରିବାର ମାନସିକତା ବିଶ୍ୱ, ପରିବେଶ ସର୍ବୋପରି ମାନବ ସଭ୍ୟତାକୁ ତା’ର ଅଜ୍ଞାତସାରରେ ବିଲୟର କେଉଁ ଦିଗକୁ ଟାଣିନେଇ ଚାଲିଛି ତାହା ବୋଧହୁଏ…
ନାଗରିକ ସ୍ବାଧୀନତା କ୍ଷୁଣ୍ଣ
୨୦୨୧ ମସିହା ୫ ମାର୍ଚ୍ଚରେ ଭାରତ ସରକାରଙ୍କ ପ୍ରେସ୍ ଇନ୍ଫର୍ମେଶନ ବ୍ୟୁରୋ (ପିଆଇବି) ପକ୍ଷରୁ ଏକ ବିବୃତି ଜାରି କରାଯାଇଥିଲା, ଯାହାର ଶୀର୍ଷକ ଥିଲା ”ଏକ ସ୍ବାଧୀନ…
ପିଲାମାନେ ଟିକିଏ ଭାବନ୍ତୁ
ଶକ୍ତ-ହାଲୁକା-ଲୋଭନୀୟ ପ୍ଲାଷ୍ଟିକ୍ ଦିନେ ଆମକୁ ଆନନ୍ଦ ଦେଇଥିଲା। ତେଣୁ ଆମେ ସମସ୍ତେ ତାକୁ ଆଦର କଲେ। ଏବେ ଏହାର ଆହୁରି ଆକର୍ଷଣୀୟ ରଙ୍ଗ ଓ ଅବିଶ୍ୱସନୀୟ ନିର୍ମାଣଶୈଳୀ…
ଜେନ୍ ଜି: ଆହ୍ବାନ ଓ ଆନ୍ଦୋଳନ
ବିକଶିତ ଭାରତ ଗଠନ କିଛି ରାଜନୈତିକ ସ୍ଲୋଗାନ ନୁହେଁ,ଏହା ଏକ ସାମୂହିକ ସ୍ବପ୍ନ, ଆଶା, ଆକାଂକ୍ଷା ଓ ସଙ୍କଳ୍ପ। ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ଏହି ଲକ୍ଷ୍ୟ ହାସଲ…
ବାଧ୍ୟତାମୂଳକ ଅବସର
ପ୍ରଶାସନିକ ସେବାରେ ବାଧ୍ୟତାମୂଳକ ଅବସର ପ୍ରତିକୂଳ ଆନୁଆଲ କନ୍ଫିଡେନସିଆଲ ରିପୋର୍ଟ (ଏସିଆର) ଭଳି ଅପ୍ରୀତିକର ମନେହୁଏ। ଗୁଜରାଟ ସରକାର ୨୦୧୦ ବ୍ୟାଚ୍ ଅଧିକାରୀ ଗୌରବ ଦାହିୟା ଏବଂ…
ଏଇ ଭାରତରେ
ଭାରତରେ ଲୋପ ପାଇଯାଉଥିବା ଦେଶୀ ଗଛର ସୁରକ୍ଷା ଦିଗରେ ମହାରାଷ୍ଟ୍ରର ଅନନ୍ତ ଭିକାଜି ତୟାଡେଙ୍କ ପ୍ରୟାସ ପ୍ରଶଂସନୀୟ। ସେ ୩୫୦ କିସମର ଦେଶୀ ଗଛ ପୁନରୁଦ୍ଧାର କରିପାରିଛନ୍ତି।…
ବରଫ ତଳେ ବ୍ରହ୍ମାଣ୍ଡ ରହସ୍ୟ
ଆମେ ଆକାଶକୁ ଦେଖିଲେ ଗ୍ରହ, ତାରା ଓ ତାରକାପୁଞ୍ଜ ଦେଖୁ। କିନ୍ତୁ ବ୍ରହ୍ମାଣ୍ଡରେ ଏମିତି ଅନେକ ଘଟଣା ଘଟୁଛି, ଯାହାକୁ କେବଳ ଆଖିରେ ଦେଖିବା କିମ୍ବା ସାଧାରଣ…

