ପେଟ୍ରୋଲ-ଡିଜେଲ ଦାମ୍ ଆକାଶଛୁଆଁ ହୋଇଛି। ଅପରପକ୍ଷେ ଜଳବାୟୁ ପରିବର୍ତ୍ତନର ପ୍ରଭାବ ଅନୁଭୂତ ହେବାରେ ଲାଗିଛି। ଏଭଳି ସ୍ଥିତିରେ ଇଲେକ୍ଟ୍ରିକ୍ ଯାନ (ଇଭି) କିଣିବା ସଭିଙ୍କ ପାଇଁ ଏକ ଉତ୍ତମ ବିକଳ୍ପ। କିନ୍ତୁ ଏହାର ଦାମ୍ ଓ ଚାର୍ଜିଂ ସମସ୍ୟା ବାଧକ ସାଜୁଛି। ଏଭଳି ସ୍ଥିତିକୁ ଲକ୍ଷ୍ୟକରି ପଶ୍ଚିମବଙ୍ଗ ନଦିଆର ଚନ୍ଦନ ବିଶ୍ୱାସ ସୋଲାର ସାଇକେଲ ନିର୍ମାଣ କରିଛନ୍ତି। ଚନ୍ଦନଙ୍କ ବୟସ ୬୦। ସେ ରେଜେଷ୍ଟ୍ରି ଅଫିସ୍ରେ ରାଇଟର ଭାବେ କାର୍ଯ୍ୟ କରନ୍ତି। ସେ ମଧ୍ୟ ଜଣେ ରେଡିଓ ମେକାନିକ୍। ବିଜ୍ଞାନ ପ୍ରତି ରୁଚି ଥିବାରୁ ସେ ତାଙ୍କ ଝିଅର ପୁରୁଣା ସାଇକେଲକୁ ସୋଲାର ସାଇକେଲ୍ରେ ପରିଣତ କରି ସେଥିରେ ପ୍ରତିଦିନ ୨୪ କିଲୋମିଟର ଦୂର କରିମ୍ପୁରରେ ଥିବା ତାଙ୍କ ଅଫିସକୁ ଯାଉଛନ୍ତି। ଏହି ସାଇକେଲରେ ଏକ ଲିଥିୟମ ଆଇଅନ୍ ବ୍ୟାଟେରି ଓ ମୋଟର ଲଗାଇଛନ୍ତି। ସାଇକେଲରେ ୨୪/୧୬୫ ଓ୍ବାଟ୍ର ସୋଲାର ପ୍ୟାନେଲକୁ ସିଟ୍ ଉପରେ ୪ ଫୁଟ୍ ଉଚ୍ଚରେ ଲଗାଇଛନ୍ତି, ଯାହାଦ୍ୱାରା ଆରାମରେ ବସି ସାଇକେଲ ଚଳାଇହେଉଛି। ଅପରପକ୍ଷରେ ଏହା ମଧ୍ୟ ଖରାରୁ ରକ୍ଷା କରୁଛି। ସେ ଲେଡିଜ୍ ସାଇକେଲ୍ଟିକୁ ବିନା ପେଡାଲ୍ରେ ଯେତେବେଳେ ଚଲାଉଛନ୍ତି ସେତେବେଳେ ତାହା ସମସ୍ତଙ୍କୁ ବିସ୍ମିତ କରୁଛି। ଏହି ‘ଇଭି’ ସୋଲାର ସାଇକେଲ ନିର୍ମାଣ କରିବାରେ ସେ ୧୯ ହଜାର ଟଙ୍କା ଖର୍ଚ୍ଚ କରିଛନ୍ତି।

ଏଇ ଭାରତରେ
ଲକ୍ଡାଉନରେ ପିଲାମାନେ ଅନ୍ଲାଇନରେ ପଢ଼ିବା ପରେ ବାକି ସମୟ କଟାଇବା ସେମାନଙ୍କ ଲାଗି କଷ୍ଟକର ହୋଇପଡୁଥିବାବେଳେ କେରଳର ୧୩ ବର୍ଷୀୟା ବନୁପ୍ରିୟାଙ୍କ ଜୀବନଶୈଳୀରେ ଭିନ୍ନତା ପରିଲକ୍ଷିତ...

ସିଙ୍ଗାପୁରର ନୂଆ ନେତା
ନଗର-ରାଷ୍ଟ୍ର ସିଙ୍ଗାପୁରର ପ୍ରଥମ ପ୍ରଧାନମନ୍ତ୍ରୀ ଲି କ୍ୟୁଆନ୍ଙ୍କ ବଡ଼ ପୁଅ ଲି ହେସିଏନ୍ ଲୁଙ୍ଗ୍ଙ୍କ ମନ୍ତ୍ରିମଣ୍ଡଳରେ ଅର୍ଥମନ୍ତ୍ରୀ ଥିବା ଲରେନ୍ସ ଓ୍ବଙ୍ଗ୍ଙ୍କୁ ଏବେ ପ୍ରଧାନମନ୍ତ୍ରୀ ଘୋଷଣା...

ଆଞ୍ଚଳିକ ବୈଷମ୍ୟ
ଡ. ଦୀପକ କୁମାର ନନ୍ଦ ଓଡ଼ିଶାର ଆଞ୍ଚଳିକ ବୈଷମ୍ୟ ତଥା ପୂର୍ବ ଉପକୂଳବର୍ତ୍ତୀ ଅଞ୍ଚଳ, ପଶ୍ଚିମ, ଦକ୍ଷିଣ ଏବଂ ଉତ୍ତରାଞ୍ଚଳ ମଧ୍ୟରେ ଅତିମାତ୍ରାରେ ପରିଲକ୍ଷିତ ହୁଏ।...

ଏଇ ଭାରତରେ
ମହାରାଷ୍ଟ୍ରରେ ଶିକ୍ଷକମାନେ ଚଳାଉଛନ୍ତି ଏକ ଅଜବ ସ୍କୁଲ। ଏହି ସ୍କୁଲରେ କେବଳ ଆଈମା’ମାନେ ପଢୁଛନ୍ତି। ଏହି ସ୍କୁଲର ନାମ ରଖାଯାଇଛି ‘ଅଜିବାଇଚିଶାଳା’ ବା ଆଈମା’ଙ୍କ ସ୍କୁଲ।...

ସବୁ ରାତି ପୂନିଅଁ ରାତି
ଡ. ନରେନ୍ଦ୍ରକୁମାର ସେଠୀ ଆଧୁନିକ ବିଜ୍ଞାନ ମଣିଷକୁ ଭୋଗ ବିଳାସ ଓ ଐଶ୍ୱର୍ଯ୍ୟପୂର୍ଣ୍ଣ ସୁଖ ସୁବିଧା ପ୍ରଦାନ କରିଛି, ଯେଉଁଥିପାଇଁ ମଣିଷ କୃତ୍ରିମ ଉପାୟରେ ଅନେକ...

ଦିଲ୍ଲୀରେ ଅଭାବ
ସଂଘୀୟ ବ୍ୟବସ୍ଥାରେ କେନ୍ଦ୍ର ଓ ରାଜ୍ୟ ସରକାରଗୁଡ଼ିକ ମଧ୍ୟରେ ଉତ୍ତମ ସହଯୋଗ ଓ ସମ୍ପର୍କ ରହିଲେ ପ୍ରଶାସନିକ କାର୍ଯ୍ୟ ସୁଗମ ଓ ସୁଦୃଢ଼ ହୋଇଥାଏ। କିନ୍ତୁ...

ଗୋଟିଏ ସଂକଳ୍ପ
ଦ୍ୱିତୀ ଚନ୍ଦ୍ର ସାହୁ ନୂଆ ବର୍ଷ ଲାଗି ପିଲାଙ୍କ ସବୁ ସଜବାଜ ଚାଲିଥିଲା। ନୂଆ ବଷର୍ର୍ର ପ୍ରଥମ କିରଣ କେଉଁଠି ଦେଖିବେ। ତା’ପୂର୍ବ ରାତିରେ ଜିରୋ...

ଡ୍ୟୁଟି ନ କଲେ ବି ଦରମା ମିଳୁଛି
ସହଦେବ ସାହୁ ଏବେ ପ୍ରତି ନାଗରିକଙ୍କ ମନରେ ସନ୍ଦେହ ଉଠିଲାଣି ‘ଆମ ଏମ୍ପିମାନଙ୍କୁ ଦିଆଯାଉଥିବା ପଇସାର ମୂଲ୍ୟ ମିଳୁଛି ତ?’ (ସମାନ ସନ୍ଦେହ ଓ ପ୍ରଶ୍ନ...