୩ ବର୍ଷ ପାଇଁ ଏଚ୍‌-୧ବି ଭିଜା ବନ୍ଦ ଲାଗି ଆମେରିକା ସିନେଟ୍‌ରେ ବିଲ୍‌ ଆଗତ

ଓ୍ୱାଶିଂଟନ,୨୬ା୭: ଆମେରିକା ସିନେଟ୍‌ରେ ଏକ ନୂଆ ବିଧେୟକ ଆସିଛି। ଏହି ବିଲ୍‌ ଅନୁଯାୟୀ ଆଗାମୀ ୩ବର୍ଷ ପାଇଁ ନୂତନ ଏଚ୍‌-୧ବି ଭିଜା ସେବା ବନ୍ଦ ରଖିବାକୁ ଏବଂ ଟ୍ରମ୍ପ ପ୍ରଶାସନ ଦ୍ୱାରା ଲଗାଯାଇଥିବା ୧,୦୦,୦୦୦ ଡଲାର ଦେୟକୁ ନିୟମରେ ପରିଣତ କରିବାକୁ ପ୍ରସ୍ତାବ ଦିଆଯାଇଛି। ଭାରତ ଏବଂ ଚାଇନା ଭଳି ଦେଶର ବୈଷୟିକ କର୍ମଚାରୀମାନେ ମୁଖ୍ୟତଃ ଏହି ଭିଜା ଜରିଆରେ ଆମେରିକାରେ କାମ କରୁଥିବାରୁ, ଏହି ବିଧେୟକ ପାସ୍‌ ହେଲେ ଆମେରିକୀୟ କମ୍ପାନୀଗୁଡ଼ିକ ଏବଂ ବିଦେଶୀ କର୍ମଚାରୀମାନେ ବଡ଼ଧରଣର ପ୍ରତିବନ୍ଧକ ସାମ୍ନା କରିବେ। ଏଚ୍‌-୧ବି ଭିଜା ହେଉଛି ଏକ ଅସ୍ଥାୟୀ ଭିଜା, ଯାହା ଆମେରିକା କମ୍ପାନୀଗୁଡ଼ିକୁ ବିଶେଷଜ୍ଞ କ୍ଷେତ୍ରରେ ଦକ୍ଷ କର୍ମଚାରୀଙ୍କୁ ନିଯୁକ୍ତି ଦେବା ପାଇଁ ଅନୁମତି ଦେଇଥାଏ। ଭାରତ ଏବଂ ଚାଇନା ଭଳି ଦେଶରୁ ପ୍ରତିବର୍ଷ ଅନେକ ହଜାର କର୍ମଚାରୀଙ୍କୁ ନିଯୁକ୍ତି ଦେବା ପାଇଁ ଆମେରିକାର ଟେକ୍ନୋଲୋଜି କମ୍ପାନୀଗୁଡ଼ିକ ଏହି ଭିଜା ଉପରେ ନିର୍ଭର କରନ୍ତି।
ମଣ୍ଟାନାର ଆମେରିକୀୟ ସିନେଟର ଟିମ୍‌ ଶିହୀ କହିଛନ୍ତି, ଏଚ୍‌-୧ବି କାର୍ଯ୍ୟକ୍ରମଟି କଠିନ ଏବଂ ସ୍ୱତନ୍ତ୍ର ପଦବୀଗୁଡ଼ିକ ପାଇଁ କର୍ମଚାରୀ ଅଭାବକୁ ଦୂର କରିବାକୁ ତିଆରି ହୋଇଥିଲା-ଶସ୍ତା ବିଦେଶୀ ଶ୍ରମିକଙ୍କୁ ଆଣି ଯୋଗ୍ୟ ଆମେରିକୀୟଙ୍କୁ ବାହାର କରିବା ପାଇଁ ନୁହେଁ। ମୋର ଏହି ବିଧେୟକ ଏହି କାର୍ଯ୍ୟକ୍ରମକୁ ଏହାର ମୂଳ ଉଦ୍ଦେଶ୍ୟକୁ ଫେରାଇବ ଏବଂ ଆମେରିକୀୟ ଶ୍ରମିକମାନଙ୍କୁ ପ୍ରଥମ ସ୍ଥାନ ଦେବ। ଏହି ପ୍ରସ୍ତାବରେ ଲଟେରି ପଦ୍ଧତି ବଦଳରେ ଦରମା ଆଧାରରେ କର୍ମଚାରୀ ଚୟନ କରାଯିବ। ଏକାସଙ୍ଗେ ଏକାଧିକ କାମ କରିବା ଏବଂ ତୃତୀୟ ପକ୍ଷ ଏଜେନ୍ସି ମଡେଲକୁ ବାରଣ କରାଯିବ। ଏଚ୍‌-୧ବି ଭିଜାଧାରୀମାନେ ନିଜ ସହ ଲୋକଙ୍କୁ ଆଣିବା ଉପରେ ରୋକ୍‌ ଲଗାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଧାନମନ୍ତ୍ରୀ, ଗୃହମନ୍ତ୍ରୀଙ୍କ ଇସ୍ତଫା ଦାବି: କଂଗ୍ରେସ ପକ୍ଷରୁ କୁଶପୁତ୍ତଳିକା ଦାହ

ଭଞ୍ଜନଗର, ୨୬/୭ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା କଂଗ୍ରେସର ପଶ୍ଚିମ ସାଂଗଠନିକ ଜିଲା କମିଟି ପକ୍ଷରୁ ଶନିବାର ସନ୍ଧ୍ୟାରେ ଭଞ୍ଜନଗର ସହରରେ ଏକ ଶୋଭାଯାତ୍ରା ବାହାର କରାଯାଇଥିଲା।…

ବିଦ୍ୟୁତ କାଟ ଘୋଷଣାର ୬ ଘଣ୍ଟା ପୂର୍ବରୁ ବିଦ୍ୟୁତ ସେବା ଅଚଳ ଅନ୍ଧାରରେ ଦାରିଙ୍ଗବାଡି ଅଞ୍ଚଳ

ଦାରିଙ୍ଗବାଡି, ୨୬/୭ (ଅରୁଣ ସାହୁ): କନ୍ଧମାଳ ଜିଲାର ଦାରିଙ୍ଗବାଡି ବ୍ଲକ ଅଞ୍ଚଳରେ ଦୀର୍ଘ ସମୟ ଧରି ବିଦ୍ୟୁତ ସେବା ଠପ୍ ହୋଇଯାଇଛି। ବିଳମ୍ବିତ ରାତିଠାରୁ ଉକ୍ତ ବ୍ଲକରେ…

ଧର୍ମେନ୍ଦ୍ରଙ୍କ ଇସ୍ତଫା ପରେ ମୁହଁ ଖୋଲିଲେ ଅନ୍ନା ହଜାରେ, କିଏ ହାରିଲା…

ନୂଆଦିଲ୍ଲୀ,୨୬ା୭: NEET ପେପର୍‌ ଲିକ୍ ମାମଲାକୁ ନେଇ ସାରା ଦେଶରେ ହୋଇଥିବା ଛାତ୍ର ଆନ୍ଦୋଳନ ଏବଂ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ପରେ ସମାଜସେବୀ ଅନ୍ନା…

କେତେ ସମ୍ପତ୍ତିର ମାଲିକ ପ୍ରହ୍ଲାଦ ଯୋଶୀ, ଜାଣନ୍ତୁ ଶିକ୍ଷାମନ୍ତ୍ରୀଙ୍କ ନେଟଓ଼୍ବର୍ଥ…

ନୂଆଦିଲ୍ଲୀ,୨୬ା୭: ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ପରେ କେନ୍ଦ୍ରମନ୍ତ୍ରୀ ପ୍ରହ୍ଲାଦ ଯୋଶୀଙ୍କୁ ଶିକ୍ଷା ମନ୍ତ୍ରଣାଳୟର ଦାୟିତ୍ୱ ଦିଆଯାଇଛି। ସେ ପୂର୍ବରୁ ହିଁ ଖାଉଟି ବ୍ୟାପାର ମନ୍ତ୍ରଣାଳୟ ସମ୍ଭାଳୁଛନ୍ତି। ଶିକ୍ଷାମନ୍ତ୍ରୀ…

କେଜିରୁ ପିଜି ମାଗଣା ଶିକ୍ଷାକୁ ନେଇ ପ୍ରଶ୍ନ: ଛାତ୍ରୀଛାତ୍ରଙ୍କଠାରୁ ଫି’ ଆଦାୟ କରିବାକୁ ନିର୍ଦ୍ଦେଶ

ଯାଜପୁର,୨୬ା୭(ହର୍ଷବର୍ଦ୍ଧନ ବେହେରା): ଜ୍ଞାନୋଦୟ ଶିକ୍ଷାରୁ ସମୃଦ୍ଧି ଯୋଜନାରେ କେଜିରୁ ପିଜି ଶ୍ରେଣୀ ପର୍ଯ୍ୟନ୍ତ ମାଗଣା ଶିକ୍ଷା ପ୍ରଦାନ କରିବାକୁ ରାଜ୍ୟ ସରକାରଙ୍କ ପକ୍ଷରୁ ଘୋଷଣା ହୋଇଛି। ଏଥିପାଇଁ…

ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ, ପୁରୀରେ ଆଜି ଅତି ପ୍ରବଳ ବର୍ଷା, ଆଲର୍ଟ ଜାରି…

ଭୁବନେଶ୍ୱର,୨୬ା୭(ବନ୍ଦନା ସେଠୀ): ଗାଙ୍ଗେୟ ପଶ୍ଚିମବଙ୍ଗର ଉତ୍ତରାଞ୍ଚଳ ଏବଂ ଏହାର ଆଖପାଖ ବାଂଲାଦେଶ ଉପରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଘନୀଭୂତ ହୋଇ ଲଘୁଚାପର ରୂପ ନେଇଛି। ଶନିବାର ସକାଳ…

କ୍ରୋଧର କାରଣ

ବର୍ତ୍ତମାନର ଆନ୍ଦୋଳନଗୁଡ଼ିକ ଯେଉଁଭଳି ବଡ଼ ଆକାରରେ ସୃଷ୍ଟି ହେଲା ତାହାକୁ ନେଇ ଅନେକେ ଦ୍ୱନ୍ଦ୍ୱରେ ପଡ଼ିଛନ୍ତି। ଏଭଳି କ୍ରୋଧ କେଉଁ ସ୍ଥିତିରୁ ସୃଷ୍ଟି ହେଲା ତାହା ବୁଝିବା…

ସିଏମ୍‌ଓରୁ ଫାଇଲ ଚୋରି ଘଟଣା: ବିଦେଶରେ ଥିବାରୁ ଥାନାରେ ହାଜର ହେଲେନି ପାଣ୍ଡିଆନ

ଭୁବନେଶ୍ୱର,୨୬ା୭(ତ୍ରିନାଥ ମହାନ୍ତି): ସିଏମଓରୁ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ହତ୍ୟା ମାମଲାର କମିଶନ ଫାଇଲ୍‌ ଓ ସମ୍‌ ହସ୍ପିଟାଲ ଅଗ୍ନିକାଣ୍ଡ ପରି ଦୁଇଟି ଗୁରୁତ୍ୱପୂର୍ଣ୍ଣ ଫାଇଲ ହଜିଯିବା ଘଟଣାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri