ବିକ୍ରି ନ ହୋଇ ଖୋଲା ଆକାଶ ତଳେ ପଡିରହିଛି ଧାନ: ମାଡ଼ି ଆସିଲା ବର୍ଷା

ବରଗଡ଼,୨୩।୬(ପ୍ରେମାନନ୍ଦ ଖମାରୀ): ଖରିଫ୍‌ ଚାଷକାର୍ଯ୍ୟ ଆରମ୍ଭ କରିବା ସମୟ ଆସି ଯାଇଛି। ହେଲେ ଟୋକନ ସମସ୍ୟା ଯୋଗୁ ଏପର୍ଯ୍ୟନ୍ତ ରବିରେ ଅମଳ ଧାନକୁ ଅନେକ ଚାଷୀ ବିକ୍ରି କରି ପାରି ନାହାନ୍ତି। ଅନ୍ୟପଟେ ବର୍ଷା ମାଡ଼ି ଆସିଲାଣି। ଖରିଫ୍‌ ଚାଷକାର୍ଯ୍ୟ ପାଇଁ ବର୍ଷା ଅନୁକୁଳ ହୋଇଥିବାବେଳେ ବିକ୍ରି ଅପେକ୍ଷାରେ ଖୋଲା ଆକାଶତଳେ ରହିଥିବା ରବିଧାନ ପାଇଁ ତାହା ପ୍ରତିକୂଳ ପରିସ୍ଥିତି ସାଜିଛି। ଫଳରେ ଏଭଳି ସ୍ଥିତିରେ ବର୍ତ୍ତମାନ ବରଗଡ଼ ଜିଲାର ଚାଷୀମାନେ ଦୋ ଛକିରେ ରହିଛନ୍ତି। ରବିରେ ଅମଳ ଧାନ ବିକ୍ରି କରିବେ ନା ଖରିଫ୍‌ ଚାଷକାର୍ଯ୍ୟ ଆରମ୍ଭ କରିବେ, ଏବେ ଏହି ଚିନ୍ତା ଜିଲାର ଚାଷୀମାନଙ୍କୁ ଘାରି ବସିଛି। ଟୋକନରେ ରହିଥିବା ତ୍ରୁଟି ଯୋଗୁ ଚାଷୀ ଏଭଳି ଅଡୁଆ ସ୍ଥିତିରେ ପଡ଼ିଛି। ତେବେ ବାରମ୍ବାର ଦାବି ସତ୍ତ୍ୱେ ଏହାର ସମାଧାନ ହୋଇ ପାରି ନଥିବାରୁ ଚାଷୀ ଅସନ୍ତୋଷ ଦ୍ୱିଗୁଣିତ ହୋଇଛି। ଏହି କ୍ରମରେ ମଙ୍ଗଳବାର ପୂର୍ବାହ୍ନ ୧୦ଟାରୁ ସଂଯୁକ୍ତ କୃଷକ ସଂଗଠନ ନେତୃତ୍ୱରେ ଚାଷୀମାନେ ଧାରଣା ଦେବାର କାର୍ଯ୍ୟକ୍ରମ ରହିଛି।
ଗତ ମେ ମାସ ୧୧ତାରିଖରୁ ଜିଲାରେ ରବିଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହୋଇଛି। ଧାନ ବିକ୍ରିବଟା ପାଇଁ ଜିଲାର ଅତାବିରା, ବରଗଡ଼ ଏବଂ ପଦ୍ମପୁର ନିୟନ୍ତ୍ରିତ ବଜାର କମିଟି ଅଧୀନରେ ୧୮୩ ମଣ୍ଡି ତଥା ଧାନକ୍ରୟ କେନ୍ଦ୍ର ଖୋଲିଛି। ମଣ୍ଡିକୁ ବିକ୍ରି ପାଇଁ ଚାଷୀମାନେ ଧାନ ଆଣୁଛନ୍ତି, କିନ୍ତୁ ତାହା ବିକ୍ରି ଅପେକ୍ଷାରେ ଦୀର୍ଘଦିନ ଧରି ପଡ଼ି ରହୁଛି। ଧାନ ଉଠାଇବା ପାଇଁ ମଣ୍ଡିକୁ ମିଲର୍ସ ଆସିଲେ ଯାଇ ଧାନକ୍ରୟ ସଂସ୍ଥା ପ୍ରାଥମିକ କୃଷି ସମବାୟ ସମିତି(ପାକ୍ସ) ତାହା କିଣୁଛି। ପୁଣି କଟ୍‌ନୀଛଟ୍‌ନୀରେ ରାଜି ହେଲେ ଯାଇ ସେହି ଧାନକୁ କିଣାଯାଉଛି, ନଚେତ୍‌ ସେଭଳି ତାହା ମଣ୍ଡିରେ ପଡ଼ି ରହୁଛି। ସବୁ ମଣ୍ଡିରେ କଟ୍‌ନୀଛଟନୀ ସାଧାରଣରେ ପରିଣତ ହୋଇଯାଇଛି ଏବଂ ଅତିକମ୍‌ରେ କୁଇଣ୍ଟାଲ ପ୍ରତି ୩କି.ଗ୍ରା ଲେଖାଏ କଟନୀଛଟନୀ ହେଉଥିବା ଚାଷୀମାନେ ଅଭିଯୋଗ କରିଛନ୍ତି। ଏଭଳି ସ୍ଥିତିରେ ଧାନ ସଂଗ୍ରହ ପ୍ରକ୍ରିୟା ପାଇଁ ରହିଥିବା ଟୋକନ କଟକଣା ବଡ଼ ସମସ୍ୟା ହୋଇ ରହିଛି। ଏହି ପ୍ରକ୍ରିୟା ଆରମ୍ଭ ହେବାର ଯଥେଷ୍ଟ ପୂର୍ବରୁ ତଥା ସରକାରଙ୍କ ନିର୍ଦ୍ଧାରୀତ ସମୟ ଅବଧି ମଧ୍ୟରେ ଚାଷୀମାନେ ଆବଶ୍ୟକ କାଗଜାତ୍‌ ସହିତ ଉଦ୍ଦିଷ୍ଟ ଫର୍ମ ପୂରଣ କରି ଆବେଦନ କରିଥିଲେ। କିନ୍ତୁ ଏପର୍ଯ୍ୟନ୍ତ ଅନେକ ଚାଷୀଙ୍କୁ ଧାନବିକ୍ରି ଟୋକନ ମିଳିପାରି ନଥିବାବେଳେ ବହୁସଂଖ୍ୟକ ଚାଷୀଙ୍କ ଟୋକନକୁ ବ୍ଲକ୍‌ କରି ଦିଆଯାଇଥିବା ଅଭିଯୋଗ ହୋଇଛି। କେବଳ ସେତିକି ନୁହେଁ, ଯେଉଁ ଚାଷୀମାନଙ୍କୁ ଟୋକନ ମିଳିଛି, ସେଥିରେ ବିକ୍ରିଯୋଗ୍ୟ ଧାନ ପରିମାଣ ଯଥେଷ୍ଟ ହ୍ରାସ ରହିଛି। ଏପରିକି କେତେକ ଟୋକନରେ ବିକ୍ରିଯୋଗ୍ୟ ଧାନ ପରିମାଣ ୧କୁଇଣ୍ଟାଲରୁ ୫କୁଇଣ୍ଟାଲ ମଧ୍ୟରେ ସୀମିତ ରହିଛି। ଆବଶ୍ୟକ କାଗଜାତ୍‌ ଦେବା ସତ୍ତ୍ୱେ ଧାନବିକ୍ରି ଟୋକନରେ ଏଭଳି ତ୍ରୁଟିକୁ ନେଇ ଚାଷୀମହଲରେ ଆରମ୍ଭରୁ ଅସନ୍ତୋଷ ଲାଗି ରହିଛି।
ତେବେ ଚାଷୀଙ୍କ ବାରମ୍ବାର ଦାବି ପରେ ଏପର୍ଯ୍ୟନ୍ତ ତୃତୀୟ ପର୍ଯ୍ୟାୟ ଟୋକନ ଆସିଥିଲେ ମଧ୍ୟ ଅନୁରୂପ ସମସ୍ୟା ଲାଗି ରହିଥିବା ଚାଷୀମାନେ ଅଭିଯୋଗ କରିଛନ୍ତି। ଏଭଳି ସମସ୍ୟା ଯୋଗୁ ଅନେକ ଚାଷୀ ଅମଳ ଧାନକୁ ବିକ୍ରି ପାଇଁ ମଣ୍ଡିକୁ ଆଣିବାରେ ସକ୍ଷମ ହୋଇ ପାରୁ ନାହାନ୍ତି। ଅନ୍ୟପଟେ ବେପାରୀମାନେ ସକ୍ରିୟ ହୋଇ ପଡ଼ିଥିବା ଏବଂ ସର୍ବନିମ୍ନ ସହାୟକ ମୂଲ୍ୟ(ଇନପୁଟ୍‌ ଆସିଷ୍ଟାଣ୍ଟ ସହିତ) ଧାନ କୁଇଣ୍ଟାଲ ପ୍ରତି ୩୧୦୦ ଟଙ୍କା ବଦଳରେ ୧୬୦୦ ଟଙ୍କାରୁ ୧୮୦୦ ଟଙ୍କାରେ ବିକ୍ରି କରୁଥିବା ଅଭିଯୋଗ ହୋଇଛି। ସେହିପରି ବର୍ଷା ଚାଷୀଙ୍କ ଚିନ୍ତାକୁ ଆହୁରି ବଢ଼ାଇ ଦେଇଛି। ଅମଳ ଧାନକୁ ଚାଷୀମାନେ କ୍ଷେତ, ଖଳାରେ ରଖିଛନ୍ତି। କିଏ ତାରପୋଲିନ ତ ଆଉ କେହି ପାଳ ଘୋଡ଼ାଇ ଧାନକୁ ସୁରକ୍ଷିତ ରଖିଛନ୍ତି। କିନ୍ତୁ ତୁହାକୁ ତୁହା ବର୍ଷା ହେଉଥିବାରୁ ସେହି ଧାନକୁ ବାରମ୍ବାର ଖରାରେ ଶୁଖାଇବାକୁ ପଡୁଛି। ଏପରିକି ବିଭିନ୍ନ ମଣ୍ଡିରେ ଧାନ ସୁରକ୍ଷିତ ରଖିବା ପାଇଁ ଉପଯୁକ୍ତ ସ୍ଥାନ ନାହିଁ। ଫଳରେ ସେଠାରେ ମଧ୍ୟ ଧାନ ଖୋଲା ଆକାଶତଳେ ରହିଥିବା ପରିଲକ୍ଷିତ ହୋଇଛି। ଏପରିକି ବର୍ଷାର ପ୍ରଭାବରେ ବରଗଡ଼ ଆର୍‌ଏମ୍‌ସି ଅଧୀନ କଲାପାଣି ମଣ୍ଡିରେ ରହିଥିବା ଧାନବସ୍ତା ଗଜା ହେବା ନଜୀର ରହିଥିବା ବେଳେ ଅନ୍ୟ କେତେକ ମଣ୍ଡିରେ ଏଭଳି ସ୍ଥିତି ଉପୁଜିଥିବା ଚାଷୀମାନେ କହିଛନ୍ତି। ଟୋକନ ସମସ୍ୟାର ତ୍ୱରିତ୍‌ ସମାଧାନ ସହିତ ଚାଷୀଙ୍କ ବିକ୍ରିଯୋଗ୍ୟ ସବୁଧାନକୁ କିଣା ନଗଲେ ଆଗକୁ ଏକ ବଡ଼ ଚାଷୀ ଆନ୍ଦୋଳନ ମୁଣ୍ଡ ଟେକିଛି, ଏହା ଏବେଠାରୁ ସ୍ପଷ୍ଟ ହେବାରେ ଲାଗିଛି।

Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଗଭୀର ଅବପାତ: ଗଞ୍ଜାମରେ ପ୍ରଶାସନର ହାଇ-ଆଲର୍ଟ, ୨୧୬ ଜଣ ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର

ଛତ୍ରପୁର, ୨୨।୯(ଦିଲ୍ଲୀପ ସାମଲ): ସମ୍ଭାବ୍ୟ ଗଭୀର ଅବପାତ ଓ ପ୍ରବଳ ବର୍ଷା ଜନିତ ବିପର୍ଯ୍ୟୟର ମୁକାବିଲା ପାଇଁ ଗଞ୍ଜାମ ଜିଲା ପ୍ରଶାସନ ପକ୍ଷରୁ ଆଗୁଆ ସତର୍କତାମୂଳକ ପଦକ୍ଷେପ…

‘ଧରିତ୍ରୀ’ରେ ଖବର ପ୍ରସାରଣର ବଡ଼ ପ୍ରଭାବ: ଥୁଆମୂଳ ରାମପୁରରେ ଅଟକିଲା ବେଆଇନ ଦାଦନ ବସ୍, ୧୭ ହଜାରରୁ ଊର୍ଦ୍ଧ୍ୱ ଟଙ୍କା ଫାଇନ୍

ଥୁଆମୂଳ ରାମପୁର, ୨୨।୯(ଦୁର୍ଗା କୀର୍ତ୍ତି): ‘ଧରିତ୍ରୀ’ରେ ବେଆଇନ ଦାଦନ ଶ୍ରମିକ ଚାଲାଣ ସମ୍ପର୍କିତ ବିଶେଷ ଖବର ପ୍ରକାଶ ପାଇବା ପରେ ପ୍ରଶାସନିକ କଳ ତତ୍ପର ହୋଇଉଠିଛି। ଜିଲା…

୨ କିଲୋମିଟର ଘୋଷାଡ଼ି ନେଲା ପିକଅପ୍: ଅତାବିରାରେ ମର୍ମନ୍ତୁଦ ଦୁର୍ଘଟଣା, ଚାଲିଗଲା ଜଳଖିଆ ବ୍ୟବସାୟୀଙ୍କ ଜୀବନ

ଅତାବିରା, ୨୨।୯(ଯୁଧିଷ୍ଠିର ମହାପାତ୍ର): ସମ୍ବଲପୁର-ବରଗଡ଼ ୫୩ ନମ୍ବର ଜାତୀୟ ରାଜପଥର ଅତାବିରାରେ ମଙ୍ଗଳବାର ସନ୍ଧ୍ୟାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କର ମୃତ୍ୟୁ ହୋଇଛି। ମୃତ…

ସୁବଳୟା ମହାନଦୀରୁ ଦୁଇ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର: ଗଞ୍ଜେଇ ମାଫିଆ ହୋଇଥିବା ସନ୍ଦେହ, ପରିଚୟ ଖୋଜୁଛି…

ଅମରପାଲି, ୨୨।୯(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ସୁବଳୟା ମହାନଦୀ ଫେରିଘାଟ ନିକଟରୁ ମଙ୍ଗଳବାର ଅପରାହ୍ନରେ ଦୁଇଜଣ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର କରାଯାଇଛି।…

ପୋଷଣ ସହ ବଢ଼ିବ ମନୋବଳ: ଗୁଡ଼ାରିରେ ଯକ୍ଷ୍ମା ଆକ୍ରାନ୍ତଙ୍କୁ ପୋଷଣ ଖାଦ୍ୟ ବାସ୍କେଟ ବଣ୍ଟନ, ଏମ୍‌ସିଏଲ୍‌ର ପ୍ରଶଂସନୀୟ…

ଗୁଡ଼ାରି, ୨୨।୯(ପ୍ରମୋଦ କୁମାର ପତି): ‘ପ୍ରଧାନମନ୍ତ୍ରୀ ଯକ୍ଷ୍ମା ମୁକ୍ତ ଭାରତ ଅଭିଯାନ’ ଅନ୍ତର୍ଗତ ରାୟଗଡ଼ା ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀଙ୍କ ତତ୍ତ୍ୱାବଧାନରେ ଗୁଡ଼ାରି ବ୍ଲକରେ ଚିହ୍ନଟ ହୋଇଥିବା ୫୧…

ହାଟଡିହୀର ଦୀପ୍ତିମୟୀଙ୍କୁ ବଡ଼ ଦାୟିତ୍ୱ: କେନ୍ଦୁଝର ଜିଲା ମହିଳା ମୋର୍ଚ୍ଚା ଉପସଭାପତି; ଛୁଟୁଛି ଶୁଭେଚ୍ଛାର…

ହାଟଡିହୀ,୨୨।୯(ଶୁଭକାନ୍ତ ନାୟକ): ଭାରତୀୟ ଜନତା ପାର୍ଟିର କେନ୍ଦୁଝର ଜିଲା ମହିଳା ମୋର୍ଚ୍ଚା ଉପସଭାପତି ଭାବେ ହାଟଡିହୀ ବ୍ଲକ ବଞ୍ଚୋ ଗ୍ରାମର ଦୀପ୍ତିମୟୀ ଖୁଣ୍ଟିଆଙ୍କୁ ମନୋନୀତ କରାଯାଇଛି। ଭାଜପା…

କଳାହାଣ୍ଡିରେ ଲଗାଣ ବର୍ଷାର ତାଣ୍ଡବ: କାଲି ସମସ୍ତ ଶିକ୍ଷାନୁଷ୍ଠାନ ଛୁଟି, ୨୫ ଯାଏ ସରକାରୀ କର୍ମଚାରୀଙ୍କ…

ଭବାନୀପାଟଣା, ୨୨।୯(ଉତ୍ତମ କୁମାର ଦାଶ): ବଙ୍ଗୋପସାଗରରେ ସୃଷ୍ଟ ଗଭୀର ଅବପାତ ପ୍ରଭାବରେ କଳାହାଣ୍ଡି ଜିଲାରେ ପ୍ରବଳ ବର୍ଷା ଜାରି ରହିଛି। ମଙ୍ଗଳବାର ସକାଳୁ ଘଡ଼ଘଡ଼ି ଓ ବିଜୁଳି…

ଆଉ ନାହାନ୍ତି ବିଶିଷ୍ଟ ଶିକ୍ଷାବିତ୍ ପ୍ରଫେସର ଡ. ଗୋପବନ୍ଧୁ ବେହେରା: କଳାହାଣ୍ଡିରେ ଶୋକର ଛାୟା

ଭବାନୀପାଟଣା, ୨୨।୯(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲାର ଜଣେ ଅଗ୍ରଣୀ ଶିକ୍ଷାବିତ୍, ଆଦର୍ଶ ମାର୍ଗଦର୍ଶକ ତଥା ବିଶିଷ୍ଟ ରସାୟନ ବିଜ୍ଞାନ ପ୍ରଫେସର ଡକ୍ଟର ଗୋପବନ୍ଧୁ ବେହେରାଙ୍କର ୮୭…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?