ଅନାବଶ୍ୟକ ଆଇନ

ଚଳିତ ମାସରେ ଆମେ ସ୍ବାଧୀନତା ଦିବସ ପାଳନ କଲୁ। ଏହା ହେଉଛି ଆମ ସ୍ବାଧୀନତା ସଂଗ୍ରାମର ପରାକାଷ୍ଠା। ବିଦେଶୀ ଶାସନ ଏବଂ ଦମନକାରୀ ଆଇନଗୁଡ଼ିକରୁ ଆମକୁ ସ୍ବାଧୀନତା ଓ ସ୍ବତନ୍ତ୍ରତା ମିଳିଛି। ତେବେ ସ୍ବାଧୀନ ଭାରତରେ ନିକଟରେ ମହାରାଷ୍ଟ୍ର ରାଜ୍ୟପାଳ ସିପି ରାଧାକୃଷ୍ଣନ ପାରିତ ହୋଇଥିବା ‘ମହାରାଷ୍ଟ୍ର ସ୍ପେଶିଆଲ ପବ୍ଲିକ ସୁକ୍ୟୁରିଟି ବିଲ୍‌’ ଉପରେ ତର୍ଜମା କରୁଛନ୍ତି। ଏହାକୁ ସ୍ବୀକୃତି ନ ଦେବା ସକାଶେ ଆମ୍‌ନେଷ୍ଟି ଇଣ୍ଟରନ୍ୟାଶନାଲ ଇଣ୍ଡିଆ ତରଫରୁ ମୁଁ ରାଜ୍ୟପାଳଙ୍କୁ ନିବେଦନ କରିଛି। ତଥାକଥିତ ଅର୍ବାନ ନକ୍ସଲ ବା ସହରୀ ନକ୍ସଲଙ୍କ ବିରୋଧରେ ପଦକ୍ଷେପ ନେବା ଲାଗି ଏହି ବିଲ୍‌ ବା ବିଧେୟକରେ ପ୍ରାବଧାନ ରହିଛି। ଏହା ସାମ୍ବିଧାନିକ ତଥା ଅନ୍ତଃରାଷ୍ଟ୍ରୀୟ ସ୍ତରରେ ସୁରକ୍ଷିତ ଥିବା ମାନବ ଅଧିକାର ପ୍ରତି ବିପଦ। ନକ୍ସଲବାଦ ହେଉଛି ଅନେକ ଦଶନ୍ଧିର ଏକ ପୁରୁଣା ଗ୍ରାମୀଣ ତଥା କମ୍ୟୁନିଷ୍ଟ ପ୍ରେରିତ ଆନ୍ଦୋଳନ। ହେଲେ ଏବେ ‘ଅର୍ବାନ ନକ୍ସଲାଜମ୍‌’ ବା ସହରୀ ନକ୍ସଲବାଦ ଆଲୋଚନାର ବିଷୟ ହୋଇଛି। ସମ୍ଭବତଃ ଏହି ଆନ୍ଦୋଳନକୁ ବୁଦ୍ଧିଜୀବୀ, ଶିକ୍ଷାବିତ୍‌ ଓ ଅନ୍ୟମାନେ ସମର୍ଥନ କରୁଥିବାରୁ ଏଭଳି କୁହାଯାଉଛି। ଭାରତୀୟ ଆଇନରେ ‘ସହରୀ ନକ୍ସଲବାଦ’ ଶବ୍ଦର କୌଣସି ବୈଧ ସଂଜ୍ଞା ବା ବ୍ୟାଖ୍ୟା ନାହିଁ। ଅସ୍ପଷ୍ଟ ଭାଷା, ଭେଦଭାଦ କୈନ୍ଦ୍ରିକ, ନ୍ୟାୟିକ ସମୀକ୍ଷାର ଅଭାବ ଏବଂ ଦୁରୁପଯୋଗର ସମ୍ଭାବନା ଥିବା ଏହି ବିଲ୍‌ ବୈଧ ପ୍ରତିବାଦର ଅପରାଧୀକରଣ କରିବାର ଆଶଙ୍କା ରହିଛି। ଏହା ବୈଚାରିକ ଦୃଷ୍ଟି କୋଣରୁ ପକ୍ଷପାତ। ଏହା ଅନ୍ତର୍ଜାତୀୟ ଓ ସାମ୍ବିଧାନିକ ରୂପେ ସୁରକ୍ଷିତ ଅଧିକାରଗୁଡ଼ିକ ପ୍ରତି ଅତ୍ୟଧିକ ବିପଦ ସୃଷ୍ଟି କରିବ ଏବଂ ରାଜ୍ୟରେ ବୈଧ ବିରୋଧର ଆପରାଧୀକରଣ କରିବ। ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ୍‌ନବିସ ଦୃଢ଼ତାପୂର୍ବକ କହିଛନ୍ତି, ଏହି ଆଇନ ସରକାରଙ୍କ ସମାଲୋଚକଙ୍କୁ ଦମନ କରିବା ଲାଗି ବ୍ୟବହାର କରାଯିବ ନାହିଁ। ‘ସହରୀ ନକ୍ସଲବାଦ’ର କୌଣସି ବୈଧ ସଂଜ୍ଞା ନାହିଁ। ଏହା ହେଉଛି ଏକ ଶବ୍ଦାଡ଼ମ୍ବର ଏବଂ ରାଜନୈତିକ ଆଧାରିତ ଖଣ୍ଡବାକ୍ୟ, ଯାହାକୁ ମିଡିଆ ଏବଂ ରାଜନୈତିକ ବିତର୍କଗୁଡ଼ିକରେ ପ୍ରଚାର କରାଯାଉଛି। ସିଭିଲ ସୋସାଇଟିକୁ ବିରୋଧ କରିବା ଏବଂ ଶାନ୍ତିପୂର୍ଣ୍ଣ ପ୍ରତିବାଦକୁ ଦେଶଦ୍ରୋହ କିମ୍ବା ଆତଙ୍କବାଦ ଆଖ୍ୟା ଦେବା ପାଇଁ ଏହାକୁ ଅସ୍ତ୍ରଭାବେ ବ୍ୟବହାର କରାଯାଏ। ଉଦାହରଣ ସ୍ବରୂପ, ଭୀମା କୋରେଗାଁଓ ଘଟଣାରେ ବେଆଇନ କାର୍ଯ୍ୟକଳାପ(ନିରୋଧୀ) ଆଇନ ବା ୟୁଏପିଏରେ ୧୬ ଜଣ କର୍ମକର୍ତ୍ତାଙ୍କୁ ଗିରଫ କରାଯାଇଥିଲା। ଏହି ଆଇନରେ ବ୍ୟକ୍ତିମାନଙ୍କୁ ବିନା ବିଚାରରେ ଅନେକ ବର୍ଷ ହେଲା ଅଟକ ରଖାଯାଇଛି। ଅଭିଯୁକ୍ତମାନଙ୍କ ମଧ୍ୟରୁ ଅନେକେ କୌଣସି ହିଂସାତ୍ମକ କାର୍ଯ୍ୟ ସହ ଜଡ଼ିତ ନ ଥିଲେ। ସେମାନେ କେବଳ ଅବହେଳିତ ସମୁଦାୟ ପାଇଁ ସ୍ବର ଉଠାଇବା କିମ୍ବା ନାଗରିକ ଅଧିକାର ସୁରକ୍ଷା ପାଇଁ ଲଢୁଥିଲେ। ଉଲ୍ଲେଖନୀୟ ଯେ, ଫଡ୍‌ନବିସଙ୍କ ପ୍ରଥମପାଳି ମୁଖ୍ୟମନ୍ତ୍ରିତ୍ୱ ସମୟରେ ୨୦୧୮ରେ ଗିରଫଦାରି ଆରମ୍ଭ ହୋଇଥିଲା। ୭ ବର୍ଷ ହେଲା ବିଚାର ପ୍ରକ୍ରିୟା ଆରମ୍ଭ ହୋଇନାହିଁ। ୬ ଜଣ କର୍ମକର୍ତ୍ତାଙ୍କୁ ଜାମିନ ମିଳିନାହିଁ ଏବଂ ଫାଦର ଷ୍ଟାନ୍‌ ସ୍ବାମୀଙ୍କର ହାଜତରେ ମୃତ୍ୟୁ ହୋଇଯାଇଛି।
ସହରୀ ନକ୍ସଲ ବର୍ଣ୍ଣନାରେ ଅହିଂସାତ୍ମକ ରାଜନୈତିକ ବିରୋଧ ଏବଂ ହିଂସାତ୍ମକ ଚରମବାଦ ମଧ୍ୟରେ ଥିବା ପ୍ରଭେଦକୁ ସ୍ପଷ୍ଟ କରାଯାଇନାହିଁ। ଏଭଳି ଏକ ଦ୍ୱନ୍ଦ୍ୱ କେବଳ ଭାରତର ସାମ୍ବିଧାନିକ ମୂଲ୍ୟବୋଧର ବିରୋଧୀ ନୁହେଁ ବରଂ ଏହା ଅନ୍ତର୍ଜାତୀୟ ବୈଧ ଉତ୍ତରଦାୟିତ୍ୱର ଉଲ୍ଲଂଘନ କରେ। ଆଉ ଏକ ଚିନ୍ତାଜନକ ବିଷୟ ହେଉଛି ଭେଦଭାବ। ପ୍ରଥମ ପାରାରେ ସୂଚିତ କରାଯାଇଥିବା ଶବ୍ଦସବୁ, ‘ବାମପନ୍ଥୀ ଚରମବାଦୀ ସଂଗଠନ କିମ୍ବା ଏହିଭଳି ସଙ୍ଗଠନଗୁଡ଼ିକ’ ଆପରାଧୀକରଣ ବିଚାରକୁ ସୂଚିତ କରିବା ସହ ଇଣ୍ଟରନ୍ୟାଶନାଲ କୋଭେନାଣ୍ଟ ଅନ୍‌ ସିଭିଲ ଆଣ୍ଡ ପଲିଟିକାଲ ରାଇଟ୍‌ସ-ଅନୁଚ୍ଛେଦ ୨୬ର ଉଲ୍ଲଂଘନ କରେ; ଯେଉଁଥିରେ ଭାରତ ସ୍ବାକ୍ଷର କରିଛି। ତେବେ ବିଧେୟକର ଅନୁଚ୍ଛେଦ ୩ କୌଣସି ସଙ୍ଗଠନକୁ ‘ବେଆଇନ’ ଘୋଷଣା କରିବା ପାଇଁ କାର୍ଯ୍ୟପାଳିକାକୁ ଅନୁମତି ଦିଏ। କିନ୍ତୁ ଏଥିରେ ନିଷ୍ପକ୍ଷ ନ୍ୟାୟିକ ଯାଞ୍ଚକୁ ପ୍ରୋତ୍ସାହିତ କରିବାର ପ୍ରାବଧାନ ନାହିଁ। କେବଳ ସରକାରଙ୍କ ଦ୍ୱାରା ନିଯୁକ୍ତ ପରାମର୍ଶଦାତା ବୋର୍ଡକୁ ଏଭଳି ଘୋଷଣାଗୁଡ଼ିକର ସମୀକ୍ଷା କରିବା ପାଇଁ ଦାୟିତ୍ୱ ଦିଆଯାଇଛି, ଅର୍ଥାତ୍‌ ସେମାନେ କଙ୍ଗାରୁ କୋର୍ଟ ପାଲଟିଯିବ। ଏହା ନ୍ୟାୟିକ ସୁରକ୍ଷାକୁ ହଟାଇ ଦେଇଛି ଏବଂ ସ୍ବେଚ୍ଛାଚାରୀ କାର୍ଯ୍ୟ ପାଇଁ ଦ୍ୱାର ଖୋଲିଦେଇଛି। ତଦନ୍ତରେ ନିଷ୍ପକ୍ଷ ବିଚାର ଓ ତଜ୍ଜନିତ ପ୍ରକ୍ରିୟା ସୁନିଶ୍ଚିତ କରୁଥିବା ଏବଂ ଜଣଙ୍କ ଘର, ସମ୍ପତ୍ତି ଓ ଗୋପନୀୟତାରେ ଅବୈଧ ହସ୍ତକ୍ଷେପ ବିରୋଧରେ ବ୍ୟକ୍ତିଙ୍କୁ ସୁରକ୍ଷା ଦେଉଥିବା ଅଧିକାରଗୁଡ଼ିକୁ ଏହା ଉଲ୍ଲଂଘନ କରେ। ଧାରା ୧୪ ଆବେଦନକୁ ବାରଣ କରୁଥିବାବେଳେ ଧାରା ୧୭ ସରକାର ଅଧିକାରୀଙ୍କୁ ଅପରାଧ ଅଭିଯୋଗରେ ସୁରକ୍ଷା ପ୍ରଦାନ କରେ। ଦେଖିବାକୁ ଗଲେ ଏହିସବୁ ଧାରା ଉତ୍ତରଦାୟିତ୍ୱକୁ ଶେଷ କରିଦେଇଛି। ଉପନିବେଶିକ ଢାଞ୍ଚାରେ ଲୋକଙ୍କୁ ଜେଲରେ ରଖାଯିବା ଭଳି ଦମନମୂଳକ କାର୍ଯ୍ୟ ଏହି ଆଇନରେ ମଧ୍ୟ ରହିଛି। ଧାରା ୧୫ ଏହି ବିଲ୍‌ ଅଧୀନରେ ସମସ୍ତ ଅଭିଯୋଗକୁ ଜାମିନ ବିହୀନ କରିଛି। କୌଣସି ବିନା ତଦନ୍ତରେ ବିଚାର ପୂର୍ବରୁ ଦୀର୍ଘଦିନ ଅଟକ ରଖାଯିବାର ପ୍ରାବଧାନ ଅଛି। ଏହି ଆଇନର ଆବଶ୍ୟକତା ନାହିଁ। କାରଣ ଭାରତରେ ୟୁଏପିଏ, ଏମ୍‌ସିଓସିଏ ଓ ଭାରତୀୟ ନ୍ୟାୟ ସଂହିତା ସମେତ ଅତି କଠୋର ଆତଙ୍କବାଦ ବିରୋଧୀ ଓ ଅପରାଧ ଆଇନଗୁଡ଼ିକ ଅଛି।
ରାଜ୍ୟପାଳ ଯଦି ଆଇନକୁ ସ୍ବୀକୃତି ଦିଅନ୍ତି ଓ ତାହାକୁ ଲାଗୁ କରାଯାଏ, ତେବେ ଏହା ସୁରକ୍ଷା ନାମରେ ମୌଳିକ ଅଧିକାରକୁ କ୍ଷତି କରିବ। ମହାରାଷ୍ଟ୍ର ସୁରକ୍ଷାରୁ ଦୂରେଇ ଯାଇ ଏହି ଆଇନ ପ୍ରତିବାଦ, ବିତର୍କ ଏବଂ ଉତ୍ତରଦାୟିତ୍ୱର ଅପରାଧୀକରଣ କରିଛି। ‘ସହରୀ ନକ୍ସଲ’ ଭଳି ଶବ୍ଦ ବ୍ୟାପକ କ୍ଷତିର କାରଣ ହୋଇସାରିଲାଣି। ସେଥିପାଇଁ ସମ୍ମତି ପ୍ରଦାନ ନ କରିବା ପାଇଁ ମୁଁ ସମ୍ମାନର ସହ ରାଜ୍ୟପାଳଙ୍କୁ ନିବେଦନ କରିଛି। ସ୍ବାଧୀନତା ଦିବସ ପାଳନକୁ ପତାକା ଉଡ଼ାଇବା ଏବଂ ଅଭିବାଦନ ଗ୍ରହଣ କରିବା ସହ ଲମ୍ବା ଭାଷଣ ଦେବାର ପ୍ରତୀକ ଭାବେ ସୀମିତ ରଖାଯିବା ଉଚିତ ନୁହେଁ। ସ୍ବାଧୀନତା, ନାଗରିକ ଅଧିକାରର ସୁରକ୍ଷା, ମାନବ ଅଧିକାରର ସୁରକ୍ଷା ଓ ନ୍ୟାୟ ଉପଲବ୍ଧ କରିବା ପ୍ରତି ଆମର ପ୍ରତିବଦ୍ଧତା ଜାରି ରହିବା ଦରକାର। କିନ୍ତୁ ଏହି ଆଇନ ଏ ସବୁର ଉଲ୍ଲଂଘନ କରେ ଏବଂ ଏହି କାରଣରୁ ଏପରି ଆଇନକୁ ଭାରତୀୟଙ୍କ ଉପରେ ବଳପୂର୍ବକ ଲଦି ଦିଆ ନ ଯାଉ।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ପଞ୍ଜାବର ଗୁରୁବିନ୍ଦର ସିଂ ସୋହି ଗହମ ବଦଳରେ ଫୁଲ ଚାଷ କରି ବର୍ଷକୁ ୨୨ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି। ଗୁରୁବିନ୍ଦର ରହୁଛନ୍ତି ନାନୋଓ୍ବାଲରେ। ଏହି ଗାଁରେ…

‘ଏକ୍‌ଲା ଚଲୋରେ’ର ବିକୃତ ପ୍ରକଟନ

“ତୋର୍‌ ଡାକ୍‌ ଶୁନେ ଯଦି କେଉ ନା ଆସେ, ତବେ ଏକ୍‌ଲା ଚଲୋରେ“- ନୋବେଲ ପୁରସ୍କାରପ୍ରାପ୍ତ ବିଶ୍ୱକବି ରବୀନ୍ଦ୍ରନାଥ ଟାଗୋରଙ୍କର ଦେଶାମତ୍ବୋଧକ ସଙ୍ଗୀତର ଏହି ପଂକ୍ତି ଆଜି…

କୃଷି କୃଷକର କଥା ଓ ବ୍ୟଥା

ଓଡ଼ିଶା ଏକ କୃଷି ପ୍ରଧାନ ରାଜ୍ୟ। ରାଜ୍ୟର ପ୍ରାୟ ଶତକଡ଼ା ସତୁରି ଭାଗ ଲୋକ ଜୀବନ ଜୀବିକା ପାଇଁ କୃଷି ଉପରେ ନିର୍ଭର କରିଥାନ୍ତି। ତେଣୁ ଓଡ଼ିଶାର…

ଫାଳିକିଆ ଆଇନ

ସଶସ୍ତ୍ର ଦୁର୍ବୃତ୍ତମାନେ ସେପ୍ଟେମ୍ବର ୧୩ରେ ମଣିପୁରର ତାମେଙ୍ଗଲଙ୍ଗ ଜିଲାରେ ଦୁଇଟି ପୃଥକ୍‌ ସ୍ଥାନରେ ଆକ୍ରମଣ କରିବାରୁ ଜଣେ ୬ ବର୍ଷର ଶିଶୁ ଆହତ ହେବା ସହ ୪…

ଏଇ ଭାରତରେ

ମଧ୍ୟପ୍ରଦେଶ ଷ୍ଟେଟ ଇଣ୍ଡଷ୍ଟ୍ରିଆଲ ସିକ୍ୟୁରିଟି ଫୋର୍ସର ଆଇପିଏସ୍‌ ଅଧିକାରୀ ବୀରେନ୍ଦ୍ର ମିଶ୍ରା ବେଡ଼ିଆ ସମ୍ପ୍ରଦାୟର ପିଲାଙ୍କୁ କୁତ୍ସିତ ପ୍ରଥାରୁ ମୁକୁଳାଇ ସମାଜର ମୁଖ୍ୟ ଧାରାରେ ସାମିଲ କରୁଛନ୍ତି।…

କାହାନ୍ତି ସେ ସାଆନ୍ତାଣୀ

‘ସାଆନ୍ତାଣୀ’ ଏପରି ଏକ ଶବ୍ଦ ଯାହାର ଉଚ୍ଚାରଣରେ କର୍ତ୍ତା ଓ ଗ୍ରହୀତା ଉଭୟେ ଆପ୍ୟାୟିତ ହୁଅନ୍ତି। ଏହି ଶବ୍ଦଟିର ପୂର୍ବରୁ ‘ମାଆ’ ଯୋଡା ହୋଇଗଲେ ତାହା ଅଧିକ…

ବିକାଶ ଦୌଡ଼ରେ ଭାରତ ଓ ଚାଇନା

ବେଳେ ବେଳେ ମନରେ ପ୍ରଶ୍ନ ଆସେ, ବିଜ୍ଞାନ ଓ କାରିଗରି କ୍ଷେତ୍ରରେ ଚାଇନା କିପରି ଏତେ ତୀବ୍ର ବିକାଶ କରିପାରୁଛି। ନିକଟରେ ସମ୍ପନ୍ନ ହୋଇଥିବା ବିଶ୍ୱ ହ୍ୟୁମାନଏଡ୍‌…

ଏଆଇ ପ୍ରତି ସତର୍କତା

ଇରାନ ଓ ଆମେରିକା ମଧ୍ୟରେ ଯୁଦ୍ଧ ଲାଗି ରହିଛି। ଇତିମଧ୍ୟରେ ୟେମେନ୍‌ର ଇରାନ ସମର୍ଥିତ ହାଉତି ବିଦ୍ରୋହୀମାନେ ଲୋହିତ ସାଗରର ଦକ୍ଷିଣ ପ୍ରବେଶ ପଥରେ ଥିବା ‘ମାୟୁନ୍‌’…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?