Posted inଜାତୀୟ

ଅନ୍‌ଲକ ୪.୦: କ’ଣ ଖୋଲିବ କ’ଣ ନାହିଁ

ନୂଆଦିଲ୍ଲୀ,୨୮।୮: କରୋନା ଭାଇରସ ପାଇଁ ଦେଶରେ ଲାଗୁ କରାଯାଇଥିବା ଲକ୍‌ଡାଉନ ପରେ ଏବେ ଚାଲିଛି ଅନ୍‌ଲକ ପ୍ରକ୍ରିୟା। ଏବେ ଆରମ୍ଭ ହେବାକୁ ଯାଉଛି ଅନ୍‌ଲକ ୪.୦। ଦେଶର ଅର୍ଥବ୍ୟବସ୍ଥାକୁ ନଜରରେ ରଖି ଏଥର କ’ଣ ଖୋଲୁଛି କ’ଣ ନାହିଁ ତା’ଉପରେ ନଜର ପକାଇଲେ ଏମିତି କିଛି ଅନୁମାନ କରାଯାଉଛି। ଦେଶର ପ୍ରମୁଖ ସହର ଗୁଡିକ କଥା ଦେଖିଲେ।
ଦିଲ୍ଲୀ-ଏନ୍‌ସିଆର୍‌
ରାଜଧାନୀ ଦିଲ୍ଲୀରେ ଗତ ମାର୍ଚ୍ଚରୁ ମେଟ୍ରୋ ସେବା ବନ୍ଦ ପଡିଥିବା ବେଳେ ଏଥିର ଅନ୍‌ଲକ ୪.୦ ଅର୍ଥାତ୍‌ ସେପ୍ଟେମ୍ବର ୧ରୁ ଏହା ଚଳାଚଳ କରିବ ବୋଲି ଅନୁମାନ କରାଯାଉଛି। ୫୦ ପ୍ରତିଶତ ଯାତ୍ରୀଙ୍କ ସହ ଯୋଗାଯୋଗ ବିହୀନ ଟିକେଟ ବ୍ୟବସ୍ଥା ସହିତ ଯାତ୍ରୀଙ୍କୁ ଅଭ୍ୟସ୍ତ ହେବାକୁ ପଡିପାରେ। ତେବେ ଏଠାରେ ସିନେମାହଲ୍‌, ଅଡିଟୋରିଅମ, ଶିକ୍ଷାନୁଷ୍ଠାନ ବନ୍ଦ ରହିବ। ବାର୍‌ ଗୁଡିକ ଖୋଲିବ ବୋଲି ଅନୁମାନ କରାଯାଉଛି।
ବେଙ୍ଗାଲୁରୁ
କର୍ନାଟକରେ ପବ୍‌ ଓ ବାର୍‌ ଖୋଲିବାକୁ ଅନୁମତି ଦିଆଯାଇପାରେ ବୋଲି ଅନୁମାନ କରାଯାଉଛି। ଶିକ୍ଷାନୁଷ୍ଠାନ ମଲ୍ଟିପ୍ଲେକ୍ସ ଖୋଲିବା କଥା ସରକାର ଚିନ୍ତା କରିପାରନ୍ତି। ୫ ମାସ ବନ୍ଦ ଥିବା ନାମମା ମେଟ୍ରୋ ମଧ୍ୟ ସରକାରଙ୍କ ସବୁଜ ସଙ୍କେତକୁ ଅପେକ୍ଷା ରଖିଛି। ଘରୋଇ ବିବାନ ଅବତରଣକୁ ଅନୁମତି ଦିଆଯାଇପାରେ। ସପ୍ତାହର ୨ ଦିନ ଶଟ୍‌ ଡାଉନ ନିୟମ ଲାଗୁ କରାଯାଇପାରେ।
ମୁମ୍ବାଇ
ଏଠାରେ ଅଗଷ୍ଟ ମାସରେ ଦୋକନ ଓ ମଲ ଖୋଲିବାକୁ ଅନୁମତି ମିଳିଥିବା ବେଳେ ଏବେ ଜିମ୍‌ ଓ ପାର୍କ ଉପରେ ସମସ୍ତଙ୍କ ନଜର। ତେବେ ମୋଟର ଚାଳକମାନେ ବିନା କାରଣରେ ଗସ୍ତ କରୁଥିଲେ ସେମାନଙ୍କୁ ଦଣ୍ଡ ବିଧାନ କରାଯିବ ବୋଲି ମୁମ୍ବାଇ ପୋଲିସ ଚେତାବନୀ ଦେଇଛି।
ଚେନ୍ନାଇ
ଏଠାରେ ଇ-ପାସ୍‌ ବାଧ୍ୟତାମୂଳକ କରାଯାଇପାରେ। ଏହାସହ ଚେନ୍ନାଇର ସଂକ୍ରାମକ ରୋଗ ବିଶେଷଜ୍ଞ ସୁବ୍ରମଣ୍ୟମ ସ୍ବାମୀନାଥନ ନିକଟରେ ଦାବି କରିଛନ୍ତି, ଚେନ୍ନାଇରେ ସଂକ୍ରମଣ ଶିଖରରେ ପହଞ୍ଚିଥିବା ବେଳେ ରାଜ୍ୟ ବାହାରୁ ଆସୁଥିବା ଓ ଜିଲା ବାହାରକୁ ଯାଉଥିବା ଯାତ୍ରୀଙ୍କ ପାଇଁ ଇ-ପାସ୍‌ ବାଧ୍ୟତାମୂଳକ କରାଯିବ ଦରକାର। ଏହାସହ ଏଠାରେ ମଦ ଦୋକାନ ଓ ହୋଟେଲ ଖୋଲିବାକୁ ଅନୁମତି ପ୍ରଦାନ କରାଯାଇପାରେ।


Enter your email to get our daily news in your inbox.

All Right Reserved By Dharitri.Com

ଅବପାତରେ ପରିଣତ ହେଲା ଲଘୁଚାପ: ଆହୁରି ୪ଦିନ ଭୀଷଣ ବର୍ଷା, ୧୩ ଜିଲାକୁ ଓ୍ବାର୍ନିଂ

ଭୁୁବନେଶ୍ୱର, ୧୩ା୮(ବନ୍ଦନା ସେଠୀ) – ବଙ୍ଗୋପସାଗରରେ ସକ୍ରିୟ ଥିବା ଲଘୁଚାପ କ୍ଷେତ୍ର ଅଧିକ ଘନୀଭୂତ ହୋଇ ଗୁରୁବାର ସକାଳ ୮ଟା ୩୦ରେ ପଶ୍ଚିମବଙ୍ଗ ଉପକୂଳରେ ଅବପାତରେ ପରିଣତ…

ମହିଳା ଜନପ୍ରତିନିଧିଙ୍କୁ ବ୍ଲାକ୍‌ମେଲ କରି ବନ୍ଧା ହେଲେ ଯୁବକ

ଧରାକୋଟ,୧୩ା୮(ବିଷ୍ଣୁ କେଶରୀ ଆଚାର୍ଯ୍ୟ): ଫେକ୍‌ ଆଇଡି ଖୋଲି ଜଣେ ମହିଳା ଜନ ପ୍ରତିନିଧିଙ୍କୁ ବ୍ଲାକମେଲ କରିବା ସହ ଧମକ ଦେବା ଓ ଫଟୋ ଏଡିଟ୍‌ କରି ଭାଇରାଲ…

ଜେଲ ଗଲେ ମୁଖ୍ୟ ଜିଲା କୃଷି ଅଧିକାରୀ

ବ୍ରହ୍ମପୁର,୧୩ା୮(ସୁବାସ ଚନ୍ଦ୍ର ପାଢ଼ୀ): ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାର ସବ୍‌ସିଡି କରାଇଦେବା ପାଇଁ ୧୫ ହଜାର ଟଙ୍କା ଲାଞ୍ଚ ନେଇ ବ୍ରହ୍ମପୁରର ମୁଖ୍ୟ ଜିଲା କୃଷି ଅଧିକାରୀ…

ନିଷ୍ପତ୍ତିକୁ ବଦଳାଇଲା ବାର କାଉନସିଲ; ସିଜେଆଇଙ୍କୁ ବିରୋଧ କରୁଥିବା ଆଇନ ସ୍ନାତକଙ୍କ ଉପରୁ ହଟାଇଲା ପ୍ରତିବନ୍ଧକ

ନୂଆଦିଲ୍ଲୀ,୧୩।୮: ଗୁରୁବାର (ଅଗଷ୍ଟ ୧୩) , ହାଇଦ୍ରାବାଦର ନ୍ୟାସନାଲ ଏକାଡେମୀ ଅଫ ଲିଗାଲ ଷ୍ଟଡିଜ ଆଣ୍ଡ ରିସର୍ଚ୍ଚ (NALSAR) ର ଛାତ୍ରମାନଙ୍କୁ ଓକିଲ ଭାବରେ ନାମ ଲେଖାରୁ…

ପନ୍ଦର ଦିନ ବିତିଗଲେ ବି ସରିଲାନି ଘାଇ ମରାମତି: ଆନନ୍ଦପୁର ସହର ଭିତରକୁ ପୁଣି ପଶିଲା ବନ୍ୟାଜଳ, ଆତଙ୍କିତ…

ବଞ୍ଚୋ,୧୩।୮(ପ୍ରଦୋଷ ବିଶ୍ୱାଳ): ପନ୍ଦର ଦିନ ବିତିଯାଇଥିଲେ ମଧ୍ୟ ଆନନ୍ଦପୁର ରିଙ୍ଗ ରୋଡ୍‌ର ଘାଇ ମରାମତି କାମ ସମ୍ପୂର୍ଣ୍ଣ ହୋଇପାରି ନାହିଁ। ଏହାରି ମଧ୍ୟରେ ପୁଣି ଥରେ ରିଙ୍ଗ…

ମନ୍ତ୍ରୀଙ୍କ ଅପେକ୍ଷାରେ ଠିଆ ହୋଇଥିଲେ, ହଠାତ ବେହୋସ୍‌ ହେଲେ ଛାତ୍ରୀ

ମୁମ୍ବାଇ,୧୩।୮: ସିଙ୍ଗରାଉଲି ଜିଲାର ଚିତ୍ରାଙ୍ଗୀ ତହସିଲରେ ଜାତିର ଗର୍ବ ଏବଂ ସମ୍ମାନର ପ୍ରତୀକ ସ୍ବରୂପ ଏକ ‘ତ୍ରିରଙ୍ଗା ଯାତ୍ରା’ (ତ୍ରିରଙ୍ଗା ଶୋଭାଯାତ୍ରା) ଆୟୋଜନ କରାଯାଇଥିଲା; କିନ୍ତୁ, ଯେତେବେଳେ…

ବିଦ୍ୟାଳୟ ରାସ୍ତାରେ ଗଛ ପକାଇ ଅବରୋଧ: ରାସ୍ତା ଉପରେ ପାଠ ପଢ଼ିଲେ ଛାତ୍ରଛାତ୍ରୀ, ୪ ଘଣ୍ଟା ପରେ…

ଡୁଙ୍ଗୁରିପାଲି ୧୩।୮(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ବ୍ଲକ ଅନ୍ତର୍ଗତ ନାଇକେନପାଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ଯିବା ରାସ୍ତାରେ ଜଣେ ବ୍ୟକ୍ତି ଗଛ ପକାଇ ଅବରୋଧ କରିବାର…

ନର୍ସ ମୃତ୍ୟୁ ମାମଲା: ଆକ୍ସନରେ ସରକାର…

କୋଲକାତା, ୧୩।୮: କୋଲକାତାର ପ୍ରମୁଖ ନୀଳରତନ ସରକାରୀ ମେଡିକାଲ କଲେଜ ଏବଂ ହସ୍ପିଟାଲ(ଏନ୍‌ଆର୍‌ଏସ୍‌) ଶୌଚାଳୟରୁ ଜଣେ ୩୦ ବର୍ଷୀୟା ଷ୍ଟାଫ ନର୍ସଙ୍କ ମୃତଦେହ ଉଦ୍ଧାର ହୋଇଛି। ଶୌଚାଳୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri