Posted inଜାତୀୟ

ବିହାରକୁ ସମ୍ଭାଳି ପାରୁ ନ ଥିବା ନୀତୀଶ ବାବୁ ଦେଶ ଶାସନ କରିବାକୁ ସ୍ବପ୍ନ ଦେଖୁଛନ୍ତି: ରବିଶଙ୍କର…

ନୂଆଦିଲ୍ଲୀ,୧୯।୨ : ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ୨୦୨୪ ମସିହାରେ ଲୋକସଭା ନିର୍ବାଚନ ପୂର୍ବରୁ ବିରୋଧୀ ଦଳଗୁଡ଼ିକୁ ଏକତ୍ର କରି ଭାଜପାକୁ କ୍ଷମତାରୁ ହଟାଇବାକୁ ଆହ୍ବାନ ଦେଇଛନ୍ତି। ୍‌ସେ କହିଛନ୍ତି ଯେ ଯଦି କଂଗ୍ରେସ ସମେତ ସମଗ୍ର ବିରୋଧୀ ଦଳ ଏକାଠି ହୁଅନ୍ତି, ତେବେ ୨୦୨୪ ନିର୍ବାଚନରେ ଭାଜପା ୧୦୦ ଟି ଆସନକୁ ହ୍ରାସ ପାଇବ।

ଭାଜପା ବିରୋଧରେ ନୀତୀଶ କୁମାରଙ୍କ ଦେଶବ୍ୟାପୀ ସାମ୍ମୁଖ୍ୟକୁ ନେଇ ଭାଜପା ନେତାଙ୍କ ଚିନ୍ତା ବଢ଼ିବାରେ ଲାଗିଛି। ଏନେଇ ଭାଜପା ଏମ୍‌ପି ରବି ଶଙ୍କର ପ୍ରସାଦ ନୀତୀଶ କୁମାରଙ୍କୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି ନୀତୀଶ କୁମାରଙ୍କର ନିଜ ଦଳରେ ବିଶୃଙ୍ଖଳା ଅଛି। ବିହାର ପରିଚାଳନା କରିବାରେ ତାଙ୍କ ଦଳ ସକ୍ଷମ ନୁହେଁ ଏବଂ ସେ ଦେଶ ଶାସନ ବିଷୟରେ କଥାବାର୍ତ୍ତା କରୁଛନ୍ତି । ବିହାରକୁ ସମ୍ଭାଳି ପାରୁ ନ ଥିବା ନୀତୀଶ ବାବୁ ଦେଶ ଶାସନ କରିବାକୁ ସ୍ବପ୍ନ ଦେଖିବା ହାସ୍ୟାସ୍ପଦ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଭାରତ ବିଶ୍ୱରେ ଏକ ବଡ ଶକ୍ତି ପାଲଟିଛି। ଭାରତ ହେଉଛି ବିଶ୍ୱର ପଞ୍ଚମ ବୃହତ୍ତମ ଅର୍ଥନୀତି। ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ସହିତ କ’ଣ ହୋଇଛି? ସେ ବିହାରକୁ ସମ୍ଭାଳିବାରେ ଅସମର୍ଥ, ରାଜ୍ୟବାସୀ ତାଙ୍କ ଯୋଗୁ ଅସୁବିଧାରେ ଅଛନ୍ତି। ତାଙ୍କ ପାର୍ଟିର ବିଶୃଙ୍ଖଳା ନ ସଜାଡ଼ି ସେ ଦେଶକୁ ଏକଜୁଟ କରିବାକୁ ଯାଇଛନ୍ତି ଶୁଣିଲେ ହସ ମାଡ଼ିବା ସ୍ବାଭାବିକ।

ନୀତୀଶ କୁମାରଙ୍କୁ କଂଗ୍ରେସ କୌଣସି ସହାୟତା ଦେଉନାହିଁ। ଯଦି ଏହି ଅବସ୍ଥା ଜାରି ରହେ, ନୀତୀଶ ଦେବ ଗୌଡା ଏବଂ ଇନ୍ଦର କୁମାର ଗୁଜରାଲଙ୍କ ଭଳି ପ୍ରଧାନମନ୍ତ୍ରୀ ହେବେ ଏବଂ ପାଞ୍ଚ-ଛଅ ମାସରୁ ଅଧିକ ସମୟ ତାଙ୍କ ସରକାର ଚାଲିବ ନାହିଁ। ନୀତୀଶ କୁମାର ସୱପ୍ନ ଦେଖୁଛନ୍ତି ଠିକ ଅଛି, କାରଣ ସ୍ବପ୍ନ ଦେଖିବାକୁ କାହାକୁ ମନା କରାଯାଇ ପାରିବ ନାହିଁ।

 


Enter your email to get our daily news in your inbox.

All Right Reserved By Dharitri.Com

ନିୟମ ବଦଳାଇଲେ କେନ୍ଦ୍ର ସରକାର, ଏଥର ବିନା ପ୍ରେସକ୍ରିପସନରେ ମିଳିବନି କଫ ସିରପ୍‌

ନୂଆଦିଲ୍ଲୀ,୧୬।୬: କାଶ ସିରପ ସମେତ ବିଭିନ୍ନ ଔଷଧୀୟ ସିରପ କିଣିବା ପାଇଁ ଏବେ ସାରା ଦେଶରେ ଡାକ୍ତରଙ୍କ ପ୍ରେସକ୍ରିପସନ ବାଧ୍ୟତାମୂଳକ ହେବ। ଔଷଧ ନିୟମ, ୧୯୪୫ ସଂଶୋଧନ…

Vaibhav Sooryavanshi: ବୈଭବଙ୍କ ଜେଜେ ଲେଖନ୍ତି ସିଂହ, ହେଲେ କାହିଁକି ନିଜର ସରନେମ ‘ସୂର୍ଯ୍ୟବଂଶୀ’ ବାଛିଲେ କ୍ରିକେଟର? ଜେଜେ କହିଲେ…

ନୂଆଦିଲ୍ଲୀ,୧୬।୬: ସମସ୍ତିପୁରର ତାଜପୁର ନଗର ପରିଷଦ ଅଞ୍ଚଳର ମୋତିପୁର ନିବାସୀ ବୈଭବ ସୂର୍ଯ୍ୟବଂଶୀଙ୍କ ଲୋକପ୍ରିୟତା ବଢ଼ିବା ସହିତ, ଲୋକଙ୍କ ମଧ୍ୟରେ ପ୍ରାୟତଃ ଏକ ପ୍ରଶ୍ନ ଉଠୁଥିଲା: ତାଙ୍କ…

ମେସି-ରୋନାଲ୍ଡୋ ଯଦି ଏକାଠି ହୁଅନ୍ତି ତେବେ ଫିକା ପଡିଯିବ BCCI! ଏମାନଙ୍କ ନେଟ ଓ୍ବର୍ଥ ଶୁଣିଲେ ହୋସ ଉଡିଯିବ

ନୂଆଦିଲ୍ଲୀ,୧୬।୬: ଫୁଟବଲ ବିଶ୍ୱର ସବୁଠାରୁ ଲୋକପ୍ରିୟ ଖେଳ, ପ୍ରାୟ ପ୍ରତ୍ୟେକ ଦେଶରେ ଖେଳାଯାଏ। କ୍ରିକେଟ ଦ୍ୱିତୀୟ ସ୍ଥାନରେ ଅଛି ଏବଂ ବିଶ୍ୱ ଦର୍ଶକଙ୍କ ଉପରେ ଏହାର କବଜାକୁ…

କେନାଲରୁ ମିଳିଲା ୬ ପିତ୍ତଳ ନାଗ, ଦିଗପହଣ୍ଡିରେ ଚର୍ଚ୍ଚା

ଦିଗପହଣ୍ଡି,୧୬।୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ସାହାସପୁର ପଞ୍ଚାୟତ ଚକ୍ରପୁର ଗାଁ ନିକଟ କେନାଲରୁ ୬ ଟି ପିତ୍ତଳ ନିର୍ମିତ ନାଗ ମିଳିଛି। ଗ୍ରାମର…

NEET ପୁନଃପରୀକ୍ଷା ପୂର୍ବରୁ କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତ୍ତି, ଟେଲିଗ୍ରାମ ଉପରେ ଲାଗିଲା ଅସ୍ଥାୟୀ ପ୍ରତିବନ୍ଧକ

ନୂଆଦିଲ୍ଲୀ,୧୬।୬: କେନ୍ଦ୍ର ସରକାର NEET-UG ପୁନଃପରୀକ୍ଷା ସମ୍ପର୍କରେ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ଜୁନ ୨୨ ପର୍ଯ୍ୟନ୍ତ ଟେଲିଗ୍ରାମ ବ୍ୟବହାର ଉପରେ ଏକ ଅସ୍ଥାୟୀ କଟକଣା ଜାରି…

କେନ୍ଦୁଝରରେ ଚାଞ୍ଚଲ୍ୟ, ପାରିବାରିକ କଳହରୁ ସ୍ତ୍ରୀଙ୍କୁ ହତ୍ୟା କଲେ ସ୍ବାମୀ

କେନ୍ଦୁଝର,୧୬।୬ (ନରେଶ ଚନ୍ଦ୍ର ପଟ୍ଟନାୟକ) : କେନ୍ଦୁଝର ଟାଉନ୍‌ ଥାନା ଅନ୍ତର୍ଗତ ଜାମୁଡ଼ିହା ଗ୍ରାମରେ ବିଭତ୍ସ ହତ୍ୟାକାଣ୍ଡ ହୋଇଛି । ସ୍ୱାମୀଙ୍କ ଆକ୍ରମଣରେ ସ୍ତ୍ରୀଙ୍କ ମୃତ୍ୟୁ ଘଟଣା ଚାଞ୍ଚଲ୍ୟ…

ଶିଳ୍ପ ପ୍ରତିଷ୍ଠା ଦାବିରେ ୧୨ ଘଣ୍ଟିଆ କଣ୍ଟାବାଞ୍ଜି ବନ୍ଦ, ଗାଡ଼ି ଚଳାଚଳ ସଂପୂର୍ଣ୍ଣ ବନ୍ଦ

ବଲାଙ୍ଗୀର,୧୬।୬(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କଣ୍ଟାବାଞ୍ଜିରେ ମଙ୍ଗଳବାର ୧୨ ଘଂଟିଆ ବନ୍ଦ ପାଳନ କରାଯାଉଛି । ସ୍ଥାନୀୟ ଟ୍ରକ ମାଲିକ ସଂଘ ପକ୍ଷରୁ ୧୨ ଘଣ୍ଟିଆ…

ଭାତହାଣ୍ଡିର ଚାଷୀଙ୍କୁ ହତାଦର, ମାସେ ପରେ ବି ମିଳିପାରିନି ଟୋକନ

ବରଗଡ଼,୧୬।୬(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ରବିଧାନ ସଂଗ୍ରହ ପ୍ରକ୍ରିୟାକୁ ମାସେ ବିତି ଯାଇଛି । ଆଉ ୨ସପ୍ତାହ ପରେ ଏହି ପ୍ରକ୍ରିୟା ସରିଯିବ। ହେଲେ ଏପର୍ଯ୍ୟନ୍ତ ଜିଲାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri