Posted inଜାତୀୟ

ବିହାରକୁ ସମ୍ଭାଳି ପାରୁ ନ ଥିବା ନୀତୀଶ ବାବୁ ଦେଶ ଶାସନ କରିବାକୁ ସ୍ବପ୍ନ ଦେଖୁଛନ୍ତି: ରବିଶଙ୍କର…

ନୂଆଦିଲ୍ଲୀ,୧୯।୨ : ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ୨୦୨୪ ମସିହାରେ ଲୋକସଭା ନିର୍ବାଚନ ପୂର୍ବରୁ ବିରୋଧୀ ଦଳଗୁଡ଼ିକୁ ଏକତ୍ର କରି ଭାଜପାକୁ କ୍ଷମତାରୁ ହଟାଇବାକୁ ଆହ୍ବାନ ଦେଇଛନ୍ତି। ୍‌ସେ କହିଛନ୍ତି ଯେ ଯଦି କଂଗ୍ରେସ ସମେତ ସମଗ୍ର ବିରୋଧୀ ଦଳ ଏକାଠି ହୁଅନ୍ତି, ତେବେ ୨୦୨୪ ନିର୍ବାଚନରେ ଭାଜପା ୧୦୦ ଟି ଆସନକୁ ହ୍ରାସ ପାଇବ।

ଭାଜପା ବିରୋଧରେ ନୀତୀଶ କୁମାରଙ୍କ ଦେଶବ୍ୟାପୀ ସାମ୍ମୁଖ୍ୟକୁ ନେଇ ଭାଜପା ନେତାଙ୍କ ଚିନ୍ତା ବଢ଼ିବାରେ ଲାଗିଛି। ଏନେଇ ଭାଜପା ଏମ୍‌ପି ରବି ଶଙ୍କର ପ୍ରସାଦ ନୀତୀଶ କୁମାରଙ୍କୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି ନୀତୀଶ କୁମାରଙ୍କର ନିଜ ଦଳରେ ବିଶୃଙ୍ଖଳା ଅଛି। ବିହାର ପରିଚାଳନା କରିବାରେ ତାଙ୍କ ଦଳ ସକ୍ଷମ ନୁହେଁ ଏବଂ ସେ ଦେଶ ଶାସନ ବିଷୟରେ କଥାବାର୍ତ୍ତା କରୁଛନ୍ତି । ବିହାରକୁ ସମ୍ଭାଳି ପାରୁ ନ ଥିବା ନୀତୀଶ ବାବୁ ଦେଶ ଶାସନ କରିବାକୁ ସ୍ବପ୍ନ ଦେଖିବା ହାସ୍ୟାସ୍ପଦ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଭାରତ ବିଶ୍ୱରେ ଏକ ବଡ ଶକ୍ତି ପାଲଟିଛି। ଭାରତ ହେଉଛି ବିଶ୍ୱର ପଞ୍ଚମ ବୃହତ୍ତମ ଅର୍ଥନୀତି। ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ସହିତ କ’ଣ ହୋଇଛି? ସେ ବିହାରକୁ ସମ୍ଭାଳିବାରେ ଅସମର୍ଥ, ରାଜ୍ୟବାସୀ ତାଙ୍କ ଯୋଗୁ ଅସୁବିଧାରେ ଅଛନ୍ତି। ତାଙ୍କ ପାର୍ଟିର ବିଶୃଙ୍ଖଳା ନ ସଜାଡ଼ି ସେ ଦେଶକୁ ଏକଜୁଟ କରିବାକୁ ଯାଇଛନ୍ତି ଶୁଣିଲେ ହସ ମାଡ଼ିବା ସ୍ବାଭାବିକ।

ନୀତୀଶ କୁମାରଙ୍କୁ କଂଗ୍ରେସ କୌଣସି ସହାୟତା ଦେଉନାହିଁ। ଯଦି ଏହି ଅବସ୍ଥା ଜାରି ରହେ, ନୀତୀଶ ଦେବ ଗୌଡା ଏବଂ ଇନ୍ଦର କୁମାର ଗୁଜରାଲଙ୍କ ଭଳି ପ୍ରଧାନମନ୍ତ୍ରୀ ହେବେ ଏବଂ ପାଞ୍ଚ-ଛଅ ମାସରୁ ଅଧିକ ସମୟ ତାଙ୍କ ସରକାର ଚାଲିବ ନାହିଁ। ନୀତୀଶ କୁମାର ସୱପ୍ନ ଦେଖୁଛନ୍ତି ଠିକ ଅଛି, କାରଣ ସ୍ବପ୍ନ ଦେଖିବାକୁ କାହାକୁ ମନା କରାଯାଇ ପାରିବ ନାହିଁ।

 


Enter your email to get our daily news in your inbox.

All Right Reserved By Dharitri.Com

୨୮ରେ କମ୍ପିବ ଓଡିଶା, ଆସୁଛନ୍ତି ରାହୁଲ-ନଡ୍ଡା

ଭୁବନେଶ୍ୱର,୨୬।୪: ଦିନକ ପରେ ଓଡିଶା ଗସ୍ତରେ ଆସୁଛନ୍ତି ଭାଜପା ଓ କଂଗ୍ରେସର ଦୁଇ ଟାଣୁଆ ନେତା । ସେମାନେ ହେଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି...

ଧର୍ମ ନାମରେ ଭୋଟ ମାଗିବାରୁ ଅଯୋଗ୍ୟ ଘୋଷଣା ହେବେ ମୋଦି! କୋର୍ଟରେ ପହଞ୍ଚିଲା ମାମଲା

ନୂଆଦିଲ୍ଲୀ,୨୬।୪: ହିନ୍ଦୁ, ଶିଖ ଓ ଧର୍ମପୀଠ ନାଁରେ ଭାଜପା ପାଇଁ ଭୋଟ ମାଗୁଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନାମରେ କୋର୍ଟରେ ମାମଲା ଦାୟର ହୋଇଛି। ଆସନ୍ତା...

ଭାଜପା ପ୍ରାର୍ଥୀଙ୍କ ନାଁରେ ଏଫଆଇଆର, ଧର୍ମ ନାମରେ ଭୋଟ ମାଗୁଥିବା ଅଭିଯୋଗ

ବେଙ୍ଗାଲୁରୁ,୨୬।୪: ଦ୍ୱିତୀୟ ପର୍ଯ୍ୟାୟରେ କର୍ନାଟକର ୨୮ ଟି ଲୋକ ସଭା ଆସନ ମଧ୍ୟରୁ ୧୪ ଟି ପାଇଁ ମତଦାନ ଚାଲିଛି। ଏହି ସମୟରେ ବେଙ୍ଗାଲୁରୁ ଦକ୍ଷିଣ...

ରାଜନୈତିକ ଦଳଙ୍କ ମନର କଥା କହିଲେ ନିର୍ବାଚନ କମିଶନ

ନୂଆଦିଲ୍ଲୀ,୨୬।୪: ଭୋଟ ଦେବା ପରେ ପ୍ରତ୍ୟେକ VVPAT ସ୍ଲିପ ସହିତ ଇଭିଏମ ମେଳାଇବାକୁ ଦାବି କରି ସୁପ୍ରିମକୋର୍ଟ ଶୁକ୍ରବାର ଏହି ଆବେଦନକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ଏହା...

ଗୋଟିଏ ବର୍ଷରେ ଶେଷ ହୋଇଯିବ କଲ ସେଣ୍ଟର

ନୂଆଦିଲ୍ଲୀ,୨୬।୪: ଦେଶରେ ଅର୍ଥନୈତିକ ଉଦାରୀକରଣ ଆରମ୍ଭ ହେବା ପରେ ସାରା ବିଶ୍ୱରୁ କମ୍ପାନୀମାନେ ଭାରତ ଆସିଥିଲେ। ବିଶ୍ୱର ଅନେକ କମ୍ପାନୀ ସେମାନଙ୍କର ବ୍ୟବସାୟକୁ ଭାରତକୁ ସ୍ଥାନାନ୍ତର...

ସୋସିଆଲ ମିଡିଆରେ ଛାତ୍ରୀଙ୍କ ପାଠପଢା କେତେ ସୁରକ୍ଷିତ? ମାନସିକ ସ୍ବାସ୍ଥ୍ୟ ଉପରେ ପଡୁଛି ପ୍ରଭାବ: ରିପୋର୍ଟ

ନୂଆଦିଲ୍ଲୀ, ୨୬।୪: ଗୁରୁବାର ‘ଟେକ୍ନୋଲୋଜି ଅନ ଟର୍ମ’ ଶୀର୍ଷକ ଏକ ରିପୋର୍ଟ ସାର୍ବଜନୀନ କରାଯାଇଛି। ଏହା ପ୍ରକାଶ କରିଛି ଯେ ଡିଜିଟାଲ ଟେକ୍ନୋଲୋଜିର ବ୍ୟବହାରରେ ଥିବା...

ରାଏବରେଲିରେ ପ୍ରିୟଙ୍କାଙ୍କୁ ଟକ୍କର ଦେବେ ବରୁଣ ଗାନ୍ଧି? ୨୦୨୪ ନିର୍ବାଚନର ସବୁଠୁ ବଡ଼ ସର୍‌ପ୍ରାଇଜ୍‌ ଦେବ କି ଭାଜପା…

ନୂଆଦିଲ୍ଲୀ,୨୬।୪: କଂଗ୍ରେସ ଆମେଠିରୁ ରାହୁଲ ଗାନ୍ଧୀ ଏବଂ ରାଏବରେଲିରୁ ପ୍ରିୟଙ୍କା ଗାନ୍ଧିଙ୍କୁ ପ୍ରାର୍ଥୀ କରିପାରେ। ଏନେଇ ଚର୍ଚ୍ଚା ହେଉଥିବା ବେଳେ ଭାଜପା ରାଏବରେଲିକୁ ନେଇ ସ୍ବତନ୍ତ୍ର...

ରାଜନୀତିକୁ ଏଣ୍ଟ୍ରି କରିବେ ଡି.କେ ଶିବକୁମାରଙ୍କ ଝିଅ! ଦେଲେ ସଙ୍କେତ…

ବେଙ୍ଗାଲୁରୁ,୨୬।୪: ଲୋକ ସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ଏପ୍ରିଲ ୨୬ରେ ୧୩ଟି ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳର ୮୮ଟି ଆସନରେ ଭୋଟ ଗ୍ରହଣ କରାଯାଉଛି। ଦ୍ୱିତୀୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri