କେସିଙ୍ଗା,୨୩।୯(ତୁମେଶ୍ୱର ସାହୁ): ଲଘୁଚାପଜନିତ ବର୍ଷାରେ କେସିଙ୍ଗା ବ୍ଲକର ୨୬ଟି ଗ୍ରାମ ପଞ୍ଚାୟତରେ ଦୀର୍ଘ ଦୁଇଦିନ ଧରି ବର୍ଷା ଲାଗି ରହିଛି ।କେତେବେଳେ ବର୍ଷା ହେଉଛି ତ ଆଉ କେତେବେଳେ ବର୍ଷା ଛାଡି ଯାଉଛି ।ଲୋକେ ଘରୁ ବହାରକୁ ବାହାରିନପାରି ହନ୍ତସନ୍ତ ହେଉଥିବା ଦେଖିବାକୁ ମିଳୁଛି ।
ଚଳିତ ବର୍ଷ କେସିଙ୍ଗା ବ୍ଲକରେ କପା, ଧାନ ଚାଷ ବହୁତ ଭଲ ହୋଇଛି । କିନ୍ତୁ ଆଜି ରାତ୍ରିରେ ପ୍ରବଳ ବର୍ଷା ହେବା ନେଇ ପାଣିପାଗ ବିଭାଗ ପକ୍ଷରୁ ଆଲର୍ଟ ଜାରି କରାଯାଇଛି । ଫଳରେ ଲୋକଙ୍କ ମନରେ ଛନକା ଦେଖାଯାଇଛି ।ବ୍ଲକରେ ୧୦ହେକ୍ଟରରେ କପା ଚାଷ ଓ ୯ହଜାର ହେକ୍ଟରରେ ଧାନ ଚାଷ କରାଯାଇଛି । କିନ୍ତୁ ପ୍ରବଳ ବର୍ଷା ହେଲେ କପା ଧାନ ଚାଷ ନଷ୍ଟ ହେବାର ସମ୍ଭାବନା ରହିଛି । କେସିଙ୍ଗା ବ୍ଲକ ର ୮ଟି ଗ୍ରାମ ପଞ୍ଚାୟତ ଯଥା ବେଳଖଣ୍ଡି, ସିର୍ଜା ପାଲି, ହାତୀଖୋଜ, ତୁଣ୍ଡଳା,ତୁର୍ଳାଖମାନ, ନୁନ ମାଠ,କନ୍ତେଶିର, ପାଥର୍ଲା ଆଦି ଗ୍ରାମ ପଞ୍ଚାୟତରେ ଜଳମଗ୍ନ ହୋଇ ରାସ୍ତା ବିଚ୍ଛିନ୍ନ ହୋଇଥାଏ । ଜିଲା ପ୍ରଶାସନ ପକ୍ଷରୁ ଏହି ଗ୍ରାମ ପଞ୍ଚାୟତ ଗୁଡ଼ିକରେ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଛି ।
ଗ୍ରାମଞ୍ଚଳରେ ବର୍ଷା ଲାଗି ରହି ଥିବାରୁ ଘରୁ ପଦାକୁ ବାହାରିବା ବହୁତ ମୁସ୍କିଲ ହୋଇ ପଡିଛି । କେସିଙ୍ଗା ବ୍ଲକର ୨୬ଟି ଗ୍ରାମ ପଞ୍ଚାୟତରେ ୨୯.୬ଏମ୍ ଏମ୍ ବର୍ଷା ହୋଇଥିବା ସିଡବ୍ଲୁସି ପକ୍ଷରୁ ସୂଚନା ମିଳିଛି । ଜିଲା ପ୍ରଶାସନ ପକ୍ଷରୁ ଏହି ୮ଟି ଗ୍ରାମ ପଞ୍ଚାୟତ ରେ ଲୋକଙ୍କୁ ସଚେତନତା କରାଯାଇ ଲୋକଙ୍କୁ ରହିବା ପାଇଁ ବହୁମୁଖୀ ଆଶ୍ରୟସ୍ଥଳି, ସ୍କୁଲ, କଲେଜର ବ୍ୟବସ୍ଥା କରାଯାଇ ଥୁବା ସୂଚନା ମିଳିଛି । ଏ ସଂକ୍ରାନ୍ତରେ କେସିଙ୍ଗା ତହସିଲଦାର ପ୍ରଶାନ୍ତି ପ୍ରଧାନଙ୍କୁ ପଚାରିବାରୁ ସମସ୍ତ କର୍ମଚାରୀ, ଓଡ୍ରାଫ ଟିମ ପ୍ରସ୍ତୁତ ହୋଇଛନ୍ତି । ୮ଗ୍ରାମ ପଞ୍ଚାୟତରେ ଜଳସ୍ତର ବଢିପାରେ, ସେଥିପାଇଁ ବେଳଖଣ୍ଡିରେ ଏକ ଆଶ୍ରୟସ୍ଥଳୀ ପ୍ରସ୍ତୁତ କରାଯାଇଛି ବୋଲି କହିଛନ୍ତି ।

