ନୂଆଦିଲ୍ଲୀ,୨୩।୯: IPLର ଆଗାମୀ ସିଜନ୍କୁ ନେଇ ପ୍ରସ୍ତୁତି ଜୋରଦାର ହେଉଥିବା ବେଳେ ଅକ୍ସନକୁ ନେଇ ବଡ଼ ଅପଡେଟ୍ ସାମ୍ନାକୁ ଆସିଛି । BCCI ସଚିବ ଦେବଜିତ ସାଇକିଆଙ୍କ ସୂଚନା ଅନୁସାରେ, ଏଥର IPL ଅକ୍ସନ ଭାରତରେ ହିଁ ଆୟୋଜିତ ହେବ । ଡିସେମ୍ବର ମାସରେ ଗୋଆକୁ ଅକ୍ସନର ଆୟୋଜନ ଦାୟିତ୍ୱ ଦିଆଯାଇଛି।
ଗତ ୩ ବର୍ଷ ଧରି IPL ଅକ୍ସନ ଭାରତ ବାହାରେ ଆୟୋଜିତ ହେଉଥିଲା। ସାଉଦି ଆରବ, ଦୁବାଇ ଓ ଆବୁଧାବିରେ ପୂର୍ବରୁ ଅକ୍ସନ ହୋଇଥିବା ବେଳେ ଏଥର BCCI ଭାରତରେ ହିଁ ଏହାକୁ ଆୟୋଜନ କରିବାକୁ ନିଷ୍ପତ୍ତି ନେଇଛି । ସାଇକିଆ କହିଛନ୍ତି ଯେ ଡିସେମ୍ବରରେ ଗୋଆରେ IPL ଅକ୍ସନ ଆୟୋଜନ କରିବାକୁ ଯାଉଛି BCCI। IPL ଅକ୍ସନ ବ୍ୟତୀତ ଭାରତ ଏ’ ମହିଳା ଓ ଅଷ୍ଟ୍ରେଲିଆ ଏ’ ମହିଳା ଦଳ ମଧ୍ୟରେ ହେବାକୁ ଥିବା T20 ମ୍ୟାଚ୍କୁ ନେଇ ମଧ୍ୟ ସୈକିଆ ସୂଚନା ଦେଇଛନ୍ତି । ଧର୍ମଶାଳାରେ ଖରାପ ପାଗ ଓ ଲଗାତାର ବର୍ଷା ଯୋଗୁ ଆଗାମୀ T20 ମ୍ୟାଚ୍ଗୁଡ଼ିକୁ ମୋହାଲିକୁ ସ୍ଥାନାନ୍ତର କରାଯାଇଛି । ଧର୍ମଶାଳାରେ ବର୍ତ୍ତମାନ ପାଗ କ୍ରିକେଟ୍ ପାଇଁ ଅନୁକୂଳ ନୁହେଁ । ଲଗାତାର ବର୍ଷା ଯୋଗୁ ମ୍ୟାଚ୍ରେ ବାଧା ସୃଷ୍ଟି ହେବା ଆଶଙ୍କା ଥିବାରୁ ଏହାକୁ ମୋହାଲିକୁ ସ୍ଥାନାନ୍ତର କରାଯାଇଛି ।
ଭାରତ ଓ ଜାପାନ ମଧ୍ୟରେ ଖେଳାଯାଇଥିବା ଐତିହାସିକ T20 ମ୍ୟାଚ୍କୁ ନେଇ ମଧ୍ୟ ସାଇକିଆ ନିଜ ମତ ରଖିଛ ନ୍ତି। ତାଙ୍କ ଅନୁସାରେ, ଏହି ମ୍ୟାଚ୍ କେବଳ ଜାପାନ ବିପକ୍ଷରେ ଭାରତର ବିଜୟ ନୁହେଁ, ବରଂ ଦୁଇ ଦେଶ ମଧ୍ୟରେ କ୍ରିକେଟ୍ ସମ୍ପର୍କର ଏକ ନୂଆ ଆରମ୍ଭ।

