Posted inଫୁରସତ

ଭୂମିକମ୍ପରୁ ରକ୍ଷା କରିବ ଖଟ

ନିକଟରେ ଭୂମିକମ୍ପ ସିରିୟାରେ ମୃତ୍ୟୁର ତାଣ୍ଡବ କରିଛି, ଯାହାକୁ ଦେଖି ସାରା ବିଶ୍ୱ ସ୍ତବ୍ଧ ଓ ଭୟରେ ଶିହରି ଯାଉଛି। ରାତିରେ ଶୋଇବାକୁ ମଣିଷ ଡରୁଛି। କାଳେ ଶୋଇଥିବା ସମୟରେ ହିଁ ମଣିଷ ଚାଲିଯିବ ମୃତ୍ୟୁର କୋଳକୁ। ତେଣୁ ଆଖିରୁ ନିଦ ହଜି ଯାଇଛି। ଏଭଳି ସ୍ଥିତିକୁ ନଜରରେ ରଖି ଲୋକଙ୍କ ସୁରକ୍ଷା ପାଇଁ ବୈଜ୍ଞାନିକମାନେ ଏବେ ଡିଜାଇନ୍‌ କରିଛନ୍ତି ଏଭଳି ଖଟ, ଯାହା ଲୋକଙ୍କୁ ଭୂମିକମ୍ପରୁ ସୁରକ୍ଷା ପ୍ରଦାନ କରିବ। ଏହି ଖଟର ବିଶେଷତ୍ୱ ହେଉଛି ଯେ, ଘର ଭୁଶୁଡୁଥିବା ସମୟରେ ଉକ୍ତ ଖଟ ଲୋକଙ୍କ ଜୀବନ ରକ୍ଷା କରିବ। ଅର୍ଥକ୍ୱେକ୍‌ ପ୍ରୁଫ ନାମକ ଏହି ଖଟ ଧାତୁରେ ତିଆରି। ଏହାର ଉଚ୍ଚତା ଅଧିକ ଓ ଏଥିରେ ସେନ୍ସର ଲାଗିଛି। ଭୂମିକମ୍ପ ହେବାମାତ୍ରେ ଖଟର ମଝିଭାଗରୁ ଖୋଲିଯାଏ। ଫଳରେ ଶୋଇଥିବା ବ୍ୟକ୍ତି ଖଟ ଭିତରକୁ ପଶିଯିବେ। ଆଉ ଖୋଲାଥିବା ଖଟର ଅଂଶ ସଙ୍ଗେ ସଙ୍ଗେ ବନ୍ଦ ହୋଇଯିବ। କେବଳ ସେତିକି ନୁହେଁ ଖଟ ଭିତରେ ଖାଦ୍ୟ, ପାନୀୟ ରଖିବାର ସ୍ଥାନ ମଧ୍ୟ ଅଛି। ତେଣୁ ଖଟ ଭିତରେ ଥିବା ବ୍ୟକ୍ତି ଭୋକ ଶୋଷରେ ମରିବେ ନାହିଁ। ଆଉ ଖଟ ଉପରେ ଗଦା ହୋଇଥିବା ଘରର ଭଗ୍ନାବଶେଷକୁ ବାହାର କରି ଉଦ୍ଧାର କରିବା ପର୍ଯ୍ୟନ୍ତ ସେମାନେ ଖଟ ଭିତରେ ଆରାମରେ ରହିପାରିବେ। ତେବେ ଏହି ଖଟ ପ୍ରକୃତରେ କେତେ କାମ କରିବ ତାହା କେବଳ ଖଟଟି ତିଆରି ହେବାପରେ ହିଁ ଜଣାପଡିବ।


Enter your email to get our daily news in your inbox.

All Right Reserved By Dharitri.Com

୧୮ ବର୍ଷର ଛାତ୍ର ହେଲେ କଲେଜ ପ୍ରଫେସର: ଭାଙ୍ଗିଗଲା ୩୦୬ ବର୍ଷର ପୁରୁଣା ରେକର୍ଡ

ଯେଉଁ ବୟସରେ ଅଧିକାଂଶ ଛାତ୍ର ସେମାନଙ୍କର କଲେଜ ଶିକ୍ଷା ଆରମ୍ଭ କରୁଛନ୍ତି, ସେହି ବୟସରେ ଆମେରିକାର ଜଣେ ଯୁବକ କଲେଜ ପ୍ରଫେସର ଭାବରେ ଛାତ୍ରମାନଙ୍କୁ ପାଠ ପଢ଼ାଉଛନ୍ତି।…

ପୃଥିବୀରେ ମାଡ଼ ହେବ ଭୟଙ୍କର ଆଷ୍ଟ୍ରୋଏଡ, ବୈଜ୍ଞାନିକ କହିଦେଲେ ତାରିଖ; ୨୨ଟି ପରମାଣୁ ବୋମା ଭଳି ଘଟିବ ପ୍ରଳୟ !

ନୂଆଦିଲ୍ଲୀ,୪।୮: ପୃଥିବୀରେ ମାଡ଼ ହେବ ବିରାଟ ଆଷ୍ଟ୍ରୋଏଡ୍ । ଧ୍ୱଂସ ହୋଇଯିବ ସବୁ କିଛି । ଛାରଖାର ହୋଇଯିବ ପୃଥିବୀ। ଯାହାକୁ ନେଇ ବୈଜ୍ଞାନିକମାନେ ଛାନିଆ ହେଲେଣି…

ବୁଧବାର ଚନ୍ଦ୍ରରେ ହେବ ଭୟଙ୍କର ବିସ୍ଫୋରଣ, ପ୍ରଚଣ୍ଡ ଶବ୍ଦରେ ହୋଇଯିବ ଛାରଖାର!

ନୂଆଦିଲ୍ଲୀ,୪।୮: ଆସନ୍ତା ୫ ତାରିଖ ବୁଧବାରରେ ସ୍ପେସ୍ ଏକ୍ସ ରକେଟର ୩,୯୦୦ କି.ଗ୍ରା ଓଜନର ଏକ ଟୁକୁଡା ଚନ୍ଦ୍ରପୃଷ୍ଠରେ ବିସ୍ଫୋରଣ ହେବ। ୨୦୨୫ ଜାନୁଆରୀ ୧୫ରେ ସ୍ପେସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri