ଅକ୍ଟୋବର ୧ରୁ ଏସବୁ ବ୍ୟାଙ୍କିଙ୍ଗ୍‌ କାମରେ ଲାଗିବ ଚାର୍ଜ, ଆକାଉଣ୍ଟରେ ଟଙ୍କା ରଖୁଥିଲେ ଜାଣି ନିଅନ୍ତୁ…

ନୂଆଦିଲ୍‌ଲୀ,୨୨।୯:ସେପ୍ଟେମ୍ୱର ମାସ ଶେଷ ହେବାକୁ ଯାଉଛି ଏବଂ ଏବେ ଅକ୍ଟୋବର ମାସ ଆରମ୍ଭ ହେବାକୁ ଯାଉଛି। ଅକ୍ଟୋବର ମାସ ଆରମ୍ଭ ହେବା ସହିତ ବ୍ୟାଙ୍କ ସହିତ ଜଡ଼ିତ କେତେକ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ଘଟିବାକୁ ଯାଉଛି, ଯାହା ସାଧାରଣରୁ ନେଇ ଖାସ ସମସ୍ତ ଲୋକଙ୍କ ପକେଟ ଉପରେ ପ୍ରଭାବ ପକାଇବ। ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) ଏବଂ ସରକାରଙ୍କ ତରଫରୁ କିଛି ନୂଆ ନିୟମ ଲାଗୁ କରାଯାଉଛି, ଯାହା ଦ୍ୱାରା ବ୍ୟାଙ୍କିଙ୍ଗ ବ୍ୟବସ୍ଥାରେ ପରିବର୍ତ୍ତନ ଆସିବ। ୧ ଅକ୍ଟୋବରରୁ RBI ଏବଂ ପ୍ରମୁଖ ବ୍ୟାଙ୍କଗୁଡ଼ିକର ନିୟମରେ ଅନେକ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି।

ବ୍ୟାଙ୍କ ଆକାଉଣ୍ଟଧାରୀ ହୁଅନ୍ତୁ କିମ୍ୱା ନିବେଶକ, ସମସ୍ତଙ୍କ ପାଇଁ ଏହି ପରିବର୍ତ୍ତିତ ନିୟମଗୁଡ଼ିକ ଜାଣିବା ନିହାତି ଜରୁରୀ, ଯାହାଫଳରେ ନିୟମ ଲାଗୁ ହେବା ପରେ ଆପଣଙ୍କୁ କୌଣସି ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିବ ନାହିଁ। ଆସନ୍ତୁ ଜାଣିବା ଏହି ସବୁ ପରିବର୍ତ୍ତନ ବିଷୟରେ:

ଫିକ୍ସଡ ଡିପୋଜିଟ (FD) କୁ ଅଧିକ ସୱଚ୍ଛ କରିବା ପାଇଁ RBI ବ୍ୟାଙ୍କଗୁଡ଼ିକୁ ତାରଳତା ବିପଦ (ଲିକ୍ୱିଡିଟି ରିସ୍କ) ଆଧାରରେ ସୁଧ ହାର ର୍ନିଦ୍ଧାରଣ କରିବାର ଛାଡ଼ ଦେବା ନିୟମରେ ପରିବର୍ତ୍ତନ କରିଛି। ଏଥିରେ ବଲ୍କ FD ର ନୂତନ ସୀମା ଏବେ ୨ କୋଟି ଟଙ୍କା ବଦଳରେ ୩ କୋଟି କିମ୍ୱା ତା’ଠାରୁ ଅଧିକ ଟଙ୍କାର FD କୁ ବଲ୍କ ଡିପୋଜିଟ ବିବେଚନା କରାଯିବ। ସାଧାରଣ ଗ୍ରାହକଙ୍କ ପାଇଁ ବ୍ୟାଙ୍କ ନିଜର ସମସ୍ତ ଶାଖାରେ ସମାନ ସୁଧ ହାର ଲାଗୁ ରଖିବ। ବ୍ୟାଙ୍କ ଗୋଟିଏ ଦିନରେ ସମାନ ରାଶି ଏବଂ ଅବଧି ଥିବା FD ଉପରେ ଗ୍ରାହକମାନଙ୍କ ମଧ୍ୟରେ କୌଣସି ପ୍ରକାରର ପକ୍ଷପାତ କରିପାରିବ ନାହିଁ।

ସେହିପରି ସମସ୍ତ କମର୍ସିଆଲ ଏବଂ ଛୋଟ ଫାଇନାନ୍ସ ବ୍ୟାଙ୍କଗୁଡ଼ିକୁ ପ୍ରତ୍ୟେକ କାର୍ଯ୍ୟ ଦିବସର ସକାଳ ୧୦ଟାରେ ନିଜର ବଲ୍କ FD ହାରକୁ ୱେବସାଇଟ୍ରେ ବାଧ୍ୟତାମୂଳକ ଭାବେ ଅପଡେଟ କରିବାକୁ ପଡ଼ିବ।

SBI ର BSBD (Basic Savings Bank Deposit) ଆକାଉଣ୍ଟଧାରୀମାନେ ୧ ଅକ୍ଟୋବରରୁ ମାସରେ କେବଳ ୪ ଥର ମାଗଣାରେ ନଗଦ ଟଙ୍କା ଉଠାଇପାରିବେ। ପଞ୍ଚମ କିମ୍ୱା ତା’ଠାରୁ ଅଧିକ ଥର ଟଙ୍କା ଉଠାଇଲେ ପ୍ରତି କାରବାର ଉପରେ ୧୫ ଟଙ୍କା + GST ଶୁଳ୍କ ଦେବାକୁ ପଡ଼ିବ। ଏହି ନିୟମ ATM, ବ୍ୟାଙ୍କ ଶାଖା (Branch), ଏବଂ ଆଧାର ସକ୍ଷମ ପେମେଣ୍ଟ ବ୍ୟବସ୍ଥା (AEPS) ଭଳି ସମସ୍ତ ନଗଦ ଟଙ୍କା ଉଠାଣ ଉପରେ ଲାଗୁ ହେବ।

SBI ଦରମା ଆକାଉଣ୍ଟଧାରୀଙ୍କଠାରୁ ୧ ଅକ୍ଟୋବରରୁ ATM ଉଠାଣ ଉପରେ ଶୁଳ୍କ ନେବା ଆରମ୍ଭ କରିବ। ଅନ୍ୟ ବ୍ୟାଙ୍କର ATM ରୁ ମିଳୁଥିବା ମାଗଣା କାରବାର ସୀମାକୁ ୧୦ ରୁ କମାଇ ୫ କରିଦିଆଯିବ। ଏହି ୫ଟି କାରବାର ମଧ୍ୟରେ ଆର୍ଥିକ ଏବଂ ଅଣ-ଆର୍ଥିକ କାରବାର ଅର୍ଥାତ ଟଙ୍କା ଉଠାଇବା ଏବଂ ବାଲାନ୍ସ ଚେକ କରିବା ଉଭୟ ପ୍ରକାରର କାରବାର ସାମିଲ ରହିବ। ତଥାପି, SBI ନିଜର ATM ଗୁଡ଼ିକରେ ଦରମା ଆକାଉଣ୍ଟଧାରୀଙ୍କ ପାଇଁ କାରବାର ସୀମାକୁ ଅସୀମିତ ଏବଂ ସମ୍ପୂର୍ଣ୍ଣ ମାଗଣା ରଖିଛି।

LPG ଗ୍ୟାସ ଉପଭୋକ୍ତାଙ୍କ ପାଇଁ ୧ ଅକ୍ଟୋବରରୁ ବ୍ୟାଙ୍କ ଆକାଉଣ୍ଟରେ ସବସିଡି ଆସିବା ନିୟମ ବଦଳିବ। କାରଣ ଏବେ ଗ୍ୟାସ ସବସିଡି ପାଇବା ପାଇଁ ୧ ଅକ୍ଟୋବରରୁ ବାୟୋମେଟ୍ରିକ ଆଧାର ପ୍ରମାଣୀକରଣ (BAA) ବାଧ୍ୟତାମୂଳକ କରାଯାଇଛି। ଯଦି ଉପଭୋକ୍ତା BAA ପ୍ରକ୍ରିୟା ସମ୍ପୂର୍ଣ୍ଣ ନକରନ୍ତି, ତେବେ ବ୍ୟାଙ୍କ ଆକାଉଣ୍ଟକୁ ସବସିଡି ଟଙ୍କା ପଠାଯିବ ନାହିଁ। କେବଳ ଭେରିଫିକେସନ ସରିବା ପରେ ହିଁ ଗ୍ୟାସ ସବସିଡି ଟଙ୍କା ଆକାଉଣ୍ଟରେ ଜମା ହେବ।


Enter your email to get our daily news in your inbox.

All Right Reserved By Dharitri.Com

୮ମ ବେତନ ଆୟୋଗକୁ ନେଇ ଆସିଲା ବଡ଼ ଅପଡେଟ୍‌: ଏହି ସରକାରୀ କର୍ମଚାରୀଙ୍କୁ ମିଳିବ ୧୮ ଲକ୍ଷ ଟଙ୍କାର…

ନୂଆଦିଲ୍ଲୀ,୨୨।୯: ୮ମ ବେତନ ଆୟୋଗକୁ ନେଇ କେନ୍ଦ୍ରୀୟ କର୍ମଚାରୀଙ୍କ ଅପେକ୍ଷା ଜାରି ରହିଛି। ବର୍ତ୍ତମାନ ଆୟୋଗ ବିଭିନ୍ନ କର୍ମଚାରୀ ସଂଗଠନ ସହ ଆଲୋଚନା କରୁଛି। ରିପୋର୍ଟ ଲାଗୁ…

ଗଜପତିରେ ପର୍ଯ୍ୟଟନସ୍ଥଳୀ ବନ୍ଦ

ନବରଙ୍ଗପୁର,୨୧।୯: ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପ ଧୀରେ ଧୀରେ ଗଭୀର ଅବପାତର ରୂପ ନେବାରେ ଲାଗିଛି। ଏନେଇ ଆସନ୍ତା ୨୩ ଏବଂ ୨୪ ତାରିଖରେ ରାଜ୍ୟରେ ପ୍ରବଳ ବର୍ଷା…

ହଠାତ୍‌ ଅବସର ନେଇ ସମସ୍ତଙ୍କୁ ଚମକାଇଦେଲେ ଏହି ଖେଳାଳି: କ୍ରିକେଟ୍‌ ଜଗତ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୨୨।୯: ଦକ୍ଷିଣ ଆଫ୍ରିକା ପାଇଁ ପ୍ରାୟ ଏକ ଦଶନ୍ଧି ପୂର୍ବେ ନିଜର ଶେଷ ଅନ୍ତର୍ଜାତୀୟ ମ୍ୟାଚ ଖେଳିଥିବା ବ୍ୟାଟର କୋଲିନ ଇଙ୍ଗ୍ରାମ ୪୧ ବର୍ଷ ବୟସରେ ବୃତ୍ତିଗତ…

ରାହୁ-କେତୁଙ୍କ କୃପାରୁ ସିଂହ ସମେତ ୪ ରାଶିଙ୍କୁ ଫାଇଦା ହିଁ ଫାଇଦା: ବର୍ଷ ଶେଷ ସୁଦ୍ଧା ଧନଲାଭର ଯୋଗ! ହେବ ଏକ୍ସଟ୍ରା ରୋଜଗାର

ଭୁବନେଶ୍ୱର: ବର୍ଷ ଶେଷରେ ରାହୁ-କେତୁଙ୍କ ରାଶି ପରିବର୍ତ୍ତନ ହେବାକୁ ଯାଉଛି। ଜ୍ୟୋତିଷୀୟ ଗଣନା ଅନୁସାରେ, ୫ ଡିସେମ୍ବର ୨୦୨୬ରେ ରାହୁ କୁମ୍ଭ ରାଶିରୁ ବାହାରି ମକର ରାଶିରେ…

ପ୍ଲେଇଂ ଇଲେଭେନ୍‌ରେ ବୈଭବଙ୍କୁ ଦେଖିବାକୁ ନ ପାଇ ଆଶ୍ଚର୍ଯ୍ୟ ହୋଇଗଲେ ଜାପାନ ଅଧିନାୟକ; କହିଲେ ଏମିତି…

ନୂଆଦିଲ୍ଲୀ,୨୨।୯: ମଙ୍ଗଳବାର ଭାରତ ଓ ଜାପାନ ମଧ୍ୟରେ ଖେଳାଯାଇଥିବା ଏକମାତ୍ର ଟି-୨୦ ମ୍ୟାଚ ବେଶ ରୋମାଞ୍ଚକର ରହିଥିଲା। ବର୍ଷା ଯୋଗୁ ମ୍ୟାଚକୁ ୫-୫ ଓଭରରେ ସୀମିତ କରାଯାଇଥିଲା।…

ହାରୁ ହାରୁ ମ୍ୟାଚ ଜିତିଗଲା ଭାରତ, ଦୀର୍ଘ ନିଃଶ୍ୱାସ ମାରି ଶ୍ରେୟସ ଆୟର କହିଲେ…

ନୂଆଦିଲ୍ଲୀ,୨୨।୯: ମଙ୍ଗଳବାର (୨୨ ସେପ୍ଟେମ୍ବର) ଭାରତ ଓ ଜାପାନ ମଧ୍ୟରେ ଖେଳାଯାଇଥିବା ଐତିହାସିକ ଟି-୨୦ ମ୍ୟାଚ ବେଶ ରୋମାଞ୍ଚକର ରହିଥିଲା। ହାରୁଥିବା ମ୍ୟାଚକୁ ଶେଷରେ ମାତ୍ର ୨…

ଭାରତ ପୁଣି ହେଲା ବିଶ୍ୱର ନମ୍ବର-୧ ଟିମ୍‌: ଇଂଲଣ୍ଡକୁ ହଟାଇ…

ନୂଆଦିଲ୍ଲୀ,୨୨।୯: ଶ୍ରେୟସ ଆୟରଙ୍କ ଅଧିନାୟକତ୍ୱରେ ଭାରତୀୟ କ୍ରିକେଟ ଦଳ ପୁଣିଥରେ ICC T20 ମାନ୍ୟତାରେ ପ୍ରଥମ ସ୍ଥାନ ହାସଲ କରିଛି। ନିକଟରେ ଇଂଲଣ୍ଡ ଏହି ସ୍ଥାନ ଅକ୍ତିଆର…

ବାତ୍ୟା ଆଶଙ୍କାରେ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ: ୨୪ ତାରିଖ ପରୀକ୍ଷା ସ୍ଥଗିତ

ଭଞ୍ଜନଗର,୨୨।୯ (ବାବୁଲା ପ୍ରଧାନ): ସମ୍ଭାବ୍ୟ ବାତ୍ୟା ଓ ପ୍ରବଳ ବର୍ଷାକୁ ନେଇ ଭଞ୍ଜନଗର ଉପଖଣ୍ଡ ପ୍ରଶାସନ ପକ୍ଷରୁ ସତର୍କତାମୂଳକ ପଦକ୍ଷେପ ଆରମ୍ଭ ହୋଇଛି। ଉପଜିଲାପାଳ ଉମାଶଙ୍କର ବେହେରା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?