ନୂଆଦିଲ୍ଲୀ,୨୩।୯: ୨୦୨୬ ଏସୀୟ କ୍ରୀଡ଼ା ପାଇଁ ଜସପ୍ରୀତ ବୁମରା ଟିମ ଇଣ୍ଡିଆ ସହ ଜାପାନରେ ଅଛନ୍ତି। ସେଠାରେ ସେ ନିଜ ପାଇଁ ବାଛିଥିବା ତକିଆ ଯୋଗୁ ସେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରୁଛନ୍ତି। ବୁମରା ଜାପାନରେ ସାଥୀ ଖେଳାଳି ଅକ୍ଷର ପଟେଲଙ୍କ ସହ ମିଶି ଏକ ସ୍ବତନ୍ତ୍ର ତକିଆ କିଣିଛନ୍ତି। ଏହାକୁ କିଣିବା ପୂର୍ବରୁ ତାଙ୍କ ଶୋଇବା ଶୈଳୀ ଏବଂ ବେକର ସ୍ଥିତିର ପୁଙ୍ଖାନୁପୁଙ୍ଖ ଯାଞ୍ଚ କରାଯାଇଥିଲା।
ଅକ୍ଷର ପଟେଲ ଏକ ଭିଡିଓ ରେକର୍ଡ କରିଥିଲେ। ଏଥିରେ ସେହି ସ୍ବତନ୍ତ୍ର ତକିଆ କିଣିବା ପୂର୍ବରୁ ବୁମରାଙ୍କର ହୋଇଥିବା ବିସ୍ତୃତ ଯାଞ୍ଚ ପ୍ରକ୍ରିୟା ଦେଖିବାକୁ ମିଳିଥିଲା। ବୁମରା ଇନଷ୍ଟାଗ୍ରାମରେ ଏହି ଭିଡିଓ ଶେୟାର କରିଥିଲେ। ସେହି ଯାଞ୍ଚ କେତେ ସୂକ୍ଷ୍ମ ଓ ଯତ୍ନର ସହ କରାଯାଇଥିଲା ତାହା ଭିଡିଓରେ ଦେଖିବାକୁ ମିଳିଥିଲା।
ଜାପାନରେ ତକିଆ କିଣୁଥିବାର ଭିଡିଓ ଉପରେ ବୁମରାଙ୍କ ପତ୍ନୀ ସଞ୍ଜନା ଗଣେଶନ ପ୍ରତିକ୍ରିୟା ରଖିଥିଲେ। ସୋସିଆଲ ମିଡିଆରେ ଏହି ତକିଆକୁ ନେଇ ଦମ୍ପତିଙ୍କ ମଧ୍ୟରେ ଏକ ହାଲୁକା ଓ ମଜାଦାର କଥୋପକଥନ ଦେଖିବାକୁ ମିଳିଥିଲା। ସଞ୍ଜନା ପ୍ରଥମେ ପ୍ରଶ୍ନ କରିଥିଲେ, ତୁମେ କ’ଣ ଏଥିପାଇଁ ହିଁ ଜାପାନ ଯାଇଥିଲ? ଏହାର ଉତ୍ତରରେ ବୁମରା କହିଥିଲେ, ତୁମେ ଏହି ତକିଆ ମାଗିଲେ, ମୁଁ ତୁମକୁ ଦେବି ନାହିଁ।
Dharitri – Odisha’s No.1 Odia Daily

