ପୁରୁଷୋତ୍ତମପୁର,୨୩ା୯(ସବିତା ମିଶ୍ର): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଗଭୀର ଅବପାତ ପ୍ରଭାବରେ ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଅଞ୍ଚଳରେ ଦୁଇଦିନ ହେଲା ବର୍ଷା ଲାଗିରହିଛି । ଏହାର ପ୍ରଭାବରେ ଦକ୍ଷିଣ ଓଡିଶାର ପ୍ରସିଦ୍ଧ ଅଧିଷ୍ଠାତ୍ରୀ ଦେବୀ ମା’ ତାରାତାରିଣୀ ପୀଠକୁ ଲାଗି ରହିଥିବା ପାହାଡ଼ ରାସ୍ତାରେ ମାଟି ଅତଡ଼ା ଧସିଯାଇଥିବା ଦେଖିବାକୁ ମିଳିଛି ।
ମାଟି ଓ ପଥର ରାସ୍ତାରେ ପଡ଼ିଥିବା ବେଳେ ଖବରପାଇ ପୁରୁଷୋତ୍ତମପୁର ତହସିଲଦାର ତଥା ମନ୍ଦିର ନିର୍ବାହିଅଧିକାରୀ ବିନୋଦକୁମାର ବେହେରା ଘଟଣାସ୍ଥଳକୁ ଯାଇ ସ୍ଥିତି ପରଖିଛନ୍ତି । ଜେସିବି ସାହାଯ୍ୟରେ ମାଟି ଓ ପଥର ରାସ୍ତାରୁ ହଟାଇଛନ୍ତି । ପାହାଡ଼ିଆ ଅଞ୍ଚଳରୁ ପଥର ଖଣ୍ଡ ଓ ମାଟି ଅତଡ଼ା ମଧ୍ୟ ଖସିବା ନେଇ ସତର୍କ କରାଇଛନ୍ତି ଆଇଏମଡି ଡିଜି ।
Dharitri – Odisha’s No.1 Odia Daily

