ବିଶାଖାପାଟଣାମ୍‌-ଗୋପାଳପୁର ମଧ୍ୟରେ ଅତିକ୍ରମ କରିବ ଗଭୀର ଅବପାତ: କାଲିଠୁ ରାଜ୍ୟରେ ପବନ ସହ ଭୀଷଣ ବର୍ଷା, ୪ ଜିଲାକୁ…

ଭୁବନେଶ୍ୱର, ୨୨ା୯(ବନ୍ଦନା ସେଠୀ) – କେନ୍ଦ୍ରୀୟ ବଙ୍ଗୋପସାଗରରେ ସକ୍ରିୟ ଥିବା ଅବପାତ ମଙ୍ଗଳବାର ଅପରାହ୍ନ ୫ଟା ୩୦ରେ ଗଭୀର ଅବପାତରେ ପରିଣତ ହୋଇଛି। ସନ୍ଧ୍ୟା ସୁଦ୍ଧା ଏହା ଗୋପାଳପୁରଠାରୁ ପ୍ରାୟ ୧୮୦ କି.ମି. ଦକ୍ଷିଣ-ଦକ୍ଷିଣପୂର୍ବ, ଆନ୍ଧ୍ରପ୍ରଦେଶର କଳିଙ୍ଗପଟନମ୍‌ରୁ ୧୮୦ କି.ମି ପୂର୍ବ-ଦକ୍ଷିଣପୂର୍ବ, ପୁରୀରୁ ୨୧୦ କି.ମି ଦକ୍ଷିଣ ଏବଂ ବିଶାଖାପାଟଣାମ୍‌ରୁ ପ୍ରାୟ ୨୭୦ କି.ମି ପୂର୍ବରେ ରହିଥିଲା। ଦିନବେଳା ଅବପାତ ଘଣ୍ଟାପ୍ରତି ପ୍ରାୟ ୮ କି.ମି ବେଗରେ ଆଗକୁ ଗତି କରିବା ସମୟରେ ପନର ବେଗ ୪୦ରୁ ୫୦ କି.ମି. ରହିଥିଲା। ତେବେ ଗଭୀର ଅବପାତର ରୂପ ନେବା ପରେ ପବନ ବେଗ ଧୀରେ ଧୀରେ ବଢ଼ିବାରେ ଲାଗିଛି ବୋଲି ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ସୂଚନା ଦେଇଛି। ଆଇଏମ୍‌ଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ରଙ୍କ ସୂଚନା ଅନୁଯାୟୀ, ଗଭୀର ଅବପାତ ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ ଗତିକରି ବୁଧବାର ରାତି କିମ୍ବା ଗୁରୁବାର ସକାଳ ସୁଦ୍ଧା ବିଶାଖାପାଟଣାମ୍‌ ଓ ଗୋପାଳପୁର ମଧ୍ୟରେ ଉତ୍ତର ଆନ୍ଧ୍ରପ୍ରଦେଶ-ଦକ୍ଷିଣ ଓଡ଼ିଶା ଉପକୂଳ ଅତିକ୍ରମ କରିବାର ସମ୍ଭାବନା ରହିଛି। ଏହି ସମୟରେ ଓଡ଼ିଶାର ଦକ୍ଷିଣ ଓ ଉପକୂଳ ଜିଲାଗୁଡ଼ିକରେ ଭୀଷଣ ବର୍ଷା ସହ ପବନର ପ୍ରଭାବ ଦେଖାଦେବ। ତେବେ ଉପକୂଳ ଛୁଇଁବା ପୂର୍ବରୁ ସମୁଦ୍ରରେ ପବନରେ ବେଗ ଘଣ୍ଟାପ୍ରତି ୫୫ରୁ ୬୫ କି.ମି. ଓ ସର୍ବାଧିକ ୭୫ କି.ମି. ରହିପାରେ ବୋଲି ମହାପାତ୍ର ସୂଚନା ଦେଇଛନ୍ତି।

ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ, ବୁଧବାରଠାରୁ ରାଜ୍ୟରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି। କଳାହାଣ୍ଡି, ନବରଙ୍ଗପୁର, କୋରାପୁଟ ଏବଂ ମାଲକାନଗିରି ଜିଲାକୁ ଅତି ପ୍ରବଳ ବର୍ଷା ନେଇ ରେଡ୍‌ ଓ୍ବାର୍ନିଂ ଜାରି କରାଯାଇଛି। ଘଡ଼ଘଡ଼ି ସହିତ ଝଡ଼ବର୍ଷା ଓ ୫୦ରୁ ୬୦ କି.ମି. ବେଗରେ ପବନ ବହିବା ନେଇ ଏସବୁ ଜିଲାକୁ ସତର୍କ କରାଯାଇଛି। ଏଥିସହ ନୂଆପଡ଼ା, ବଲାଙ୍ଗୀର, କନ୍ଧମାଳ, ରାୟଗଡ଼ା, ଗଜପତି ଓ ଗଞ୍ଜାମ ଜିଲାକୁ ପ୍ରବଳ ବର୍ଷା ପାଇଁ ଅରେଞ୍ଜ ଓ୍ବାର୍ନିଂ ଦିଆଯାଇଛି। ଏହି ଜିଲାଗୁଡିକରେ ଝଡ଼ବର୍ଷା ସହ ୫୦ ରୁ ୬୦ କି.ମି. ବେଗରେ ପବନ ବହିପାରେ। ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତ୍‌ସିଂହପୁର, କଟକ, ବରଗଡ଼, ଅନୁଗୋଳ, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ, ସୁବର୍ଣ୍ଣପୁର, ବୌଦ୍ଧ, ପୁରୀ, ଖୋର୍ଦ୍ଧା ଓ ନୟାଗଡ଼ ଜିଲାକୁ ୟେଲୋ ଓ୍ବାର୍ନିଂ ଦିଆଯାଇଛି। ଗୁରୁବାର ମଧ୍ୟ ପ୍ରବଳ ବର୍ଷା ହେବାକୁ ଥିବାବେଳେ ନବରଙ୍ଗପୁର ଜିଲାକୁ ରେଡ୍‌ ଓ୍ବାର୍ନିଂ ଦିଆଯାଇଛି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଚାଇନା ମହିଳାଙ୍କ ପରେ ଆଉ ଜଣେ! ଏନଭିଡିଆ ସହ-ପ୍ରତିଷ୍ଠାତାଙ୍କ ତୃତୀୟ ସମ୍ପର୍କକୁ ନେଇ ଚର୍ଚ୍ଚା

ହଙ୍ଗକଙ୍ଗ,୧୩।୧୧: ବିଶ୍ୱର ପ୍ରମୁଖ ଚିପ୍‌ ନିର୍ମାତା କମ୍ପାନୀ ଏନଭିଡିଆ (Nvidia)ର ସହ-ପ୍ରତିଷ୍ଠାତା ଜେନସେନ୍‌ ହୁଆଙ୍ଗଙ୍କୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ଚାଇନାର ଜଣେ ମହିଳାଙ୍କ…

ବିଶ୍ୱବ୍ୟାପୀ ମାଇକ୍ରୋସଫ୍ଟ ସେବା ଠପ୍‌; ଲକ୍ଷ ଲକ୍ଷ ଉପଭୋକ୍ତା ଆଉଟଲୁକ (Outlook) ବ୍ୟବହାର କରିବାରେ ସମସ୍ୟା; OpenAI ଉପରେ ମଧ୍ୟ ପ୍ରଭାବ

ଓ୍ବାଶିଂଟନ,୧୩।୧୧: ଗୁରୁବାର ଏବଂ ଶୁକ୍ରବାର ସକାଳେ ଏକ ବୈଷୟିକ ତ୍ରୁଟି ଯୋଗୁ ବିଶ୍ୱବ୍ୟାପୀ ମାଇକ୍ରୋସଫ୍ଟର ଅନେକ ପ୍ରମୁଖ ପ୍ଲାଟଫର୍ମ ପ୍ରଭାବିତ ହୋଇଥିଲା। ଆଉଟଲୁକ (Outlook), ମାଇକ୍ରୋସଫ୍ଟ ଟିମ୍ସ…

୨ ନିଖୋଜ ଏସ୍‌ପିଓଙ୍କ ଗୁଳିବିଦ୍ଧ ମୃତଦେହ ଜବତ

ଜମ୍ମୁ,୧୩।୧୧(ପି.ଟି): ଜମ୍ମୁ-କଶ୍ମୀରର କିସ୍ତୱାଡ୍‌ ଜିଲାର ଦୁର୍ଗମ ଦଚ୍ଛନ ଅଞ୍ଚଳରୁ ନିଖୋଜ ହେବାର ଗୋଟିଏ ଦିନ ପରେ ଗୁରୁବାର ସକାଳେ ୨ଜଣ ସ୍ବତନ୍ତ୍ର ପୋଲିସ ଅଧିକାରୀ (ଏସ୍‌ପିଓ)ଙ୍କ ଗୁଳିବିଦ୍ଧ…

ଟସ ଜିତି ଜିତିଲା ନିଷ୍ପତ୍ତି ନେଲା ଟିମ ଇଣ୍ଡିଆ: ଶ୍ରେୟସ ଆୟରଙ୍କ ହାତରେ ଅଧିନାୟକ ଦାୟିତ୍ୱ,ବାଦ୍‌ ପଡ଼ିଲେ…

ମାଉଣ୍ଟ ମାଉଙ୍ଗାନୁଇ,୧୩।୧୧:ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଚାଲିଥିବା ଦିନିକିଆ ସିରିଜର ଚତୁର୍ଥ ମ୍ୟାଚ ଆଜି ଖେଳାଯାଉଛି। ଏହି ଗୁରୁତ୍ୱପୂର୍ଣ୍ଣ ମୁକାବିଲାରେ ଟସ ଜିତି ପ୍ରଥମେ ବୋଲିଂ କରିବାକୁ…

ପୁଅର ସ୍ୱପ୍ନ ପାଇଁ ଶୋ’ରୁମ୍‌ ବିକିଥିଲେ ବାପା, ଅଣ୍ଡର-୧୯ ଏସିଆ କପ୍‌ରେ ଚମକିଲେ ୧୭ ବର୍ଷୀୟ ଇଶାନ ସୁଦ୍‌

ନୂଆଦିଲ୍ଲୀ,୧୩।୧୧: ଅଣ୍ଡର-୧୯ ଏସିଆ କପ୍‌ ୨୦୨୬ରେ ଭାରତୀୟ ଯୁବ ଖେଳାଳିମାନେ ନିଜ ପ୍ରଦର୍ଶନ ବଳରେ ଚର୍ଚ୍ଚାରେ ରହିଛନ୍ତି । ବୀରେନ୍ଦ୍ର ସେହୱାଗଙ୍କ ପୁଅ ଆର୍ଯ୍ୟବୀର ସେହୱାଗଙ୍କ ବ୍ୟାଟିଂକୁ…

ଆତଙ୍କ ଖେଳାଇଲା ପିକଅପ୍‌ ଭ୍ୟାନ୍‌: ଦୁଇ ବାଇକ୍‌କୁ ଧକ୍କା ଦେଇ ଘର କାନ୍ଥ ଭାଙ୍ଗିଲା, ଆଉ ତା’ ପରେ…

ଭବାନୀପାଟଣା,୧୨।୧୧(ଉତ୍ତମ କୁମାର ଦାଶ): ଦ୍ରୁତ ଏବଂ ବେପରୁଆ ଗାଡ଼ି ଚାଳନାର କରୁଣ ପରିଣାମ ଘଟିଛି। ଗୋଟିଏ ପରେ ଗୋଟିଏ ଦୁଇଟି ବାଇକ୍‌କୁ ଧକ୍କା ଦେବା ପରେ ରାସ୍ତାକଡ଼ରେ…

ନିର୍ଦ୍ଦିଷ୍ଟ ପ୍ରଶଂସକଙ୍କୁ କାହିଁକି ଅଟୋଗ୍ରାଫ ଦେବାକୁ ସିଧା ମନା କଲେ ବିରାଟ କୋହଲି? ଜାଣନ୍ତୁ ଏହାର ବଡ଼ କାରଣ, ଏବେ ଭିଡିଓ ହେଉଛି ଭାଇରାଲ

ନୂଆଦିଲ୍ଲୀ,୧୨।୧୧: ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଚାଲିଥିବା ପାଞ୍ଚ ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜର ଚତୁର୍ଥ ମ୍ୟାଚ ନଭେମ୍ବର ୧୩ ଶୁକ୍ରବାର ମାଉଣ୍ଟ ମାଉଙ୍ଗାନୁଇର ‘ବେ ଓଭାଲ’…

ଘରୁ କଲେଜ ଛାତ୍ରଙ୍କ ମୃତଦେହ ଉଦ୍ଧାର

ପାଟଣା,୧୨।୧୧(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଥାନା ଭୀମାପଡ଼ା ନାଏକ ସାହିରେ ଗୁରୁବାର ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ପୋଲିସ ଘରୁ ଜଣେ କଲେଜ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?