ଗ୍ରାଚ୍ୟୁଇଟିକୁୁ ନେଇ ସୁପ୍ରିମକୋର୍ଟଙ୍କ ବଡ଼ ରାୟ: ଚୁକ୍ତିଭିତ୍ତିକ କର୍ମଚାରୀଙ୍କ ପାଇଁ…

ନୂଆଦିଲ୍‌ଲୀ,୨୨।୯: ସୁପ୍ରିମକୋର୍ଟଙ୍କ ଦ୍ୱାରା ଗ୍ରାଚ୍ୟୁଇଟିକୁ ନେଇ ଏକ ବଡ଼ ରାୟ ପ୍ରକାଶ ପାଇଛି। ଏଥିରେ କୁହାଯାଇଛି ଯେ ଚୁକ୍ତିଭିତ୍ତିକ (କଣ୍ଟ୍ରାକ୍ଟ) କାର୍ଯ୍ୟ କରୁଥିବା କର୍ମଚାରୀମାନଙ୍କ ପାଇଁ ମୁଖ୍ୟ ନିଯୁକ୍ତିଦାତା ଦାୟୀ ରହିବେ ନାହିଁ।

ଭାରତରେ ଗ୍ରାଚ୍ୟୁଇଟି ପ୍ରଦାନ ‘ପେମେଣ୍ଟ ଅଫ ଗ୍ରାଚ୍ୟୁଇଟି ଆକ୍ଟ, ୧୯୭୨’ ଅଧୀନରେ କରାଯାଇଥାଏ। ଏହା କମ୍ପାନୀ ଅର୍ଥାତ ନିଯୁକ୍ତିଦାତାଙ୍କ ତରଫରୁ କର୍ମଚାରୀଙ୍କ ଦୀର୍ଘକାଳୀନ ସେବା ବଦଳରେ ମିଳୁଥିବା ଏକ ଆର୍ଥିକ ସୁବିଧା। ଅବଶ୍ୟ, ଗ୍ରାଚ୍ୟୁଇଟି ପୈଠ ପାଇଁ ନିଯୁକ୍ତିଦାତା ସବୁ ବର୍ଗର କର୍ମଚାରୀଙ୍କ ଲାଗି ଉତ୍ତରଦାୟୀ ନୁହଁନ୍ତି। ଏହି ପରିପ୍ରେକ୍ଷୀରେ ସୁପ୍ରିମକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି।

ସର୍ୱୋଚ୍ଚ ନ୍ୟାୟାଳୟ ତାଙ୍କ ରାୟରେ ସ୍ପଷ୍ଟ କରିଛନ୍ତି ଯେ, ଯଦି ମୁଖ୍ୟ ନିଯୁକ୍ତିଦାତା (Principal Employer) ଏବଂ ଚୁକ୍ତିଭିତ୍ତିକ କର୍ମଚାରୀଙ୍କ ମଧ୍ୟରେ କୌଣସି ପ୍ରତ୍ୟକ୍ଷ ମାଲିକ-କର୍ମଚାରୀ ସମ୍ପର୍କ (Employer-Employee Relationship) ନାହିଁ, ତେବେ ମୁଖ୍ୟ ନିଯୁକ୍ତିଦାତାଙ୍କୁ ସେହି କର୍ମଚାରୀମାନଙ୍କ ଗ୍ରାଚ୍ୟୁଇଟି ପୈଠ ପାଇଁ ଦାୟୀ କରାଯାଇପାରିବ ନାହିଁ।

ଜଷ୍ଟିସ ଅହସାନୁଦ୍ଦିନ ଅମାନୁଲ୍ଲାହ ଏବଂ ଜଷ୍ଟିସ ମନମୋହନଙ୍କ ଖଣ୍ଡପୀଠ କହିଛନ୍ତି ଯେ, ଠିକାଦାର (Contractor) ମାଧ୍ୟମରେ ନିୟୋଜିତ ଶ୍ରମିକମାନଙ୍କ ପାଇଁ ମୁଖ୍ୟ କମ୍ପାନୀ ସେତେବେଳେ ହିଁ ଦାୟୀ ରହିବ ଯେତେବେଳେ ଉଭୟଙ୍କ ମଧ୍ୟରେ ସିଧାସଳଖ ସମ୍ପର୍କ ଥିବ। ବମ୍ୱେ ହାଇକୋର୍ଟ ପୂର୍ୱରୁ ONGC କୁ ଠିକା ଶ୍ରମିକମାନଙ୍କୁ ଗ୍ରାଚ୍ୟୁଇଟି ଦେବା ପାଇଁ ନିର୍ଦ୍ଦେଶ ଦେଇଥିଲେ; ସୁପ୍ରିମକୋର୍ଟ ଏହି ଆଦେଶକୁ ରଦ୍ଦ କରି ଏହି ରାୟ ପ୍ରଦାନ କରିଛନ୍ତି।

କୋର୍ଟ ସ୍ପଷ୍ଟ କରିଛନ୍ତି ଯେ, ପେମେଣ୍ଟ ଅଫ ଗ୍ରାଚ୍ୟୁଇଟି ଆକ୍ଟ ଅଧୀନରେ ଥିବା ନିୟନ୍ତ୍ରଣ ଅଧିକାରୀ (Controlling Authority) କେବଳ ପ୍ରାପ୍ୟ ରାଶିର ହିସାବ (Compute) କରିପାରିବେ; ଅସଲ ମାଲିକ ବା ନିଯୁକ୍ତିଦାତା କିଏ, ତାହା ସ୍ଥିର କରିବାର କ୍ଷମତା ତାଙ୍କ ପାଖରେ ନାହିଁ।

ସେହିପରି କୋର୍ଟ ଏହା ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ, ଯେଉଁ କର୍ମଚାରୀମାନେ ପୂର୍ୱ ନିର୍ଦ୍ଦେଶ ଅନୁସାରେ ପୂର୍ୱରୁ ଗ୍ରାଚ୍ୟୁଇଟି ରାଶି ପାଇସାରିଛନ୍ତି, ସେମାନଙ୍କଠାରୁ ସେହି ଟଙ୍କା ଫେରସ୍ତ (ରିକଭରି) ନିଆଯିବ ନାହିଁ।

ଗ୍ରାଚ୍ୟୁଇଟି ନିୟମ ସେହି ସମସ୍ତ କମ୍ପାନୀ, କାରଖାନା, ଦୋକାନ କିମ୍ୱା ପ୍ରତିଷ୍ଠାନ ଉପରେ ଲାଗୁ ହୁଏ ଯେଉଁଠାରେ ଗତ ୧୨ ମାସ ମଧ୍ୟରେ ଯେକୌଣସି ଗୋଟିଏ ଦିନରେ ୧୦ କିମ୍ୱା ତା’ଠାରୁ ଅଧିକ କର୍ମଚାରୀ କାର୍ଯ୍ୟ କରିଥିବେ। ଏହା ସହିତ ସର୍ତ୍ତ ରହିଛି ଯେ, କର୍ମଚାରୀ ଜଣକ ଗୋଟିଏ ସଂସ୍ଥାରେ ଅତି କମରେ ୫ ବର୍ଷର ନିରନ୍ତର ସେବା ପୂରଣ କରିଥିବା ଆବଶ୍ୟକ। ନିୟମ ଅନୁଯାୟୀ, ଯଦି ୫ମ ବର୍ଷରେ କର୍ମଚାରୀ ୨୪୦ ଦିନ କାର୍ଯ୍ୟ କରିଥାନ୍ତି, ତେବେ ତାଙ୍କୁ ଗ୍ରାଚ୍ୟୁଇଟି ପାଇଁ ଯୋଗ୍ୟ ବିବେଚନା କରାଯାଏ।

ନୂଆ ଶ୍ରମ କୋଡ (New Labour Code) ଅନୁସାରେ, ର୍ନିଦ୍ଦିଷ୍ଟ ଅବଧି ଚୁକ୍ତି (Fixed-term contract) ରେ କାର୍ଯ୍ୟ କରୁଥିବା କର୍ମଚାରୀମାନେ ଏବେ ମାତ୍ର ୧ ବର୍ଷର ସେବା ପରେ ମଧ୍ୟ ଆନୁପାତିକ ଭାବେ ଗ୍ରାଚ୍ୟୁଇଟି ପାଇବାକୁ ହକଦାର।

ଯଦି କୌଣସି କର୍ମଚାରୀଙ୍କୁ କମ୍ପାନୀର ସମ୍ପତ୍ତି ନଷ୍ଟ କରିବା, ଚୋରି, ଠକେଇ କିମ୍ୱା କାର୍ଯ୍ୟକ୍ଷେତ୍ରରେ ଦଙ୍ଗା ଭଳି ଗୁରୁତର ଦୁର୍ୱ୍ୟବହାର (Serious Misconduct) କାରଣରୁ ଚାକିରିରୁ ବରଖାସ୍ତ (Terminate) କରାଯାଇଥାଏ, ତେବେ ନିଯୁକ୍ତିଦାତାଙ୍କ ପାଖରେ ତାଙ୍କର ଗ୍ରାଚ୍ୟୁଇଟି ସମ୍ପୂର୍ଣ୍ଣ କିମ୍ୱା ଆଂଶିକ ଭାବେ ଅଟକାଇବାର ଅଧିକାର ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଜାଲ ନୋଟ ଦେଇ କିଣୁଥିଲେ ସ୍କୁଟି, ଧରାପଡ଼ିଲେ ଅଭିଯୁକ୍ତ: ପୂରା ଘଟଣା ଜାଣିଲେ…

ବରଗଡ଼,୨୨।୯(ପ୍ରେମାନନ୍ଦ ଖମାରୀ):ଜାଲ ନୋଟ ଦେଇ ବରଗଡ଼ ସହରରେ ଜଣେ ସ୍କୁଟି କିଣି ଧରାପଡ଼ିଡା ଘଟଣା ଚର୍ଚ୍ଚାର ବିଷୟ ହୋଇଛି। ସୂଚନ ଅନୁଯାୟୀ, ବରଗଡ ବ୍ୟାଙ୍କ କଲୋନୀ ବାସିନ୍ଦା…

ଚିଲିକାରେ ଡଙ୍ଗା ଚଳାଚଳ ବନ୍ଦ, ଆତଙ୍କିତ କୃଷ୍ଣପ୍ରସାଦବାସୀ

କୃଷ୍ଣପ୍ରସାଦ, ୨୨।୯(କୈଳାଶ ଚନ୍ଦ୍ର ପଟନାୟକ ): ବଙ୍ଗୋପସାଗରରେ ଧୀରେ ଧୀରେ ତୀବ୍ର ହେଉଛି ଅବପାତ । ଏହାକୁ ନେଇ ପୁରୀ ଜିଲା ଉପକୂଳବାସୀଙ୍କ ମନରେ ଛନକା ପଶିଛି…

ମହିଳାଙ୍କ ପାଇଁ ବଡ଼ ଘୋଷଣା କଲେ ମୁଖ୍ୟମନ୍ତ୍ରୀ, ଅକ୍ଟୋବର ୨ରୁ ମାଗଣାରେ ବସ୍‌ ଯାତ୍ରା

ନୂଆଦିଲ୍ଲୀ,୨୨।୯: ଆଗାମୀ ୨ ଅକ୍ଟୋବର ୨୦୨୬ରୁ ସମଗ୍ର ତାମିଲନାଡୁରେ ଲାଗୁ ହେବାକୁ ଥିବା ‘ଭେଟ୍ରି ପୟନମ’ ଯୋଜନା ଦ୍ୱାରା ପ୍ରତିଦିନ ପ୍ରାୟ ୮୪.୩୨ ଲକ୍ଷ ମହିଳା ପ୍ରତ୍ୟକ୍ଷ…

PM Kisan କୁ ନେଇ ବଡ଼ ଖବର, ଅକ୍ଟୋବରରୁ ଏମାନଙ୍କୁ ମିଳିବନି କିସ୍ତି ଟଙ୍କା; ଲିଷ୍ଟରୁ କଟିଲା ନାଁ!

ନୂଆଦିଲ୍‌ଲୀ,୨୨।୮: ଦେଶର କୋଟି କୋଟି ଚାଷୀଙ୍କ ପାଇଁ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି (PM-KISAN) ଯୋଜନା ଏକ ବଡ଼ ସାହାଯ୍ୟରୁ କମ ନୁହେଁ। ୨୩ତମ କିସ୍ତି ମିଳିବା…

ଏସିଆନ୍ ଗେମ୍ସରେ ଇତିହାସ ରଚିଲା ମହିଳା କ୍ରିକେଟ୍ ଟିମ୍‌, ଶ୍ରୀଲଙ୍କାକୁ ହରାଇ ଜିତିଲା ସ୍ୱର୍ଣ୍ଣ

ନୂଆଦିଲ୍ଲୀ,୨୨।୯: ଏସିଆନ୍ ଗେମ୍ସ ୨୦୨୬ରେ ଭାରତକୁ ପ୍ରଥମ ସ୍ୱର୍ଣ୍ଣ ପଦକ ଦେଇଛି ମହିଳା କ୍ରିକେଟ୍ ଟିମ୍ । ଫାଇନାଲ୍‌ରେ ଶ୍ରୀଲଙ୍କାକୁ ୧୪୭ ରନ୍‌ର ବଡ଼ ବ୍ୟବଧାନରେ ହରାଇ…

ଘୁଞ୍ଚିଲା ପଞ୍ଚମ ଶ୍ରେଣୀ ବୃତ୍ତି ପରୀକ୍ଷା, ଜାଣନ୍ତୁ ପୁଣି କେବେ ହେବ…

ଖୋର୍ଦ୍ଧା,୨୨।୯(ପ୍ରଭାତ ପାଣିଗ୍ରାହୀ): ସମ୍ଭାବ୍ୟ ବାତ୍ୟା ‘ଅର୍ଣ୍ଣବ’କୁ ଦୃଷ୍ଟିରେ ରଖି ଉଚ୍ଚ ପ୍ରାଥମିକ ପଞ୍ଚମ ଶ୍ରେଣୀ ବୃତ୍ତି ପରୀକ୍ଷାକୁ ଘୁଞ୍ଚାଇ ଦିଆଯାଇଛି। ବୃତ୍ତି ପରୀକ୍ଷା ସେପ୍ଟେମ୍ବର ୨୪ରେ ହେବା…

ରାଜନୀତିରେ ହଇଚଇ! ଗରବାକୁ ନେଇ ଭାଜପା ବିଧାୟକଙ୍କ ବିବାଦୀୟ ବୟାନ, ଭଉଣୀ-ଝିଅଙ୍କୁ…

ନୂଆଦିଲ୍ଲୀ,୨୨।୯: ନବରାତ୍ରି ପୂର୍ବରୁ ଗରବା କାର୍ଯ୍ୟକ୍ରମରେ ମୁସଲିମଙ୍କ ପ୍ରବେଶକୁ ନେଇ ମହାରାଷ୍ଟ୍ରରୁ ମଧ୍ୟପ୍ରଦେଶ ପର୍ଯ୍ୟନ୍ତ ରାଜନୈତିକ ବୟାନବାଜି ଆରମ୍ଭ ହୋଇଛି। ମୁମ୍ବାଇର ବୋରିଭଲିରେ ହେବାକୁ ଥିବା ଏକ…

ଆର୍ଯ୍ୟପଲ୍ଲୀ ସମୁଦ୍ରରେ ଫସିଲା ଆନ୍ଧ୍ରପ୍ରଦେଶ ଟ୍ରଲର: ସହଯୋଗର ହାତ ବଢ଼ାଇଲା ଗଞ୍ଜାମ ପ୍ରଶାସନ

ଛତ୍ରପୁର,୨୨।୯ (ଦିଲ୍ଲୀପ ସାମଲ/ଦ୍ୱାରିକା ପଟନାୟକ): ଗଭୀର ଅବପାତ ଜନିତ ପ୍ରତିକୂଳ ପାଗ ଯୋଗୁ ସମୁଦ୍ର ଅଶାନ୍ତ ରହିଥିବା ବେଳେ ଗଞ୍ଜାମ ଜିଲା ଆର୍ଯ୍ୟପଲ୍ଲୀ ସମୁଦ୍ର ଉପକୂଳରେ ଆନ୍ଧ୍ରପ୍ରଦେଶର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?