ଅଗଷ୍ଟ ୧୬ରୁ ଆରମ୍ଭ ହେବ ୟୁଜି, ପିଜି ଅଫ୍‌ଲାଇନ୍‌ ପାଠପଢ଼ା

ଭୁବନେଶ୍ୱର,୬ା୮(ବ୍ୟୁରୋ): କରୋନା ପରିସ୍ଥିତିକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଆଉ ଏକ ନିଷ୍ପତ୍ତି ନେଇଛନ୍ତି। ରାଜ୍ୟରେ ଅଗଷ୍ଟ ୧୬ରୁ ୟୁଜି ଓ ପିଜି ଅଫ୍‌ଲାଇନ ପାଠପଢ଼ା ଆରମ୍ଭ ହେବ। ଏଥିସହ ହଷ୍ଟେଲ ମଧ୍ୟ ଖୋଲିବାକୁ ଅନୁମତି ମିଳିଛି। ଏନେଇ ଶୁକ୍ରବାର ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଟୁଇଟ୍‌ ଜରିଆରେ ସୂଚନା ଦିଆଯାଇଛି।

ସୂଚନାଯୋଗ୍ୟ, କରୋନା ମହାମାରୀ ପାଇଁ ଦୀର୍ଘଦିନ ହେବ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିଥିଲା। ଏବେ ସ୍ଥିତିରେ କିଛିଟା ସୁଧାର ଆସିବାରୁ ରାଜ୍ୟରେ ଅନ୍‌ଲକ୍‌ ହେଉଛି। ତେଣୁ ଉଚ୍ଚଶିକ୍ଷା ବିଭାଗ ଅଧୀନରେ ଥିବା ସମସ୍ତ କଲେଜ ଓ ବିଶ୍ୱବିଦ୍ୟାଳୟ ଖୋଲିବାକୁ ନିଷ୍ପତ୍ତି ନିଆଯାଇଛି। ପ୍ରଥମ ପର୍ଯ୍ୟାୟରେ କେବଳ ୟୁଜିର ପ୍ରଥମ ବର୍ଷର ଛାତ୍ରୀଛାତ୍ର ଏବଂ ପିଜିର ପ୍ରି ଫାଇନାଲ ବର୍ଷରେ ଥିବା ଛାତ୍ରୀଛାତ୍ରଙ୍କୁ ଅଫ୍‌ଲାଇନରେ ପାଠପଢ଼ା ଯିବ। କିନ୍ତୁ ୟୁଜି ଓ ପିଜି ଶେଷବର୍ଷର ଛାତ୍ରୀଛାତ୍ର ଅନ୍‌ଲାଇନ୍‌ ମାଧ୍ୟମରେ ପରୀକ୍ଷା ଦେବେ ବୋଲି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବଲାଙ୍ଗୀରରେ କାର୍ଯ୍ୟକ୍ଷମ ହେଲା କୋଭିଡ୍‌ ହସ୍ପିଟାଲ: ରହିଛି ୨ ଶହ ଶଯ୍ୟା

ବଲାଙ୍ଗୀର ଅଫିସ, ୧୪ା୪: ବଲାଙ୍ଗୀର କଳିଙ୍ଗ ଇଷ୍ଟିଚ୍ୟୁଟ୍‌ ଅଫ୍‌ ସୋସିଆଲ ସାଇନ୍ସସେସ୍‌ (କିସ୍‌) କ୍ୟାମ୍ପସଠାରେ ମଙ୍ଗଳବାରଠାରୁ ୨ ଶହ ଶଯ୍ୟା ବିଶିଷ୍ଟ କୋଭିଡ୍‌ ହସ୍ପିଟାଲ କାର୍ଯ୍ୟକ୍ଷମ...

କରଦାତାଙ୍କୁ କୃତଜ୍ଞତା

ଭୁବନେଶ୍ୱର(ବ୍ୟୁରୋ)/କଟକ/ପୁରୀ ଅଫିସ, ୨୧।୮: ସ୍ବାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ଓଡ଼ିଶା ଆୟକର ବିଭାଗ ପକ୍ଷରୁ ‘ଆଜାଦୀ କା ଅମୃତ ମହୋତ୍ସବ’ ପାଳିତ ହୋଇଛି। ଏହି...

ଶିକ୍ଷକ ଆନ୍ଦୋଳନ ସ୍ଥଗିତ

ଭୁବନେଶ୍ବର,୨୩।୯(ଅସମାପିକା ସାହୁ) ସରକାରଙ୍କ ସହ ଆଲୋଚନା ପରେ ପ୍ରାଥମିକ ଶିକ୍ଷକ ସଂଘର ଆନ୍ଦୋଳନ ସ୍ଥଗିତ କରାଯାଇଛି। ୯ଟି ପ୍ରାଥମିକ ଶିକ୍ଷକ ସଂଘ ଓ ସରକାରଙ୍କ ମଧ୍ୟରେ...

ଚନ୍ଦ୍ରଭାଗାରେ ମାଘବୁଡ଼ ପକାଇଲେ ଲକ୍ଷାଧିକ ଶ୍ରଦ୍ଧାଳୁ

କୋଣାର୍କ,୧।୨(ଡି.ଏନ୍‌.ଏ.): ମାଘ ସପ୍ତମୀ ଉପଲକ୍ଷେ ଶନିବାର ପବିତ୍ର ଚନ୍ଦ୍ରଭାଗା ତୀର୍ଥ ପୁଷ୍କରିଣୀରେ ଲକ୍ଷାଧିକ ଶ୍ରଦ୍ଧାଳୁ ବୁଡ଼ ପକାଇଛନ୍ତି। ଏଥିସହ ମହୋଦଧି କୂଳରେ ସୂର୍ଯ୍ୟପୂଜା କରିବା ସହ...

ରାଜ୍ୟରେ ସୁସ୍ଥ ହେଲେ ୧୫୨ କରୋନା ଆକ୍ରାନ୍ତ

ଭୁବନେଶ୍ୱର,୧୬।୩(ବ୍ୟୁରୋ): ରାଜ୍ୟରେ ଗୋଟିଏ ପଟେ ଦୈନିକ କୋଭିଡ ସଂକ୍ରମଣ ଖସୁଥିବା ବେଳେ ସୁସ୍ଥ ହାର ବୃଦ୍ଧି ପାଉଛି। ରାଜ୍ୟରେ ୧୫୨ ଜଣ କରୋନା ଆକ୍ରାନ୍ତ ସୁସ୍ଥ...

ଭକ୍ତ, ସେବାୟତଙ୍କ ମନରେ କ୍ଷୋଭ: ରଥଯାତ୍ରା ହେବା ଦାବିରେ ଆଜି ୬ଘଣ୍ଟିଆ ପୁରୀ ବନ୍ଦ

ପୁରୀ ଅଫିସ,୧୯ା୬: ଜୁନ୍‌ ୨୩ରେ ରଥଯାତ୍ରା। ଏହାକୁ ଦୃଷ୍ଟିରେ ରଖି ସମସ୍ତ ପ୍ରସ୍ତୁତି ଚାଲିଥିଲା। କରୋନା କଟକଣା ତଥା ଲକ୍‌ଡାଉନ ପାଇଁ ବିଳମ୍ବରେ ରଥ ନିର୍ମାଣ...

ବରିଷ୍ଠ ସାମ୍ବାଦିକ ତଥା ପ୍ରଯୋଜକ ଆଳୟ ମହାନ୍ତିଙ୍କ ପରଲୋକ

ଭୁବନେଶ୍ୱର, ୩।୧ (ବ୍ୟୁରୋ): ପ୍ରଯୋଜକ ତଥା ବରିଷ୍ଠ ସାମ୍ବାଦିକ ଆଳୟ ମହାନ୍ତିଙ୍କର ମଙ୍ଗଳବାର ପୂର୍ବାହ୍ନରେ ପରଲୋକ ଘଟିଛି। ତାଙ୍କୁ ୬୫ବର୍ଷ ବୟସ ହୋଇଥିଲା। ଅସୁସ୍ଥତା ହେତୁ...

ଦିଲ୍ଲୀ ବିଶ୍ୱବିଦ୍ୟାଳୟରେ ସୁଦର୍ଶନ ଓ ଦୂତୀ: ଛାତ୍ରୀଛାତ୍ରଙ୍କୁ କହିଲେ ନିଜ ସଂଘର୍ଷ କାହାଣୀ

ପୁରୀ ଅଫିସ, ୨୫।୮: ନିଜ ନିଜ କ୍ଷେତ୍ରରେ ବେଶ୍‌ ସଫଳତା ଅର୍ଜନ କରି ଓଡ଼ିଶା ପାଇଁ ଗର୍ବ ଏବଂ ଗୌରବ ପାଲଟିଥିବା ୨ ଓଡ଼ିଆ ଅନ୍ତର୍ଜାତୀୟ...

Advertisement
Archives

Model This Week