ମେଜର ଧ୍ୟାନଚାନ୍ଦଙ୍କ ନାମରେ ନାମିତ ହେବ ଖେଳରତ୍ନ ପୁରସ୍କାର: ମୋଦି

ନୂଆଦିଲ୍ଲୀ,୬।୮: ଭାରତର ସର୍ବୋଚ୍ଚ କ୍ରୀଡ଼ା ପୁରସ୍କାର ରାଜୀବ ଗାନ୍ଧୀ ଖେଳ ରତ୍ନକୁ ଏବେ ମେଜର ଧ୍ୟାନଚାନ୍ଦଙ୍କ ନାମରେ ନାମିତ କରାଯିବ। ଏନେଇ ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟୁଇଟ କରି ଘୋଷଣା କରିଛନ୍ତି। ନୂତନ ଘୋଷଣା ପରେ ଏହି ପୁରସ୍କାରକୁ ଏବେ ମେଜର ଧ୍ୟାନଚାନ୍ଦ ଖେଳରତ୍ନ ପୁରସ୍କାର କୁହାଯିବ। ଧ୍ୟାନଚାନ୍ଦଙ୍କୁ ହକିର ଯାଦୁଗର ବୋଲି କୁହାଯାଏ। ସୂଚନାଯୋଗ୍ୟ, ପ୍ରଧାନମନ୍ତ୍ରୀ ମୋଦି ଟୁଇଟ କରି ଲେଖିଛନ୍ତି, ମେଜର ଧ୍ୟାନଚାନ୍ଦ ଭାରତର ଜଣେ ପ୍ରମୁଖ କ୍ରୀଡ଼ାବିତ୍‌, ଯିଏ ଭାରତକୁ ସମ୍ମାନ ଓ ଗୌରବ ଆଣିଦେଇଥିଲେ। ତେଣୁ ସମୟ ଆସିଛି ଦେଶର ସର୍ବୋଚ୍ଚ କ୍ରୀଡ଼ା ସମ୍ମାନକୁ ତାଙ୍କୁ ଉତ୍ସର୍ଗୀତ କରିବାକୁ। ଦୀର୍ଘ ଦିନ ଧରି ନାଗରିକମାନେ ଏହି ପରିବର୍ତ୍ତନ ଦାବି କରିଆସୁଥିଲେ। ତେବେ ଦେଶବାସୀଙ୍କ ଭାବନାକୁ ବିଚାରକୁ ନେବା ସହ ୪୧ ବର୍ଷ ପରେ ଟୋକିଓ ଅଲିମ୍ପିକ୍ସରେ ଭାରତୀୟ ହକି ଦଳର ପଦକ ଜିତିବା ପରେ ସରକାର ଏହି ବଡ଼ ନିଷ୍ପତ୍ତି ନେଇଛନ୍ତି। ୧୯୮୦ ମସ୍କୋ ଅଲିମ୍ପିକ୍ସ ପରେ ଏହା ପ୍ରଥମ ଥର ପାଇଁ ହକି ଦଳ ପୋଡିୟମ ଶେଷ କରିବାରେ ସଫଳ ହୋଇଥିଲା। ଅନ୍ୟପଟେ ଏହି ନିଷ୍ପତ୍ତି ପରେ ମେଜର ଧ୍ୟାନଚାନ୍ଦଙ୍କ ପୁଅ ତଥା ପୂର୍ବତନ ହକି ଖେଳାଳି ଅଶୋକ ଧ୍ୟାନଚାନ୍ଦ ଖୁସିବ୍ୟକ୍ତ କରିବା ସହ ମୋଦିଙ୍କୁ ଧନ୍ୟବାଦ ଜଣାଇଛନ୍ତି। ସୂଚନାଯୋଗ୍ୟ, ୧୯୯୧-୯୨ରେ ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ନାମରେ ଭାରତର ସର୍ବୋଚ୍ଚ କ୍ରୀଡ଼ା ପୁରସ୍କାର ପ୍ରତିଷ୍ଠା କରାଯାଇଥିଲା। ଅନ୍ତର୍ଜାତୀୟ ସ୍ତରରେ ଗତ ୪ବର୍ଷ ମଧ୍ୟରେ କ୍ରୀଡ଼ା କ୍ଷେତ୍ରରେ ଉଲ୍ଲେଖନୀୟ ତଥା ଉଲ୍ଲେଖନୀୟ ପ୍ରଦର୍ଶନ ପାଇଁ ଭାରତର କ୍ରୀଡ଼ାବିତ୍‌ମାନଙ୍କୁ ଏହି ପୁରସ୍କାର ପ୍ରତିବର୍ଷ ପ୍ରଦାନ କରାଯାଇଥାଏ। ଏହି ପୁରସ୍କାର ଅଧୀନରେ ଖେଳାଳିଙ୍କୁ ୨୫ ଲକ୍ଷ ଟଙ୍କା ପୁରସ୍କାର, ପଦକ ଏବଂ ପ୍ରମାଣପତ୍ର ପ୍ରଦାନ କରାଯାଇଥାଏ।

 

 

 

 


Enter your email to get our daily news in your inbox.

All Right Reserved By Dharitri.Com

ଏହି ପ୍ରସିଦ୍ଧ କ୍ରିକେଟର୍‌ଙ୍କୁ ହତ୍ୟା ଧମକ

ଢାକା,୧୭।୧୧:ବାଂଲାଦେଶ କ୍ରିକେଟର ଶାକିବ ଅଲ ହାସନଙ୍କୁ ଫେସବୁକରେ ହତ୍ୟା ଧମକ ଦିଆଯିବା ପରେ ସେ ସୋସିଆଲ ମିଡିଆରେ କ୍ଷମା ମାଗିଛନ୍ତି। ଶାକିବ କାଳୀ ପୂଜାରେ ସାମିଲ...

ସ୍ୱାସ୍ଥ୍ୟ ସେବାରେ ସବୁଠୁ ଆଗରେ କେରଳ

ନୂଆଦିଲ୍ଲୀ,୨୭ ।୧୨: ନୀତି ଆୟୋଗ ଦ୍ୱାରା ସୋମବାର ହେଲ୍‌ଥ ଇଣ୍ଡେକ୍ସ ଜାରି କରାଯାଇଛି । ଏଥିରେ ଦକ୍ଷିଣ ରାଜ୍ୟ ବାଜି ମାରି ନେଇଥିବା ବେଳେ ଉତ୍ତର...

ପାଓ୍ବର ପ୍ଲେ’ରେ ଭାରତ ହାତ ଖାଲି

ଦୁବାଇ,୨୪।୧୦: ପାକିସ୍ତାନ ଆଗରେ ୧୫୨ ରନ୍‌ର ବିଜୟ ଲକ୍ଷ୍ୟ ଛିଡ଼ା କରିଥିବା ଟିମ୍‌ ଇଣ୍ଡିଆ ପାଓ୍ବର ପ୍ଲେ’ରେ ଗୋଟିଏ ହେଲେ ଉଇକେଟ ନେବାକୁ ସକ୍ଷମ ହୋଇନାହିଁ।...

ଭାରତକୁ ସଫଳତା: ଉହାନରେ କରୋନା ସଂକ୍ରମଣ କରିଥିବା ଭୂତାଣୁର ମିଳିଲା ସନ୍ଧାନ

ନୂଆଦିଲ୍ଲୀ,୨୯।୪: କରୋନା ସଂକ୍ରମଣ ନେଇ ସାରା ପୃଥିବୀରେ ଆତଙ୍କ ଦେଖାଦେଇଛି। ଏହାକୁ ରୋକିବା ପାଇଁ ବହୁରାଷ୍ଟ୍ରର ବୈଜ୍ଞାନିକ ନାନା ପ୍ରକାର ଗବେଷଣା ଜାରି ରଖିଛନ୍ତି। ଏପରିସ୍ଥଳେ...

ଭଡ଼ାଘରେ ରହୁଥିବା ଲୋକଙ୍କୁ ଉପହାର, ଏଗ୍ରିମେଣ୍ଟ ଷ୍ଟାମ୍ପ୍‌ ଡ୍ୟୁଟି ଛାଡ କରିବେ ଯୋଗୀ ସରକାର…

ଲକ୍ଷ୍ନୌ, ୧୬।୭ : ଉତ୍ତରପ୍ରଦେଶରେ ଭଡ଼ାଘରେ ରହୁଥିବା ଲୋକଙ୍କୁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଉପହାର ଦେବାକୁ ଯାଉଛନ୍ତି। ୧୦ ହଜାର ପର୍ଯ୍ୟନ୍ତ ଘରଭଡ଼ା ଦେଉଥିବା ଲୋକଙ୍କ...

ସ୍ବାର୍ଥ ନିହିତ ଦ୍ୱନ୍ଦ୍ୱ: ୧୨ରେ ହାଜର ହେବାକୁ ଡ୍ରାଭିଡଙ୍କୁ ନିର୍ଦ୍ଦେଶ

ନୂଆଦିଲ୍ଲୀ,୧।୧୧(ପି.ଟି.)- ସ୍ବାର୍ଥ ନିହିତ ଦ୍ୱନ୍ଦ୍ୱ ପୂର୍ବତନ କ୍ରିକେଟର ତଥା ଜାତୀୟ କ୍ରିକେଟ ଏକାଡେମୀ (ଏନ୍‌ସିଏ) ନିର୍ଦ୍ଦେଶକ ରାହୁଲ ଡ୍ରାଭିଡଙ୍କ ପିଛା ଛାଡୁନାହିଁ। ଭାରତୀୟ କ୍ରିକେଟ କଣ୍ଟ୍ରୋଲ...

ବିଚାରପତି ହତ୍ୟା ମାମଲାରେ ୨ଅଭିଯୁକ୍ତ ଦୋଷୀ ସାବ୍ୟସ୍ତ: ଅଗଷ୍ଟ ୬ରେ ପରବର୍ତ୍ତୀ ଶୁଣାଣି

ଧାନବାଦ,୨୮।୭: ଝାଡ଼ଖଣ୍ଡର ଧାନବାଦ ଅତିରିକ୍ତ ଜିଲା ଜଜ୍‌ ଉତ୍ତମ ଆନନ୍ଦଙ୍କୁ ଅଟୋ ମଡ଼ାଇ ହତ୍ୟା ମାମଲାରେ ସ୍ବତନ୍ତ୍ର ସିବିଆଇ କୋର୍ଟ ଗୁରୁବାର ୨ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ...

କରୋନା ଭାଇରସ୍‌ ମୋ କ୍ୟାରିୟରର ଅନ୍ତ ଘଟାଇବ ନାହିଁ: ଆଣ୍ଡରସନ

ଲଣ୍ଡନ, ୨୮ା୩ (ଏଏଫ୍‌ପି)-କରୋନା ଭାଇରସ୍‌ ତାଙ୍କ ଉଜ୍ଜ୍ୱଳ କ୍ୟାରିୟରର ଅନ୍ତ ଘଟାଇବ ନାହିଁ ବୋଲି କହିଛନ୍ତି ଇଂଲଣ୍ଡ ବୋଲର ଜେମ୍ସ ଆଣ୍ଡରସନ। ସେ କହିଛନ୍ତି, ବର୍ତ୍ତମାନ...

Advertisement
Archives

Model This Week