Posted inଜାତୀୟ

ଦୁଇପଟୁ ଆକ୍ରମଣ ଯୋଜନା

ନୂଆଦିଲ୍ଲୀ,୨ା୭: ସୀମାକୁ ନେଇ ପୂର୍ବ ଲଦାଖରେ ଭାରତ ଓ ଚାଇନା ସୈନ୍ୟଙ୍କ ମଧ୍ୟରେ ମୁହାଁମୁହିଁ ସ୍ଥିତି ଲାଗି ରହିଥିଲା ବେଳେ ଏପଟେ ପାକିସ୍ତାନ ଗିଲ୍‌ଗିଟ୍‌-ବାଲ୍ଟିସ୍ତାନ ଏବଂ ପିଓକେରେ ଥିବା ନିୟନ୍ତ୍ରଣ ରେଖା (ଏଲ୍‌ଓସି) ନିକଟକୁ ଦୁଇ ଡିଭିଜନ ସୈନ୍ୟ ପଠାଇଛି। ଏଥିସହିତ ଜମ୍ମୁ-କଶ୍ମୀରରେ ହିଂସା ସୃଷ୍ଟି ଲାଗି ଚାଇନା ଅଧିକାରୀମାନେ ପାକିସ୍ତାନର ଅଲ୍‌ ବଦର ଆତଙ୍କବାଦୀ ସଂଗଠନ ସହ କଥାବାର୍ତ୍ତା ଚଳାଇଥିବା ଗୋଇନ୍ଦା ସୂଚନା ମିଳିଛି। ସୀମାରେ ଚାଇନା ଓ ପାକିସ୍ତାନ ମିଳିତ ହୋଇଥିବା ଏଥିରୁ ସ୍ପଷ୍ଟ ଜଣାପଡ଼ୁଛି। କାରଣ ପୂର୍ବ ପାର୍ଶ୍ୱରେ ପ୍ରକୃତ ନିୟନ୍ତ୍ରଣ ରେଖା (ଏଲ୍‌ଏସି)କୁ ଚାଇନା ୨୪ ହଜାର ସୈନ୍ୟ ପଠାଇଥିବାବେଳେ ପାକିସ୍ତାନ ଏପଟେ ୨୦ ହଜାର ସୈନ୍ୟ ଏଲ୍‌ଓସିକୁ ପଠାଇଛି। ବାଲାକୋଟ ଏୟାରଷ୍ଟ୍ରାଇକ୍‌ ପରେ ମଧ୍ୟ ପାକିସ୍ତାନ ଏତେ ସଂଖ୍ୟାରେ ସୈନ୍ୟ ସୀମାକୁ ପଠାଇ ନ ଥିଲା। ସୀମାନ୍ତ ଅଞ୍ଚଳରେ ପାକିସ୍ତାନୀ ରାଡାର୍‌ଗୁଡ଼ିକ ମଧ୍ୟ ପୂର୍ଣ୍ଣ କାର୍ଯ୍ୟକ୍ଷମ ରହିଛି। ପାକିସ୍ତାନ ଓ ଚାଇନା ସୀମାରେ ଏକସଙ୍ଗେ ସୈନ୍ୟ ବଢ଼ାଇବା ସହ କଶ୍ମୀରରେ ଆତଙ୍କବାଦ ବଢ଼ାଇବା ପାଇଁ ଉଦ୍ୟମ ଚଳାଇଥିବାରୁ ଦୁଇପଟୁ ଆକ୍ରମଣର ସମ୍ଭାବନା ସୃଷ୍ଟି ହୋଇଛି। ଫଳରେ ଗୁରୁତର ପରିସ୍ଥିତି ସୃଷ୍ଟି ହେବା ନେଇ ବାସ୍ତବତା ସହ ଜଡ଼ିତ ଥିବା ରଣନୀତି ବିଶେଷଜ୍ଞମାନେ ଆଶଙ୍କା ବ୍ୟକ୍ତ କରିଛନ୍ତି।
ସେପଟେ ସ୍କଦୁରେ କିଛିଦିନ ତଳେ ଚାଇନାର ଏକ ରିଫୁଏଲର ବିମାନ ଅବତରଣ କରିବା ପରେ ପିଓକେରେ ଥିବା ଏୟାରବେସ୍‌ ଉପରେ ଭାରତ ତୀକ୍ଷ୍ଣ ନଜର ରଖିଛି। ଚାଇନା ବାୟୁସେନା ଗିଲ୍‌ଗିଟ-ବାଲ୍ଟ୍‌ିସ୍ତାନ ଏୟାରବେସ୍‌କୁ ବ୍ୟବହାର କରିବା ସମ୍ଭାବନା ବଢ଼ୁଛି।
ଚାଇନାର ଭିତିରି ଗୁମର ଆସ୍ତେ ଆସ୍ତେ ପଦାକୁ ଆସୁଛି। ପୂର୍ବ ଲଦାଖର ଗଲଓ୍ବାନ ଉପତ୍ୟକାରେ ଭାରତୀୟ ସେନା ସହ ରକ୍ତାକ୍ତ ସଂଘର୍ଷ ପରେ ସମାଧାନ ଲାଗି ୩ ଥର ଆଲୋଚନା ହେବା ସହ ଶାନ୍ତି ଫେରାଇ ଆଣିବା ପାଇଁ ଚାଇନା ସୈନ୍ୟ ପ୍ରତ୍ୟାହାର କରିବାକୁ କହୁଥିବା ବେଳେ ଏବେ ଏଲ୍‌ଏସିକୁ ୨୪ ହଜାର ସୈନ୍ୟ ପଠାଇଛି। ଫଳରେ ପରିସ୍ଥିତି ଅଧିକ ଉତ୍ତେଜନାମୂଳକ ହୋଇପଡ଼ିଛି। ଭାରତୀୟ ଗୋଇନ୍ଦା ବିଭାଗର ସୂଚନା ଅନୁଯାୟୀ, ଚାଇନା ଅଧିକ ୨ ଡିଭିଜନ(୨୪,୦୦୦) ସୈନ୍ୟ ସୀମାକୁ ପଠାଇଛି। ସେମାନେ ଆଧୁନିକ ଯୁଦ୍ଧ ସରଞ୍ଜାମ, ଟ୍ୟାଙ୍କର, ଲଢ଼ୁଆ ବିମାନ ସହ ଏଲ୍‌ଏସିରେ ପ୍ରସ୍ତୁତ ଥିବା କୁହାଯାଇଛି। ଲଦାଖରେ ମଧ୍ୟ ଅଧିକ ୨ ଡିଭିଜନ ସୈନ୍ୟ ଚାଇନା ମୁତୟନ କରିଛି। ଏଥିରୁ ସ୍ପଷ୍ଟ ଯେ, ସେମାନେ ଭାରତ ସହ ସାଲିସ୍‌ କରିବାକୁ ଚାହୁଁ ନାହାନ୍ତି। ଭାରତ ସୀମା ସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖିଛି।
ଭାରତ ମଧ୍ୟ ସୀମାରେ ସେନା ଠୁଳ କରିବା ସହ ଟି-୯୦ ଟ୍ୟାଙ୍କ, ଲଢ଼ୁଆ ବିମାନ ପ୍ରସ୍ତୁତ କରି ରଖିଛି। ଯଦିଓ ଆପୋସ ଆଲୋଚନା ଜରିଆରେ ଭାରତ ଶାନ୍ତିରକ୍ଷା ଉପରେ ଗୁରୁତ୍ୱ ଦେଉଛି, ତଥାପି ସାମ୍ରାଜ୍ୟବାଦୀ ଚିନ୍ତାଧାରାରେ ନିପୁଣ କମ୍ୟୁନିଷ୍ଟ ଶାସକଙ୍କ ମତିଗତିକୁ ବିଶ୍ୱାସ କରାଯାଇ ନ ପାରେ। ସେଥିଲାଗି ଭାରତ କୂଟନୈତିକ ସ୍ତରକୁ ଅଧିକ ଗୁରୁତ୍ୱ ଦେବା ସହ ଆମେରିକା, ଜାପାନ, ଅଷ୍ଟ୍ରେଲିଆ, ଫ୍ରାନ୍ସ ଆଦି ରାଷ୍ଟ୍ର ସହ ସମ୍ପର୍କରେ ଅଛି। ଯେକୌଣସି ପରିସ୍ଥିତିର ସମ୍ମୁଖୀନ ଲାଗି ଭାରତୀୟ ସେନା ପ୍ରସ୍ତୁତ ଥିବା କହିଛି।

୧୨ ଘଣ୍ଟାର ଆଲୋଚନା ନିଷ୍ଫଳ
ପୂର୍ବ ଲଦାଖର ଗଲ୍‌ଓ୍ବାନ ଉପତ୍ୟକାରେ ଭାରତ- ଚାଇନା ସେନା ମଧ୍ୟରେ ରକ୍ତାକ୍ତ ସଂଘର୍ଷ ପରେ ସୀମାରେ ଶାନ୍ତିରକ୍ଷା ନେଇ ଦୁଇଦେଶର ସେନା ଅଧିକାରୀସ୍ତରୀୟ ଆଲୋଚନା ୧୨ ଘଣ୍ଟା ଧରି ଚାଲିଥିଲେ ହେଁ କିଛି ସୁଫଳ ମିଳିପାରି ନାହିଁ। ଭାରତୀୟ ଅଞ୍ଚଳ ଚୁଶୁଲରେ ଏହି ବୈଠକ ମଙ୍ଗଳବାର ପୂର୍ବାହ୍ନ ୧୦ଟା ୩୦ରୁ ଆରମ୍ଭ ହୋଇ ରାତି ୧୧ଟାରେ ଶେଷ ହୋଇଥିଲା। ସଂଘର୍ଷ ପରେ ଏହା ଦୁଇପକ୍ଷ ମଧ୍ୟରେ ତୃତୀୟ ବୈଠକ ଥିଲା। ପ୍ରଥମ ଦୁଇଟି ବୈଠକ ଚାଇନାର ମୋଲ୍‌ଡୋରେ ଜୁନ୍‌ ୬ ଓ ଜୁନ୍‌ ୨୨ରେ ସେନା କମାଣ୍ଡରସ୍ତରୀୟ ହୋଇଥିଲା। ପ୍ରତ୍ୟେକ ବୈଠକରେ ସୀମା ସ୍ଥିତିକୁ ନେଇ ଆଲୋଚନା କରାଯାଇଥିଲା। ସୀମାରେ ଶାନ୍ତିରକ୍ଷା ଉପରେ ଗୁରୁତ୍ୱ ଦିଆଯାଇଥିଲା। ପାଙ୍ଗୋଙ୍ଗରୁ ଚାଇନା ସେନା ପ୍ରତ୍ୟାହାର କରିବା ଲାଗି ରାଜି ହୋଇଥିଲେ ମଧ୍ୟ ତାହା କରି ନ ଥିଲା। ଫିଙ୍ଗର ୮ରେ ଏଲ୍‌ଏସି ରହିଥିବା ଭାରତ ଦର୍ଶାଇ ଫିଙ୍ଗର ୪ ଓ ୫ରେ ଚାଇନା ସେନା ପ୍ରବେଶ କରିଥିବା ଉଠାଇଥିଲା। ଡେମ୍‌ଚୋକ ଓ ଦେପ୍‌ସାଙ୍ଗରେ ମଧ୍ୟ ଅନୁରୂପ ପରିସ୍ଥିତି ଦେଖାଦେଇଛି।
ଗତ ଜୁନ୍‌ ୨୨ରେ ୧୧ ଘଣ୍ଟାକାଳ ଦୁଇ ପକ୍ଷ ମଧ୍ୟରେ ଆଲୋଚନା କରାଯାଇଥିଲା। ପୂର୍ବ ଲଦାଖ ଅଞ୍ଚଳରେ ସଂଘର୍ଷ ଏଡ଼ାଇ ଶାନ୍ତିରକ୍ଷା ଲାଗି ଦୁଇପକ୍ଷ ସହମତି ପ୍ରକାଶ କରିଥିଲେ। ଆଲୋଚନା ଆଗକୁ ଜାରି ରହିବ ଓ ପର୍ଯ୍ୟାୟକ୍ରମେ ସେନା ପ୍ରତ୍ୟାହାର କରାଯିବ ବୋଲି ସ୍ଥିର କରାଯାଇଥିବା ଜଣାପଡ଼ିଛି। ୩ ଥର ଆଲୋଚନା ପରେ ବି କିଛି ସୁଫଳ ଏପର୍ଯ୍ୟନ୍ତ ମିଳିପାରି ନାହିଁ। ଏପର୍ଯ୍ୟନ୍ତ ଚାଇନା ସେନା ପଛକୁ ହଟିବା ପରିବର୍ତ୍ତେ ସେଠାରେ ଶକ୍ତି ବୃଦ୍ଧି କରିବାରେ ଲାଗିଛି।


Enter your email to get our daily news in your inbox.

All Right Reserved By Dharitri.Com

ଯାଉ ଯାଉ ପୁଣି ଫେରିବ ମୌସୁମୀ, ଜାରି ହେଲା ‘ମେଗା ଆଲର୍ଟ’, ୨୨ ରାଜ୍ୟରେ ପ୍ରବଳ ବର୍ଷା

ନୂଆଦିଲ୍ଲୀ,୧୫।୯: ଉତ୍ତର ଭାରତରୁ ଆରମ୍ଭ କରି ଦେଶର ପୂର୍ବ ଓ ପଶ୍ଚିମ ଅଞ୍ଚଳ ପର୍ଯ୍ୟନ୍ତ ମୌସୁମୀ ସକ୍ରିୟତା ପୁନର୍ବାର ବୃଦ୍ଧି ପାଇଛି। ଭାରତୀୟ ପାଣିପାଗ ବିଭାଗ (IMD)…

ଖୁସି ଖବର: UPI ପେମେଣ୍ଟ ଉପରେ ଲାଗିବ ନାହିଁ କୌଣସି ଶୁଳ୍କ ! RuPay ଡେବିଟ କାର୍ଡ କାରବାର ମଧ୍ୟ ରହିବ ମାଗଣା

ନୂଆଦିଲ୍ଲୀ,୧୫।୯: ଯଦି ଆପଣ UPI କିମ୍ବା RuPay ଡେବିଟ କାର୍ଡ ବ୍ୟବହାର କରି ଦେୟ ପ୍ରଦାନ କରନ୍ତି, ତେବେ ଆପଣଙ୍କ ପାଇଁ ଏକ ଖୁସି ଖବର ରହିଛି।…

ଦ୍ରୁତଗତିରେ ତରଳୁଛି ହିମାଳୟର ବରଫ: ବିପଦରେ ଭାରତର….

ହଂକଂ,୧୫।୯: ବିଶ୍ୱର ସର୍ବୋଚ୍ଚ ପର୍ବତମାଳା ହିମାଳୟ ଏବେ ଏକ ବଡ଼ ପରିବେଶ ସଙ୍କଟ ଆଡ଼କୁ ଗତିକରୁଛି । ଚଳିତ ମାସରେ ପ୍ରକାଶିତ ଏକ ଗବେଷଣା ରିପୋର୍ଟ ଅନୁଯାୟୀ,…

ରାଜସ୍ଥାନ ପୌର ନିର୍ବାଚନ, ୧୦ରୁ ୪ରେ ପୂର୍ଣ୍ଣ ସଂଖ୍ୟାଗରିଷ୍ଠତା ହାସଲ କଲା ଭାଜପା

ଜୟପୁର,୧୪ା୯: ରାଜସ୍ଥାନ ପୌର ନିର୍ବାଚନରେ ଶାସକ ଭାଜପା ୧୦ଟି ପୌର ନିଗମ ମଧ୍ୟରୁ ୪ଟିରେ ପୂର୍ଣ୍ଣ ସଂଖ୍ୟାଗରିଷ୍ଠତା ହାସଲ କରିଛି। ଏଥିସହିତ ଶାସକ ଦଳ ୪,୧୭୯ଟି ଓ୍ବାର୍ଡ…

ଆକ୍ରମଣକାରୀଙ୍କ ଗୁଳିମାଡ଼ରେ ଦମ୍ପତିଙ୍କ ସହ ଚାଲିଗଲା ୪ ଜୀବନ, ଦୁଃଖ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ

ଇମ୍ଫାଲ,୧୪ା୯: ମଣିପୁରର ତାମେଙ୍ଗଲୋଙ୍ଗ ଜିଲାରେ ରବିବାର ୨ଟି ଘଟଣାରେ ସଶସ୍ତ୍ର ଆକ୍ରମଣକାରୀଙ୍କ ଗୁଳିମାଡ଼ରେ ୪ ଜଣଙ୍କ ମୃତ୍ୟୁ ଘଟିବା ସହ ଜଣେ ୬ ବର୍ଷର ବାଳକ ଆହତ…

ଦିଶା ମୃତ୍ୟୁ ମାମଲା; CBI ଏଫ୍‌ଆଇଆର୍‌ରେ ଆଦିତ୍ୟ ଠାକ୍‌ରେ….

ମୁମ୍ବାଇ,୧୪।୯: ଦିବଙ୍ଗତ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ପୂର୍ବତନ ମ୍ୟାନେଜର ଦିଶା ସାଲିଆନଙ୍କ ମୃତ୍ୟୁ ମାମଲାରେ ବଡ଼ ଖବର ସାମ୍ନାକୁ ଆସିଛି । ପ୍ରାୟ ୬ ବର୍ଷ…

ଦୁର୍ଗାପୂଜା ପୂର୍ବରୁ TMCରେ ବଡ଼ ହଲଚଲ: ଭାଜପାରେ ସାମିଲ ହେବେ ୧୭ ବିଦ୍ରୋହୀ ସାଂସଦ, ଦାବି କଲେ…

କୋଲକାତା,୧୪।୯: ମମତା ବାନାର୍ଜୀଙ୍କ ତୃଣମୂଳ କଂଗ୍ରେସ (TMC) ଛାଡ଼ି ନ୍ୟାସନାଲିଷ୍ଟ ସିଟିଜେନ ପାର୍ଟି ଅଫ ଇଣ୍ଡିଆ (NCPI)ରେ ଯୋଗ ଦେଇଥିବା କୁଚବିହାର ସାଂସଦ ଜଗଦୀଶ ଚନ୍ଦ୍ର ବର୍ମା…

ଜିନପିଙ୍ଗଙ୍କୁ ପସନ୍ଦ ଭାରତ ଚା’! ମୋଦିଙ୍କ ସହ ନେଲେ ମଜା

ନୂଆଦିଲ୍ଲୀ/ବେଜିଂ,୧୪।୯: ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗ ଭାରତ ଗସ୍ତକୁ ବେଶ ଉପଭୋଗ କରୁଛନ୍ତି। ୧୮ତମ ବ୍ରିକ୍ସ (BRICS) ସମ୍ମିଳନୀ ପାଇଁ ଦିଲ୍ଲୀରେ ପହଞ୍ଚିବା ପରେ ସେ ସ୍ଥାନୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?