ସୋସିଆଲ ମିଡିଆରେ ଟ୍ରମ୍ପ୍‌ଙ୍କ ପାଇଁ ବାସନ୍ଦ ସ୍ଥିତି

ସାନ୍‌ ଫ୍ରାନ୍ସିସ୍କୋ,୨ା୭: ଆମେରିକା ରାଷ୍ଟ୍ରପତି ନିର୍ବାଚନ ଯେତିକି ପାଖେଇ ଆସୁଛି ରିପବ୍ଲିକାନ୍‌ ଡୋନାଲ୍ଡ ଟ୍ରମ୍ପ୍‌ ଓ ତାଙ୍କ ସହଯୋଗୀମାନେ ସେତିକି ମୁଖର ହେବାରେ ଲାଗିଛନ୍ତି। ସୋସିଆଲ ମିଡିଆରେ ଟ୍ରମ୍ପ୍‌ଙ୍କ ଘୃଣା ମନ୍ତବ୍ୟ ଅନ୍ୟମାନଙ୍କ ପାଇଁ ପ୍ରଦୂଷଣ ଓ ଅଶ୍ୱସ୍ତିକର ପରିବେଶ ସୃଷ୍ଟି କରୁଥିବାରୁ ବହୁ ୟୁଜର୍ସ ଆପତ୍ତି ଉଠାଉଛନ୍ତି। ଏହି କାରଣରୁ ସାମାଜିକ ଗଣମାଧ୍ୟମରେ ଟ୍ରମ୍ପ୍‌ଙ୍କ ପାଇଁ ଏକପ୍ରକାର ବାସନ୍ଦ ହେବା ଭଳି ସ୍ଥିତି ସୃଷ୍ଟି ହୋଇଛି। ରାଷ୍ଟ୍ରପତି ଟ୍ରମ୍ପ୍‌ଙ୍କ କେତେକ ଟୁଇଟ୍‌କୁ ଟୁଇଟର୍‌ ହଟାଇଦେବା ପରେ ଏବେ ଅନ୍ୟତମ ବୃହତ୍‌ ସୋସିଆଲ ନେଟ୍‌ଓ୍ବାର୍କିଂ ତଥା ମେସେଜ୍‌ ବୋର୍ଡ ଓ୍ବେବ୍‌ସାଇଟ୍‌ ରେଡିଟ୍‌ ଏବଂ ଆମାଜନର ଲାଇଭ୍‌ ଷ୍ଟ୍ରିମିଂ ଭିଡିଓ ସାଇଟ୍‌ ଟୁଇଚ୍‌ ପକ୍ଷରୁ ଆହୁରି କଡ଼ା ପଦକ୍ଷେପ ନିଆଯାଇଛି। ରେଡିଟ୍‌ ରାଷ୍ଟ୍ରପତି ଟ୍ରମ୍ପ୍‌ଙ୍କ ପ୍ରତି ଆନୁଗତ୍ୟ ପ୍ରଦର୍ଶନ କରୁଥିବା ବୃହତ୍‌ କମ୍ୟୁନିଟି ଉପରେ ଘୃଣା ମନ୍ତବ୍ୟ ନୀତି ଆଧାରରେ କଟକଣା ଜାରି କରିଛି। ‘ଦି ଡୋନାଲ୍ଡ’ ଶୀର୍ଷକ କମ୍ୟୁନିଟି ବା ସବ୍‌ରେଡିଟ୍‌ର ୭ ଲକ୍ଷ ୯୦ ହଜାରରୁ ଊର୍ଦ୍ଧ୍ୱ ୟୁଜର୍ସ ଅଛନ୍ତି। ଏହି ଡିଜିଟାଲ ଫାଉଣ୍ଡେଶନର ସଦସ୍ୟମାନେ ଟ୍ରମ୍ପ୍‌ଙ୍କ ସପକ୍ଷରେ ବହୁ ମେମେ, ଭାଇରାଲ ଭିଡିଓ ଓ ମେସେଜ ପୋଷ୍ଟ କରିଥାନ୍ତି। ୨୦୧୬ ମଧ୍ୟଭାଗରେ ‘ଦି ଡୋନାଲ୍ଡ’ରେ ଆରମ୍ଭ ହୋଇଥିବା ‘ଦି ଟ୍ରମ୍ପ୍‌ ଇଫେକ୍ଟ’ର ବିଶେଷ ପ୍ରଭାବ ରହିଥିଲା। ରେଡିଟ୍‌ ଏକ୍‌ଜିକ୍ୟୁଟିଭ୍‌ମାନଙ୍କ ମତରେ ଟ୍ରମ୍ପ୍‌ଙ୍କ ଅନ୍‌ଲାଇନ୍‌ ମୂଳଦୁଆକୁ ସୁଦୃଢ଼ କରିବାରେ ପ୍ରଭାବଶାଳୀ ଭୂମିକା ନେଇଥିବା ଏହି ଗ୍ରୁପ୍‌ ଘୃଣା ମନ୍ତବ୍ୟ ଜରିଆରେ ଅନ୍ୟମାନଙ୍କୁ ଟାର୍ଗେଟ କରି ହଇରାଣ କରିବା ପାଇଁ ଲୋକଙ୍କୁ ଅନୁମତି ଦେବା ସହ ବାରମ୍ବାର ନିୟମ ଭଙ୍ଗ କରିଛି। ରେଡିଟ୍‌ ହେଉଛି କମ୍ୟୁନିଟି ପାଇଁ ଏକ ସ୍ଥାନ, ଲୋକଙ୍କୁ ଆକ୍ରମଣ କରିବା ଲାଗି ପ୍ଲାଟଫର୍ମ ନୁହେଁ। ‘ଦି ଡୋନାଲ୍ଡ’ ଏହାକୁ ଉଲ୍ଲଂଘନ କରିଛି ବୋଲି ଉକ୍ତ କମ୍ପାନୀର ମୁଖ୍ୟ କାର୍ଯ୍ୟନିର୍ବାହୀ ଷ୍ଟିଭ୍‌ ହଫ୍‌ମ୍ୟାନ କହିଛନ୍ତି। ସେହିପରି ଷ୍ଟ୍ରିମିଂ ଓ୍ବେବ୍‌ସାଇଟ୍‌ ଟୁଇଚ୍‌ ମଧ୍ୟ ସୋମବାର ଅନୁରୂପ କାରଣ ଦର୍ଶାଇ ଟ୍ରମ୍ପ୍‌ଙ୍କ ଆକାଉଣ୍ଟକୁ ସାମୟିକ ଭାବେ ବନ୍ଦ କରିଦେଇଛି। ଟ୍ରମ୍ପ୍‌ଙ୍କ ପୋଷ୍ଟିଂଗୁଡ଼ିକ ଘୃଣ୍ୟ ବ୍ୟବହାର ବିରୋଧୀ ନୀତିକୁ ଉଲ୍ଲଂଘନ କରୁଥିବା ଟୁଇଚ୍‌ କହିଛି। ଟ୍ରମ୍ପ୍‌ଙ୍କ ଚ୍ୟାନେଲ ୨୦୧୫ ନିର୍ବାଚନ ବେଳର ଏକ ରାଲିର ପୁନଃ ପ୍ରସାରଣ କରିଥିଲା। ସେଥିରେ ମେକ୍ସିକୀୟ ଓ ଶରଣାର୍ଥୀମାନଙ୍କୁ ନୂ୍ୟନ କରି ଦେଖାଯାଇଥିଲା। ରାଷ୍ଟ୍ରପତିଙ୍କ ଆକାଉଣ୍ଟରୁ ଟୁଇଚ୍‌ ଉକ୍ତ ଭିଡିଓକୁ ହଟାଇଦେଇଛି। ଟ୍ରମ୍ପ୍‌ କ୍ୟାମ୍ପେନ ରାଲି ଓ କାର୍ଯ୍ୟକ୍ରମଗୁଡ଼ିକର ପ୍ରସାରଣ ପାଇଁ ଗତବର୍ଷ ଟୁଇଚ୍‌ରେ ଯୋଗଦେଇଥିବାବେଳେ ଏହି ବାସନ୍ଦ କେତେ ଦିନ ଧରି ବଳବତ୍ତର ରହିବ ତାହା ସ୍ପଷ୍ଟ ହୋଇନାହିଁ।
ଫେସ୍‌ବୁକ୍‌, ଟୁଇଟର୍‌, ୟୁଟ୍ୟୁବ୍‌, ରେଡିଟ୍‌ ଓ ଅନ୍ୟ ପ୍ଲାଟଫର୍ମ ନିଜକୁ ନିରପେକ୍ଷ ବୋଲି ଦର୍ଶାଇ ଲୋକଙ୍କ ପୋଷ୍ଟ ଓ ଭିଡିଓଗୁଡ଼ିକୁ ଅନୁମତି ଦେଇଥାନ୍ତି। ତେବେ ଏହି ପ୍ଲାଟଫର୍ମଗୁଡ଼ିକରେ ଘୃଣ୍ୟ, ଅପମାନଜନକ ଓ ମିଥ୍ୟା ଭାଷଣ ପ୍ରସାର କରାଯାଉଥିବାରୁ କାର୍ଯ୍ୟାନୁଷ୍ଠାନ ପାଇଁ ୟୁଜର୍ସମାନେ ଚାପ ପକାଇବା ଆରମ୍ଭ କରିଛନ୍ତି। ଫଳରେ ସୋସିଆଲ ମିଡିଆ ସାଇଟ୍‌ଗୁଡ଼ିକ ପୋଷ୍ଟିଂର କଣ୍ଟେଣ୍ଟ ବା ବିଷୟବସ୍ତୁକୁ ନେଇ କଡ଼ା ପ୍ରତିରୋଧକୁ ସାମ୍ନା କରୁଛନ୍ତି। ଏହାକୁ ଦୃଷ୍ଟିରେ ରଖି କେତେକ ସାଇଟ୍‌ ଏପରି ପ୍ରସଙ୍ଗରେ ମୁକାବିଲା ଲାଗି ଅଧିକ ସକ୍ରିୟ ହୋଇଯାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜାତିସଂଘରେ ସଂସ୍କାର ପ୍ରସ୍ତାବକୁ ଆମେରିକାର ସମର୍ଥନ

ଓ୍ବାଶିଂଟନ,୧୮ା୪: ଏକବିଂଶ ଶତାବ୍ଦୀର ବିଶ୍ୱର ପ୍ରତିଫଳନ ପାଇଁ ସୁରକ୍ଷା ପରିଷଦ ସମେତ ଜାତିସଂଘରେ ସଂସ୍କାର ପ୍ରସ୍ତାବକୁ ଆମେରିକା ସମର୍ଥନ ଜଣାଇଛି। ଜାତିସଂଘ ସୁରକ୍ଷା ପରିଷଦ (ୟୁଏନ୍‌ଏସ୍‌ସି)ରେ...

ଦୁବଇରେ ଦେଖିବାକୁ ମିଳିଲା ଅଦ୍ଭୁତ ଦୃଶ୍ୟ, ଦେଖୁ ଦେଖୁ ଆକାଶ ହୋଇଗଲା ସବୁଜ, ଦେଖନ୍ତୁ ଭିଡିଓ

ଦୁବଇ,୧୮।୪: ଗତ କିଛି ଦିନ ହେବ ଦୁବଇର ପାଗରେ ଅନେକ ପରିବର୍ତ୍ତନ ଦେଖାଯାଉଛି । ଯେଉଁଠାରେ ୭୫ ବର୍ଷ ମଧ୍ୟରେ ପ୍ରବଳ ବର୍ଷା ସହରକୁ ବୁଡ଼ାଇ...

ପ୍ରତିଦିନ ଚୋରି ହେଉଛି ୬ ଲକ୍ଷ ଲିଟର ପାଣି

ମେକ୍ସିକୋ ସିଟି,୧୮।୪: ଚୋରମାନଙ୍କ ଦ୍ୱାରା ଜଳର କଳାବଜାରି ଯୋଗୁଁ ମେକ୍ସିକୋରେ ହ୍ରଦ ଶୁଖିଯାଉଛି। ଚୋରମାନେ ସମଗ୍ର ହ୍ରଦକୁ ନିଷ୍କାସନ କରି ଦିନକୁ ପ୍ରାୟ ୬ଲକ୍ଷ ଲିଟର...

ଭୂକମ୍ପର ଜୋରଦାର ଝଟ୍‌କାରେ ଥରିଲା ଜାପାନ, ୯ ଆହତ, ନାହିଁ ସୁନାମି ଚେତାବନୀ

ଟୋକିଓ,୧୮।୪: ବୁଧବାର ବିଳମ୍ବିତ ରାତିରେ ଦକ୍ଷିଣ-ପଶ୍ଚିମ ଜାପାନରେ ହୋଇଥିବା ଏକ ଶକ୍ତିଶାଳୀ ଭୂକମ୍ପରେ ୯ଜଣ ଆହତ ହୋଇଛନ୍ତି। ଗତକାଲି ଅର୍ଥାତ୍‌ ବୁଧବାର ରାତିରେ ୬.୬ ମ୍ୟାଗ୍ନିଚ୍ୟୁଡର...

‘ପ୍ରଧାନମନ୍ତ୍ରୀ ମୋଦିଙ୍କୁ ରୋକିବା କଷ୍ଟକର’

ଇସଲାମାବାଦ,୧୮।୪: କେବଳ ଭାରତରେ ନୁହେଁ ସମଗ୍ର ବିଶ୍ୱରେ ଭାରତର ଲୋକ ସଭା ନିର୍ବାଚନ ବିଷୟରେ ଆଲୋଚନା ହେଉଛି। ଦେଶରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତୃତୀୟ ଥର...

ଭାରତ ସପକ୍ଷରେ ଯୁକ୍ତି ବାଢିଲେ ଏଲନ ମସ୍କ

ନ୍ୟୁୟର୍କ,୧୮।୪: ମିଳିତ ଜାତିସଂଘ ସୁରକ୍ଷା ପରିଷଦ (ୟୁଏନଏସସି) ରେ ସ୍ଥାୟୀ ଆସନ ପାଇଁ ଭାରତର ଦାବି ପ୍ରସଙ୍ଗ ପୁଣି ଉଠିବା ଆରମ୍ଭ କରିଛି। ଟେସଲା ସିଇଓ...

‘ଟାଇମ୍’ ମାଗାଜିନ ୧୦୦ ପ୍ରଭାବଶାଳୀ ବ୍ୟକ୍ତିତ୍ୱ ତାଲିକାରେ ସାକ୍ଷୀ ମଲିକ୍-ଆଲିଆ ଭଟ୍ଟ

ନୂଆଦିଲ୍ଲୀ, ୧୭।୪: ଟାଇମ୍ ମାଗାଜିନ୍ ୨୦୨୪ ବର୍ଷର ୧୦୦ ପ୍ରଭାବଶାଳୀ ବ୍ୟକ୍ତିତ୍ୱର ତାଲିକା ପ୍ରକାଶ କରିଛି। ବୁଧବାର ସନ୍ଧ୍ୟାରେ ପ୍ରକାଶିତ ଏହି ତାଲିକାରେ ଦୁଇ ଭାରତୀୟଙ୍କ...

ଏଲନ ମସ୍କଙ୍କ ‘ଏକ୍ସ’କୁ ବ୍ୟାନ୍‌ କଲା ପାକିସ୍ତାନ

ଇସଲାମାବାଦ,୧୭।୪: ପାକିସ୍ତାନ ଏଲନ ମସ୍କଙ୍କ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସ(ପୂର୍ବରୁ ଟୁଇଟର)କୁ ବ୍ୟାନ୍‌ କରିଦେଇଛି। ଦେଶର ସୁରକ୍ଷା ପ୍ରତି ବିପଦ ଦର୍ଶାଇ ଫେବୃଆରୀରେ ହିଁ ଏକ୍ସକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri