ଦୋକାନ ଭିତରକୁ ପଶିଗଲା ଟ୍ରକ: ୨ ମୃତ

କେନ୍ଦୁଝର,୧୮ା୧୧(ସ୍ବ.ପ୍ର.)-ସଦର ଥାନା ଶୁଆକାଠି ପାଟେଶ୍ୱର ମନ୍ଦିର ନିକଟ ବାଂଶପାଳ-କେନ୍ଦୁଝର ରାସ୍ତାରେ ବୁଧବାର ଏକ ଟ୍ରକ ଭାରସାମ୍ୟ ହରାଇ ଦୋକାନ ଭିତରେ ପଶିଯାଇଛି। ଫଳରେ ଦୋକାନ ମାଲିକ ଦୋଳଗୋବିନ୍ଦ ସାହୁ ଓ ଟ୍ରକ ହେଲପରଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଛି। ଦୁର୍ଘଟଣା ଘଟଣା ପରେ ସ୍ଥାନୀୟ ଲୋକେ ରାସ୍ତା ଅବରୋଧ କରିଥିଲେ। ଖବରପାଇ ସଦର ଥାନା ପୋଲିସ, ବାଂଶପାଳ ତହସିଲଦାର ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛନ୍ତି।
ପ୍ରକାଶ ଯେ, ଟ୍ରକଟି ନଂ. (ଓଆର-୦୯.ଏମ.୬୬୧୭) ଗନ୍ଧମାର୍ଦ୍ଧନ ଖଣିରୁ ଲୁହାପଥର ବୋଝେଇ କରି କେନ୍ଦୁଝର ଅଭିମୁଖେ ଯାଉଥିବାବେଳେ ଭାରସାମ୍ୟ ହରାଇ ଦୋକାନ ଉପରକୁ ମାଡି ଯାଇଥିଲା। ଏ ନେଇ ଉପଖଣ୍ଡ ପୋଲିସ ଅଧିକାରୀ ପି.ଜେ.ଟପୋ କହିଛନ୍ତି, ଲୋକଙ୍କୁ ବୁଝାଶୁଝା କରିବା ପରେ ରାସ୍ତା ଅବରୋଧ ଉଠିଛି। ମୃତଦେହ ବ୍ୟବଚ୍ଛେଦ ପାଇଁ ଡାକ୍ତରଖାନାକୁ ପଠାଯାଇଛି। ଏ ନେଇ ଏକ ମାମଲା ରୁଜୁ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

‘ଓଡ଼ିଆ ମୋ ପରିବାରର’ ପ୍ରଥମ ବୈଠକ: ୩ ଦିଗ ଉପରେ କାର୍ଯ୍ୟ ଲାଗି ଖସଡା ପ୍ରସ୍ତୁତି

ଭୁବନେଶ୍ୱର,୫।୧(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ‘ଓଡ଼ିଆ ମୋ ପରିବାରର’ ପ୍ରଥମ ଆନୁଷ୍ଠାନିକ ବୈଠକ ରବିବାର ନବୀନ ନିବାସରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ଆବାହକ...

ପିଏସ୍‌ ବିରଞ୍ଚି ସାହୁ ନିଲମ୍ବିତ

ଭୁବନେଶ୍ୱର,୨।୮(ବ୍ୟୁରୋ): ବିପୁଳ ପରିମାଣର ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ ହୋଇଥିବା ପିଏସ ବିରଞ୍ଚି ସାହୁଙ୍କୁ ନିଲମ୍ବନ କରାଯାଇଛି। ତାଙ୍କୁ ଷ୍ଟାଫ ସିଲେକ୍ସନ କମିଶନ ନିଲମ୍ବନ...

ବଢୁଛି ସଂକ୍ରମଣ, ଲୋକେ ଆତଙ୍କିତ

ପାଟଣା,୮।୧(ସ୍ବ. ପ୍ର.): କେନ୍ଦୁଝର ଜିଲା ପାଟଣା ଓ ସାହାରପଡ଼ା ବ୍ଲକ ଅଞ୍ଚଳରେ ୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ଲୋକେ ଆତଙ୍କିତ ହୋଇପଡିଛନ୍ତି।...

୫ ମିନିଟ୍‌ ବିଳମ୍ବରେ ପହଞ୍ଚିବାରୁ ପରୀକ୍ଷାକେନ୍ଦ୍ରକୁ ଯିବାକୁ ଛାତ୍ରଙ୍କୁ ଅନୁମତି ଦେଲେନାହିଁ କର୍ତ୍ତୃପକ୍ଷ

ଅନୁଗୋଳ ଅଫିସ,୨୦।୨: ଅନୁଗୋଳ କେନ୍ଦ୍ରୀୟ ବିଦ୍ୟାଳୟ ସମ୍ମୁଖରେ ଗୁରୁବାର ଅଭିଭାବକଙ୍କୁ ନେଇ ଉତ୍ତେଜନା ପ୍ରକାଶ ପାଇଛି। ଜଣେ ଦଶମ ଶ୍ରେଣୀ ଛାତ୍ରଙ୍କୁ ପରୀକ୍ଷା ଦେବାକୁ ଆସିବାରେ...

ଧୂଳିଧୂଆଁରେ ଅଞ୍ଚଳବାସୀ ଅତିଷ୍ଠ : ୧ ହଜାର ପୋଷ୍ଟକାର୍ଡ ସଂଗ୍ରହ କରି ମୁଖ୍ୟମନ୍ତ୍ରୀଙ୍କୁ ପଠାଯିବ ଅଭିଯୋଗ

ବଡ଼ବିଲ,୧୯।୧୦(ସ୍ବ.ପ୍ର.): କେନ୍ଦୁଝର ଜିଲା ବଡ଼ବିଲ ଅଞ୍ଚଳବାସୀ ବିପର୍ଯ୍ୟସ୍ତ ରାସ୍ତାଘାଟ, ଟ୍ରାଫିକ ସମସ୍ୟା, ପ୍ରଦୂଷଣରେ ଅତିଷ୍ଠ ହୋଇପଡ଼ିଛନ୍ତି। ଧୂଳିଧୂଆଁ ଜନିତ ରୋଗରେ ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ...

ଆଦିବାସୀ ହଷ୍ଟେଲକୁ ଆଇଏସ୍‌ଓ ମାନ୍ୟତା : ଓଡ଼ିଶା ପ୍ରଥମ ରାଜ୍ୟ

ଭୁବନେଶ୍ୱର (ବ୍ୟୁରୋ)/କେନ୍ଦୁଝର (ସ୍ବପ୍ର/ଡି.ଏନ୍‌.ଏ.)୧୨।୬: ଓଡ଼ିଶା ସରକାରଙ୍କ ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ବିଭାଗ ପକ୍ଷରୁ ‘ମିଶନ ସୁବିଦ୍ୟା’ ଆରମ୍ଭ କରାଯାଇଛି। ରାଜ୍ୟର ସମସ୍ତ ଆଦିବାସୀ...

ପୁରୀ ଗଣବଳାତ୍କାର ମାମଲା: ରାଜଧାନୀରେ ବିକ୍ଷୋଭ ପ୍ରଦର୍ଶନ, ଛାତ୍ର କଂଗ୍ରେସ-ପୋଲିସ ଧସ୍ତାଧସ୍ତି

ଭୁବନେଶ୍ୱର, ୩।୧୨(ବ୍ୟୁରୋ): ପୁରୀ ଗଣବଳାତ୍କାର ମାମଲାକୁ ନେଇ ରାଜନୀତି ଜୋର ଧରିଛି। ପୁରୀର ବିଭିନ୍ନ ସ୍ଥାନରେ ଏହାକୁ ନେଇ ବିରୋଧ ପ୍ରଦର୍ଶନ କରାଯାଇଥିବାବେଳେ ରାଜଧାନୀରେ ମଧ୍ୟ...

ହରିଣ ମାଂସ ଜବତ: ୨ ଅଟକ

ଆନନ୍ଦପୁର,୨୬।୮(ସ୍ବ.ପ୍ର.): କେନ୍ଦୁଝର ଜିଲା ଆନନ୍ଦପୁର ଥାନା ତନେଇପାଳ ଗ୍ରାମରୁ ସୋମବାର ୨ ଶିକାରୀଙ୍କୁ ବନ ବିଭାଗ କାବୁ କରିବା ସହିତ ସେମାନଙ୍କଠାରୁ କଟା ହରିଣ ମାଂସ...

Advertisement
Archives

Model This Week