ଟ୍ରିପଲ ରାଇଡିଂ କରୁଥିଲେ ହେବ ଲାଇସେନ୍ସ ରଦ୍ଦ

ବ୍ରହ୍ମପୁର ଅଫିସ,୧୧ା୯: ସଡ଼କ ଦୁର୍ଘଟଣା ରୋକିବାକୁ ଟ୍ରାଫିକ୍‌ ପୋଲିସ ପକ୍ଷରୁ ଅନେକ ପଦକ୍ଷେପ ନିଆଯାଉଛି। ଟ୍ରିପଲ ରାଇଡିଂ ଯୋଗୁ ବିଭିନ୍ନ ସମୟରେ ଦୁର୍ଘଟଣା ଘଟୁଛି। ଏଥିରେ ଅନେକ ଲୋକଙ୍କ ଜୀବନ ଯାଉଛି। ଏ ନେଇ ପୋଲିସ ଲୋକଙ୍କୁ ସଚେତନ କରୁଛି। ହେଲେ କେତେକ ଅମାନିଆ ଏହାକୁ ବେଖାତିର କରି ଗୋଟିଏ ଗୋଟିଏ ବାଇକ୍‌ରେ ୩ ଜଣ ବସି ଦ୍ରୁତଗତିରେ ଯାଉଛନ୍ତି।

ଅମାନିଆଙ୍କୁ ସାବାଡ଼ କରିବା ପାଇଁ ପୋଲିସ କଠୋର ପଦକ୍ଷେପ ନେବା ସହ ଜରିମାନା ଆଦାୟ କରୁଛି। ଗତ ମାସରେ ଟ୍ରାଫିକ୍‌ ପୋଲିସ ଏପରି ୧୨ ଜଣ ଟ୍ରିପଲ ରାଇଡିଂ କରୁଥିବା ଅମାନିଆଙ୍କୁ ଧରିଛି। ସେମାନଙ୍କଠାରୁ ୧୨ ହଜାର ଟଙ୍କା ଜରିମାନା ଆଦାୟ କରାଯାଇଛି। ଆଗାମୀ ଦିନରେ ସେମାନେ ଆଉ ଟ୍ରିପଲ ରାଇଡିଂ ନ କରିବାକୁ ତାଗିଦା କରାଯାଇଛି। ଏପରି କି ପୋଲିସ ଅମାନିଆଙ୍କ ଡ୍ରାଇଭିଂ ଲାଇସେନ୍ସ ଜବତ କରି ସେଗୁଡ଼ିକ ରଦ୍ଦ କରିବା ପାଇଁ ଆଞ୍ଚଳିକ ପରିବହନ ଅଧିକାରୀ ନିକଟକୁ ପଠାଇଛି ବୋଲି ଥାନା ଅଧିକାରୀ ସୁନୀଲ ବେହେରା ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରୁକ୍ମିଣୀଙ୍କୁ ବିବାହ କଲେ ମହାପ୍ରଭୁ

ପୁରୀ ଅଫିସ,୩ା୬:  ବିଦର୍ଭ ରାଜା ଭୀଷ୍ମକଙ୍କ କନ୍ୟା ରୁକ୍ମିଣୀ ମା’ ବିମଳାଙ୍କ ଦର୍ଶନ ସାରି ଫେରୁଥିବା ବେଳେ ମହାପ୍ରଭୁ ତାଙ୍କୁ ହରଣ କରି ନେଉଥିଲେ। ଏହି...

ଭକ୍ତ ପାଇଲେ ନୀଳାଚଳ ଅବଢ଼ା

ପୁରୀ ଅଫିସ,୧୭ା୭: ସରିଯାଇଛି ରଥଯାତ୍ରା। ରତ୍ନସିଂହାସନରେ ବିରାଜମାନ କରିଛନ୍ତି ଚତୁର୍ଦ୍ଧାବିଗ୍ରହ। ପୁଣି ଶ୍ରୀମନ୍ଦିରରେ ଆରମ୍ଭ ହୋଇଛି ଗହଳି ଚହଳି। ମଙ୍ଗଳବାର ମହାପ୍ରଭୁଙ୍କୁ ଲାଗି ହୋଇଛି ମହାପ୍ରସାଦ।...

ଏକତରଫା ପ୍ରେମକୁ ନେଇ ହତ୍ୟାକାଣ୍ଡ: ଯୁବତୀ ମା’ଙ୍କ ଜୀବନ ଗଲା

କେସିଙ୍ଗା, ୮।୩(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା କେସିଙ୍ଗା ଥାନା ଅଞ୍ଚଳର ଏକତରଫା ପ୍ରେମକୁ ନେଇ ହତ୍ୟାକାଣ୍ଡ ଘଟିଛି। କୌଣସି କାରଣକୁ ନେଇ ସୋମବାର ପୂର୍ବାହ୍ନରେ ପ୍ରେମିକ ଉକ୍ତ...

ଆଜି ରାଜ୍ୟରୁ ସୁସ୍ଥ ହେଲେ ଆଉ ୧୨୬୬ କରୋନା ଆକ୍ରାନ୍ତ

ଭୁବନେଶ୍ୱର,୧୯ା୨(ବ୍ୟୁରୋ): ଶନିବାର ରାଜ୍ୟରୁ ଆଉ ୧୨୬୬ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ମୋଟ୍‌ ୧୨,୬୭,୧୦୯ ଆକ୍ରାନ୍ତ ସୁସ୍ଥ ହୋଇସାରିଲେଣି।...

ଇଟାଗଦାରେ ପିଟିହେଲା ପିକ୍‌ଅପ୍‌ ଭ୍ୟାନ୍‌; ଚାଲିଗଲା ୨ ଜୀବନ

ବରଗଡ଼ ଅଫିସ,୧୪।୧୧- ବରଗଡ଼ ଜିଲା ବିଜେପୁର -ପଦ୍ମପୁର ରାସ୍ତାର ଦୁବଲାବାହାଲ ନିକଟରେ ରବିବାର ଭୋରରେ ଏକ ସଡକ ଦୁର୍ଘଟଣା ଘଟିଛି। କାଠପଟା ବୋଝେଇ ଏକ ସବାରୀ...

ଟିକାକରଣରୁ ବଞ୍ଚିତ ହେଉଛନ୍ତି ଲୋକେ

କଟକ ଅଫିସ, ୧୨ା୬: ରାଜ୍ୟରେ କୋଭିଡ୍‌ ସଂକ୍ରମିତଙ୍କ ଚିକିତ୍ସା ପାଇଁ ପର୍ଯ୍ୟାପ୍ତ ବ୍ୟବସ୍ଥା ନାହିଁ। ସମସ୍ତଙ୍କୁ ମାଗଣାରେ ଟିକା ଦିଆଯିବା ପାଇଁ ଘୋଷଣା କରାଯାଇଛି। ମାତ୍ର...

ପରୀ ହତ୍ୟା ମାମଲା: ଜିଲାପାଳଙ୍କ ଅଫିସ ଆଗରେ ବିକ୍ଷୋଭ ପ୍ରଦର୍ଶନ

ବରଗଡ଼ ଅଫିସ,୩୦।୧୧: ନୟାଗଡ଼ ପରୀ ଅପହରଣ, ହତ୍ୟା ମାମଲାକୁ ନେଇ ଆନ୍ଦୋଳନ ଥମିବାର ନାଁ ଧରୁ ନାହିଁ। ସୋମବାର ଓଡିଶା ସୂଚନା ଅଧିକାର ଅଭିଯାନ, ବରଗଡ଼...

ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ,ଏହି ସମୟରେ ବୟସ୍କଙ୍କ ଯତ୍ନ ନିଅନ୍ତୁ : ବାଗ୍‌ଚୀ

ଭୁବନେଶ୍ୱର,୧୯।୩(ବ୍ୟୁରୋ): କରୋନା ସଚେତନତା ନେଇ ପରାମର୍ଶ ଦେବାକୁ ଯାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ବତନ୍ତ୍ର ବାର୍ତ୍ତା ଦେଇଛନ୍ତି। ଗୁରୁବାର ଗୀତଗୋବିନ୍ଦ ସଦନରେ ଆୟୋଜିତ ଖବରଦାତା ସମ୍ମିଳନୀରେ...

Advertisement
Archives

Model This Week