ଗଳାପୋଲରେ ଟ୍ରାଫିକ ଜାମ୍‌, ବଢ଼ୁଛି ଦୁର୍ଘଟଣା

ବୈଶିଙ୍ଗା,୧୩ା୨(ଡି.ଏନ.ଏ.):ମୟୂରଭଞ୍ଜ ଜିଲା ବୈଶିଙ୍ଗାଠାରେ ୧୮ନଂ. ଜାତୀୟ ରାଜପଥର ୪ ଥାକିଆ ରାସ୍ତା ପ୍ରଶସ୍ତୀକରଣ କାର୍ଯ୍ୟ ଚାଲିଥିବା ବେଳେ ଜନଗହଳି ପୂର୍ଣ୍ଣ ବଜାର ମଧ୍ୟଭାଗରେ ଓଭରବ୍ରିଜ ସାଙ୍ଗକୁ ଉଭୟ ପାର୍ଶ୍ୱକୁ ଯାତାୟାତ ପାଇଁ ଗଳାପୋଲଟିଏ ନିର୍ମାଣ କରାଯାଇଛି। ଏକ କି.ମି ଲମ୍ବର ଓଭରବ୍ରିଜ଼ ନିର୍ମାଣ ପରେ ଏହାର ମଧ୍ୟଭାଗରେ ଗୋଟିଏ ମାତ୍ର ଗଳା ପୋଲ କରାଯିବାରୁ ଉଭୟ ପକ୍ଷରୁ ଆସୁଥିବା ଯାନବାହନ ଚଳାଚଳ ବାଧାପ୍ରାପ୍ତ ହେବା ସାଙ୍ଗକୁ ଦୈନିକ ଛୋଟ ବଡ଼ ଦୁର୍ଘଟଣା ଘଟିଚାଲିଛି। ରାସ୍ତା କାର୍ଯ୍ୟ ଆରମ୍ଭ ହେବା ପୂର୍ବରୁ ଉଚ୍ଚସ୍ତରୀୟ ସର୍ଭେ ଅନୁସାରେ ମାତ୍ର ୫୦୦ମିଟର ବ୍ୟବଧାନରେ ଜାତୀୟ ରାଜପଥକୁ ସଂଯୋଗ କରୁଥିବା ଖୁବ୍‌ ଗୁରୁତ୍ୱପୂର୍ଣ୍ଣ ଉଦଳା-ବୈଶିଙ୍ଗା ଏବଂ ରୁପ୍‌ସା-ବୈଶିଙ୍ଗା ଦୁଇଟି ପୂର୍ତ୍ତ ବିଭାଗ ରାସ୍ତାର ସଂଯୋଗସ୍ଥଳରେ ଦୁଇଟି ଗଳାପୋଲ ନିର୍ମାଣ ଲାଗି ଶିଳାନ୍ୟାସ ତତ୍କାଳୀନ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଦ୍ୱାରା କରାଯାଇଥିଲା। ମାତ୍ର ନିର୍ମାଣ ହେବା ବେଳକୁ କାର୍ଯ୍ୟ ଓଲଟା। କୌଣସୀ କାରଣରୁ ବଜାର ଅଞ୍ଚଳର ଠିକ୍‌ ମଧ୍ୟଭାଗରେ ଗୋଟିଏ ଗଳାପୋଲ ନିର୍ମାଣ କରି କର୍ତ୍ତୃପକ୍ଷ ନିଜ ଦାୟିତ୍ୱ ସାରି ଦେଇଛନ୍ତି। ଫଳରେ ଉଭୟ ପକ୍ଷରୁ ଭୁଲ ଦିଗରେ ଏହି ୫୦୦ମିଟର ରାସ୍ତାରେ ଯାନବାହାନ ସହିତ ସାଧାରଣ ଲୋକଙ୍କ ଯାତାୟତ ହେଉଥିବା ଯୋଗୁ ଗହଳି ସମୟରେ ବାରମ୍ବାର ଦୁର୍ଘଟଣା ଘଟୁଥିବା ଏବଂ ଟ୍ରାଫିକ ସମସ୍ୟା ସୃଷ୍ଟି ହେଉଥିବା ଅଭିଯୋଗ ହେଉଛି। ଏହାର ସ୍ଥାୟୀ ସମାଧାନ ରୂପେ ଆଉ ଗୋଟିଏ ଗଳାପୋଲ ନିର୍ମାଣ କାର୍ଯ୍ୟ ତୁରନ୍ତ ଆରମ୍ଭ କରାଯିବା ଜରୁରୀ ହୋଇପଡ଼ିଛି। ଏ ବାବଦରେ ଏକ ଦାବିପତ୍ର ପୂର୍ବତନ ଜିଲାପରିଷଦ ସଭ୍ୟ ବ୍ରଜମୋହନ ବେହେରାଙ୍କ ନେତୃତ୍ୱରେ ସ୍ଥାନୀୟ ବିଧାୟକ ସନାତନ ବିଜୁଳି, ଏମ୍‌ପି ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ, କେନ୍ଦ୍ର ମନ୍ତ୍ରୀ ବିଶ୍ୱେଶ୍ବର ଟୁଡୁ ଓ ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କୁ ପ୍ରଦାନ କରାଯାଇଥିବା ସ୍ଥାନୀୟ ଅଞ୍ଚଳର ସାମାଜିକ କର୍ମୀ ଲକ୍ଷ୍ମୀଧର ଦଣ୍ଡପାଟ ଓ ଖବରଦାତା ବିମଳେନ୍ଦୁ ମହାପାତ୍ରଙ୍କ ସୂଚନା ଦେଇଛନ୍ତି। ଏ ସମ୍ପର୍କରେ ବୈଶିଙ୍ଗା ଥାନାଧିକାରୀ ପ୍ରଭାଂଶୁ ଶେଖର ମିଶ୍ରଙ୍କୁ ପଚାରିବାରୁ ଜନଗହଳି ପୂର୍ଣ୍ଣ ସ୍ଥାନରେ ଗୋଟିଏ ଗଳାପୋଲ ଯୋଗୁ ଟ୍ରାଫିକ ସମସ୍ୟା ଓ ଦୁର୍ଘଟଣା ଘଟୁଥିବା ଚିନ୍ତାଜନକ ଏବଂ ଏହାକୁ ଏଡ଼ାଇବା ପାଇଁ ଆଉ ଗୋଟିଏ ଗଳାପୋଲ ଜରୁରୀ ଆବଶ୍ୟକ ହୋଇ ପଡ଼ିଥିବା କହଛନ୍ତି। ଅନ୍ୟପକ୍ଷରେ ଜାତୀୟ ରାଜପଥ ପ୍ରକଳ୍ପ ନିର୍ଦ୍ଦେଶକ ଜୟପ୍ରକାଶ ବର୍ମାଙ୍କ ମତାମତ ନେବାରୁ ସେ ଏ ବାବଦରେ କୌଣସି ଅଭିଯୋଗ ପାଇ ନ ଥିବା ଏବଂ ଅଭିଯୋଗ ମିଳିଲେ ଅନୁସନ୍ଧାନ କରି ପଦକ୍ଷେପ ଗ୍ରହଣ କରାଯିବ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ତୀର୍ଥଯାତ୍ରାରୁ ଫେରିବା ବାଟରେ ହୃଦ୍‌ଘାତ, ଚାଲିଗଲା ବିଭୂତିଙ୍କ ଜୀବନ

କୋକସରା,୧୧।୧୦(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ବଡ କେନ୍ଦୁଗୁଡା ଗ୍ରାମରେ ଶୋକର ଛାୟା ଖେଳିଯାଇଛି । ଗ୍ରାମର ବିଭୂତି ଭୂଷଣ ପଣ୍ଡା(୬୦) ବଦ୍ରୀନାଥ ତୀର୍ଥଯାତ୍ରା…

ମା’ ଦୁର୍ଗାଙ୍କ ନବରାତ୍ର ପୂଜା ଆରମ୍ଭ, ଉତ୍ସବ ମୁଖର ଗାଁଠୁ ସହର

ଛତ୍ରପୁର,୧୧।୧୦(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗଞ୍ଜାମ ଜିଲା ଛତ୍ରପୁର ବ୍ଲକ ଅଧୀନ ଅଗସ୍ତି ନୂଆଗାଁ ଗ୍ରାମର କଲ୍ୟାଣୀ ଯୁବକ ସଂଘ ପକ୍ଷରୁ ରବିବାର ମା’ ଦୁର୍ଗାଙ୍କ ନବରାତ୍ର ପୂଜା…

କିଶନନଗର ତହସିଲରେ ନୂଆ ନିଯୁକ୍ତିକୁ ନେଇ ବିବାଦ, କାର୍ଯ୍ୟାନୁଷ୍ଠାନ ଦାବି କଲା କଂଗ୍ରେସ

କଟକ ସଦର,୧୧।୧୦(ସୁଶାନ୍ତ କୁମାର ଜେନା): କଟକ ଜିଲା କିଶନ ନଗର ତହସିଲ କାର୍ଯ୍ୟାଳୟ ରେ ଜଣେ ଅଧିକାରିଣୀ ତହସିଲଦାର ଭାବେ ଯୋଗ ଦେଉଥିବା ଖବର ରବିବାର ଗଣମାଧ୍ୟମରେ…

ଦିଗପହଣ୍ଡିରେ ଚର୍ଚ୍ଚା; ସ୍ୱପ୍ନରେ ଆସି ଏଭଳି କହିଲେ ମା’ କାଳୀ, ପୋଖରୀ ପାଣିରୁ ମିଳିଲା….

ଦିଗପହଣ୍ଡି,୧୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମର ବି.ଯୁଧିଷ୍ଠିର ରେଡ୍ଡୀଙ୍କ ଝିଅ କାମିନୀ ରେଡ୍ଡୀଙ୍କ ସ୍ବପ୍ନରେ ଆସିଲେ ମା’ କାଳୀ…

ଦୁଇ ରାଜନୈତିକ ଗୋଷ୍ଠୀ ମୁହାଁମୁହିଁ ଆଶଙ୍କା, ବରାଳ ବାଲୁଙ୍କେଶ୍ୱର ମନ୍ଦିର ନିକଟରେ ୧୬୩ ଧାରା ଜାରି

ସାକ୍ଷୀଗୋପାଳ,୧୧ା୧୦(କିଶୋର ମହାପାତ୍ର/ପ୍ରଶାନ୍ତ ବାରିକ): ଶାସକ ଓ ବିରୋଧୀ ଦୁଇ ରାଜନୈତିକ ଗୋଷ୍ଠୀ ମୁହାଁମୁହିଁ ଆଶଙ୍କା ଥିବାରୁ ସତ୍ୟବାଦୀ ପ୍ରଶାସନ ପକ୍ଷରୁ ବରାଳ ବାଲୁଙ୍କେଶ୍ୱର ମନ୍ଦିର ନିକଟରେ ବିଏନଏସ୍‌ର…

କୁଶପଲ୍ଲୀ ଚଳଚଞ୍ଚଳ: ମା’ ଚାମୁଣ୍ଡାଙ୍କ ପୀଠରେ ଆରମ୍ଭ ହେଲା ନବରାତ୍ର ପୂଜା

ଗଞ୍ଜାମ,୧୧ା୧୦(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ୍‌ ମଲାଡ଼ ପଞ୍ଚାୟତ ଅନ୍ତର୍ଗତ କୁଶପଲ୍ଲୀସ୍ଥିତ ମା’ ଚାମୁଣ୍ଡାଙ୍କ ପୀଠରେ ଶାରଦୀୟ ଦୁର୍ଗାପୂଜା ଅବସରରେ ୯ ଦିନବ୍ୟାପୀ ନବରାତ୍ର ପୂଜା ଓ ଅଖଣ୍ଡ…

୮ ବର୍ଷ ପରେ ବି କାର୍ଯ୍ୟକ୍ଷମ ହୋଇପାରିଲାନି ଛାତ୍ରୀନିବାସ: ଭୂତକୋଠି ପାଲଟିଛି କୋଟି ଟଙ୍କାର କୋଠା

ଗୁଡ଼ାରି, ୧୦।୧୦ (ପ୍ରମୋଦ କୁମାର ପତି): ଆଦିବାସୀ ଛାତ୍ରୀମାନଙ୍କୁ ଉଚ୍ଚଶିକ୍ଷା ପ୍ରଦାନ ଓ ସେମାନଙ୍କ ଶିକ୍ଷାକୁ ପ୍ରୋତ୍ସାହନ ଦେବା ପାଇଁ ସରକାର ବିଭିନ୍ନ ପଦକ୍ଷେପ ନେଉଛନ୍ତି। ମାତ୍ର…

ଖଡ଼ିଆଳ କଲେଜ ସାଇନ୍‌ ଡାଏ: ଅଧ୍ୟକ୍ଷଙ୍କ ଇସ୍ତଫା ଦାବି ନେଇ ତେଜିଲା ଛାତ୍ର ଆନ୍ଦୋଳନ

ଖଡ଼ିଆଳ,୧୧ା୧୦(ସୁଜିତ୍‌ କୁମାର ପ୍ରଧାନ): ନୂଆପଡ଼ା ଜିଲା ଖଡ଼ିଆଳ ସ୍ବୟଂଶାସିତ ମହାବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନ ବାତିଲ ହେବା ଘଟଣାକୁ ନେଇ କ୍ୟାମ୍ପସରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?