ଛତ୍ରପୁର,୧୧।୧୦(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗଞ୍ଜାମ ଜିଲା ଛତ୍ରପୁର ବ୍ଲକ ଅଧୀନ ଅଗସ୍ତି ନୂଆଗାଁ ଗ୍ରାମର କଲ୍ୟାଣୀ ଯୁବକ ସଂଘ ପକ୍ଷରୁ ରବିବାର ମା’ ଦୁର୍ଗାଙ୍କ ନବରାତ୍ର ପୂଜା ଆରମ୍ଭ ହୋଇଛି। ଏହି ମଣ୍ଡପରେ ୨୨ବର୍ଷ ଧରି ମା’ଙ୍କ ପୂଜା ମହାଆଡମ୍ବର ସହ ପାଳନ ହୋଇଆସୁଛି । ଏନେଇ ଅଗସ୍ତିନୂଆଗାଁ ଗ୍ରାମ ସହ ଆଖପାଖ ଅଞ୍ଚଳ ଉତ୍ସବ ମୁଖର ହୋଇଛି।
ପ୍ରତ୍ୟେକ ଦିନ ମା’ଙ୍କ ଅଭିନବ ରୂପ ଦର୍ଶନ ସାଙ୍ଗକୁ ସା ଆଳତି, ବାହ୍ୟ କୁମ୍ଭପୂଜା, ଚଣ୍ଡୀପାଠ, ହୋମ ଆଦି କାର୍ଯ୍ୟକ୍ରମ ପାରମ୍ପରିକ ରୀତିନୀତି ଅନୁସାରେ ପୂଜାବିଧି ହେବ ବୋଲି ସଙ୍ଘ ତରଫରୁ ସୂଚନା ଦିଆଯାଇଛି।
ମଧ୍ୟାହ୍ନରେ ଋଷିକୁଲ୍ୟା ନଦୀରୁ ପୂଜାର୍ଚ୍ଚନା ସହ କଳସ ଯାତ୍ରା ବାହାରି ମା’ଙ୍କ ବିଧି ଅନୁଯାୟୀ ନବରାତ୍ର ପୂଜା କାର୍ଯ୍ୟ ଆରମ୍ଭ ହୋଇଛି। ପଣ୍ଡିତ ମନୋରଞ୍ଜନ ଆଚାର୍ଯ୍ୟଙ୍କ ପୌରୋହିତ୍ୟରେ ପୂଜା କାର୍ଯ୍ୟ ସମ୍ପାଦନ ହେଉଛି । କର୍ଭା ଭାବେ ଦାମୋଦର ପଲାଇ ରହିଛନ୍ତି।
ପୂଜାକୁ ସଂଘର ଅଭିନାଶ ନାହକ, ଜୟସେନ ନାହାକ, ଆଲୋକ ଗୌଡ଼, ତୋଫାନ ସ୍ବାଇଁ, କ୍ରିଷ୍ଣା ସାହୁ, ଦିପୁ ସ୍ବାଇଁ, ଶ୍ରୀନୁ ଗୌଡ଼, ସମୀର ତରେଇ, ଭିକି ନାହାକ, ବାଦଲ ପଣ୍ଡା, ସୁନିଲ ସ୍ବାଇଁ, ଶିବା ସ୍ବାଇଁ, ଶୁଭମ୍, ରୋହନ, ଦାମୋଦର ମହାଙ୍କୁଡ଼, ଶିବାଶିସ ଛଟେଇ, ମୀକୁ ପଣ୍ଡା, କୁଲୁ ପଣ୍ଡା, ଜିଲୁ ପଣ୍ଡା ଓମ୍ ଜେନା, ସୁଇଟ ମହାରଣା, ଶ୍ରୀନୁ ଗୌଡ଼ ପରିଚାଳନା କରୁଛନ୍ତି।

