କଟକ ସଦର,୧୧।୧୦(ସୁଶାନ୍ତ କୁମାର ଜେନା): କଟକ ଜିଲା କିଶନ ନଗର ତହସିଲ କାର୍ଯ୍ୟାଳୟ ରେ ଜଣେ ଅଧିକାରିଣୀ ତହସିଲଦାର ଭାବେ ଯୋଗ ଦେଉଥିବା ଖବର ରବିବାର ଗଣମାଧ୍ୟମରେ ଭାଇରାଲ ହେବାରେ ଲାଗିଛି । ଏଠାରେ କାର୍ଯ୍ୟରତ ତହସିଲଦାର କ୍ଷୀରୋଦ ଚନ୍ଦ୍ର ଦାଶଙ୍କ ୩ ବର୍ଷ ଅବଧି ପୂର୍ଣ୍ଣ ହୋଇଥିବାରୁ ତାଙ୍କର ଅନ୍ୟତ୍ର ବଦଳି ହୋଇଛି ।ସମ୍ପୃକ୍ତ ଅଧିକାରିଣୀ ଜଣକ କଟକ ଜିଲାପାଳଙ୍କ କାର୍ଯ୍ୟାଳୟରେ କାର୍ଯ୍ୟ କରୁଛନ୍ତି ।
୨୦୧୯ – ୨୦୨୨ ଅବଧି ମଧ୍ୟରେ ଏହି ରାଜସ୍ବ ସେବାଅଧିକାରିଣୀ ଅତିରିକ୍ତ ତହସିଲଦାର ଭାବେ କାର୍ଯ୍ୟ କରୁଥିବା ବେଳେ ଚାଷ ଜମିର କିସମ ପରିବର୍ତ୍ତନ ଓ ଉତ୍ତରାଧିକାରୀ ପ୍ରମାଣ ପତ୍ର ଜାରି କରିବା ବେଳେ ଆଇନ ବହିର୍ଭୂତ କାର୍ଯ୍ୟ କରିଥିବାର ଅଭିଯୋଗ ହୋଇଥିଲା। ଶେଷରେ ଓଡ଼ିଶା ପ୍ରଶାସନିକ ସେବାକୁ ପଦୋନ୍ନତି ପାଇବା ପରେ ଅନ୍ୟତ୍ର ବଦଳି ଅନ୍ୟତ୍ର ବଦଳି ହୋଇଥିଲେ।ସେଠାରେ ମଧ୍ୟ କାର୍ଯ୍ୟରେ ଏପଟ ସେପଟ କରିଥିବାରୁ ନିଲମ୍ବନ ଆଦେଶ ବାହାରିଥିଲା।
ଏବେ ସମ୍ପୃକ୍ତ ଅଧିକାରିଣୀଙ୍କୁ କିଶନ ନଗର ତହସିଲକୁ ନିଯୁକ୍ତି ମିଳିଥିବାରୁ ଏହାକୁ କଂଗ୍ରେସ ଦୃଢ଼ ଭାବେ ବିରୋଧ କରିବ ବୋଲି ଜିଲା ଉପସଭାପତି ରାମଚନ୍ଦ୍ର ଗୋଛାୟତ ରାଜସ୍ବ ବିଭାଗକୁ ସତର୍କ କରି ଏକ ପ୍ରେସ ବିବୃତି ଜାରି କରିଛନ୍ତି । କାରଣ ଏହି ଅଧିକାରିଣୀ କନ୍ଦରପୁର ରାଜସ୍ବ ସର୍କଲ ଦାୟିତ୍ୱରେ ଥିବା ବେଳେ ଅନେକ ବେଆଇନ କାର୍ଯ୍ୟ କରିଥିଲେ । ଶେଷରେ ଅମିନ ଓ ରାଜସ୍ବ ନୀରିକ୍ଷକ ଭିଜିଲାନ୍ସ ହାତରେ ଧରା ପଡ଼ି ଜେଲ ଯାଇଥିଲେ ବୋଲି ଗୋଛାୟତ ଜିଲା ପ୍ରଶାସନକୁ ମନେ ପକାଇଛନ୍ତି ।

