ସେବାରେ ଲାଗୁନି ସୁବିଧାକେନ୍ଦ୍ର

କେନ୍ଦୁଝର,୧୩ା୨(ସ୍ବ.ପ୍ର.):ଲୋକଙ୍କୁ ଗୋଟିଏ ସ୍ଥାନରେ ଖାଦ୍ୟ, ପାନୀୟ, ବିଶ୍ରାମ, ଶୌଚାଳୟ ଆଦି ସୁବିଧା ଯୋଗାଇଦେବାକୁ ସରକାର ରାଜ୍ୟର ପ୍ରମୁଖ ରାସ୍ତାକଡ଼ରେ ପଥପ୍ରାନ୍ତ ସୁବିଧାକେନ୍ଦ୍ର ଖୋଲିଛନ୍ତି। ଏହି କ୍ରମରେ କେନ୍ଦୁଝର ଜିଲା ଘଟଗାଁ ବ୍ଲକ୍‌ ବାଲିଯୋଡ଼ି ନିକଟରେ ଏନ୍‌ଏଚ୍‌ ୨୦ କଡ଼ରେ ନିର୍ମାଣ ହୋଇଥିବା ବ୍ୟୟ ବହୁଳ ପଥପ୍ରାନ୍ତ ସୁବିଧାକେନ୍ଦ୍ର ଲୋକଙ୍କ ସେବାରେ ଲାଗୁନି। ରକ୍ଷଣାବେକ୍ଷଣ ବାବଦକୁ ଲକ୍ଷାଧିକ ଟଙ୍କା ସରକାରଙ୍କ ତହବିଲରୁ ଖର୍ଚ୍ଚ ହେଉଛି। ମାତ୍ର ଠିକ୍‌ ତଦାରଖ ଅଭାବରୁ ସାମଗ୍ରୀ ଭାଙ୍ଗିଯିବା ସହ ଫୁଲ ଗଛ ନଷ୍ଟ ହୋଇଗଲାଣି। ଏନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି।
କେନ୍ଦୁଝର ଆରାଧ୍ୟଦେବୀ ମା’ ତାରିଣୀଙ୍କ ପୀଠ, ବିଭିନ୍ନ ପର୍ଯ୍ୟଟନ କେନ୍ଦ୍ରକୁ ଦୈନିକ ହଜାର ସଂଖ୍ୟାରେ ପର୍ଯ୍ୟଟକ ତଥା ଭକ୍ତ ଆସିଥାନ୍ତି। ଏହାକୁ ଦୃଷ୍ଟିରେ ରଖି ଘଟଗାଁ ବ୍ଲକ୍‌ ବାଲିଯୋଡ଼ି ନିକଟରେ ଉକ୍ତ କେନ୍ଦ୍ର ସ୍ଥାପନ ହୋଇଥିଲା। ପାଖାପାଖି ୭ ମାସ ହେଲା ଏହାର ନିର୍ମାଣ କାର୍ଯ୍ୟ ସରିଥିଲେ ବି ଲୋକଙ୍କ ସେବାରେ ଲାଗି ପାରୁନାହିଁ। ଏହାର ରକ୍ଷଣାବେକ୍ଷଣ ପାଇଁ ବାହାରର ଏକ ଆଉଟସୋର୍ସିଂ ସଂସ୍ଥାକୁ ଦିଆଯାଇଛି। ମାସିକ ୮ ହଜାର ଟଙ୍କା ଦରମା ନେଇ ୫ ଜଣ ସୁରକ୍ଷା କର୍ମୀ ନିଯୁକ୍ତ ହୋଇଛନ୍ତି। ରକ୍ଷଣାବେକ୍ଷଣରେ ଲକ୍ଷାଧିକ ଟଙ୍କା ଖର୍ଚ୍ଚ ହେଉଥିବା ବେଳେ ପରିସରରେ ଥିବା ଫୁଲଗଛ ମରିଗଲାଣି। ପରିସରରେ ଲାଗିଥିବା ଲାଇଟ ମଧ୍ୟ ଜଳୁନାହିଁ। ବିଧିବଦ୍ଧ ଭାବେ କାର୍ଯ୍ୟକ୍ଷମ ହୋଇ ନ ଥିବା ବେଳେ ପାଣି ଟ୍ୟାପ୍‌ଗୁଡ଼ିକ ଭାଙ୍ଗିଗଲାଣି। ଅନେକ ସମୟରେ ପର୍ଯ୍ୟଟକମାନେ ଅଜାଣତରେ ସେଠାକୁ ଯାଇ ନିରାଶ ହୋଇ ଫେରୁଛନ୍ତି। ଅନୁରୂପ ଭାବେ ଘଷିପୁରା ବ୍ଲକ୍‌ ବଡ଼ପଦନାରେ ନିର୍ମାଣ ହୋଇଥିବା ସୁବିଧାକେନ୍ଦ୍ର ମଧ୍ୟ ପୂର୍ଣ୍ଣ ବ୍ୟବହାର ହୋଇ ନ ପାରି ପଡ଼ିରହିଛି।
ଏନେଇ ଅଧୀକ୍ଷଣ ଯନ୍ତ୍ରୀ ଦିଲୀପ ରାଉତ କହିଛନ୍ତି, ଉକ୍ତ କେନ୍ଦ୍ର ନିର୍ମାଣ ସରିଛି। ଏବେ ସରକାରଙ୍କ ନିଷ୍ପତ୍ତିକ୍ରମେ ଏକ ଏଜେନ୍ସିକୁ ରକ୍ଷଣାବେକ୍ଷଣ ଦାୟିତ୍ୱ ଦିଆଯାଇଛି। କେବଳ ଗାଡ଼ି ପାର୍କିଂ ଓ ଶୌଚ ବ୍ୟବସ୍ଥା ଲୋକଙ୍କୁ ଦିଆଯାଇଛି। ଖୁବ୍‌ ଶୀଘ୍ର ସରକାରଙ୍କ ନିଷ୍ପତ୍ତି ଅନୁଯାୟୀ ପର୍ଯ୍ୟଟନ ବିଭାଗକୁ ହସ୍ତାନ୍ତର କରାଯିବ ବୋଲି ସେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମିଶ୍ରଣ ପର୍ବରେ ବିଜେଡି କର୍ମୀଙ୍କୁ ଟାର୍ଗେଟ୍‌ କଲେ କଂଗ୍ରେସ କର୍ମୀ

ମୋରଡ଼ା,୨୫ା୪(ସ୍ମାରକ ମାଜୀ): ଆଗାମୀ ସାଧାରଣ ନିର୍ବାଚନ ପାଇଁ କଂଗ୍ରେସ ବଳ ଗୋଟାଇବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ଗୁରୁବାର ମୋରଡା ବ୍ଲକ ଅଧୀନ କଲରାଫୁଲିଆସ୍ଥିତ କଂଗ୍ରେସ କାର୍ଯ୍ୟାଳୟରେ...

ପୋଖରୀରେ ଗାଧୋଇବା ବେଳେ ବୁଡ଼ିଗଲେ ଦୁଇ ଭଉଣୀ

ଗୋପ,୨୫ା୪(ଭାରତୀ ଭୂଷଣ): ପୋଖରୀରେ ଗାଧୋଇବା ହେଲା କାଳ। ଦୁଇ ଭଉଣୀ ଗୁରୁବାର ପୋଖରୀରେ ବୁଡ଼ି ମୃତ୍ୟୁବରଣ କରିଛନ୍ତି। ପୁରୀ ଜିଲା ଗୋପ ଥାନା ଡଭାର ଗାଁରେ...

ପୁରୀରେ ପହଞ୍ଚିଲା ତୃତୀୟ ପର୍ଯ୍ୟାୟ ରଥକାଠ

ପୁରୀ,୨୫ା୪: ପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ପାଇଁ ନୟାଗଡ଼ରୁ ତୃତୀୟ ପର୍ଯ୍ୟାୟ ରଥକାଠ ଆସି ବଡ଼ଦାଣ୍ଡସ୍ଥିତ ରଥଖଳାରେ ପହଞ୍ଚିଛି। ଆସିଥିବା କାଠରେ ୨୩ ଖଣ୍ଡ...

ନିଜେ ପଞ୍ଚମ ଫେଲ୍, ଚାକିରି ଦେବା ଆଳରେ ଠକିନେଲେ ୨କୋଟିରୁ ଊର୍ଦ୍ଧ୍ୱ ଟଙ୍କା 

ସୋର, ୨୫।୪: (ଜନ୍ମେଜୟ ମିଶ୍ର): ଚାକିରି କରାଇ ଦେବାର ଆଳ ଦେଖାଇ ବାଲେଶ୍ୱର ଜିଲା ସୋର ଅଞ୍ଚଳର ଜଣେ ଯୁବକ ବିଭିନ୍ନ ଲୋକଙ୍କଠାରୁ ୨କୋଟିରୁ ଊର୍ଦ୍ଧ୍ୱ...

ନିଜ ଦେହରେ କିରୋସିନ ଢାଳି ନିଆଁ ଲଗାଇ ଦେଲେ ମହିଳା, ରକ୍ଷା କରିବାକୁ ଯାଇ ସ୍ବାମୀ ଗୁରୁତର

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା କାଠକଟା ଗାଁରେ ବୁଧବାର ବିଳମ୍ବିତ ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ପରିବାରିକ କଳହରୁ ଜଣେ...

ଅମରେନ୍ଦ୍ରଙ୍କୁ ଖୋଲା ଚ୍ୟାଲେଞ୍ଜ କଲେ ଚିରଞ୍ଜୀବ

ଜଗତ୍‌ସିଂହପୁର, ୨୫ା୪(ପ୍ରମୋଦ କୁମାର ନାୟକ)ବରିଷ୍ଠ କଂଗ୍ରେସ ନେତା ଚିରଞ୍ଜୀବ ବିଶ୍ୱାଳ ଦଳ ଛାଡ଼ି ବିଜେଡିରେ ମିଶିଥିଲେ ସୁଦ୍ଧା ୨୦୨୪ ସାଧାରଣ ନିର୍ବାଚନରେ ପ୍ରାର୍ଥୀ ହୋଇନାହାନ୍ତି। କିନ୍ତୁ...

ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରେ ଟଳିପଡିଲେ ୨ ମାଓବାଦୀ

ଘଣ୍ଟାପଡ଼ା, ୨୫।୪: (ପ୍ରଭାତ କୁମାର ସାହୁ): କଣ୍ଟାମାଳ ଥାନା ଅନ୍ତର୍ଗତ ବରଗାଁ ପଞ୍ଚାୟତର ପାଢ଼େଲ ଡ୍ୟାମ ନିକଟ ଜଙ୍ଗଲରେ ଗୁରୁବାର ଏସଓଜିଓ ଡିଭିଏଫ ମିଳିତ କମ୍ବିଂ...

‘କେନ୍ଦ୍ର ପାଇଁ ଓଡ଼ିଶା କେବଳ ଏକ ବିନ୍ଦୁ’

ଛେଣ୍ଡିପଦା, ୨୫।୪ (ଅଜିତ ଧଳ)/ ଅନୁଗୋଳ, (ଅମିତ କୁମାର ସାମଲ)ସମ୍ବଲପୁର ବିଜେଡି ଏମ୍‌ପି ପ୍ରାର୍ଥୀ ତଥା ବିଜେଡି ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri