ସେବାରେ ଲାଗୁନି ସୁବିଧାକେନ୍ଦ୍ର

କେନ୍ଦୁଝର,୧୩ା୨(ସ୍ବ.ପ୍ର.):ଲୋକଙ୍କୁ ଗୋଟିଏ ସ୍ଥାନରେ ଖାଦ୍ୟ, ପାନୀୟ, ବିଶ୍ରାମ, ଶୌଚାଳୟ ଆଦି ସୁବିଧା ଯୋଗାଇଦେବାକୁ ସରକାର ରାଜ୍ୟର ପ୍ରମୁଖ ରାସ୍ତାକଡ଼ରେ ପଥପ୍ରାନ୍ତ ସୁବିଧାକେନ୍ଦ୍ର ଖୋଲିଛନ୍ତି। ଏହି କ୍ରମରେ କେନ୍ଦୁଝର ଜିଲା ଘଟଗାଁ ବ୍ଲକ୍‌ ବାଲିଯୋଡ଼ି ନିକଟରେ ଏନ୍‌ଏଚ୍‌ ୨୦ କଡ଼ରେ ନିର୍ମାଣ ହୋଇଥିବା ବ୍ୟୟ ବହୁଳ ପଥପ୍ରାନ୍ତ ସୁବିଧାକେନ୍ଦ୍ର ଲୋକଙ୍କ ସେବାରେ ଲାଗୁନି। ରକ୍ଷଣାବେକ୍ଷଣ ବାବଦକୁ ଲକ୍ଷାଧିକ ଟଙ୍କା ସରକାରଙ୍କ ତହବିଲରୁ ଖର୍ଚ୍ଚ ହେଉଛି। ମାତ୍ର ଠିକ୍‌ ତଦାରଖ ଅଭାବରୁ ସାମଗ୍ରୀ ଭାଙ୍ଗିଯିବା ସହ ଫୁଲ ଗଛ ନଷ୍ଟ ହୋଇଗଲାଣି। ଏନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି।
କେନ୍ଦୁଝର ଆରାଧ୍ୟଦେବୀ ମା’ ତାରିଣୀଙ୍କ ପୀଠ, ବିଭିନ୍ନ ପର୍ଯ୍ୟଟନ କେନ୍ଦ୍ରକୁ ଦୈନିକ ହଜାର ସଂଖ୍ୟାରେ ପର୍ଯ୍ୟଟକ ତଥା ଭକ୍ତ ଆସିଥାନ୍ତି। ଏହାକୁ ଦୃଷ୍ଟିରେ ରଖି ଘଟଗାଁ ବ୍ଲକ୍‌ ବାଲିଯୋଡ଼ି ନିକଟରେ ଉକ୍ତ କେନ୍ଦ୍ର ସ୍ଥାପନ ହୋଇଥିଲା। ପାଖାପାଖି ୭ ମାସ ହେଲା ଏହାର ନିର୍ମାଣ କାର୍ଯ୍ୟ ସରିଥିଲେ ବି ଲୋକଙ୍କ ସେବାରେ ଲାଗି ପାରୁନାହିଁ। ଏହାର ରକ୍ଷଣାବେକ୍ଷଣ ପାଇଁ ବାହାରର ଏକ ଆଉଟସୋର୍ସିଂ ସଂସ୍ଥାକୁ ଦିଆଯାଇଛି। ମାସିକ ୮ ହଜାର ଟଙ୍କା ଦରମା ନେଇ ୫ ଜଣ ସୁରକ୍ଷା କର୍ମୀ ନିଯୁକ୍ତ ହୋଇଛନ୍ତି। ରକ୍ଷଣାବେକ୍ଷଣରେ ଲକ୍ଷାଧିକ ଟଙ୍କା ଖର୍ଚ୍ଚ ହେଉଥିବା ବେଳେ ପରିସରରେ ଥିବା ଫୁଲଗଛ ମରିଗଲାଣି। ପରିସରରେ ଲାଗିଥିବା ଲାଇଟ ମଧ୍ୟ ଜଳୁନାହିଁ। ବିଧିବଦ୍ଧ ଭାବେ କାର୍ଯ୍ୟକ୍ଷମ ହୋଇ ନ ଥିବା ବେଳେ ପାଣି ଟ୍ୟାପ୍‌ଗୁଡ଼ିକ ଭାଙ୍ଗିଗଲାଣି। ଅନେକ ସମୟରେ ପର୍ଯ୍ୟଟକମାନେ ଅଜାଣତରେ ସେଠାକୁ ଯାଇ ନିରାଶ ହୋଇ ଫେରୁଛନ୍ତି। ଅନୁରୂପ ଭାବେ ଘଷିପୁରା ବ୍ଲକ୍‌ ବଡ଼ପଦନାରେ ନିର୍ମାଣ ହୋଇଥିବା ସୁବିଧାକେନ୍ଦ୍ର ମଧ୍ୟ ପୂର୍ଣ୍ଣ ବ୍ୟବହାର ହୋଇ ନ ପାରି ପଡ଼ିରହିଛି।
ଏନେଇ ଅଧୀକ୍ଷଣ ଯନ୍ତ୍ରୀ ଦିଲୀପ ରାଉତ କହିଛନ୍ତି, ଉକ୍ତ କେନ୍ଦ୍ର ନିର୍ମାଣ ସରିଛି। ଏବେ ସରକାରଙ୍କ ନିଷ୍ପତ୍ତିକ୍ରମେ ଏକ ଏଜେନ୍ସିକୁ ରକ୍ଷଣାବେକ୍ଷଣ ଦାୟିତ୍ୱ ଦିଆଯାଇଛି। କେବଳ ଗାଡ଼ି ପାର୍କିଂ ଓ ଶୌଚ ବ୍ୟବସ୍ଥା ଲୋକଙ୍କୁ ଦିଆଯାଇଛି। ଖୁବ୍‌ ଶୀଘ୍ର ସରକାରଙ୍କ ନିଷ୍ପତ୍ତି ଅନୁଯାୟୀ ପର୍ଯ୍ୟଟନ ବିଭାଗକୁ ହସ୍ତାନ୍ତର କରାଯିବ ବୋଲି ସେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଦୁଇ ରାଜନୈତିକ ଗୋଷ୍ଠୀ ମୁହାଁମୁହିଁ ଆଶଙ୍କା, ବରାଳ ବାଲୁଙ୍କେଶ୍ୱର ମନ୍ଦିର ନିକଟରେ ୧୬୩ ଧାରା ଜାରି

ସାକ୍ଷୀଗୋପାଳ,୧୧ା୧୦(କିଶୋର ମହାପାତ୍ର/ପ୍ରଶାନ୍ତ ବାରିକ): ଶାସକ ଓ ବିରୋଧୀ ଦୁଇ ରାଜନୈତିକ ଗୋଷ୍ଠୀ ମୁହାଁମୁହିଁ ଆଶଙ୍କା ଥିବାରୁ ସତ୍ୟବାଦୀ ପ୍ରଶାସନ ପକ୍ଷରୁ ବରାଳ ବାଲୁଙ୍କେଶ୍ୱର ମନ୍ଦିର ନିକଟରେ ବିଏନଏସ୍‌ର…

କୁଶପଲ୍ଲୀ ଚଳଚଞ୍ଚଳ: ମା’ ଚାମୁଣ୍ଡାଙ୍କ ପୀଠରେ ଆରମ୍ଭ ହେଲା ନବରାତ୍ର ପୂଜା

ଗଞ୍ଜାମ,୧୧ା୧୦(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ୍‌ ମଲାଡ଼ ପଞ୍ଚାୟତ ଅନ୍ତର୍ଗତ କୁଶପଲ୍ଲୀସ୍ଥିତ ମା’ ଚାମୁଣ୍ଡାଙ୍କ ପୀଠରେ ଶାରଦୀୟ ଦୁର୍ଗାପୂଜା ଅବସରରେ ୯ ଦିନବ୍ୟାପୀ ନବରାତ୍ର ପୂଜା ଓ ଅଖଣ୍ଡ…

୮ ବର୍ଷ ପରେ ବି କାର୍ଯ୍ୟକ୍ଷମ ହୋଇପାରିଲାନି ଛାତ୍ରୀନିବାସ: ଭୂତକୋଠି ପାଲଟିଛି କୋଟି ଟଙ୍କାର କୋଠା

ଗୁଡ଼ାରି, ୧୦।୧୦ (ପ୍ରମୋଦ କୁମାର ପତି): ଆଦିବାସୀ ଛାତ୍ରୀମାନଙ୍କୁ ଉଚ୍ଚଶିକ୍ଷା ପ୍ରଦାନ ଓ ସେମାନଙ୍କ ଶିକ୍ଷାକୁ ପ୍ରୋତ୍ସାହନ ଦେବା ପାଇଁ ସରକାର ବିଭିନ୍ନ ପଦକ୍ଷେପ ନେଉଛନ୍ତି। ମାତ୍ର…

ଖଡ଼ିଆଳ କଲେଜ ସାଇନ୍‌ ଡାଏ: ଅଧ୍ୟକ୍ଷଙ୍କ ଇସ୍ତଫା ଦାବି ନେଇ ତେଜିଲା ଛାତ୍ର ଆନ୍ଦୋଳନ

ଖଡ଼ିଆଳ,୧୧ା୧୦(ସୁଜିତ୍‌ କୁମାର ପ୍ରଧାନ): ନୂଆପଡ଼ା ଜିଲା ଖଡ଼ିଆଳ ସ୍ବୟଂଶାସିତ ମହାବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନ ବାତିଲ ହେବା ଘଟଣାକୁ ନେଇ କ୍ୟାମ୍ପସରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି।…

ବାଘଛାଲ କାରବାର ଘଟଣାର ୪ ଅଭିଯୁକ୍ତ ଗିରଫ, କେତେଦୂର ଲମ୍ବିଛି ଚେର, ଜାରି ରହିଛି ଖୋଳତାଡ଼

ମୋହନା,୧୧ା୧୦(ମନ୍ମଥ ମିଶ୍ର): କଲରାପତରିଆ ବାଘଛାଲ କାରବାର ଘଟଣାରେ ବନ ବିଭାଗ ୪ ଅଭିଯୁକ୍ତଙ୍କୁ ଗିରଫ କରି ରବିବାର କୋର୍ଟ ଚାଲାଣ କରିଛି। ଗଜପତି ଜିଲା ମୋହନା ବନାଞ୍ଚଳ…

କର୍ଲାମୁଣ୍ଡା ଉତ୍ସବମୁଖର: ଆରମ୍ଭ ହେଲା ମା’ ଦୁର୍ଗାଙ୍କ ଶାରଦୀୟ ନବରାତ୍ର ପୂଜା, ୨୨ରେ ଭସାଣି

କର୍ଲାମୁଣ୍ଡା,୧୧ା୧୦(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ସଦର ମହକୁମାସ୍ଥିତ ଦୁର୍ଗା ମଣ୍ଡପଠାରେ ଡୁକେରମାଲ ଦୁର୍ଗାପୂଜା କମିଟି ପକ୍ଷରୁ ରବିବାରଠାରୁ ସାର୍ବଜନୀନ ଶାରଦୀୟ ନବରାତ୍ର ପୂଜା…

ଗାଧୋଇବାକୁ ଯାଇ ଘାଇରେ ବୁଡ଼ିଗଲେ ଯୁବକ, ଦୀର୍ଘ ୮ ଘଣ୍ଟାର କସରତ ପରେ…

ମୋହନା,୧୧ା୧୦(ମନ୍ମଥ ମିଶ୍ର): ଗାଧୋଇବାକୁ ଯାଇ ଘାଇରେ ବୁଡ଼ି ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ଏଭଳି ଅଭାବନୀୟ ଘଟଣା ଘଟିଛି ଗଜପତି ଜିଲା ଆର ଉଦୟଗିରି ଥାନା ଅନ୍ତର୍ଗତ…

ଆଜି ଅତାବିରା ଆସୁଛନ୍ତି ରାଜ୍ୟପାଳ: ଶିକ୍ଷା ଓ ସାଂସ୍କୃତିକ କ୍ଷେତ୍ରରେ ନୂଆ ଅଧ୍ୟାୟର କରିବେ ଶୁଭାରମ୍ଭ

ଅତାବିରା,୧୧ା୧୦(ଯୁଧିଷ୍ଠିର ମହାପାତ୍ର): ଓଡ଼ିଶାର ରାଜ୍ୟପାଳ ଡାକ୍ତର ହରିବାବୁ କମ୍ଭମପାଟି ରବିବାର ବରଗଡ଼ ଜିଲାର ଅତାବିରା ଗସ୍ତରେ ଆସୁଥିବାରୁ ଅଞ୍ଚଳରେ ଉତ୍ସାହର ପରିବେଶ ସୃଷ୍ଟି ହୋଇଛି। ରାଜ୍ୟପାଳଙ୍କ ଗସ୍ତକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?