Posted inଜାତୀୟ

ଦଳିତଙ୍କୁ ନିର୍ଯାତନା: ୫ମରେ ଓଡ଼ିଶା

ନୂଆଦିଲ୍ଲୀ,୨୩।୯: ଦେଶରେ ତଫସିଲଭୁକ୍ତ ଜାତି (ଏସ୍‌ସି) ଏବଂ ତଫସିଲଭୁକ୍ତ ଜନଜାତି (ଏସ୍‌ଟି)ଙ୍କ ପ୍ରତି ବର୍ବରତା ବଢ଼ିବାରେ ଲାଗିଛି। ଉଭୟ ଏସ୍‌ସି ଏବଂ ଏସ୍‌ଟିଙ୍କୁ ନିର୍ଯାତନା ମାମଲାରେ ଉତ୍ତର ପ୍ରଦେଶ ସବୁଠୁ ଆଗରେ ରହିଛି। ସେହିପରି ଓଡ଼ିଶା ଏସ୍‌ସିଙ୍କୁ ନିର୍ଯାତନା କ୍ଷେତ୍ରରେ ୫ମ ଏବଂ ଏସ୍‌ଟିଙ୍କ ପ୍ରତି ବର୍ବରତା ମାମଲାରେ ତୃତୀୟ ସ୍ଥାନରେ ରହିଛି। ୨୦୨୨ରେ ଭାରତରେ ଦଳିତ ଲୋକଙ୍କୁ ଦିଆଯାଇଥିବା ନିର୍ଯାତନାର ୯୭.୭% ଏବଂ ଏସ୍‌ଟିଙ୍କ ଉପରେ ବର୍ବରତା ସମ୍ପର୍କିତ ୯୮.୯୧% ଘଟଣା ଉତ୍ତର ପ୍ରଦେଶ, ରାଜସ୍ଥାନ ଓ ମଧ୍ୟପ୍ରଦେଶ ସହ ୧୩ ରାଜ୍ୟରେ ଘଟିଥିଲା ବୋଲି ଏକ ନୂଆ ସରକାରୀ ରିପୋର୍ଟରେ ଦର୍ଶାଯାଇଛି।
କେନ୍ଦ୍ର ସରକାରଙ୍କ ଏକ ରିପୋର୍ଟରେ ଉଲ୍ଲେଖ କରାଯାଇଛି ଯେ, ୨୦୨୨ରେ ସାରା ଦେଶରେ ୫୧,୬୫୬ ଏସ୍‌ସି ନିର୍ଯାତନା ମାମଲା ରୁଜୁ ହୋଇଥିଲା। ସେଥିରୁ ୟୁପିରେ ସର୍ବାଧିକ ୨୩.୭୮ ପ୍ରତିଶତ ବା ୧୨,୨୮୭ ମାମଲା ୟୁପିରେ ପଞ୍ଜୀକୃତ ହୋଇଥିଲା। ଏହି କ୍ଷେତ୍ରରେ ଦ୍ୱିତୀୟ ସ୍ଥାନରେ ଥିବା ରାଜସ୍ଥାନରେ ୧୬.୭୫ ପ୍ରତିଶତ ବା ୮,୬୫୧ ମାମଲା ରୁଜୁ ହୋଇଥିବାବେଳେ ମଧ୍ୟପ୍ରଦେଶରେ ୧୪.୯୭% ବା ୭,୭୩୨ ମାମଲା ପଞ୍ଜୀକୃତ ହୋଇଥିଲା। ଉକ୍ତ ତାଲିକାରେ ବିହାର ଚତୁର୍ଥ ସ୍ଥାନରେ ରହିଛି, ଯେଉଁଠି ୧୩.୧୬% ବା ୬,୭୯୯ ଏସ୍‌ସି ନିର୍ଯାତନା ମାମଲା ରୁଜୁ ହୋଇଥିଲା। ଓଡ଼ିଶାର ସ୍ଥାନ ପଞ୍ଚମରେ ରହିଛି। ଓଡ଼ିଶାରେ ମୋଟ ନିର୍ଯାତନାର ୬. ୯୩% ବା ୩,୫୭୬ଟି ମାମଲା ରୁଜୁ ହୋଇଥିଲା। ମହାରାଷ୍ଟ୍ରରେ ୫.୨୪% (୨,୭୦୬) ମାମଲା ରୁଜୁ ହୋଇଥିଲା। ଦେଶର ମୋଟ ମାମଲା ସଂଖ୍ୟାର ୮୧% ଏହି ୬ ରାଜ୍ୟରେ ପଞ୍ଜୀକୃତ ହୋଇଥିଲା।
୧୩ ରାଜ୍ୟର ମାମଲା ସଂଖ୍ୟାକୁ ମିଶାଇଲେ ୫୧,୬୫୬ ହେଉଛି, ଯାହାକି ସାରା ଦେଶରେ ଘଟିଥିବା ୫୨,୮୬୬ ଘଟଣାର ୯୭.୭%। ଏହି ମାମଲାଗୁଡ଼ିକ ସିଡ୍ୟୁଲ୍‌ଡ କାଷ୍ଟ ଆଣ୍ଡ୍‌ ସିଡ୍ୟୁଲ୍‌ଡ ଟ୍ରାଇବ୍ସ (ପ୍ରିଭେନ୍ସନ ଅଫ୍‌ ଆଟ୍ରୋସିଟି) ଆକ୍ଟ ଏବଂ ପୂର୍ବ ପ୍ରଚଳିତ ଭାରତୀୟ ପେନାଲ କୋଡ୍‌ (ଆଇପିସି) ବଳରେ ରୁଜୁ କରାଯାଇଥିଲା। ଅନୁରୂପ ଭାବେ ଏସ୍‌ଟି ବର୍ଗର ଲୋକଙ୍କ ପ୍ରତି ବର୍ବରତା ମାମଲା ସଂଖ୍ୟା ମଧ୍ୟ ଏହି ୧୩ ରାଜ୍ୟରେ ସର୍ବାଧିକ ଥିଲା। ଦେଶରେ ମୋଟ ୯,୭୩୫ ଏସ୍‌ଟି ନିର୍ଯାତନା ମାମଲା ରୁଜୁ ହୋଇଥିବାବେଳେ ୨,୯୭୯ (୩୦.୬୧%) ମାମଲା ସହ ମଧ୍ୟପ୍ରଦେଶର ସ୍ଥାନ ସର୍ବାଗ୍ରେ ରହିଥିଲା। ରାଜସ୍ଥାନ ଏହି କ୍ଷେତ୍ରରେ ଦ୍ୱିତୀୟ ସ୍ଥାନ ଅଧିକାର କରିଥିଲା, ଯେଉଁଠି ୨,୪୯୮ (୨୫.୬୬%) ମାମଲା ରୁଜୁ ହୋଇଥିଲା। ଓଡ଼ିଶାରେ ମୋଟ ୭୭୩ (୭.୯୪%) ମାମଲା ପଞ୍ଜୀକୃତ ହୋଇଥିଲା। ଏସ୍‌ଟି ବର୍ଗର ଲୋକେ ଅଧିକ ନିର୍ଯାତିତ ହୋଇଥିବା ଅନ୍ୟ ରାଜ୍ୟଗୁଡ଼ିକ ମଧ୍ୟରୁ ମହାରାଷ୍ଟ୍ରରେ ୬୯୧ (୭.୧୦%) ଏବଂ ଆନ୍ଧ୍ର ପ୍ରଦେଶରେ ୪୯୯(୫.୧୩%) ମାମଲା ରୁଜୁ ହୋଇଥିବା ଉକ୍ତ ରିପୋର୍ଟରେ ଦର୍ଶାଯାଇଛି। ଉକ୍ତ ଆଇନ ବଳରେ ତଦନ୍ତ ଓ ଚାର୍ଜଶିଟ୍‌ କରାଯିବା ଉପରେ ମଧ୍ୟ ଏହି ରିପୋର୍ଟରେ ବିବରଣୀ ପ୍ରଦାନ କରାଯାଇଛି। ତଦନୁସାରେ ଏସ୍‌ସି ସମ୍ପର୍କିତ ୬୦.୩୮% ମାମଲାରେ ଚାର୍ଜଶିଟ୍‌ ଦାଖଲ କରାଯାଇଥିବାବେଳେ ୧୪.୭୮% ମାମଲାରେ ମିଥ୍ୟା ଦାବି କିମ୍ବା ପ୍ରମାଣ ଅଭାବରୁ ଫାଇନାଲ ରିପୋର୍ଟରେ ସେଗୁଡ଼ିକୁ ବନ୍ଦ କରିଦିଆଯାଇଥିଲା। ୨୦୨୨ ଶେଷ ସୁଦ୍ଧା ୧୭,୧୬୬ ମାମଲାର ତଦନ୍ତ ଶେଷ ହୋଇପାରି ନ ଥିଲା। ଏସ୍‌ଟି ସମ୍ପର୍କିତ ୬୩.୩୨% ମାମଲାରେ ଚାର୍ଜଶିଟ୍‌ ଦାଖଲ କରାଯାଇଥିବାବେଳେ ୧୪.୭୧% ମାମଲା ଫାଇନାଲ ରିପୋର୍ଟରେ ଶେଷ ହୋଇଥିଲା। ସମୀକ୍ଷା କରାଯାଇଥିବା ଏହି ଅବଧି ମଧ୍ୟରେ ୨,୭୦୨ ଏସ୍‌ଟି ବିରୋଧୀ ନିର୍ଯାତନା ମାମଲା ବର୍ତ୍ତମାନ ମଧ୍ୟ ତଦନ୍ତାଧୀନ ରହିଛି।
ଦୋଷୀ ସାବ୍ୟସ୍ତ ଓ ଦଣ୍ଡବିଧାନ ହାର ହ୍ରାସ ପାଇବା ହେଉଛି ସବୁଠୁ ଚିନ୍ତାଜନକ ବିଷୟ। ୨୦୨୦ରେ ଦଣ୍ଡବିଧାନ ହାର ୩୯.୨% ଥିବାବେଳେ ୨୦୨୨ ବେଳକୁ ଏହା ୩୨.୪%କୁ ଖସିଆସିଥିଲା। ଉକ୍ତ ଆଇନ ବଳରେ ରୁଜୁ ହେଉଥିବା ମାମଲାଗୁଡ଼ିକର ଶୁଣାଣି ପାଇଁ ଦେଶରେ ପର୍ଯ୍ୟାପ୍ତ ସ୍ବତନ୍ତ୍ର ଅଦାଲତ ନ ଥିବା ବିଷୟ ମଧ୍ୟ ଏଥିରେ ଉଲ୍ଲେଖ କରାଯାଇଛି। ଏଗୁଡ଼ିକର ତ୍ୱରିତ ବିଚାର ପାଇଁ ୧୪ ରାଜ୍ୟର ୪୯୮ ଜିଲାରେ ମାତ୍ର ୧୯୪ଟି ସ୍ପେଶାଲ କୋର୍ଟ ରହିଛି। ଏହି ଜିଲାଗୁଡ଼ିକରେ ଜାତିଭିତ୍ତିକ ହିଂସା ଘଟଣା ରୋକିବା ପାଇଁ ସ୍ବତନ୍ତ୍ର ଦୃଷ୍ଟି ଦିଆଯିବା ଆବଶ୍ୟକ ବୋଲି ଏଥିରେ ଦର୍ଶାଯାଇଛି। ଏସ୍‌ସି/ଏସ୍‌ଟି ପ୍ରୋଟେକ୍ସନ ସେଲ୍‌ ଆନ୍ଧ୍ର, ଆସାମ, ବିହାର, ଛତିଶଗଡ଼, ଗୁଜରାଟ, ହରିୟାଣା, ହିମାଚଳ ପ୍ରଦେଶ, ଝାଡ଼ଖଣ୍ଡ, କର୍ନାଟକ, କେରଳ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ମେଘାଳୟ, ମିଜୋରାମ, ଓଡ଼ିଶା, ପଞ୍ଜାବ, ରାଜସ୍ଥାନ, ସିକିମ, ତାମିଲନାଡୁ, ତେଲଙ୍ଗାନା, ତ୍ରିପୁରା, ୟୁପି, ପଶ୍ଚିମବଙ୍ଗ, ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜ, ଚଣ୍ଡିଗଡ଼, ଦିଲ୍ଲୀ, ଜମ୍ମୁ-କଶ୍ମୀର, ଲଦାଖ ଓ ପଣ୍ଡିଚେରୀରେ ପ୍ରତିଷ୍ଠା କରାଯାଇଥିବା ଏଥିରେ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଶୁକ୍ରାଦିତ୍ୟ ଯୋଗ ବଦଳାଇବ ୩ ରାଶିଙ୍କ ଭାଗ୍ୟ: ପ୍ରଚୁର ଧନଲାଭ ସହ କ୍ୟାରିୟରରେ ମିଳିବ ବଡ଼ ସଫଳତା

ତୁଳା ରାଶିରେ ସୂର୍ଯ୍ୟଙ୍କ ଗୋଚର ବେଶ ସ୍ୱତନ୍ତ୍ର ହେବାକୁ ଯାଉଛି, କାରଣ ଏହି ରାଶିର ଅଧିପତି ଶୁକ୍ର ବୋଲି ବିବେଚନା କରାଯାଏ। ଅନ୍ୟପକ୍ଷରେ, ସଂଯୋଗବଶତଃ ବର୍ତ୍ତମାନ ଶୁକ୍ର…

ଅଲିମ୍ପିକ୍ସ-୨୦୩୬ ଆୟୋଜନ ପାଇଁ ଭାରତ ବ୍ୟତୀତ ଏହି ୬ ଦେଶ ଆଗ୍ରହୀ, ଜାଣନ୍ତୁ…

ଲାଉସାନେ, ୬ା୧୦: ଅଲିମ୍ପିକ୍‌ ଗେମ୍ସ-୨୦୩୬ର ଆୟୋଜନ ପାଇଁ ଭାରତ ବ୍ୟତୀତ ଅନ୍ୟ ୬ଟି ଦେଶ ଆଗ୍ରହ ପ୍ରକାଶ କରିଛନ୍ତି। ଏହି ଦେଶଗୁଡ଼ିକ ନଭେମ୍ବରରେ ସେମାନଙ୍କ ପ୍ରୋଜେକ୍ଟଗୁଡ଼ିକ ଫ୍ୟୁଚର…

ଶ୍ରମିକଙ୍କୁ ପାର୍ବଣ ଭେଟି ଦେଲେ ସରକାର, ଏତେ ବଢିଲା ମଜୁରୀ!

ନୂଆଦିଲ୍ଲୀ,୬।୧୦: ଦୀପାବଳି ପୂର୍ବରୁ ଦେଶର ଲକ୍ଷ ଲକ୍ଷ ଶ୍ରମିକଙ୍କ ପାଇଁ ଉପହାର ଦେଇଛନ୍ତି କେନ୍ଦ୍ର ସରକାର। ଭେରିଏବଲ୍ ଡିଅରନେସ୍ ଆଲାଉନ୍ସ (VDA)କୁ ବୃଦ୍ଧି କରିଛନ୍ତି ସରକାର। ଏହି…

ହାଲ୍‌ରେ ଶକ୍ତି ମିଗ୍‌ ଇଞ୍ଜିନ ପ୍ରକଳ୍ପର ଶିଳାନ୍ୟାସ କଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ

ସୁନାବେଡ଼ା, ୬।୧୦(କୃତ୍ତିବାସ ପ୍ରଧାନ): କୋରାପୁଟ ଜିଲା ସୁନାବେଡ଼ାସ୍ଥିତ ହିନ୍ଦୁସ୍ଥାନ ଏରୋନଟିକ୍ସ ଲିମିଟେଡ୍‌ (ହାଲ୍‌)କୁ ମଙ୍ଗଳବାର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଗସ୍ତକରି ଶକ୍ତି ମିଗ୍‌ ଇଞ୍ଜିନ ପ୍ରକଳ୍ପର…

କେଉଁ ୱେଟିଂ ଟିକେଟ ସବୁଠୁ ଆଗ କନଫର୍ମ ହୁଏ? ଜାଣନ୍ତୁ ରେଳବାଇର ନୂଆ ନିୟମ…

ଭାରତୀୟ ରେଳବାଇରେ ଯାତ୍ରା କରୁଥିବା ସମୟରେ ଯଦି ଆପଣଙ୍କୁ କନଫର୍ମ ସିଟ ନ ମିଳେ, ତେବେ IRCTC ସିଷ୍ଟମ ଆପଣଙ୍କୁ ୱେଟିଂ ଟିକେଟ (Waiting Ticket) ପ୍ରଦାନ…

ରାସ୍ତା କାମ ବିଳମ୍ବକୁ ନେଇ ବଣିକ ସଂଘର ଅସନ୍ତୋଷ

ପାତ୍ରପୁର, ୬/୧୦ (ଉମା ଚରଣ ନେପାକ): ପାତ୍ରପୁର ଏନ୍‌ଏସି ଅନ୍ତର୍ଗତ ତଳ ବସଷ୍ଟାଣ୍ଡ ଛକରେ ରାସ୍ତା ନିର୍ମାଣ କାର୍ଯ୍ୟରେ ବିଳମ୍ବକୁ ନେଇ ମା’ ଦୁର୍ଗାଦେବୀ ବଣିକ ସଂଘ…

ଧରିତ୍ରୀ ପ୍ରଭାବ: ମୁକୁଳା ଡ୍ରେନରେ ପଡ଼ିଲା କଭର ପ୍ଲେଟ୍

ଗଞ୍ଜାମ, ୬/୧୦ (ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ସମ୍ମୁଖରେ ଥିବା ମୁକୁଳା ଡ୍ରେନରେ ଗତକାଲି ବିଳମ୍ବିତ ରାତିରେ ଗୋଟିଏ ଗାଈ ଗଳି ପଡ଼ିଥିଲା। ଖବର ପାଇ ଛତ୍ରପୁର…

ସୌମ୍ୟରଞ୍ଜନ ମାମଲାରେ ହାଇକୋର୍ଟ ଗଲେ ବିଦ୍ୟାଭାରତୀ: ଆଗୁଆ ଜାମିନ ପାଇଁ ଆବେଦନ, ଅକ୍ଟୋବର ୩୦ ଯାଏ ହାଜର ସମୟ ବୃଦ୍ଧି

କଟକ, ୬।୧୦(ପ୍ରଭୁକଲ୍ୟାଣ ପାଲ୍): ବହୁଚର୍ଚ୍ଚିତ ଏସିଏଫ୍‌ ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲାରେ ପତ୍ନୀ ବିଦ୍ୟାଭାରତୀ ପଣ୍ଡା ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ସେ ଆଗୁଆ ଜାମିନ ପାଇଁ ହାଇକୋର୍ଟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?