ପଚା କଖାରୁରେ ନାଲି ରଙ୍ଗ ମିଶାଇ ପ୍ରସ୍ତୁତ କରୁଥିଲେ ଟମାଟୋ ସସ୍‌

କଟକ ଅଫିସ, ୧୩।୧:ଖାଦ୍ୟକୁ ସ୍ବାଦିଷ୍ଟ କରିବା ପାଇଁ ହୋଟେଲ, ଫାଷ୍ଟ ଷୁଡ ଦୋକାନ ଏବଂ ଘରେ ବ୍ୟବହୃତ ହେଉଛି ଟମାଟୋ ଓ ଚିଲି ସସ୍‌। ହେଲେ ଏହା ପଚା କଖାରୁ, ହାନିକାରକ ରଙ୍ଗ ଏବଂ ବିଭିନ୍ନ କେମିକାଲର ମିଶ୍ରଣରେ ପ୍ରସ୍ତୁତ କରାଯାଉଛି। ଏଭଳି ଏକ ସସ୍‌ କାରଖାନା କଟକରୁ ଠାବ ହୋଇଛି।

ଗୁରୁବାର ପୋଲିସ ଓ ସିଏମ୍‌ସି ପକ୍ଷରୁ ମାଲଗୋଦାମର ଏକ ଦୋକାନ ଏବଂ ୪୨ ମଉଜାରରେ ଏକ ସସ୍‌ ପସ୍ତୁତ କାରଖାନା ଉପରେ ଚଢାଉ କରାଯାଇଥିଲା। ଦୋକାନରୁ ୧୩ ପେଟି ନକଲି ଟମାଟୋ ଏବଂ ଚିଲି ସସ୍‌ ଜବତ କରାଯାଇଛି  । ସସ୍‌ ବୋତଲରେ ପ୍ରସ୍ତୁତି ତାରିଖ କିମ୍ବା ଏଫ୍‌ଏସ୍‌ଏସ୍‌ଆଇର କୌଣସି ଟ୍ୟାଗ ନ ଥିବା ଦେଖିବାକୁ ମିଳିଛି। ଏହି ଘଟଣାରେ ପୋଲିସ ଦୋକାନୀଙ୍କୁ ଅଟକ ରଖି ପଚରାଉଚରା କରୁଛି। ଦୋକାନୀ ଜଣକ ଏହି ସସ୍‌ ୪୨ ମଉଜାର ଏକ କରାଖାନରେ ପ୍ରସ୍ତୁତ ହେଉଥିବା ପୋଲିସକୁ କହିଥିଲେ। ପରେ ପୋଲିସ ୪୨ ମଉଜାର ସସ୍‌ କରାଖାନାରେ ଚଢାଉ କରିଥିଲା।

କାରଖାନାରୁ ୧୦ ପେଟି ନକଲି ସସ, ୧୫ ଶହ ଲିଟର ସସ୍‌, ବିପୁଳ ପରିମାଣରେ ପଚା କଖାରୁ, ରଙ୍ଗ, ଏସିଡ, କେମିକାଲ ଆଦି ଜବତ କରାଯାଇଛି। ଏଥସହ କାରଖାନା ମାଲିକକୁ ଅଟକ ରଖି ଘଟଣାର ଅଧିକ ତଦନ୍ତ ଚାଲିଥିବା ମାଲଗୋଦାମ ଥାନା ଅଧିକାରୀ ତୃପ୍ତିରଞ୍ଜନ ନାୟକ ସୂଚନା ଦେଇଛନ୍ତି।

କରାଖାନାରେ କଖାରୁକୁ ବ୍ୟବହରା କରି ରଙ୍ଗ ଏବଂ କେମିକାଲ ମିଶାଇ ସସ୍‌ ପ୍ରସ୍ତୁତ କରାଯାଉଥିଲା। ପରେ ଉକ୍ତ ସସକୁ ବଜାରରେ ବିକ୍ରି କରାଯାଉଥିଲା। ଲିଟର ପିଛା ଏହାକୁ ୨୭ ଟଙ୍କାରେ ବିକ୍ରି କରାଯାଉଥିବା ଜଣାପଡିଛି। ତେବେ ଏହି କାରଖାନା ଦିର୍ଘ ଦିନରୁ ଚାଲିଥିବା ସୂଚନା ମିଳିଛି। ଚଢାଉ ପରେ କାରଖାନାକୁ ବନ୍ଦ କରାଯାଇଛି। ସେହିପରି ସିଏମ୍‌ସି ଖାଦ୍ୟ ସୁରକ୍ଷା ଅଧିକାରୀ ପ୍ରତିକ୍ଷା ଦାସ ମହାପାତ୍ର କହିଛନ୍ତି, ଏହି ସସ୍‌ ଖାଦ୍ୟ ଉପେଯୋଗୀ ନୁହେଁ। କାରଣ ଏଥିରେ ଅତ୍ୟାଧିକ ରଙ୍ଗ ଏବଂ କେମିକାଲ ମିଶ୍ରଣ କରାଯାଇଛି। ସସ୍‌ର ନମୁନା ସଂଗ୍ରହ କରି ପରୀକ୍ଷା ପାଇଁ ପଠାଯାଇଛି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୩ ବର୍ଷର ପୁଅଙ୍କୁ ମାରି ଫାଶି ଲଗାଇଲେ ବାପା

ଝରିଗାଁ,୧୨।୮(ସ୍ବ.ପ୍ର.): ନିଶାଗ୍ରସ୍ତ ମଣିଷ ନିଜର ହିତାହିତ ଜ୍ଞାନ ଭୁଲିଯାଏ। ନିଶାର ବଶବର୍ତ୍ତୀ ହୋଇ ମଣିଷ ବଡ଼ବଡ଼ ଭୁଲ୍‌ କରିବସେ। ଏହାର ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି...

ରାନୀ ହାତୀ ହେଲେ ଝାରସୁଗୁଡ଼ା ପୌରାଧ୍ୟକ୍ଷା

ଝାରସୁଗୁଡ଼ା ଅଫିସ,୨୬।୩: ଝାରସୁଗୁଡ଼ା ପୌର ପରିଷଦ ନିର୍ବାଚନ ଫଳାଫଳ ଶନିବାର ପ୍ରକାଶ ପାଇଛି। ପୌରାଧ୍ୟକ୍ଷା ଭାବେ ବିଜେଡି ଦଳର ପ୍ରାର୍ଥିନୀ ରାନୀ ହାତୀ ବିଜୟୀ ହୋଇଛନ୍ତି।...

ବସ୍‌ ମାଲିକଙ୍କୁ ଆକ୍ରମଣ ଘଟଣା:୨ ଗିରଫ

ଭୁବନେଶ୍ୱର,୧୨ା୩ (ବ୍ୟୁରୋ): ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଦୁର୍ବୁତ୍ତମାନେ ରବିବାର ବସ୍‌ ମାଲିକ ଆଇଗିଣିଆର ବିମ୍ବାଧର ସୁନ୍ଦରାୟଙ୍କୁ ଗୁଳି ମାଡ଼ କରିବା ସହ ଗୋଡେଇ ଗୋଡେଇ ହାଣିଥିଲେ।...

ଶିଶୁର ଜୀବନ ଚାଲିଯିବା ପରେ…ରାସ୍ତା ନା ହସ୍ପିଟାଲ ଦାୟୀ

ଭୁବନେଶ୍ୱର, ୧୨।୨ (ବ୍ୟୁରୋ): ବିଳମ୍ବ ଯୋଗୁ ଚାଲିଯାଇଛି ୫ବର୍ଷର ନୀଲ୍‌ ନୀତୀଶ ନାୟକଙ୍କ ଜୀବନ। ରାଜଧାନୀ ରାଜରାସ୍ତାରେ ମଙ୍ଗଳବାର ପୂର୍ବାହ୍ନରେ ଘଟିଥିଲା ଏହି ହୃଦୟଥରା ଘଟଣା।...

ବିଶୋଧନ ହେଲା ଏନଏସି

ଭୁବନ, ୪।୪(ଡି.ଏନ୍.ଏ.)- ଢେଙ୍କାନାଳ ଜିଲା ଭୁବନ ଦମକଳ ବାହିନୀ ପକ୍ଷରୁ ଶନିବାର ଅଞ୍ଚଳର ପ୍ରମୁଖ ସ୍ଥାନଗୁଡିକୁ ବିଶୋଧନ କରାଯାଇଛି। ଏନଏସି କର୍ତ୍ତୃପକ୍ଷ ଏବଂ ତହସିଲଦାର ଶକ୍ତିକାନ୍ତ...

ଅପହରଣର ୭ ଦିନ ପରେ ଫେରିଲେ ଜୁନିୟର ଇଞ୍ଜିନିୟର

ମାଲକାନଗିରି,୧୭ା୧୧(ଡି.ଏନ୍‌.ଏ.): ବୁଧବାର ମାଓବାଦୀମାନେ ଅପହରଣ କରି ନେଇଥିବା କନିଷ୍ଠଯନ୍ତ୍ରୀ ଅଜୟ ରୋଶନ ଲାକ୍ରାଙ୍କୁ ଛାଡି ଦେଇଛନ୍ତି। ସ୍ବାମୀଙ୍କ ଅପହରଣ ପରେ ତାଙ୍କ ମୁକ୍ତି ପାଇଁ ପ୍ରଶାସନ...

୩୦ ଟନ୍‌ କ୍ରୋମାଇଟ ଜବତ, ୨ ଅଟକ

ଭୁବନ, ୧୪।୮(ଡି.ଏନ୍‌.ଏ.)-ଢେଙ୍କାନାଳ ଜିଲା ଭୁବନ ଥାନା ମୃଦଙ୍ଗା ହାଟଛକରେ କ୍ରୋମାଇଟ ଅପମିଶ୍ରଣ ବେଳେ ମଙ୍ଗଳବାର ସନ୍ଧ୍ୟାରେ ପୋଲିସ ଚଢ଼ାଉ କରି ୨ଜଣଙ୍କୁ ଅଟକ ରଖିଛି। ଘଟଣାସ୍ଥଳରୁ...

ପୁଣି ଶ୍ରଦ୍ଧାଞ୍ଜଳିଙ୍କୁ ଜେରା, ଚନ୍ଦନ ମୁହଁରେ ଅର୍ଚ୍ଚନା ଚରିତ

ଭୁବନେଶ୍ୱର,୨୬।୧୧(ବ୍ୟୁରୋ): ବହୁଚର୍ଚ୍ଚିତ ମହିଳା ବ୍ଲାକ୍‌ମେଲର୍‌ ଅର୍ଚ୍ଚନା ନାଗଙ୍କ ବେଆଇନ ଆର୍ଥିକ କାରବାର ଓ କଳା ସାମ୍ରାଜ୍ୟର ଗୋପନ ପେଡ଼ି ଖୋଲୁଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)। ୧୫ଜଣଙ୍କ...

Advertisement
Archives

Model This Week