Posted inଖେଳ

ଥୋମାସ୍‌ ଓ ଉବର କପ୍‌:ସହଜ ଡ୍ର’ରେ ଭାରତ

ନୂଆଦିଲ୍ଲୀ, ୪ା୮ (ପି.ଟି.)-କୋଭିଡ୍‌-୧୯ ଯୋଗୁ ଦୁଇଥର କାର୍ଯ୍ୟସୂଚୀରେ ପରିବର୍ତ୍ତନ କରାଯିବା ପରେ ଥୋମାସ୍‌ ଓ ଉବର କପ୍‌ ଫାଇନାଲ ଡେନମାର୍କର ଆରହସ୍‌ଠାରେ ଅକ୍ଟୋବର ୩ରୁ ୧୧ ପର୍ଯ୍ୟନ୍ତ ଆୟୋଜନ ପାଇଁ ସ୍ଥିର ହୋଇଛି। ଏଥିରେ ଭାରତ ଅପେକ୍ଷାକୃତ ସହଜ ଡ୍ର’ରେ ସ୍ଥାନ ପାଇଛି। ଭାରତୀୟ ପୁରୁଷ ବ୍ୟାଡ୍‌ମିଣ୍ଟନ ଦଳ ଗ୍ରୁପ୍‌ ସି’ରେ ସ୍ଥାନ ପାଇଛି। ଏହି ଗ୍ରୁପ୍‌ରେ ୨୦୧୬ ଚାମ୍ପିୟନ ଡେନମାର୍କ, ଜର୍ମାନୀ ଓ ଆଲଜେରିଆ ସ୍ଥାନ ପାଇଛନ୍ତି। ଅନ୍ୟପକ୍ଷରେ ମହିଳା ଦଳକୁ ୧୪ଥର ବିଜେତା ଚାଇନା, ଫ୍ରାନ୍ସ ଓ ଜର୍ମାନୀ ସହ ଗ୍ରୁପ୍‌ ଡି’ରେ ସ୍ଥାନ ମିଳିଛି। କୁଆଲାଲମ୍ପୁରସ୍ଥିତ ବ୍ୟାଡ୍‌ମିଣ୍ଟନ ଓ୍ବାଲର୍‌ଡ ଫେଡେରେଶନ (ବିଡବ୍ଲ୍ୟୁଏଫ୍‌) ମୁଖ୍ୟ କାର୍ଯ୍ୟାଳୟରେ ସୋମବାର ଡ୍ର’ ଅନୁଷ୍ଠିତ ହୋଇଥିଲା। ଟୁର୍ନାମେଣ୍ଟରେ ଉଭୟ ମହିଳା ଓ ପୁରୁଷ ଦଳ ୫ମ ସିଡ୍‌ ମାନ୍ୟତା ଲାଭ କରିଛନ୍ତି। ୧୩ ଥର ପୂର୍ବତନ ଚାମ୍ପିୟନ ଇଣ୍ଡୋନେସିଆ ଏବଂ ପୂର୍ବତନ ୬ଥର ଚାମ୍ପିୟନ ଜାପାନ ଯଥାକ୍ରମେ ଥୋମାସ କପ୍‌ ଓ ଉବର କପ୍‌ରେ ଟପ୍‌ ସିଡ୍‌ ମାନ୍ୟତା ଲାଭ କରିଛନ୍ତି। ଏହି ସମ୍ମାନଜନକ ଇଭେଣ୍ଟ ପ୍ରକୃତରେ ମେ’ ୧୬ରୁ ୨୪ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥାନ୍ତା କିନ୍ତୁ ଏହା ଅଗଷ୍ଟ ୧୫ରୁ ୨୩କୁ ଘୁଞ୍ଚାଇ ଦିଆଯାଇଥିଲା। ଶେଷରେ ଏହାକୁ ଅକ୍ଟୋବରରେ କରିବା ଲାଗି ନିଷ୍ପତ୍ତି ନିଆଯାଇଛି। କରୋନା ଭାଇରସ୍‌ ଯୋଗୁ ବିଡବ୍ଲ୍ୟୁଏଫ୍‌ ମାର୍ଚ୍ଚରେ ଅଲ୍‌ ଇଂଲଣ୍ଡ ପ୍ରତିଯୋଗିତା ପରଠାରୁ ଏହାର ଓ୍ବାଲର୍‌ଡ ଟୁର୍‌ ଏବଂ ସ୍ବୀକୃତିପ୍ରାପ୍ତ ଅନ୍ୟ ଟୁର୍ନାମେଣ୍ଟଗୁଡ଼ିକୁ ଶଟ୍‌ ଡାଉନ୍‌ କରି ଦେଇଥିଲା। ଥୋମାସ ଓ ଉବର କପ୍‌ ଫାଇନାଲରେ ପ୍ରତି ଗ୍ରୁପ୍‌ର ଶ୍ରେଷ୍ଠ ଦୁଇ ଦଳ ନକ୍‌ ଆଉଟ୍‌ ପର୍ଯ୍ୟାୟକୁ ଉନ୍ନୀତ ହେବେ। ୨୦୧୮ରେ ଅନୁଷ୍ଠିତ ଗତ ସଂସ୍କରଣରେ ଭାରତୀୟ ମହିଳା ଓ ପୁରୁଷ ଦଳ ନକ୍‌ଆଉଟ ଷ୍ଟେଜ୍‌କୁ ଉନ୍ନୀତ ହୋଇ ପାରି ନ ଥିଲେ। ଉବର କପ୍‌ର ୨୦୧୬ ସଂସ୍କରଣ ସେମିଫାଇନାଲ ଷ୍ଟେଜ୍‌ରେ ଭାରତୀୟ ମହିଳା ଦଳ ଚାଇନାଠାରୁ ପରାଜିତ ହୋଇଥିଲା। ସେମାନେ ଆହୁରି ମଧ୍ୟ ୨୦୧୪ ନୂଆଦିଲ୍ଲୀ ସଂସ୍କରଣରେ ସେମିଫାଇନାଲରେ ପ୍ରବେଶ କରିପାରିଥିଲେ।
ଥୋମାସ୍‌ କପ୍‌ (ପୁରୁଷ)
ଗ୍ରୁପ୍‌ ଏ’: ଇଣ୍ଡୋନେସିଆ, ମାଲେସିଆ, ହଲାଣ୍ଡ ଓ ଇଂଲଣ୍ଡ।
ଗ୍ରୁପ୍‌ ବି’: ଚାଇନା, ତାଇଓ୍ବାନ, ଅଷ୍ଟ୍ରେଲିଆ ଓ ଫ୍ରାନ୍ସ।
ଗ୍ରୁପ୍‌ ସି’: ଡେନମାର୍କ, ଭାରତ, ଜର୍ମାନୀ ଓ ଆଲଜେରିଆ।
ଗ୍ରୁପ୍‌ ଡି’: ଜାପାନ, ଦକ୍ଷିଣ ଆଫ୍ରିକା, ଥାଇଲାଣ୍ଡ ଓ କାନାଡା।
ଉବର କପ୍‌ (ମହିଳା)
ଗ୍ରୁପ ଏ’: ଜାପାନ, ତାଇଓ୍ବାନ, ଇଜିପ୍ଟ ଓ ସ୍ପେନ୍‌।
ଗ୍ରୁପ୍‌ ବି’: କୋରିଆ, ଇଣ୍ଡୋନେସିଆ, ଅଷ୍ଟ୍ରେଲିଆ ଓ ମାଲେସିଆ।
ଗ୍ରୁପ୍‌ ସି’: ଥାଇଲାଣ୍ଡ, ଡେନମାର୍କ, ସ୍କଟଲାଣ୍ଡ ଓ କାନାଡା।
ଗ୍ରୁପ୍‌ ଡି’: ଚାଇନା, ଭାରତ, ଫ୍ରାନ୍ସ ଓ ଜର୍ମାନୀ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଇତିହାସ ରଚିଲେ ଚହଲ: ଆଇପିଏଲ୍‌ରେ ଏମିତି କାରନାମା କରିବାରେ ପ୍ରଥମ ବୋଲର

ନୂଆଦିଲ୍ଲୀ,୨୩।୪: ମୁମ୍ବାଇ ଇଣ୍ଡିଆନ୍ସ ଏବଂ ରାଜସ୍ଥାନ ରୟାଲ୍ସ ମଧ୍ୟରେ ଖେଳାଯାଇଥିବା ମ୍ୟାଚରେ ୟୁଜବେନ୍ଦ୍ର ଚହଲ ତାଙ୍କ ଆଇପିଏଲ କ୍ୟାରିୟରରେ ୨୦୦ ଉଇକେଟ ପୂରଣ କରିଛନ୍ତି। ମୁମ୍ବାଇ...

ଅରେଞ୍ଜ କ୍ୟାପ୍‌ ଉପରେ କୋହଲଙ୍କ କବ୍‌ଜା: ପର୍ପଲ କ୍ୟାପ୍‌ ରେସ୍‌ ହେଉଛି ରୋଚକ

ନୂଆଦିଲ୍ଲୀ,୨୩।୪: ବ୍ୟାଟ୍ସମ୍ୟାନ ଭାବରେ ବିରାଟ କୋହଲିଙ୍କ ଆଭିମୁଖ୍ୟ ଆଇପିଏଲ ୨୦୨୪ ରେ ଜାରି ରହିଛି। ବିରାଟ କୋହଲି ୮ଟି ମ୍ୟାଚରେ ହାରାହାରି ୬୩.୧୭ରେ ୩୭୯ ରନ...

ହଠାତ୍‌ ପଡ଼ିଆ ମଝିରେ ବିପକ୍ଷ ବ୍ୟାଟ୍ସମ୍ୟାନଙ୍କୁ ଆଲିଙ୍ଗନ କଲେ ରୋହିତ ଶର୍ମା: ଜାଣନ୍ତୁ କାହିଁକି

ମୁମ୍ବାଇ,୨୩।୪: ରାଜସ୍ଥାନ ରୟାଲ୍ସର ଓପନର୍‌ ଯଶସ୍ବୀ ଜୟସ୍ବାଲ ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ୬୦ ବଲରେ ୧୦୪ ରନର ଅପରାଜିତ ଇନିଂସ ଖେଳିଥିଲେ। ସେ ତାଙ୍କ ଇନିଂସରେ...

ପିଏନ୍‌ବି ବାଲେଶ୍ୱର ମଣ୍ଡଳର ନୂତନ ମଣ୍ଡଳ ମୁଖ୍ୟ

ଭୁବନେଶ୍ୱର,୨୩।୪: ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ ବା ପିଏନ୍‌ବି ବାଲେଶ୍ୱର ମଣ୍ଡଳର ନୂତନ ମଣ୍ଡଳ ମୁଖ୍ୟ ଭାବେ ବିଶ୍ୱଜିତ ବିଶ୍ୱାଳ ନିକଟରେ କାର୍ଯ୍ୟଭାର ଗ୍ରହଣ କରିଛନ୍ତି। ଏହା...

‘ଗୁକେଶ ଭବିଷ୍ୟତର ବିଶ୍ୱ ଚାମ୍ପିୟନ’

ନୂଆଦିଲ୍ଲୀ, ୨୪ା୪(ପି.ଟି.): ମର୍ଯ୍ୟାଦାପୂର୍ଣ୍ଣ କ୍ୟାଣ୍ଡିଡେଟ୍ସ ଟୁର୍ନାମେଣ୍ଟ ଜିତି ଭାରତର ଡି. ଗୁକେଶ ଏକ ଐତିହାସିକ ସଫଳତା ହାସଲ କରିଛନ୍ତି। କେବଳ ଚେସ୍‌ ନୁହେଁ ସବୁ ମହଲରେ...

ରୁଡ୍‌ଙ୍କୁ କ୍ୟାରିୟରର ବଡ଼ ଟାଇଟଲ

ବାର୍ସିଲୋନା, ୨୩ା୪ (ଏପି): କାସ୍ପର ରୁଡ୍‌ ବାର୍ସିଲୋନା ଓପନ ଟେନିସ ଚାମ୍ପିୟନ ହୋଇଛନ୍ତି। ଟୁର୍ନାମେଣ୍ଟର ଫାଇନାଲରେ ସେ ଷ୍ଟିଫାନସ ସିତ୍‌ସିପାସଙ୍କୁ ୭-୫, ୬-୩ରେ ହରାଇ ଦେଇଛନ୍ତି।...

ବାଗାନ ମୁକାବିଲା ପାଇଁ ଓଡ଼ିଶା ଏଫ୍‌ସି ପ୍ରସ୍ତୁତ

ଭୁବନେଶ୍ୱର, ୨୩।୪ (ତପନ ସ୍ବାଇଁ): ଇତିହାସ ସୃଷ୍ଟି ହୋଇସାରିଛି। ଓଡ଼ିଶା ଏଫ୍‌ସି ପ୍ରଥମ ଥର ପାଇଁ ଇଣ୍ଡିଆନ ସୁପର ଲିଗ୍‌ (ଆଇଏସ୍‌ଏଲ୍‌)ରେ ସେମିଫାଇନାଲରେ ପ୍ରବେଶ କରିଛି।...

ଅମ୍ପାୟାରଙ୍କ ସହ ଯୁକ୍ତିତର୍କ କରିବା କୋହଲିଙ୍କୁ ପଡ଼ିଲା ମହଙ୍ଗା, ବିସିସିଆଇ ନେଲା କାର୍ଯ୍ୟାନୁଷ୍ଠାନ

ନୂଆଦିଲ୍ଲୀ,୨୨।୪: ଆଇପିଏଲ ୨୦୨୪ରେ କୋଲକାତା ନାଇଟ ରାଇଡର୍ସ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମଧ୍ୟରେ ରବିବାର ଏକ ମ୍ୟାଚ ହୋଇଥିଲା। ଯେଉଁଥିରେ କେକେଆର୍‌ ୧ ରନ୍‌ରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri