ଆମିରଙ୍କ ଘରର ଏହି ସଦସ୍ୟ କରୋନା ପଜିଟିଭ୍‌

ମୁମ୍ବାଇ,୩୦।୬: ବଲିଉଡ୍‌ର ମିଷ୍ଟର ଫରଫେକ୍ଟନିଷ୍ଟ ଆମିର ଖାଁଙ୍କ ଘରର ଜଣେ ସଦସ୍ୟ କରୋନାରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି। ଅମିରଙ୍କ ଘରେ କାମ କରୁଥିବା କର୍ମଚାରୀଙ୍କ ମଧ୍ୟରୁ କେତେକଙ୍କ କରୋନା ପଜିଟିଭ୍‌ ବାହାରିଛି। ମୁମ୍ବାଇ ବିଏମ୍‌ସି ପକ୍ଷରୁ ସେମାନଙ୍କୁ କ୍ୱାରାଣ୍ଟାଇନ୍‌ରେ ରଖାଯିବା ସହ ଉକ୍ତ ସୋସାଇଟିକୁ ସାନିଟାଇଜ୍‌ କରାଯାଇଛି। ଏହାପରେ ଘରର ବାକି ସମସ୍ତ ସଦସ୍ୟଙ୍କର କରୋନା ଯାଞ୍ଜ କରାଯାଇଛି। ତେବେ ସମସ୍ତଙ୍କ ରିପୋର୍ଟ ନେଗେଟିଭ ଆସିଛି ବୋଲି ଆମିର ଟୁଇଟ କରି ସୂଚନା ଦେଇଛନ୍ତି। କେବଳ ତାଙ୍କ ମା’ଙ୍କ କରୋନା ଯାଞ୍ଚ କରାଯାଇ ନ ଥିବା ବେଳେ ଖୁବ୍‌ଶୀଘ୍ର ତାଙ୍କର ଯାଞ୍ଜ କରାଯିବ। ଦୟାକରି ପ୍ରାର୍ଥନା କରନ୍ତୁ ଯେ, ମା’ଙ୍କ ରିପୋର୍ଟ ନେଗେଟିଭ୍‌ ଆସୁ। ଆମିର ଟୁଇଟ କରି ନିଜ ପ୍ରଶଂସକଙ୍କୁ ଏଭଳି ନିବେଦନ କରିବା ସହ ଉକ୍ତ ଘଟଣାରେ ବିଏମ୍‌ସି ଦେଖାଇଥିବା ତତ୍ପରତାକୁ ସେ ବେଶ୍‌ ପ୍ରଶଂସା କରିଛନ୍ତି। ଏନେଇ ଆମିର ବିଏମ୍‌ସିକୁ ଧନ୍ୟବାଦ ମଧ୍ୟ ଜଣାଇଛନ୍ତି। ଏତଦ ବ୍ୟତୀତ କୋକିଲାବେନ ହସ୍ପିଟାଲର ଡାକ୍ତର, ନର୍ସ ଓ ସମସ୍ତ ସ୍ବାସ୍ଥ୍ୟ କର୍ମଚାରୀଙ୍କ କାର୍ଯ୍ୟକୁ ସେ ପ୍ରଶଂସା କରିବା ସହ ସମସ୍ତଙ୍କୁ ସୁରକ୍ଷିତ ରହିବାକୁ ନିବେଦନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦେଶର ୪ ବିମାନ ବନ୍ଦରକୁ ବୋମାରେ ଉଡାଇ ଦେବାକୁ ମିଳିଲା ଧମକ

ନୂଆଦିଲ୍ଲୀ,୨୭।୪: ଦେଶର ଚାରୋଟି ବିମାନବନ୍ଦରକୁ ବୋମାରେ ଉଡାଇ ଦେବାକୁ ଧମକ ଆସିଛି। ଇ-ମେଲ ମାଧ୍ୟମରେ ଦାବି କରାଯାଇଛି ଯେ କୋଲକାତା ବିମାନବନ୍ଦର ସମେତ ଦେଶର ଚାରୋଟି...

ଟିଏମସିକୁ ଆତଙ୍କବାଦୀ ସଙ୍ଗଠନ ଘୋଷଣା କରାଯାଉ: ଶୁଭେନ୍ଦୁ ଅଧିକାରୀ

କୋଲକାତା,୨୭।୪: ସନ୍ଦେଶଖାଲି ପ୍ରସଙ୍ଗରେ ଭାଜପା କ୍ରମାଗତ ଭାବେ ତ୍ରୁଣମୂଳ କଂଗ୍ରେସ(ଟିଏମସି) ଉପରେ ଆକ୍ରମଣ କରୁଛି। ସନ୍ଦେଶଖାଲି ହିଂସା ଏବଂ ମହିଳାଙ୍କ ଉପରେ ହେଉଥିବା ନିର୍ଯ୍ୟାତନା ମାମଲା...

ପୁଣି ଲାଲ ସାଗରରେ ତାଣ୍ଡବ କଲେ ହୁତି ବିଦ୍ରୋହୀ! ଭାରତ ଆସୁଥିବା ତେଲ ଟ୍ୟାଙ୍କର ଉପରକୁ ମିଶାଇଲ ମାଡ

ନୂଆଦିଲ୍ଲୀ,୨୭।୪: ହୁତି ବିଦ୍ରୋହୀମାନେ ପୁଣି ଥରେ ଲୋହିତ ସାଗରରେ ଏକ ତାଣ୍ଡବ ସୃଷ୍ଟି କରିଛନ୍ତି। ୟେମେନର ହୁତି ବିଦ୍ରୋହୀ ସଂଗଠନ ଶନିବାର କହିଛି ଯେ ସେମାନଙ୍କର...

ଶୋଇଥିବା ବେଳେ ଫୁଟିଲା ଗୁଳି, ୨ ଯବାନ ଶହୀଦ

ଇମ୍ଫାଲ,୨୭।୪: ମଣିପୁରରେ ପୁଣି ହିଂସା। କେନ୍ଦ୍ରୀୟ ରିଜର୍ଭ ଫୋର୍ସର ଯବାନମାନେ ଶୋଇଥିବା ବେଳେ ସେମାନଙ୍କ ଉପରକୁ ଆକ୍ରମଣ କରିଛନ୍ତି ଉଗ୍ରବାଦୀ । ଏଥିରେ ଦୁଇ ଯବାନ...

ଘର ଛାଡ଼ିବେନି ସଲମାନ୍‌

ବମ୍ବେ: ବଲିଉଡ୍‌ର ତିନି ଖାନ୍‌ଙ୍କ ମଧ୍ୟରୁ ସଲମାନ୍‌ଙ୍କ ଲୋକପ୍ରିୟତା କାହିଁରେ କେତେ। ଏଯାଏ କୁଆଁରା ଥିବା ଏହି ଅଭିନେତାଙ୍କ ପୁରୁଷ ଅପେକ୍ଷା ମହିଳା ପ୍ରଶଂସକଙ୍କ ତାଲିକା...

୧୦୦% ଭିଭିପିଏଟି ଯାଞ୍ଚ ହେବନାହିଁ

ନୂଆଦିଲ୍ଲୀ,୨୭ା୪: ମତଦାନ ବେଳେ ଇଲେକ୍ଟ୍ରୋନିକ୍‌ ଭୋଟିଂ ମେଶିନ (ଇଭିଏମ୍‌) ସହ ଭୋଟର ଭେଭିଫିଏବଲ୍‌ ପେପର ଅଡିଟ୍‌ ଟ୍ରାଏଲ (ଭିଭିପିଏଟି) ମେଶିନରୁ ବାହାରୁଥିବା ପେପର ସ୍ଲିପ୍‌ର ୧୦୦% ଯାଞ୍ଚ...

୮୮ ଆସନରେ ୬୧% ମତଦାନ

ନୂଆଦିଲ୍ଲୀ,୨୭ା୪: ଲୋକ ସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟରେ ଶୁକ୍ରବାର ୧୩ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ୮୮ଟି ଆସନରେ ମତଦାନ ଅନୁଷ୍ଠିତ ହୋଇଯାଇଛି। ଅପରାହ୍ନ ୫ଟା...

ସାରା ଦେଶରେ ୟୁସିସି ଲାଗୁହେବ: ଶାହା

ଗୁନା,୨୭ା୪: କଂଗ୍ରେସ ନିର୍ବାଚନ ଇସ୍ତାହାରରେ ଧର୍ମୀୟ ପର୍ସନାଲ ଲ’କୁ କାଏମ ରଖିବା ପାଇଁ ପ୍ରତିଶ୍ରୁତି ଦେଇଥିବାବେଳେ ସାରା ଦେଶରେ ସମାନ ନାଗରିକ ସଂହିତା (ୟୁସିସି) ଲାଗୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri