Posted inଜାତୀୟ

ଗର୍ଭବତୀଙ୍କୁ ଚିକିତ୍ସା ପାଇଁ ମନା କଲେ ହସ୍ପିଟାଲ କର୍ତ୍ତୃପକ୍ଷ: ରାସ୍ତାରେ କଲେ ପ୍ରସବ

ଜୟପୁର, ୩୦।୬: କରୋନା ସଂକ୍ରମଣ ନେଇ ଏବେ ଲୋକଙ୍କ ମଧ୍ୟରେ ଆତଙ୍କ ଦେଖାଦେଇଛି। ବହୁ ଗୁରୁତର ସମସ୍ୟା ନେଇ ଆସୁଥିବା ରୋଗୀଙ୍କୁ ମଧ୍ୟ ହସ୍ପିଟାଲରେ ଭର୍ତ୍ତି କରାଯିବାକୁ ମନା କରି ଦିଆଯାଉଛି। ରାଜସ୍ଥାନ ବାଂସଓ୍ବାଡ଼ାରେ ଏଭଳି ଏକ ଅଭାବନୀୟ ଘଟଣା ଘଟିଛି। ସ୍ଥାନୀୟ କରଣଘାଟି ଗାଁ ବାସିନ୍ଦା ମାନସିଂଙ୍କ ଗର୍ଭବତୀ ସ୍ତ୍ରୀ କାନ୍ତୁଙ୍କର ପ୍ରସବ ଯନ୍ତ୍ରଣା ସୋମବାର ରାତ୍ରରେ ଆରମ୍ଭ ହୋଇଥିଲା। ଗାଁରେ ଥିବା ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର ପକ୍ଷରୁ କାନ୍ତୁଙ୍କୁ ବାଂସଓ୍ବାଡ଼ା ହସ୍ପିଟାଲ ନେବାକୁ କୁହାଯାଇଥିଲା। ତେବେ ନେବା ଲାଗି କୌଣସି ଆମ୍ବୁଲାନ୍ସ୍‌ ବ୍ୟବସ୍ଥା କରାଯାଇ ନ ଥିଲା। ମାନସିଂ ଏକ ଘରୋଇ ଗାଡ଼ିରେ କାନ୍ତୁଙ୍କୁ ନେଇ ହସ୍ପିଟାଲ ଅଭିମୁଖେ ବାହାରି ଥିଲେ। ତେବେ ବାଟରେ ଅତ୍ୟଧିକ ଯନ୍ତ୍ରଣା ହେବାରୁ ତାଙ୍କୁ ମୋହକମପୁରା ହସ୍ପିଟାଲରେ ଭର୍ତ୍ତି ଲାଗି ମାନସିଂ ନେଇଥିଲେ। କିନ୍ତୁ ହସ୍ପିଟାଲ କର୍ତ୍ତୃପକ୍ଷ ଭର୍ତ୍ତି କରିବାକୁ ମନା କରିଥିଲେ। କିନ୍ତୁ ବାଂସଓ୍ବାଡ଼ା ଯିବା ପାଇଁ ସମୟ ନ ଥିଲା। ମାନସିଂ ହସ୍ପିଟାଲ ପରିସରରେ ଅପେକ୍ଷା କରିଥିଲେ। ଅତ୍ୟଧିକ ଯନ୍ତ୍ରଣା ହେବାରୁ କାନ୍ତୁଙ୍କ ପ୍ରସବ ତାଙ୍କ ଶାଶୁ ନିକସ୍ଥ ରାସ୍ତା କଡ଼ରେ କରାଇଥିଲେ। ଏଠାରେ ସେଲୁନ୍‌ କରିଥିବା ଜଣେ ବ୍ୟକ୍ତି ଏକ ଚାଦର ଦେଇଥିଲେ। ଚାଦର ଘେରାଇ କାନ୍ତୁଙ୍କ ପ୍ରସବ କରାଯାଇଥିଲା। ପ୍ରସବର ଅଧଘଣ୍ଟା ପରେ ମୋହକମପୁରା ହସ୍ପିଟାଲର ଆୟୁର୍ବେଦିକ ମେଲ୍‌ ନର୍ସିଂ ଷ୍ଟାଫ୍‌ ଶିଶୁର ନାହିନାଡ଼ କାଟିବା ସହିତ ତାଙ୍କୁ କୁଶଲଗଡ଼ ନେଇ ଯିବାକୁ ପରାମର୍ଶ ଦେଇଥିଲେ। ଖବର ପ୍ରଚାର ହେବା ପରେ ହସ୍ପିଟାଲ ସିଏମ୍‌ଓ ଡ. ଏଚ୍‌.ଏଲ୍‌. ତାବିୟାର କହିଛନ୍ତି ଯେ, କରୋନା ସଂକ୍ରମଣ ଲାଗି ଏପରି କରା ଯାଇନାହିଁ। ମୋହକମପୁରାରେ ଜଣେ ନର୍ସିଂ କର୍ମଚାରୀ ଥିଲେ। ତେଣୁ ଗର୍ଭବତୀଙ୍କୁ କୁଶଲଗଡ଼ ନେବାକୁ କୁହାଯାଇଥିଲା। ତେବେ କୁଶଲଗଡ଼ରେ କାହିଁକି ଡାକ୍ତର ଉପସ୍ଥିତ ନ ଥିଲେ ଏହାର ତଦନ୍ତ ପାଇଁ ନିର୍ଦ୍ଦେଶ ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଏହି ଆସନରୁ ନିର୍ବାଚନ ଲଢିବେ ଅଖିଳେଶ,ଗୁରୁବାର ପ୍ରାର୍ଥିପତ୍ର ଦାଖଲ

ଲକ୍ଷ୍ନୌ,୨୪।୪: ଏସପି ସୁପ୍ରିମୋ ଅଖିଲେଶ ଯାଦବ କନ୍ନୌଜ ଲୋକ ସଭା ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରିବେ। ଗୁରୁବାର ମଧ୍ୟାହ୍ନ ୧୨ଟାରେ ନାମାଙ୍କନପତ୍ର ଦାଖଲ କରାଯିବ। ଏହାପୂର୍ବରୁ ଏସପି...

ନିର୍ବାଚନ ରାଲିରେ କେନ୍ଦ୍ର ମନ୍ତ୍ରୀ ନୀତିନ ଗଡକରୀ ଅସୁସ୍ଥ

ମୁମ୍ବାଇ,୨୨ା୪: ମଙ୍ଗଳବାର ଅପରାହ୍ନରେ ମହାରାଷ୍ଟ୍ରର ୟାଭାଟମାଲରେ ଏକ ନିର୍ବାଚନ ରାଲିରେ କେନ୍ଦ୍ର ମନ୍ତ୍ରୀ ନୀତିନ ଗଡକରୀ ଅସୁସ୍ଥ ହୋଇପଡିଛନ୍ତି। ଗଡକରୀ ଭାଜପାର ନାଗପୁର ପ୍ରାର୍ଥୀ ଭାବରେ...

ରେଳ ବିଭାଗର ବଡ଼ ଘୋଷଣା, ଏବେ ଆପଣଙ୍କୁ ମିଳିବ କନଫର୍ମ ଟିକେଟ୍‌

ନୂଆଦିଲ୍ଲୀ,୨୪।୪: ରେଳ ବିଭାଗର ବଡ଼ ଘୋଷଣା। ଟ୍ରେନ ଯାତ୍ରୀଙ୍କ ପାଇଁ ଆସିଲା ଖୁସି ଖବର । ଆଉ ଟ୍ରେନରେ ୱେଟିଂ କି ଆରଏସି ଟିକେଟ ଝାମେଲା...

ଭିଣୋଇ ଆସିଲେ ଘରର କାଗଜ ପତ୍ର ଲୁଚାଇ ଦେବେ, ରବର୍ଟ ଭଦ୍ରାଙ୍କୁ ଟାର୍ଗେଟ କଲେ ସ୍ମୃତି ଇରାନୀ

ନୂଆଦିଲ୍ଲୀ,୨୪।୪: ବୁଧବାର ଉତ୍ତର ପ୍ରଦେଶର ଆମେଠୀରେ ଏକ ନିର୍ବାଚନ କାର୍ଯ୍ୟକ୍ରମକୁ ସମ୍ବୋଧିତ କରୁଥିବା ବେଳେ କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀ ଗାନ୍ଧୀ ପରିବାରକୁ ଟାର୍ଗେଟ କରିଛନ୍ତି।...

ସନ୍ଦେହ ଆଧାରରେ ନିଷ୍ପତ୍ତି ଦିଆଯିବ ନାହିଁ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୨୨ା୪: ନିର୍ବାଚନ ଆୟୋଗଙ୍କ ସ୍ପଷ୍ଟୀକରଣ ପରେ ସୁପ୍ରିମକୋର୍ଟ ବୁଧବାର ଇଭିଏମ୍‌ ଭିଭିପାଟ ମାମଲାରେ ନିଜର ନିଷ୍ପତ୍ତି ସଂରକ୍ଷଣ କରିଛନ୍ତି ଏବଂ ସନ୍ଦେହ ଆଧାରରେ ଏହି ନିଷ୍ପତ୍ତି...

ବ୍ୟାନ ହେଲା ଭାରତୀୟ ମସଲା ଏମଡିଏଚ-ଏଭରେଷ୍ଟ

ନୂଆଦିଲ୍ଲୀ,୨୪।୪: ଭାରତର ବଡ଼ ମସଲା କମ୍ପାନୀକୁ ନେଇ ଆସିଲା ବଡ଼ ଖବର। ଘରେ ଘରେ ବ୍ୟବହାର ହେଉଥିବା ଏହି ମସଲା ଘାତକ ସାବ୍ୟସ୍ତ ହୋଇପାରେ। କାରଣ...

ଓବିସିରେ ସାମିଲ ହେଲେ ମୁସଲମାନ

ବେଙ୍ଗାଲୁରୁ,୨୪।୪: ସଂରକ୍ଷଣର ସୁବିଧା ଯୋଗାଇବା ପାଇଁ କର୍ନାଟକ ସରକାର ମୁସଲମାନମାନଙ୍କୁ ପଛୁଆ ଶ୍ରେଣୀ (ଓବିସି) ରେ ଅନ୍ତର୍ଭୁକ୍ତ କରିଛନ୍ତି। ଜାତୀୟ ପଛୁଆ ଆୟୋଗ ଏକ ପ୍ରେସ...

ମନିଷ ସିସୋଡିଆଙ୍କୁ ପୁଣି ଝଟ୍‌କା

ନୂଆଦିଲ୍ଲୀ,୨୪।୪: ଦିଲ୍ଲୀ ଲିକର୍‌ ପଲିସି ସହ ଜଡିତ ସିବିଆଇ ମାମଲାରେ ବର୍ତ୍ତମାନ ଚାର୍ଜସିଟ ନକରିବାକୁ ଦାବି କରି ରାଉଜ ଆଭେନ୍ୟୁ କୋର୍ଟ କେନ୍ଦ୍ରୀୟ ଅନୁସନ୍ଧାନ ଏଜେନ୍ସିରୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri