ସାନ ଭାଇ ଠେଙ୍ଗା ମାଡ଼ରେ ମଝିଆ ଭାଇର ଜୀବନଗଲା

ନିରାକାରପୁର,୩୦।୬(ଡି.ଏନ୍‌.ଏ): ଖୋର୍ଦ୍ଧା ଜିଲା ଜଙ୍କିଆ ଥାନା ଅନ୍ତର୍ଗତ ସରପାରୀ ମଝିଆ ସାହିରେ ମଙ୍ଗଳବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ସାମାନ୍ୟ ବଚସାରୁ ସାନ ଭାଇର ଠେଙ୍ଗା ମାଡ଼ରେ ମଝିଆ ଭାଇର ମୃତ୍ୟୁ ଘଟିଛି। ମୁତକ ହେଲେ ବିଜୟ ଅଧିକାରୀ (୩୦)। ବିଜୟ ସାନଭାଇ ଅଜୟ ଅଧିକାରୀ (୨୨)ଙ୍କ ସହ ଛାତ ଉପରେ ଶୋଇଥିଲେ। ଭୋର ସମୟରେ ଜମିବାଡିକୁ କେନ୍ଦ୍ରକରି ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା। ଏଥିରେ ଅଜୟ ଉତ୍ତ୍ୟକ୍ତ ହୋଇ ଏକ ଠେଙ୍ଗାରେ ବିଜୟଙ୍କୁ ପିଟିଦେଇଥିଲେ। ପରେ ଗୁରୁତର ଅବସ୍ଥାରେ ତାଙ୍କୁ ଭୁବନେଶ୍ୱରର ଏକ ମେଡିକାଲକୁ ନିଆ ଯାଇଥିଲେ ମଧ୍ୟ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତିା ଖବର ପାଇ ଜଙ୍କିଆ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଅଜୟଙ୍କୁ ନେଇ ଥାନାରେ ଅଟକ ରଖିଛି ।


Enter your email to get our daily news in your inbox.

All Right Reserved By Dharitri.Com

ରାସ୍ତାରେ ବସି ଆଇନଜୀବୀଙ୍କ ସତ୍ୟାଗ୍ରହ ଆନ୍ଦୋଳନ

ବ୍ରହ୍ମପୁର ଅଫିସ,୨୭ା୨ – ଗଞ୍ଜାମ ଜିଲାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା କରାଯାଉ ବୋଲି ୧୨ ବର୍ଷ ହେଲା ଦାବି ହେଉଛି। ଦିଗରେ କୌଣସି ପଦକ୍ଷେପ...

ମହୋତ୍ସବ ଋତୁ

ବୌଦ୍ଧ ଜିଲା ସଂସ୍କୃତିସମ୍ପନ୍ନ ଐତିହାସିକ, ଶାନ୍ତି, ପ୍ରୀତି ଓ ମୈତ୍ରୀର ପବିତ୍ର ମାଟି। ସେହି ଜିଲାରେ ବର୍ଷସାରା ମହୋତ୍ସବର ଋତୁ ଚାଲିଛି। ହରଭଙ୍ଗା ବ୍ଲକ ପୁରୁଣାକଟକରେ...

କଟକରୁ ହଟିବ ଶଟ୍‌ଡାଉନ୍‌

କଟକ ଅଫିସ,୧୨।୭- କଟକ ସହରରୁ ସୋମବାରଠାରୁ ଶଟ୍‌ଡାଉନ୍‌ ହଟିବ। କଟକ ମହାନଗର ନିଗମ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି। ତେବେ ପୂର୍ବପରି ଶନିବାର ଏବଂ ରବିବାର...

ସ୍ବର୍ଗଦ୍ୱାରରୁ ବିଜୁ ପଟ୍ଟନାୟକଙ୍କ ସମାଧି ହଟିବା ଘଟଣା: ଶ୍ରେୟ ପାଇଁ ପ୍ରତିଯୋଗିତା, ଦ୍ୱନ୍ଦ୍ୱରେ ଲୋକେ

ପୁରୀ ଅଫିସ, ୩।୧୧: ସ୍ବର୍ଗଦ୍ୱାରରୁ ହଟିବ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ସମାଧି ସ୍ଥଳ। ସ୍ମାରକୀ ଭାବେ କେବଳ ସ୍ମୃତି ଫଳକ ହିଁ ରହିବ। ଶୁକ୍ରବାର...

ସ୍ବାସ୍ଥ୍ୟ ବିଭାଗ ପ୍ରକଳ୍ପରେ କନ୍ଧମାଳକୁ ସ୍କଚ୍‌ ଆୱାର୍ଡ

ଫୁଲବାଣୀ ଅଫିସ, ୨୧ା୬-କନ୍ଧମାଳ ଜିଲା ସ୍ବାସ୍ଥ୍ୟ ବିଭାଗର ପ୍ରକଳ୍ପ ମର୍ଯ୍ୟାଦାଜନକ ସ୍କଚ୍‌ ଆୱାର୍ଡ ପାଇବାକୁ ବିବେଚିତ ହୋଇଛି। ସିଲ୍‌ଭର ବିଭାଗରେ ଜିଲାକୁ ଏହି ପୁରସ୍କାର ମିଳିବ।...

ଜାନୁୟାରୀ ୮ରେ ବିଭିନ୍ନ ଦାବି ନେଇ କଳାହାଣ୍ଡିରେ ହେବ ଧର୍ମଘଟ

ଭବାନୀପାଟଣା,୨୭।୧୨(ଡି.ଏନ୍‌.ଏ.) : କେନ୍ଦ୍ର ସରକାରଙ୍କ ଦରଦାମ୍‌ ବୃଦ୍ଧି ବନ୍ଦ, ଶ୍ରମିକମାନଙ୍କୁ ମାସିକ ସର୍ବନିମ୍ନ ମଜୁରୀ ୨୧ ହଜାର ଟଙ୍କା ପ୍ରଦାନ, ସମାନ କାମକୁ ସମାନ ଦରମା,...

ପ୍ରଧାନମନ୍ତ୍ରୀ ଆବାସ ପାଇଁ ଅଗ୍ରାଧିକାର ତାଲିକା ଦ୍ୱନ୍ଦ୍ୱ: ବିଡିଓଙ୍କ ନେତୃତ୍ୱରେ ସ୍ଥିତି ସମୀକ୍ଷା

ରସୁଲପୁର,୩।୧(ଡି.ଏନ୍‌.ଏ.)- ଯାଜପୁର ଜିଲାର ରସୁଲପୁର ବ୍ଲକରେ ପ୍ରଧାନମନ୍ତ୍ରୀ ଆବାସ ପାଇଁ ଅଗ୍ରାଧିକାର ତାଲିକା ଦ୍ୱନ୍ଦ୍ୱ ସରୁନି। ବିଡିଓ ଉମାକାନ୍ତ ପରିଡ଼ାଙ୍କ ତତ୍ତ୍ୱାବଧାନରେ ଏକାଧିକ ଦଳ ତଦନ୍ତରେ...

ଫ୍ରିଜ୍‌ ମରାମତି ଦୋକାନରେ ନିଆଁ : ଲକ୍ଷାଧିକ ଟଙ୍କାର କ୍ଷୟକ୍ଷତି

ବାଲେଶ୍ୱର ଅଫିସ, ୨୫।୫: -ବାଲେଶ୍ୱର ସହରସ୍ଥିତ ତେଲେଙ୍ଗାସାହି ରାସ୍ତାର ମ୍ୟୁନିସିପାଲିଟି କମ୍ପ୍ଲେକ୍ସରେ ଥିବା ଏକ ଫେବ୍ରିକ୍‌ ୟୁନିଟ୍‌ରେ କୌଣସି କାରଣରୁ ନିଆଁ ଲାଗି ଲକ୍ଷାଧିକ ଟଙ୍କାର...

Coronavirus Update

UTI
Archives

Model This Week

Why Dharitri

Leave a comment

Your email address will not be published. Required fields are marked *