ଏମାନେ ମହାନ୍‌

ତପସ୍ୱିନୀ ପଟ୍ଟନାୟକ

 

ପ୍ରଛାତ୍ର ମଧ୍ୟରେ ଥିବା ପ୍ରତିଭା ଆଉ ସାମର୍ଥ୍ୟ ଚିହ୍ନଟ କରିବାରେ ମଧ୍ୟ ଶିକ୍ଷକଙ୍କ ଭୂମିକା ଖୁବ୍‌ ଅଧିକ। ଶିକ୍ଷାର ପରବର୍ତ୍ତୀ ପର୍ଯ୍ୟାୟରେ ସେ ଯେତେବେଳେ କ୍ୟାରିଅର ଗଢ଼େ ସେତେବେଳେ ଶିକ୍ଷକ ତାକୁ ଆଗକୁ ବଢ଼ିବାରେ ସାହାଯ୍ୟ କରନ୍ତି। ଉପଯୁକ୍ତ ପ୍ରୋତ୍ସାହନ, ସାହସ ଓ ରାସ୍ତା ଦେଖାଇ ଜଣେ ଶିକ୍ଷକ ପରବର୍ତ୍ତୀ ପିଢ଼ି ପାଖରେ ସବୁ ସୁଗୁଣ ଭରି ଦେଇ ସୁନାଗରିକ ଭାବରେ ଗଢ଼ିଦେଇପାରନ୍ତି ତାକୁ। ଯେତେବେଳେ ଶିଶୁଟିଏ ପ୍ରଥମକରି ମାଆବାପାଙ୍କ ହାତଧରି ସ୍କୁଲରେ ପହଞ୍ଚେ ସେହିଠାରେ ଶିକ୍ଷକ ଛାତ୍ର ସମ୍ପର୍କର ମୂଳଦୁଆ ପଡ଼େ। ଏହି ମୂଳଦୁଆ ଉପରେ ଠିଆହୁଏ ଭବିଷ୍ୟତର ସମ୍ପର୍କ। ପ୍ରତିଟି ସୋପାନରେ ସମ୍ପର୍କ ବଦଳେ କିନ୍ତୁ ମୂଳଦୁଆ ସମାନ ଥାଏ। ଧୀରେ ଧୀରେ ଶିକ୍ଷକ ସାଥୀ, ସମୀକ୍ଷକ, ପଥପ୍ରଦର୍ଶକ, ସହଯୋଗୀ ପାଲଟିଯାଆନ୍ତି। ସେଥିପାଇଁ ଖ୍ୟାତନାମା ଆମେରିକୀୟ ଇତିହାସକାର ହେନ୍‌ରୀ ଆଡାମ୍ସ କହିଥିଲେ – ଶିକ୍ଷକର ପ୍ରଭାବ ଅସୀମ, ସେ କେବେ କହିପାରିବ ନାହିଁ କେତେବେଳେ ଛାତ୍ର ଜୀବନ ଉପରେ ତା’ ବ୍ୟକ୍ତିତ୍ୱର ପ୍ରଭାବ ପଡ଼ିବା ଶେଷ ହୋଇଯିବ। ସେଥିପାଇଁ ମହାନ୍‌ ଗ୍ରୀକ୍‌ ଦାର୍ଶନିକ ଆରିଷ୍ଟୋଟଲ କହିଛନ୍ତି- ପିତା ମାତାଙ୍କଠାରୁ ଶିକ୍ଷକ(ଗୁରୁ) ଆହୁରି ସମ୍ମାନ୍‌ନୀୟ। ପିତାମାତା ଜନ୍ମଦିଅନ୍ତି କିନ୍ତୁ ଗୁରୁ ପ୍ରକୃତ ଅର୍ଥରେ ଜୀବନ ଦିଅନ୍ତି, ବଞ୍ଚିବାର କଳା ଶିଖାନ୍ତି।
ପୁରାକାଳରେ ଯେଉଁମାନେ ଜୀବନର ଅନେକ ବର୍ଷ ଅଧ୍ୟୟନ ଓ ଗବେଷଣାରେ ବ୍ୟୟ କରୁଥିଲେ ସେମାନେ ପରବର୍ତ୍ତୀ ପିଢ଼ିକୁ ଶିକ୍ଷିତ କରିବାର ଦାୟିତ୍ୱ ନେଉଥିଲେ। ଏହି ପରିପ୍ରେକ୍ଷୀରେ ଆସନ୍ତୁ ଦେଖିବା କିଛି ମହାନ୍‌ ଭାରତୀୟ ଶିକ୍ଷକଙ୍କୁ। ଚାଣକ୍ୟ(ଖ୍ରୀ:ପୂ.୩୭୦-୨୮୩): କୌଟିଲ୍ୟ ବା ବିଷ୍ଣୁଗୁପ୍ତ ଭାବରେ ସେ ଇତିହାସରେ ଖ୍ୟାତ। ଭାରତରେ ମୌର୍ଯ୍ୟବଂଶ ସ୍ଥାପନରେ ତାଙ୍କର ଭୂମିକା ସବୁଠାରୁ ଅଧିକ। ତକ୍ଷଶିଳା ବିଶ୍ୱବିଦ୍ୟାଳୟରେ ରାଜନୀତି ବିଜ୍ଞାନ ଓ ଅର୍ଥନୀତିରେ ଶିକ୍ଷାଗ୍ରହଣ ପରେ ସେ ସେହିଠାରେ ଆଚାର୍ଯ୍ୟ ଭାବେ ଅବସ୍ଥାପିତ ହୋଇଥିଲେ। ତାଙ୍କ ଲିଖିତ ଅର୍ଥଶାସ୍ତ୍ର ଏବଂ ନୀତିଶାସ୍ତ୍ର ଆଜି ମଧ୍ୟ ପ୍ରଯୁଜ୍ୟ। ଅତ୍ୟାଚାରୀ ରାଜା ଧନ ନନ୍ଦଙ୍କୁ ବିତାଡ଼ିତ କରି ନିଜର ଛାତ୍ର ଚନ୍ଦ୍ରଗୁପ୍ତଙ୍କ ଦ୍ୱାରା ସେ ମୌର୍ଯ୍ୟ ସାମ୍ରାଜ୍ୟ ସ୍ଥାପନ କରିଥିଲେ। ଆର୍ଯ୍ୟଭଟ୍ଟ (୪୭୬-୫୫୦ ଖ୍ରୀ.ପୂ): ପାଟଳିପୁତ୍ର ବିଶ୍ୱବିଦ୍ୟାଳୟର କୁଳପତି ଥିଲେ ଏହି ମହାନ୍‌ ଗଣିତଜ୍ଞ ଏବଂ ଜ୍ୟୋତିର୍ବିଦ୍‌। ବିଶ୍ୱାସ କରାଯାଏ, ପରବର୍ତ୍ତୀ ସମୟରେ ସେ ନାଳନ୍ଦା ବିଶ୍ୱବିଦ୍ୟାଳୟର କୁଳପତି ହେଲେ। ସେ ସମୟରୁ ଉଭୟ ସ୍ଥାନରେ ମହାଜାଗତିକ ନିରୀକ୍ଷଣାଗାର ସ୍ଥାପନ କରିଥିଲେ। ତ୍ରିକୋଣମିତି ଓ ଆଲ୍‌ଜେବ୍ରା ବିଶ୍ୱ ଗଣିତ ଜଗତକୁ ଆର୍ଯ୍ୟଭଟ୍ଟଙ୍କର ଅବଦାନ। ସାବିତ୍ରୀ ବାଈ ଫୁଲେ(୧୮୩୧-୯୭): ସାବିତ୍ରୀ ବାଈ ଜ୍ୟୋତିରାଓ ଫୁଲେ ଭାରତର ପ୍ରଥମ ବାଳିକା ବିଦ୍ୟାଳୟର ପ୍ରଥମ ମହିଳା ଶିକ୍ଷୟିତ୍ରୀ। ୧୮୪୮ରେ ସେ ତାଙ୍କ ସ୍ବାମୀଙ୍କ ସହ ମିଶି ଝିଅମାନଙ୍କ ପାଇଁ ପ୍ରଥମ ବିଦ୍ୟାଳୟ ଖୋଲିଥିଲେ। ଝିଅମାନଙ୍କୁ ଶିକ୍ଷାଦେବା ଲାଗି ସଚେତନତା ସୃଷ୍ଟି କରୁଥିବାରୁ ସେ ସମୟର ସମାଜରେ ତାଙ୍କୁ ଖୁବ୍‌ କଠିନ ପରିସ୍ଥିତିର ସାମ୍ନା କରିବାକୁ ପଡ଼ିଥିଲା। ୧୮୪୮ ମସିହା ଶେଷବେଳକୁ ସେ ପୁନେରେ ୫ଟି ବାଳିକା ବିଦ୍ୟାଳୟ ସ୍ଥାପନ କରିପାରିଥିଲେ। ରବୀନ୍ଦ୍ରନାଥ ଟାଗୋର (୧୮୬୧-୧୯୪୧): କବିଗୁରୁ ଭାବେ ଖ୍ୟାତ ଟାଗୋର ପୁରାତନ ଭାରତର ଗୁରୁକୁଳ ସଂସ୍କୃତିକୁ ଫେରାଇ ଆଣିବାକୁ ଚେଷ୍ଟା କରିଥିଲେ। ପଶ୍ଚିମବଙ୍ଗର ଶାନ୍ତି ନିକେତନରେ ତାଙ୍କ ଦ୍ୱାରା ସ୍ଥାପିତ ବିଶ୍ୱଭାରତୀ ବିଶ୍ୱବିଦ୍ୟାଳୟରେ ଛାତ୍ରଛାତ୍ରୀମାନେ ଗଛତଳେ ବସି ପାଠ ପଢ଼ୁଥିଲେ। ସେ ନୋବେଲ ପୁରସ୍କାରରୁ ଲବ୍ଧ ସମସ୍ତ ଅର୍ଥ ଏହି ବିଶ୍ୱବିଦ୍ୟାଳୟର ଉନ୍ନତି ଓ ପରିଚାଳନାରେ ବ୍ୟୟ କରିଥିଲେ। ପ୍ରେମ୍‌ଚାନ୍ଦ(୧୮୮୦-୧୯୩୬):ଆଧୁନିକ ଭାରତୀୟ ସାହିତ୍ୟକୁ ନୂତନ ରୂପ ଦେଇଥିବା ପ୍ରେମ୍‌ଚାନ୍ଦ ପେସାରେ ଜଣେ ଶିକ୍ଷକ ଥିଲେ। ସ୍ବାମୀ ବିବେକାନନ୍ଦଙ୍କ ଜୀବନାଦର୍ଶରେ ଅନୁପ୍ରାଣିତ ଥିଲେ ପ୍ରେମ୍‌ଚାନ୍ଦ। ସର୍ବପଲ୍ଲୀ ରାଧାକ୍ରିଷ୍ଣନ୍‌(୧୮୮୮-୧୯୭୫): ଭାରତର ପ୍ରଥମ ଉପରାଷ୍ଟ୍ରପତି ତଥା ଦ୍ୱିତୀୟ ରାଷ୍ଟ୍ରପତି ଡ. ରାଧାକ୍ରିଷ୍ଣନ୍‌ ଜଣେ ଶିକ୍ଷକ ଭାବେ ପରିଚିତ ହେବାରେ ନିଜକୁ ଗୌରବାନ୍ବିତ ମନେକରୁଥିଲେ। ମାଡ୍ରାସ ରେସିଡେନ୍ସି କଲେଜରୁ ଆରମ୍ଭ ହୋଇଥିଲା ତାଙ୍କର ଶିକ୍ଷକତା ଜୀବନ।
ଅଧ୍ୟକ୍ଷା, ଡ୍ରିମ୍‌ ଇଣ୍ଡିଆ ସ୍କୁଲ,
ସେକ୍ଟର-୧୦, ସିଡିଏ, କଟକ

 

 


Enter your email to get our daily news in your inbox.

All Right Reserved By Dharitri.Com

ଆସ, ଗଢ଼ିବା ବିଦ୍ୟାଳୟ

କିଛି ଦିନ ତଳେ ଜଣେ ବନ୍ଧୁ କଥା ପ୍ରସଙ୍ଗରେ କହିଲେ, ସନ୍ତାନସନ୍ତତିଙ୍କ ପାଠପଢ଼ାକୁ ନେଇ ପରୀକ୍ଷା ନିରୀକ୍ଷା କରିହେବ ନାହିଁ। ସ୍ବାଧୀନତା ପରେ ପାଖାପାଖି ପଚାଶ ବର୍ଷ…

ଆକାଶର ତାରା

ବାପଛେଉଣ୍ଡ ପିଲାଟି ଯେତେବେଳେ ମା’କୁ ବାପା କାହାନ୍ତି ବୋଲି ପଚାରେ, ମା’ତାକୁ ଅନେକ କଥା କହି ବୁଝାଇଦିଅନ୍ତି। ଆଜି ଆସିବେ, କାଲି ଆସିବେ, ଅମୁକ ଜାଗାକୁ ଯାଇଛନ୍ତି…

ସୁଶ୍ରୁତଙ୍କ ଶଲ୍ୟଚିକିତ୍ସା

ଭାରତର ପ୍ରାୟ ପ୍ରତ୍ୟେକ ପାରିବାରିକ ସମାବେଶରେ କେହି ନା କେହି ଦାବି କରନ୍ତି ଯେ ପ୍ରାଚୀନ ଭାରତୀୟଙ୍କ ପାଖରେ ପ୍ଲାଷ୍ଟିକ୍‌ ସର୍ଜରି, ଟେଷ୍ଟଟ୍ୟୁବ୍‌ ବେବି ଏବଂ ବିମାନ…

ସନ୍ତାନ ବତ୍ସଳତା

ଅମୃତ କାଳରେ ଅସହାୟତାର ଦୌଡ଼ ଜୀବନର ଦୌଡ଼ରେ ସମସ୍ତଙ୍କ ପାଖରେ ସମାନ ସୁଯୋଗ ନ ଥାଏ। କାହା ପାଖରେ ଦାମୀ ଜୋତା ଥାଏ, କାହା ପାଖରେ ଆଧୁନିକ…

ସଭ୍ୟତାର ନୀରବ ନିର୍ମାତା

କେବେ କ୍ଳାନ୍ତ, କେବେ ନିରାଶ, କେବେ ବିଷାଦ ପୁଣି କେବେ ହତାଶ- ଏସବୁ ଭିତରେ ବି ଯିଏ ହସିହସି ପ୍ରତିଦିନ ପିଲାଙ୍କ ଆଗରେ ଛିଡ଼ା ହୋଇପାରନ୍ତି, ସେ…

ଆଇନର ସଂଶୋଧନ ଓ ଆଧୁନିକୀକରଣ

ରାଷ୍ଟ୍ରର ମୂଳ ଆଧାର ହେଉଛି ତାହାର ଆଇନ ବ୍ୟବସ୍ଥା। ଆଇନ କେବଳ ଏକ ଶାସନ ପ୍ରଣାଳୀ ନୁହେଁ, ବରଂ ଏହା ମାନବ ସମାଜକୁ ଶୃଙ୍ଖଳିତ କରିବା, ନ୍ୟାୟ…

ସ୍ବାର୍ଥ ଯୋଗୁ ଦ୍ୱନ୍ଦ୍ୱ

ଅପରେଶନ ସିନ୍ଦୂର ବେଳେ ନିଜେ ହସ୍ତକ୍ଷେପ କରିବାରୁ ଭାରତ ଓ ପାକିସ୍ତାନ ମଧ୍ୟରେ ଯୁଦ୍ଧ ବନ୍ଦ ହୋଇଥିଲା ବୋଲି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ବାରମ୍ବାର କହିଆସୁଛନ୍ତି।…

ଏଇ ଭାରତରେ

ଘର ନାହିଁ, ସ୍କୁଲ ଚାଲିଛି ଖୋଲା ଆକାଶ ତଳେ। ଏଠି ଦେୟ ଦେବାକୁ ପଡ଼ୁନାହିଁ କି ସିଲାବସ୍‌ ମଧ୍ୟ ନାହିଁ। ଯଦି ଏପରି କୌଣସି ସ୍କୁଲ୍‌ ସରକାରୀସ୍ତରରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?