ମହିଳା କନ୍‌ଷ୍ଟେବଲଙ୍କୁ ବଳାତ୍କାର

ବାଲେଶ୍ୱର, ୫ା୧୦(ମାନସ ବିଶ୍ୱାଳ)ବାଲେଶ୍ୱର ଜିଲା ପୋଲିସ ଅଧୀନରେ କାର୍ଯ୍ୟରତ ୨ କନ୍‌ଷ୍ଟେବଲଙ୍କ ବିରୋଧରେ ଜଣେ ମହିଳା କନ୍‌ଷ୍ଟେବଲ ବଳାତ୍କାର ଅଭିଯୋଗ ଆଣିଛନ୍ତି। ବାଲେଶ୍ୱର ଏସ୍‌ଡିଜେଏମ୍‌ କୋର୍ଟଙ୍କ ନିର୍ଦ୍ଦେଶରେ ସହଦେବଖୁଣ୍ଟା ପୋଲିସ ତଦନ୍ତ କରି ଆଇପିସି ଦଫା. ୩୪୧, ୩୨୩, ୩୫୪(ଖ), ୩୭୬, ୧୦୯ ଓ ୩୪ରେ ଏକ ମାମଲା (ନଂ. ୩୮୭/୨୦୨୩ ) ରୁଜୁ କରିଛି। ଅଭିଯୁକ୍ତ କନ୍‌ଷ୍ଟେବଲଦ୍ୱୟ ହେଲେ ମାନସ ରଞ୍ଜନ ପାଣିଗ୍ରାହୀ ଏବଂ ଗଙ୍ଗାଧର ବିଶ୍ୱାଳ।
ମହିଳା କନ୍‌ଷ୍ଟେବଲଙ୍କ ଅଭିଯୋଗ ଅନୁସାରେ ୨୦୨୦ରେ ତାଙ୍କ ସ୍ବାମୀ ଅଭିଯୁକ୍ତ କନ୍‌ଷ୍ଟେବଲଙ୍କଠାରୁ ଏକ ବର୍ଷ ପାଇଁ ୬ଲକ୍ଷ ଟଙ୍କା ଋଣ ଆକାରରେ ନେଇଥିଲେ। ଯେଉଁଥିରେ ମହିଳା କନ୍‌ଷ୍ଟେବଲ ନିଜ ବ୍ୟାଙ୍କ ଆକାଉଣ୍ଟର ୩ ଗୋଟି ଏବଂ ସ୍ବାମୀଙ୍କ ଆକାଉଣ୍ଟର ଏକଗୋଟି ପୋଷ୍ଟ ଡେଟେଡ୍‌ ଚେକ୍‌ ବନ୍ଧକ ଆକାରରେ ଦେଇଥିଲେ। ଏକବର୍ଷ ମଧ୍ୟରେ ସୁଧ ସହ ଋଣଅର୍ଥ ଫେରାଇ ଦେବା ପାଇଁ ଏକ ଚୁକ୍ତିପତ୍ର ମଧ୍ୟ ହୋଇଥିଲା। ତେବେ ମୂଳ ଓ ସୁଧ ବାବଦକୁ ୧୧, ୮୫,୬୦୦ ଟଙ୍କା ପରିଶୋଧ ପରେ ବି ବନ୍ଧକ ଭାବେ ପାଖରେ ରଖିଥିବା ବ୍ୟାଙ୍କ ଚେକଗୁଡ଼ିକୁ ସେମାନେ ଫେରାଇ ନ ଥିଲେ। ଏନେଇ ଗତ ତା ୩୧।୭।୨୩ ରିଖରେ ଅଭିଯୁକ୍ତମାନେ ରାତି ୮ଟାରେ ସଂଘ କାର୍ଯ୍ୟାଳୟକୁ ଡକାଇ ତାଙ୍କୁ ଯୌନ ନିର୍ଯାତନା ଦେବା ସହ ବଳାତ୍କାର ପାଇଁ ଚେଷ୍ଟା କରିଥିଲେ। ତେବେ ତାଙ୍କର ଚିତ୍କାର ଶୁଣି କ୍ୟାଣ୍ଟିନ କର୍ମଚାରୀମାନେ ସେଠାରେ ପହଞ୍ଚତ୍ୟିବାରୁ ଦୁଇ ଅଭିଯୁକ୍ତ କନ୍‌ଷ୍ଟେବଲ ସେଠାରୁ ପଳାଇଯାଇଥିଲେ ବୋଲି ଅଭିଯୋଗ କରି ମହିଳା କନ୍‌ଷ୍ଟେବଲ ବାଲେଶ୍ୱର ଏସ୍‌ଡିଜେଏମ୍‌ କୋର୍ଟରେ ଏକ କମ୍ପ୍ଲେଣ୍ଟ କେସ୍‌ କରିଥିଲେ। କୋର୍ଟ ଉକ୍ତ ମାମଲାକୁ ଗ୍ରହଣ କରି ପୋଲିସକୁ ଏତଲା ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଥିଲେ। କୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ସହଦେବଖୁଣ୍ଟା ପୋଲିସ ଗତ ୩୦ତାରିଖରେ ଅଭିଯୁକ୍ତଦ୍ୱୟଙ୍କ ବିରୋଧରେ ବଳାତ୍କାର ମାମଲା ରୁଜୁ କରିଥିବା ଜଣାପଡ଼ିଛି। ଏହି ଘଟଣା ସମ୍ପର୍କରେ ଅଭିଯୁକ୍ତ ତଥା ଜିଲା ହାବିଲଦାର କନ୍‌ଷ୍ଟେବଲ ସଂଘ ସଭାପତିଙ୍କୁ ପଚାରିବାରୁ ସେ ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି। ଆଗକୁ ଆସୁଥିବା ସଂଘ ନିର୍ବାଚନକୁ ଦୃଷ୍ଟିରେ ରଖି ଏହିଭଳି ଅଭିଯୋଗ ଅଣାଯାଇଥିବା ସେ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗାଲେ ଟେଷ୍ଟରେ ପଡିକଲଙ୍କ ଦମ୍‌ଦାର ଶତକ, ଭାରତ ୪୬୦/୯

ଗାଲେ, ୧୬ା୮: ଶ୍ରୀଲଙ୍କା ବିପକ୍ଷରେ ଚାଲିଥିବା ପ୍ରଥମ ଟେଷ୍ଟ କ୍ରିକେଟ ମ୍ୟାଚ୍‌ରେ ଭାରତୀୟ ବ୍ୟାଟର ଦମ୍‌ଦାର ପ୍ରଦର୍ଶନ କରିଛନ୍ତି। ବ୍ୟାଟର ଦେବଦତ୍ତ ପଡିକଲଙ୍କ ଶତକ ବଳରେ ଭାରତ…

କେନାଲରେ ଫସି ରହିଥିଲା ବାର୍‌ହା, ଏମିତି ଉଦ୍ଧାର କଲେ ଅଗ୍ନିଶମ କର୍ମଚାରୀ

ଗଞ୍ଜାମ,୧୬।୮(ବିଦ୍ୟାଧର ସାହୁ): ଗଞ୍ଜାମ ସହର ସ୍ଥିତ ପୋତାଗଡ଼ ପାର୍ଶ୍ୱରେ ଥିବା ଋଷୁକୂଲ୍ୟା ନଦୀ ଜଳରେ ବୋଟିଙ୍ଗ ପାଇଁ ନିର୍ମାଣ ହୋଇଥିବା କ୍ଷୁଦ୍ର କେନାଲରେ ଫସି ରହିଥିବା ଏକ…

Ananya Raj Death: ୩୫ ବର୍ଷରେ ଅଭିନେତ୍ରୀ ଅନନ୍ୟା ରାଜଙ୍କ ପରଲୋକ, ମାସେ ପରେ ସାମ୍ନାକୁ ଆସିଲା ଖବର

ମୁମ୍ବାଇ,୧୬।୮: ଅଭିନେତ୍ରୀ ତଥା ସୋସିଆଲ ମିଡିଆ ଷ୍ଟାର ଅନନ୍ୟା ରାଜଙ୍କ ୩୫ ବର୍ଷ ବୟସରେ ଦେହାନ୍ତ ହୋଇଛି । ତାଙ୍କ ମୃତ୍ୟୁର ପ୍ରାୟ ଏକ ମାସ ପରେ…

ଛକରେ କଫସିରପ ବିକ୍ରି ବେଳେ ମାଡିବସିଲା ସୋହେଲା ପୋଲିସ, ୩ ଗିରଫ

ସୋହେଲା,୧୬।୮(ଅଶ୍ୱିନୀ ପାତ୍ର): ବରଗଡ଼ ଜିଲା ସୋହେଲା ପୋଲିସ ଆଜି ବାଉଁସେନମୁରା ଗ୍ରାମ ପଂଚାୟତ ଅନ୍ତର୍ଗତ କେନ୍ଦବାହାଲ ରାସ୍ତାରେ ପେଟ୍ରୋଲିଂ ସମୟରେ ତିନିଜଣ କଫସିରପ ବ୍ୟବସାୟୀଙ୍କୁ ଗିରଫ କରି…

UGC NET 2026: ପରୀକ୍ଷା ନେଇ ବଡ଼ ଖବର: ଏହି ୩ବିଷୟରେ ପୁନଃ ପରୀକ୍ଷା ଦେବେ ଛାତ୍ରୀଛାତ୍ର!

ନୂଆଦିଲ୍ଲୀ,୧୬।୮: UGC-NET ଜୁନ୍ ୨୦୨୬ ପରୀକ୍ଷାକୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି । ସୂଚନା ଅନୁସାରେ, ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (NTA) ଇଂରାଜୀ, କମର୍ସ ଏବଂ…

ଅନ୍ଧାରିଆ ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ; ମାଡ଼ିବସିଲା ଝରିଗାଁ ପୋଲିସ, ଜବତ କଲା…

ଝରିଗାଁ,୧୬।୮(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ନିକଟସ୍ଥ ହୁଣ୍ଡାରଧଡକି ଜଙ୍ଗଲ ନିକଟରେ ଜୁଆ ଖେଳ ଚାଲିଥିବା ବେଳେ ରବିବାର ସନ୍ଧ୍ୟାରେ ଝରିଗାଁ ପୋଲିସ ତରଫରୁ ଅତର୍କିତ…

ଖେମୁଣ୍ଡି ଫୁଟବଲ ଟୁର୍ନାମେଣ୍ଟ: ବ୍ରହ୍ମପୁରର ନଟରାଜ ଟିମ୍‌ ଚାମ୍ପିୟନ

ଦିଗପହଣ୍ଡି,୧୬।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଖେମୁଣ୍ଡି ସ୍ପୋର୍ଟିଂ କ୍ଲବ ଏବଂ ଏନଏସି କାର୍ଯ୍ୟାଳୟର ମିଳିତ ଆନୁକୁଲ୍ୟରେ ପବିତ୍ର ସ୍ବାଧୀନତା ଦିବସ ଅବସରରେ ସ୍ଥାନୀୟ…

ପ୍ରବଳ ବର୍ଷାକୁ ନେଇ ଚିନ୍ତାରେ ଚାଷୀ, ଆନନ୍ଦପୁର ଉପଜିଲାପାଳ କହିଲେ…

ହାଟଡିହୀ/ଛେନାପଦୀ,୧୬।୮(ଶୁଭକାନ୍ତ ନାୟକ/ନିରାକାର ପରିଡା): ପାଣିପାଗ ବିଭାଗ ତରଫରୁ କେନ୍ଦୁଝର ଜିଲାକୁ ରେଡ୍ ଓ୍ବାର୍ନିଂ ଜାରି କରାଯାଇଥିଲା । ଏହାପରେ ଲୋକଙ୍କ ଧନ, ଜୀବନକୁ ଦୃଷ୍ଟିରେ ରଖି ପ୍ରଶାସନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri