Posted inଖେଳ

ଅଉ ୨୦୦ ଦିନ ରହିଲା ଅଲିମ୍ପିକ୍ସ

ଟୋକିଓ, ୫ା୧ (ଏପି): ଟୋକିଓ ଅଲିମ୍ପିକ୍ସର କାଉଣ୍ଟ ଡାଉନ୍‌ ଘଣ୍ଟା ହେଉଛିି ଟିକ୍‌-ଟକ୍‌-ଟିକ୍‌। ଗେମ୍ସ ଆୟୋଜନ ପାଇଁ ସୋମବାରଠାରୁ ଆହୁରି ୨୦୦ଦିନ ବାକି ରହିଥିବା ଏହା ସୂଚାଇ ଦେଉଛି। ଟୋକିଓ ସହର ଓ ଏହାର ଆଖପାଖ ଅଞ୍ଚଳରେ କିଛି ଦିନ ହେଲା ନୂଆ କରୋନା ସଂକ୍ରମିତ ଦେଖିବାକୁ ମିଳୁଥିବାରୁ ଜାପାନ ପ୍ରଧାନମନ୍ତ୍ରୀ ୟୋଶିଦେ ସୁଗା ପ୍ରଦେଶରେ ଜରୁରିକାଳୀନ ପରିସ୍ଥିତି ଜାରି କରିବା ଲାଗି ବିଚାର କରୁଛନ୍ତି। କୋଭିଡ ପାଇଁ ଜାପାନରେ ଏପର୍ଯ୍ୟନ୍ତ ଥରେ ହେଲେ ଲକ୍‌ଡାଉନ୍‌ ହୋଇନାହିଁ। ଜାପାନକୁ ୧୫,୦୦୦ ଅଲିମ୍ପିକ ଓ ପାରାଅଲିମ୍ପିକ ଆଥଲେଟ୍‌ ଆସିବେ। ଆଥଲେଟ୍ସ ଭିଲେଜରେ ସେମାନଙ୍କୁ କିପରି ସୁରକ୍ଷିତ ଭାବେ ରଖାଯାଇ ପାରିବ ସେ ନେଇ ପ୍ରସ୍ତୁତ ଯୋଜନା ସମ୍ପର୍କରେ ନୂଆବର୍ଷରେ ଘୋଷଣା କରାଯିବ ବୋଲି ଅଫିସିଆଲମାନେ ପ୍ରତିଶ୍ରୁତି ଦେଇଥିଲେ। ଗେମ୍ସ ପାଇଁ ହଜାର ହଜାର ସଂଖ୍ୟାରେ ଖେଳପ୍ରେମୀ, ମିଡିଆ, ଜଜ୍‌, ଅଫିସିଆଲ, ବ୍ରଡକାଷ୍ଟର ଏବଂ ଭିଆଇପିଙ୍କର ମଧ୍ୟ ସମାଗମ ହେବ। ନୂଆବର୍ଷର ଆଗମନ ହୋଇଛି। ପୁନଃ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁସାରେ ଜୁଲାଇ ୨୩ରୁ ଅଲିମ୍ପିକ୍ସ ଆୟୋଜନ ହେବ ବୋଲି ସୁଗା ପୁନର୍ବାର ଦୋହରାଇ କହିଛନ୍ତି। ଇତିମଧ୍ୟରେ ଭାକ୍ସିନ ଅନୁମୋଦନ ଲାଭ କରସାରିଥିବାରୁ ମାର୍ଚ୍ଚ ପରିବର୍ତ୍ତେ ଫେବୃୟାରୀରେ ଏହାର ବ୍ୟବହାର ଆରମ୍ଭ ହୋଇଯିବ। ଅନ୍ୟ ଦେଶ ତୁଳନାରେ ଜାପାନରେ କରୋନା ସେତେ କ୍ଷତି କରିପାରିନାହିଁ। କୋଭିଡ୍‌ରେ ଏହି ଦେଶରେ ପ୍ରାୟ ୩,୪୦୦ଜଣଙ୍କର ମୃତ୍ୟୁ ଘଟିଛି। ଗତ ମାସରେ ଜାତୀୟ ବ୍ରଡ୍‌କାଷ୍ଟର ଏନ୍‌ଏଚ୍‌କେ ପକ୍ଷରୁ ଏକ ଜନମତ ସର୍ଭେ କରାଯାଇଥିଲା। ସେମାନଙ୍କ ମଧ୍ୟରୁ ୬୩ ପ୍ରତିଶତ ଅଲିମ୍ପିକ୍ସକୁ ସ୍ଥଗିତ କିମ୍ବା ବାତିଲ କରିଦେବା ସପକ୍ଷରେ ମତ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ରୋମାଞ୍ଚକ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସର ସଂଘର୍ଷପୂର୍ଣ୍ଣ ବିଜୟ

ନୂଆଦିଲ୍ଲୀ, ୨୪।୪: ଇଣ୍ଡିଆନ ପ୍ରିମିୟର ଲିଗ୍‌ର ବୁଧବାର ଏଠାରେ ଅନୁଷ୍ଠିତ ଏକ ରୋମାଞ୍ଚକ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସ ୪ ରନରେ ସଂଘର୍ଷପୂର୍ଣ୍ଣ ବିଜୟ ହାସଲ କରିଛି।...

ରକ୍ତ ବଦଳରେ ରକ୍ତ…ପାକିସ୍ତାନ କ୍ରିକେଟ ବୋର୍ଡକୁ ଏହି ଧମକପୂର୍ଣ୍ଣ ଚିଠି ମିଳିବା ପରେ ବୋହିଗଲା ଝାଳ

ଇସଲାମାବାଦ,୨୪।୪: ଲାହୋରରେ ପାକିସ୍ତାନ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ହୋଇଥିବା ମ୍ୟାଚକୁ ନେଇ ଆତଙ୍କର ଛାୟା ଆସୁଛି। ଆତଙ୍କବାଦୀ ସଂଗଠନ ଇସଲାମିକ ଷ୍ଟେଟ ଆଗାମୀ କ୍ରିକେଟ ମ୍ୟାଚ...

କ୍ୟାମେରାମ୍ୟାନଙ୍କ ନଖରାମିକୁ ବରଦାସ୍ତ କରିପାରିଲେନି ଧୋନି

ନୂଆଦିଲ୍ଲୀ,୨୪।୪: ଆଇପିଏଲ ୨୦୨୪ ର ୩୯ତମ ମ୍ୟାଚରେ ଲକ୍ଷ୍ନୌ ଏକ ଚମତ୍କାର ଖେଳ ପ୍ରଦର୍ଶନ କରି ଗୁରୁତ୍ୱପୂର୍ଣ୍ଣ ମ୍ୟାଚ (ସିଏସକେ ବନାମ ଏଳଏସଜି ଆଇପିଏଲ ୨୦୨୪)...

ଚାମ୍ପିଅନ୍ସ ଟ୍ରଫି ଖେଳିବାକୁ ପାକିସ୍ତାନ ଯିବ ନାହିଁ ଭାରତ!

ନୂଆଦିଲ୍ଲୀ,୨୪।୪:ଭାରତ ଏବଂ ପାକିସ୍ତାନ ମଧ୍ୟରେ ଶେଷ ମୁକାବିଲା ୨୦୨୩ରେ ଖେଳାଯାଇଥିବା ଦିନିକିଆ ବିଶ୍ୱକପରେ ହୋଇଥିଲା, ଯାହା ଭାରତ ଦ୍ୱାରା ଆୟୋଜିତ ହୋଇଥିଲା। ବର୍ତ୍ତମାନ ଉଭୟଙ୍କ ପରବର୍ତ୍ତୀ...

ସଚିନ ତେନ୍ଦୁଲକରଙ୍କ ଏହି ୫ ମହାରେକର୍ଡ ଭାଙ୍ଗିବା ପ୍ରାୟ ଅସମ୍ଭବ

ସଚିନ ତେନ୍ଦୁଲକର ଆଜି ୫୧ତମ ଜନ୍ମଦିନ ପାଳନ କରୁଛନ୍ତି। ଭାରତୀୟ କ୍ରିକେଟ ଦଳର ପୂର୍ବତନ କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ ସଚିନ କ୍ୟାରିୟରରେ ଅନେକ ରେକର୍ଡ ସୃଷ୍ଟି କରିଥିଲେ।...

୫୧ ବର୍ଷରେ ପଦାର୍ପଣ କଲେ କ୍ରିକେଟର ଭଗବାନ

ନୂଆଦିଲ୍ଲୀ,୨୪।୪: ଭାରତୀୟ କ୍ରିକେଟର ଭଗବାନ କୁହାଯାଉଥିବା ସଚିନ ତେନ୍ଦୁଲକର ଆଜି ୫୧ ବର୍ଷରେ ପଦାର୍ପଣ କରିଛନ୍ତି। କ୍ରୀଡା ଏବଂ ସିନେମାର ଅନେକ ସେଲିବ୍ରିଟି ତାଙ୍କୁ ସୋସିଆଲ...

ପଏଣ୍ଟ ଟେବୁଲରେ ବଡ଼ ପରିବର୍ତ୍ତନ: ଚଳିତ ଆଇପିଏଲରେ ପ୍ରଥମ ଥର ଟପ୍‌-୪ରୁ ବାଦ୍‌ ପଡ଼ିଲା ସିଏସକେ

ନୂଆଦିଲ୍ଲୀ,୨୪।୪: ଆଇପିଏଲ ୨୦୨୪ର ୩୯ତମ ମ୍ୟାଚ ଚେନ୍ନାଇ ସୁପର କିଙ୍ଗ୍‌ସ ଏବଂ ଲକ୍ଷ୍ନୌ ସୁପର ଜିଆଣ୍ଟସ ମଧ୍ୟରେ ଖେଳାଯାଇଛି। ଏହି ମ୍ୟାଚରେ ଲକ୍ଷ୍ନୌ ଚେନ୍ନାଇକୁ ପରାସ୍ତ...

ଭାରତୀୟ ଦଳରେ ୫ ଓଡ଼ିଆ

ଭୁବନେଶ୍ୱର, ୨୪ା୪ (ବିଜୟ ରଣା): ବୁଧବାରଠାରୁ ଏପ୍ରିଲ ୨୮ ପର୍ଯ୍ୟନ୍ତ ଥାଇଲାଣ୍ଡ ରେ ହେବାକୁ ଥିବା ଏସିଆନ୍‌ ହୁଇଲ ଚେୟାର ଫେନ୍‌ସିଂ ଚାମ୍ପିୟନଶିପ୍‌ ଲାଗି ମନୋନୀତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri