Posted inଖେଳ

ଅଉ ୨୦୦ ଦିନ ରହିଲା ଅଲିମ୍ପିକ୍ସ

ଟୋକିଓ, ୫ା୧ (ଏପି): ଟୋକିଓ ଅଲିମ୍ପିକ୍ସର କାଉଣ୍ଟ ଡାଉନ୍‌ ଘଣ୍ଟା ହେଉଛିି ଟିକ୍‌-ଟକ୍‌-ଟିକ୍‌। ଗେମ୍ସ ଆୟୋଜନ ପାଇଁ ସୋମବାରଠାରୁ ଆହୁରି ୨୦୦ଦିନ ବାକି ରହିଥିବା ଏହା ସୂଚାଇ ଦେଉଛି। ଟୋକିଓ ସହର ଓ ଏହାର ଆଖପାଖ ଅଞ୍ଚଳରେ କିଛି ଦିନ ହେଲା ନୂଆ କରୋନା ସଂକ୍ରମିତ ଦେଖିବାକୁ ମିଳୁଥିବାରୁ ଜାପାନ ପ୍ରଧାନମନ୍ତ୍ରୀ ୟୋଶିଦେ ସୁଗା ପ୍ରଦେଶରେ ଜରୁରିକାଳୀନ ପରିସ୍ଥିତି ଜାରି କରିବା ଲାଗି ବିଚାର କରୁଛନ୍ତି। କୋଭିଡ ପାଇଁ ଜାପାନରେ ଏପର୍ଯ୍ୟନ୍ତ ଥରେ ହେଲେ ଲକ୍‌ଡାଉନ୍‌ ହୋଇନାହିଁ। ଜାପାନକୁ ୧୫,୦୦୦ ଅଲିମ୍ପିକ ଓ ପାରାଅଲିମ୍ପିକ ଆଥଲେଟ୍‌ ଆସିବେ। ଆଥଲେଟ୍ସ ଭିଲେଜରେ ସେମାନଙ୍କୁ କିପରି ସୁରକ୍ଷିତ ଭାବେ ରଖାଯାଇ ପାରିବ ସେ ନେଇ ପ୍ରସ୍ତୁତ ଯୋଜନା ସମ୍ପର୍କରେ ନୂଆବର୍ଷରେ ଘୋଷଣା କରାଯିବ ବୋଲି ଅଫିସିଆଲମାନେ ପ୍ରତିଶ୍ରୁତି ଦେଇଥିଲେ। ଗେମ୍ସ ପାଇଁ ହଜାର ହଜାର ସଂଖ୍ୟାରେ ଖେଳପ୍ରେମୀ, ମିଡିଆ, ଜଜ୍‌, ଅଫିସିଆଲ, ବ୍ରଡକାଷ୍ଟର ଏବଂ ଭିଆଇପିଙ୍କର ମଧ୍ୟ ସମାଗମ ହେବ। ନୂଆବର୍ଷର ଆଗମନ ହୋଇଛି। ପୁନଃ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁସାରେ ଜୁଲାଇ ୨୩ରୁ ଅଲିମ୍ପିକ୍ସ ଆୟୋଜନ ହେବ ବୋଲି ସୁଗା ପୁନର୍ବାର ଦୋହରାଇ କହିଛନ୍ତି। ଇତିମଧ୍ୟରେ ଭାକ୍ସିନ ଅନୁମୋଦନ ଲାଭ କରସାରିଥିବାରୁ ମାର୍ଚ୍ଚ ପରିବର୍ତ୍ତେ ଫେବୃୟାରୀରେ ଏହାର ବ୍ୟବହାର ଆରମ୍ଭ ହୋଇଯିବ। ଅନ୍ୟ ଦେଶ ତୁଳନାରେ ଜାପାନରେ କରୋନା ସେତେ କ୍ଷତି କରିପାରିନାହିଁ। କୋଭିଡ୍‌ରେ ଏହି ଦେଶରେ ପ୍ରାୟ ୩,୪୦୦ଜଣଙ୍କର ମୃତ୍ୟୁ ଘଟିଛି। ଗତ ମାସରେ ଜାତୀୟ ବ୍ରଡ୍‌କାଷ୍ଟର ଏନ୍‌ଏଚ୍‌କେ ପକ୍ଷରୁ ଏକ ଜନମତ ସର୍ଭେ କରାଯାଇଥିଲା। ସେମାନଙ୍କ ମଧ୍ୟରୁ ୬୩ ପ୍ରତିଶତ ଅଲିମ୍ପିକ୍ସକୁ ସ୍ଥଗିତ କିମ୍ବା ବାତିଲ କରିଦେବା ସପକ୍ଷରେ ମତ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

୧୫ ବର୍ଷୀୟା ନାବାଳିକାଙ୍କୁ ଯୌନଶୋଷଣ, ଜେଲ୍ ଗଲେ ଏହି କ୍ରିକେଟର୍

କାନବେରା,୧୨।୮: ଅଷ୍ଟ୍ରେଲିଆ କ୍ରିକେଟର ଆରନ୍ ସମର୍ସ (Aaron Summers) ୧୫ ବର୍ଷର ଜଣେ ନାବାଳିକା ସହ ଯୌନ ଶୋଷଣ କରିଥିବା ଅଭିଯୋଗରେ ୧୦ ମାସର ଜେଲ୍ ଦଣ୍ଡ…

ଯେଉଁ ଟିମକୁ ଦିନେ କରିଥିଲେ ମନା, ଏବେ ସେଇ ଟିମକୁ ଫେରିବାକୁ ଚାହୁଁଛନ୍ତି ପାଣ୍ଡ୍ୟା! ରଖିଲେ ଏମିତି ସର୍ତ୍ତ, ଟିମ କହିଲା-ଆସ ନାହିଁ…

ମୁମ୍ବାଇ,୧୨,୮: ଇଣ୍ଡିଆନ ପ୍ରିମିୟର୍‌ ଲିଗ (ଆଇପିଏଲ) ୨୦୨୭ ପାଇଁ ଟ୍ରେଡ ଲିଷ୍ଟ ଆସିବା ପୂର୍ବରୁ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ନେଇ ଚର୍ଚ୍ଚା ଜୋର୍‌ ଧରିଛି। ହାର୍ଦ୍ଦିକ ବର୍ତ୍ତମାନ ପାଞ୍ଚ…

ଟାଇଟଲ ପ୍ରତ୍ୟାହାର, ୩ ବର୍ଷ ବାସନ୍ଦ ହେଲେ ଏହି ଆଥଲେଟ୍‌, ଜାଣନ୍ତୁ…

କୋଲୋରାଡୋ ସ୍ପ୍ରିଙ୍ଗ୍ସ,୧୧।୮: ବ୍ଲଡ ଡୋପିଙ୍ଗ୍‌ ମାମଲାରେ ଦୋଷୀ ସାବ୍ୟସ୍ତ ହେବା ପରେ ଯୁକ୍ତରାଷ୍ଟ୍ର ଆମେରିକାର ୧,୫୦୦ମିଟର ଚାମ୍ପିୟନ ଜୋନା କୋଚ୍‌ଙ୍କଠାରୁ ଟାଇଟଲ ପ୍ରତ୍ୟାହାର କରି ନିଆଯିବା ସହ…

ବିବାହ ପ୍ରତିଶ୍ରୁତି ଦେଇ ରଖୁଥିଲେ ଶାରୀରିକ ସମ୍ପର୍କ: ଏହି କ୍ରିକେଟର୍‌ଙ୍କୁ ବାନ୍ଧିଲା ପୋଲିସ

ନୂଆଦିଲ୍ଲୀ,୧୧।୮: ଇଣ୍ଡିଆନ ପ୍ରିମିୟର ଲିଗ (IPL)ରେ ଦିଲ୍ଲୀ କ୍ୟାପିଟାଲ୍ସ ପାଇଁ ଖେଳୁଥିବା ବଙ୍ଗଳା କ୍ରିକେଟର ଅଭିଷେକ ପୋରେଲଙ୍କୁ ଜଣେ ଡାକ୍ତରୀ ଛାତ୍ରୀଙ୍କ ଦ୍ୱାରା ଦାୟର କରାଯାଇଥିବା ଆପରାଧିକ…

ରୋହିତ ଶର୍ମାଙ୍କ ସନ୍ନ୍ୟାସ ନେବା ପକ୍କା? ଏହି ଖୁସି ଖବର ଲକ୍ଷ ଲକ୍ଷ ପ୍ରଶଂସକଙ୍କ ମନ ଭାଙ୍ଗିଦେବ!

ନୂଆଦିଲ୍ଲୀ, ୧୧।୮: ରୋହିତ ଶର୍ମା ଇଂଲଣ୍ଡ ବିପକ୍ଷ ଦିନିକିଆ ସିରିଜରେ ଜବରଦସ୍ତ ପ୍ରଦର୍ଶନ କରିଥିଲେ। ତୃତୀୟ ଦିନିକିଆ ମ୍ୟାଚରେ ଏହି ଭାରତୀୟ ଖେଳାଳି ଏକ ଚମତ୍କାର ଶତକ…

ଅଜିଙ୍କ୍ୟ ରାହାଣେଙ୍କ ସନ୍ନ୍ୟାସରେ ଚକିତ ହୋଇଯାଇଥିଲେ ସଚିନ! ଦୁହିଁଙ୍କ କଥାବାର୍ତ୍ତାର ହେଲା ଖୁଲାସା

ନୂଆଦିଲ୍ଲୀ, ୧୧।୮: ଗତ କିଛି ସପ୍ତାହ ଧରି ଅଜିଙ୍କ୍ୟ ରାହାଣେ ବେଶ ଚର୍ଚ୍ଚାରେ ଅଛନ୍ତି। ଗତ ଜୁଲାଇ ୩୦ ତାରିଖରେ ସେ ଅବସର ଘୋଷଣା କରିଥିଲେ। ଏହାସହ…

କ୍ରିକେଟ ପରେ ଟିଭି ପରଦାରେ ‘ହିଟମ୍ୟାନ୍’ଙ୍କ ଜଲୱା: ଛୋଟ ପରଦାରେ ଡେବ୍ୟୁ କରିବେ ରୋହିତ!

ନୂଆଦିଲ୍ଲୀ,୧୧।୮: ଭାରତୀୟ କ୍ରିକେଟ୍ ଦଳର ଷ୍ଟାର୍ କ୍ୟାପ୍ଟେନ୍ ରୋହିତ ଶର୍ମା ଆନ୍ତର୍ଜାତୀୟ ଟି-୨୦ ଏବଂ ଟେଷ୍ଟ କ୍ରିକେଟରୁ ଅବସର ନେବା ପରେ ଏବେ ନୂଆ ରୂପରେ ନଜର…

ଗାଙ୍ଗୁଲିଙ୍କ ଜୀବନ ପ୍ରତି ବିପଦ!

ନୂଆଦିଲ୍ଲୀ,୧୧।୮: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି ଏବଂ ତାଙ୍କ ପତ୍ନୀ ଡୋନା ଗାଙ୍ଗୁଲିଙ୍କୁ ହତ୍ୟା ଧମକ ମିଳିଛି। ବର୍ତ୍ତମାନ କ୍ରିକେଟ ଆସୋସିଏସନ ଅଫ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri