Posted inଖେଳ

ଓ୍ବିଲିୟମସନଙ୍କ ଶତକ: ଦୃଢ଼ ସ୍ଥିତିରେ ନ୍ୟୁଜିଲାଣ୍ଡ

ଖ୍ରୀଷ୍ଟଚର୍ଚ୍ଚ, ୫।୧(ଏପି)-
କେନ୍‌ ଓ୍ବିଲିୟମସନ୍‌ଙ୍କ ଶତକ ସହାୟତାରେ ନ୍ୟୁଜିଲାଣ୍ଡ ଏଠାରେ ଚାଲିଥିବା ପାକିସ୍ତାନ ବିପକ୍ଷ ଟେଷ୍ଟରେ ନିଜର ସ୍ଥିତିକୁ ମଜଭୁତ କରିଛି। ଓ୍ବିଲିୟମସନ ଓ ହେନରି ନିକୋଲ୍ସ ଅସମାପ୍ତ ୪ର୍ଥ ଉଇକେଟରେ ୨୧୫ ରନ ସଂଗ୍ରହ କରି ନ୍ୟୁଜିଲାଣ୍ଡକୁ ଅଗ୍ରଣୀ ପଥରେ ଅଗ୍ରସର କରାଇଛନ୍ତି। ପାକିସ୍ତାନ ପ୍ରଥମ ଇନିଂସରେ ୨୯୭ ରନ କରିଥିବାବେଳେ ନ୍ୟୁଜିଲାଣ୍ଡ ସୋମବାର ଦ୍ୱିତୀୟ ଦିବସ ଶେଷସୁଦ୍ଧା ୩ ଉଇକେଟ ହରାଇ ୨୮୬ ରନ ସଂଗ୍ରହ କରିଛି। ଫଳରେ ହାତରେ ୭ ଉଇକେଟ ସୁରକ୍ଷିତ ଥିବାବେଳେ ଘରୋଇ ଦଳ ମାତ୍ର ୧୧ ରନ ପଛରେ ରହିଛି।
କ୍ରମାଗତ ୩ ଟେଷ୍ଟରେ ଚମତ୍କାର ଫର୍ମରେ ଥିବା ଓ୍ବିଲିୟମସନ କ୍ରମାଗତ ୩ ଟେଷ୍ଟରେ ଶତକ ଅର୍ଜନ କରିଛନ୍ତି। ସେ ଓ୍ବେଷ୍ଟଇଣ୍ଡିଜ ବିପକ୍ଷରେ ୨୫୧ ରନ କରିବାପରେ ଏହି ନିର୍ଭରଯୋଗ୍ୟ ବ୍ୟାଟ୍ସମ୍ୟାନ ପାକିସ୍ତାନ ବିପକ୍ଷ ପ୍ରଥମ ଟେଷ୍ଟରେ ୧୨୯ ରନ ସ୍କୋର କରିଥିଲେ। ନ୍ୟୁଜିଲାଣ୍ଡ ଓପନିଂ ଯୋଡ଼ିରେ ୫୨ ରନ ସଂଗ୍ରହ କରିବାପରେ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ୧୯ ରନ ବ୍ୟବଧାନରେ ଦଳ ୩ଟି ଉଇକେଟ ହରାଇବାରୁ ଦଳୀୟ ସ୍କୋର ଏକଦା ୭୧/୩ ହୋଇ ଯାଇଥିଲା। ଟମ୍‌ ବ୍ଲୁଣ୍ଡେଲ ୧୬, ଟମ୍‌ ଲାଥାମ ୩୩ ଓ ରସ୍‌ ଟେଲର ୧୨ ରନ କରି ପ୍ୟାଭିଲିୟନ ଫେରିଥିଲେ। ତେବେ ଓ୍ବିଲିୟମସନ ଓ ନିକୋଲ୍ସଙ୍କ ଦ୍ୱିଶତକୀୟ ଭାଗୀଦାରି ପାକିସ୍ତାନ ଆଶାରେ ପାଣି ଭରି ଦେଇଛି। ୧୭୫ଟି ବଲ୍‌ର ସମ୍ମୁଖୀନ ହୋଇଥିବା ଓ୍ବିଲିୟମସନ ୧୬ ଚୌକା ସହାୟତାରେ ୧୧୨ ଏବଂ ୧୮୬ଟି ବଲ୍‌ ଖେଳି ନିକୋଲ୍ସ ୮୯ ରନରେ ଅପରାଜିତ ରହିଛନ୍ତି। ପୂର୍ବରୁ ନିକୋଲ୍ସ ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଟେଷ୍ଟରେ ୧୭୪ ଏବଂ ପାକିସ୍ତାନ ବିପକ୍ଷ ପ୍ରଥମ ଟେଷ୍ଟରେ ୫୬ ରନ କରି ନିଜ ଫର୍ମର ସୂଚନା ଦେଇଛନ୍ତି। ପରିସ୍ଥିତିକୁ ଦୃଷ୍ଟିରେ ରଖି ଓ୍ବିଲିୟମସନ ଓ ନିକୋଲ୍ସ ସତର୍କତାର ସହ ଧିମା ବ୍ୟାଟିଂ କରିଥିଲେ। ଫଳରେ ଏକଦା ରନହାର ୨.୬ରେ ପହଞ୍ଚତ୍ ଯାଇଥିଲା। ମାତ୍ର ଚା’ ବିରତି ପରେ ଓ୍ବିଲିୟମସନ କେତେକ ଦର୍ଶନୀୟ ବାଉଣ୍ଡାରୀ ମାରିବାରୁ ରନ ହାରରେ ଉନ୍ନତି ଘଟିଥିଲା। ସେ ୭୮ ରନ କରିଥିବାବେଳେ ନସିମ ଶାହାଙ୍କ ଓଭରରେ କ୍ରମାଗତ ୪ ଚୌକା ମାରି ୯୪ ଏବଂ ଏକ ସିଙ୍ଗଲ ନେଇ ୯୫ରେ ପହଞ୍ଚତ୍ଥିଲେ। ଏହାପରେ ଫହିମ ଅଶ୍ରଫଙ୍କ ଓଭରରେ ୨ଟି ଚୌକାମାରି ସେ ଶତକ ପୂରଣ କରିଥିଲେ। ଟେଷ୍ଟ କ୍ରିକେଟରେ ଏହାଥିଲା ତାଙ୍କର ୨୪ତମ ଶତକ। ପାକ୍‌ ବୋଲରଙ୍କ ମଧ୍ୟରେ ଶାହିଦ ଆଫ୍ରିଦୀ, ମହମ୍ମଦ ଆବାସ ଓ ଫହିମ ଅଶ୍ରଫ ଗୋଟିଏ ଲେଖାଏ ଉଇକେଟ ନେଇଥିଲେ।
ସଂକ୍ଷିପ୍ତ ସ୍କୋର
ପାକିସ୍ତାନ ପ୍ରଥମ ଇନିଂସ: ୨୯୭।
ନ୍ୟୁଜିଲାଣ୍ଡ ପ୍ରଥମ ଇନିଂସ:୨୮୬/୩(ଓ୍ବିଲିୟମସନ-୧୧୨*, ନିକୋଲ୍ସ-୮୯*, ଲାଥାମ-୩୩, ଶାହିନ-୧/୪୫, ଆବାସ-୧/୩୭, ଅଶ୍ରଫ-୧/୫୫)।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ରୋମାଞ୍ଚକ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସର ସଂଘର୍ଷପୂର୍ଣ୍ଣ ବିଜୟ

ନୂଆଦିଲ୍ଲୀ, ୨୪।୪: ଇଣ୍ଡିଆନ ପ୍ରିମିୟର ଲିଗ୍‌ର ବୁଧବାର ଏଠାରେ ଅନୁଷ୍ଠିତ ଏକ ରୋମାଞ୍ଚକ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସ ୪ ରନରେ ସଂଘର୍ଷପୂର୍ଣ୍ଣ ବିଜୟ ହାସଲ କରିଛି।...

ରକ୍ତ ବଦଳରେ ରକ୍ତ…ପାକିସ୍ତାନ କ୍ରିକେଟ ବୋର୍ଡକୁ ଏହି ଧମକପୂର୍ଣ୍ଣ ଚିଠି ମିଳିବା ପରେ ବୋହିଗଲା ଝାଳ

ଇସଲାମାବାଦ,୨୪।୪: ଲାହୋରରେ ପାକିସ୍ତାନ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ହୋଇଥିବା ମ୍ୟାଚକୁ ନେଇ ଆତଙ୍କର ଛାୟା ଆସୁଛି। ଆତଙ୍କବାଦୀ ସଂଗଠନ ଇସଲାମିକ ଷ୍ଟେଟ ଆଗାମୀ କ୍ରିକେଟ ମ୍ୟାଚ...

କ୍ୟାମେରାମ୍ୟାନଙ୍କ ନଖରାମିକୁ ବରଦାସ୍ତ କରିପାରିଲେନି ଧୋନି

ନୂଆଦିଲ୍ଲୀ,୨୪।୪: ଆଇପିଏଲ ୨୦୨୪ ର ୩୯ତମ ମ୍ୟାଚରେ ଲକ୍ଷ୍ନୌ ଏକ ଚମତ୍କାର ଖେଳ ପ୍ରଦର୍ଶନ କରି ଗୁରୁତ୍ୱପୂର୍ଣ୍ଣ ମ୍ୟାଚ (ସିଏସକେ ବନାମ ଏଳଏସଜି ଆଇପିଏଲ ୨୦୨୪)...

ଚାମ୍ପିଅନ୍ସ ଟ୍ରଫି ଖେଳିବାକୁ ପାକିସ୍ତାନ ଯିବ ନାହିଁ ଭାରତ!

ନୂଆଦିଲ୍ଲୀ,୨୪।୪:ଭାରତ ଏବଂ ପାକିସ୍ତାନ ମଧ୍ୟରେ ଶେଷ ମୁକାବିଲା ୨୦୨୩ରେ ଖେଳାଯାଇଥିବା ଦିନିକିଆ ବିଶ୍ୱକପରେ ହୋଇଥିଲା, ଯାହା ଭାରତ ଦ୍ୱାରା ଆୟୋଜିତ ହୋଇଥିଲା। ବର୍ତ୍ତମାନ ଉଭୟଙ୍କ ପରବର୍ତ୍ତୀ...

ସଚିନ ତେନ୍ଦୁଲକରଙ୍କ ଏହି ୫ ମହାରେକର୍ଡ ଭାଙ୍ଗିବା ପ୍ରାୟ ଅସମ୍ଭବ

ସଚିନ ତେନ୍ଦୁଲକର ଆଜି ୫୧ତମ ଜନ୍ମଦିନ ପାଳନ କରୁଛନ୍ତି। ଭାରତୀୟ କ୍ରିକେଟ ଦଳର ପୂର୍ବତନ କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ ସଚିନ କ୍ୟାରିୟରରେ ଅନେକ ରେକର୍ଡ ସୃଷ୍ଟି କରିଥିଲେ।...

୫୧ ବର୍ଷରେ ପଦାର୍ପଣ କଲେ କ୍ରିକେଟର ଭଗବାନ

ନୂଆଦିଲ୍ଲୀ,୨୪।୪: ଭାରତୀୟ କ୍ରିକେଟର ଭଗବାନ କୁହାଯାଉଥିବା ସଚିନ ତେନ୍ଦୁଲକର ଆଜି ୫୧ ବର୍ଷରେ ପଦାର୍ପଣ କରିଛନ୍ତି। କ୍ରୀଡା ଏବଂ ସିନେମାର ଅନେକ ସେଲିବ୍ରିଟି ତାଙ୍କୁ ସୋସିଆଲ...

ପଏଣ୍ଟ ଟେବୁଲରେ ବଡ଼ ପରିବର୍ତ୍ତନ: ଚଳିତ ଆଇପିଏଲରେ ପ୍ରଥମ ଥର ଟପ୍‌-୪ରୁ ବାଦ୍‌ ପଡ଼ିଲା ସିଏସକେ

ନୂଆଦିଲ୍ଲୀ,୨୪।୪: ଆଇପିଏଲ ୨୦୨୪ର ୩୯ତମ ମ୍ୟାଚ ଚେନ୍ନାଇ ସୁପର କିଙ୍ଗ୍‌ସ ଏବଂ ଲକ୍ଷ୍ନୌ ସୁପର ଜିଆଣ୍ଟସ ମଧ୍ୟରେ ଖେଳାଯାଇଛି। ଏହି ମ୍ୟାଚରେ ଲକ୍ଷ୍ନୌ ଚେନ୍ନାଇକୁ ପରାସ୍ତ...

ଭାରତୀୟ ଦଳରେ ୫ ଓଡ଼ିଆ

ଭୁବନେଶ୍ୱର, ୨୪ା୪ (ବିଜୟ ରଣା): ବୁଧବାରଠାରୁ ଏପ୍ରିଲ ୨୮ ପର୍ଯ୍ୟନ୍ତ ଥାଇଲାଣ୍ଡ ରେ ହେବାକୁ ଥିବା ଏସିଆନ୍‌ ହୁଇଲ ଚେୟାର ଫେନ୍‌ସିଂ ଚାମ୍ପିୟନଶିପ୍‌ ଲାଗି ମନୋନୀତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri