Posted inଜାତୀୟ

ଦୁଇ ଲୁଟେରାଙ୍କ ସହ ଲଢ଼ି ଜିତିଲେ ଏହି ଯୁବତୀ, ପୁରସ୍କାର ରାଶି ଘୋଷଣା କଲା ପୋଲିସ

ଚଣ୍ଡିଗଡ଼,୨ା୯: ଜଳନ୍ଧରର ଡେପୁଟି କମିଶନର ଘନଶ୍ୟାମ ଥୋରୀ ଜଣେ ଯୁବତୀଙ୍କୁ ୫୧,୦୦୦ ଟଙ୍କାର ପୁରସ୍କାର ରାଶି ଘୋଷଣା କରିଛନ୍ତି। ଏହି ଘଟଣାରେ ଜଣେ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା ବେଳେ ଆଉ ଜଣେ ଫେରାର ଅଛନ୍ତି। ତେବେ ଯୁବତୀ ଜଣଙ୍କ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି।
ସୂଚନାଯୋଗ୍ୟ, ପଞ୍ଜାବସ୍ଥିତ ଜଳନ୍ଧରର ଏକ ଭିଡିଓ ସୋସିଆଲ ମିଡିଆରେ ଏବେ ବେଶ୍‌ ଭାଇରାଲ ହେଉଛି। ଏହି ଭିଡିଓରେ ଜଣେ ଯୁବତୀ ଦୁଇଜଣ ଯୁବକଙ୍କ ସହ ଲଢ଼େଇ କରୁଥିବା ଦେଖିବାକୁ ମିଳିଛି। ଏକ ରିପୋର୍ଟ ଅନୁଯାୟୀ, ଦୁଇଜଣ ଦୁର୍ବୃତ୍ତ ବାଇକ୍‌ରେ ଆସି ଯୁବତୀ ଜଣଙ୍କ ମୋବାଇଲ୍‌ ଛଡ଼ାଇ ନେଇ ଦ୍ରୁତ ଗତିରେ ପଳାଉଥିଲେ। ମାତ୍ର ଯୁବତୀ ଜଣଙ୍କ ଦୁର୍ବୃତ୍ତ ଦ୍ୱୟଙ୍କୁ ପିଛା କରି ତାଙ୍କଠାରୁ ମୋବାଇଲ ଛଡ଼ାଇ ଆଣିଛନ୍ତି। ଏହି ସମୟରେ ଲୁଟେରା ଦୁଇଜଣ ହାତ ହତିଆରରେ ଆତଙ୍କ ଖେଳାଇଥିଲେ। ମାତ୍ର ଯୁବତୀ ଜଣଙ୍କ ଏହାକୁ ଭୟ ବା ଖାତିର ନ କରି ତାଙ୍କ ସହ ଲଢ଼ି ନିଜ ମୋବାଇଲ ଛଡ଼ାଇ ଆଣିଥିଲେ। ଏଥିରେ ଯୁବତୀଙ୍କ ହାତରେ ଆଘାତ ଲାଗିଥିବାରୁ ସେ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ଯୁବତୀଙ୍କ ସାହସକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଉଥିବା ବେଳେ ପୋଲିସ ଉପରୋକ୍ତ ପୁରସ୍କାର ରାଶି ପ୍ରଦାନ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ମୋଦିଙ୍କୁ କହ୍ନେୟାଙ୍କ କଟାକ୍ଷ: ‘ଆମ ସାହେବ୍‌ ଷ୍ଟଣ୍ଟମ୍ୟାନ୍‌, ହେଲେ ଷ୍ଟେଟ୍ସମ୍ୟାନ୍‌ ନୁହଁନ୍ତି’

ନୂଆଦିଲ୍ଲୀ,୧୯।୭: ଜେଏନ୍‌ୟୁ ଛାତ୍ର ସଂଘର ପୂର୍ବ ଅଧ୍ୟକ୍ଷ ତଥା ସିପିଆଇ ନେତା କହ୍ନେୟା କୁମାର ପୁଣି ଥରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କଟାକ୍ଷ କରିଛନ୍ତି। ଆମର...

ଦେଶରେ ୨୪,୨୪,୫୪୦ ଜଳ ଉତ୍ସ: ୯୭ ପ୍ରତିଶତ ଗ୍ରାମୀଣ ଅଞ୍ଚଳରେ…

ନୂଆଦିଲ୍ଲୀ,୨୪।୪ : ଭାରତ ଇତିହାସରେ ପ୍ରଥମ ଥର ପାଇଁ କେନ୍ଦ୍ର ସରକାର ସାରା ଦେଶରେ ଜଳଉତ୍ସର ଗଣନା କରିଛନ୍ତି। ଏହା ଦେଶର ଜଳ ସମ୍ପଦର ଏକ...

ନଭେମ୍ବର ୨୫ରେ ଉତ୍ତରାଖଣ୍ଡ, ପଶ୍ଚିମବଙ୍ଗ ଉପନିର୍ବାଚନ

ନୂଆଦିଲ୍ଲୀ,୨୬ା୧୦(ପି.ଟି.): ପଶ୍ଚିମବଙ୍ଗର ୩ ବିଧାନସଭା ଆସନ ଏବଂ ଉତ୍ତରାଖଣ୍ଡର ଗୋଟିଏ ଆସନ ଲାଗି ନଭେମ୍ବର ୨୫ରେ ଉପନିର୍ବାଚନ ଅନୁଷ୍ଠିତ ହେବ। ଏନେଇ ନିର୍ବାଚନ କମିଶନ ଶୁକ୍ରବାର...

ଟୁଇଟର ପ୍ରୋଫାଇଲରୁ ଭାଜପା ହଟାଇଲେ ଜ୍ୟୋତିରାଦିତ୍ୟ !

ଭୋପାଳ,୬।୬: କିଛି ମାସ ତଳେ କଂଗ୍ରେସ ଛାଡି ଭାରତୀୟ ଜନତା ପାର୍ଟି(ଭାଜପା)ରେ ଯୋଗ ଦେଇଥିବା ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କୁ ନେଇ ଏବେ ପୁଣିଥରେ ରାଜନୀତି ହୋଇଛି ସରଗରମ।...

ଭାରତୀୟ ସେନାରେ ନାରୀଶକ୍ତି: ଶହେ ଯବାନ ପଦବୀ ପାଇଁ ଆବେଦନ କଲେ ୨ ଲକ୍ଷ ମହିଳା

ନୂଆଦିଲ୍ଲୀ,୪।୭: ଭାରତୀୟ ସେନାରେ ମହିଳାଙ୍କ ଯୋଗଦାନ ବଢ଼ିବାରେ ଲାଗିଛି। ଏବେ ସେନାର ଶହେଟି ଯବାନ ପଦବୀ ପାଇଁ ଅନ୍‌ଲାଇନ୍‌ରେ ୨ ଲକ୍ଷରୁ ଅଧିକ ମହିଳା ଆବେଦନ...

ମେଡିକାଲ କମିଶନ ବିଲ୍‌ ଲୋକ ସଭାରେ ଗୃହୀତ

ନୂଆଦିଲ୍ଲୀ,୩୦ା୭(ପି.ଟି.)-ଜାତୀୟ ମେଡିକାଲ କମିଶନ ବିଲ୍‌ ସୋମବାର ଲୋକ ସଭାରେ ଗୃହୀତ ହୋଇଯାଇଛି। ଭାରତର ମେଡିକାଲ କାଉନ୍‌ସିଲ (ଏମ୍‌ସିଆଇ) ବଦଳରେ ଏକ ନୂଆ ଅନୁଷ୍ଠାନ ଗଠନ ଲାଗି...

ଉଦ୍ଧବଙ୍କ ଶପଥ ଗ୍ରହଣ ପୂର୍ବରୁ ଲାଗିଲା ବାଲାସାହେବ-ଇନ୍ଦିରାଙ୍କ ପୋଷ୍ଟର

ମୁମ୍ବାଇ,୨୮।୧୧: ମହାରାଷ୍ଟ୍ରରେ ଗତ ମାସେ ହେଲ ଲାଗି ରହିଥିବା ରାଜନୀତି ଡ୍ରାମା ପରେ ଶେଷରେ ଶିବସେନା ନେତା ଉଦ୍ଧବ ଠାକରେ ମୁଖ୍ୟମନ୍ତ୍ରୀ ଭାବେ ଗୁରୁବାର ଶପଥ...

ରାଘବଙ୍କ ଭବିଷ୍ୟବାଣୀ: କଂଗ୍ରେସର ସ୍ଥାନ ନେବ ଏଏପି

ଚଣ୍ଡିଗଡ,୧୦।୩: ଆଜି ୫ ରାଜ୍ୟର ବିଧାସଭା ନିର୍ବାଚନ ଫଳାଫଳ ବାହାରିବାକୁ ଯାଉଛି। ପ୍ରାରମ୍ଭିକ ଟ୍ରେଣ୍ଡ୍‌ ଅନୁଯାୟୀ, ଆମ ଆଦମୀ ପାର୍ଟି ପଞ୍ଜାବରେ ଇତିହାସ ସୃଷ୍ଟି କରିବାକୁ...

Advertisement
Archives

Model This Week