ଭିଜିଲାନ୍ସ ଜାଲରେ ବ୍ରଜରାଜନଗର ପୌର ନିର୍ବାହୀ ଅଧିକାରୀ

ଲଖନପୁର, ୨।୯(ଡି.ଏନ୍‌.ଏ.)- ଝାରସୁଗୁଡ଼ା ଜିଲା ବ୍ରଜରାଜନଗର ପୌର ନିର୍ବାହୀ ଅଧିକାରୀ ଦିଲୀପ ପଟେଲଙ୍କ ସରକାରୀ ବାସଭବନ ସମେତ ୬ ଟି ସ୍ଥାନରେ ଭିଜିଲାନ୍ସ ବିଭାଗ ପକ୍ଷରୁ ବୁଧବାର ଏକସଙ୍ଗେ ଚଢାଉ କରାଯାଇଛି। ଏଥି ମଧ୍ୟ ବ୍ରଜରାଜନଗର ପୌର କାର୍ଯ୍ୟାଳୟ, ଝାରସୁଗୁଡା ମଙ୍ଗଳ ବଜାର ସ୍ଥିତ ସରକାର ବାସଭବନ, ଝାରସୁଗୁଡା ସ୍ଥିତ ବଢେଇମୁଣ୍ଡା କୋଠା, ବେଲମୁଣ୍ଡା ପୈତୃକ ବାସଭବନ, ସୁନ୍ଦରଗଡ ଜିଲା କାଲୋବାହାଲ ଶ୍ବଶୁର ଘର ଓ ସମାସିଂହା ସ୍ଥିତ ନିର୍ମାଣଧୀନ ପେଟ୍ରୋଲ ପମ୍ପ ଆଦି ରହିଛି। ଏହି ଚଢାଉ ସମ୍ବଲପୁର ସ୍ପେସାଲ ଭିଜିଲାନ୍ସ କୋର୍ଟ ସର୍ଚ୍ଚ ଓ୍ବାରେଣ୍ଟ ବଳରେ ସମ୍ବଲପୁର ଭିଜିଲାନ୍ସ ଏସ୍‌ପି ସୁବାସ ଚନ୍ଦ୍ର ସ୍ବାଇଁଙ୍କ ନିର୍ଦ୍ଦେଶ କ୍ରମେ ଚାଲିଛି। ଏଥିରେ ଝାରସୁଗୁଡା, ସମ୍ବଲପୁର, ସୁନ୍ଦରଗଡ, ରାଉରକେଲା,ବରଗଡ଼ ଓ ସୋନପୁର ଆଦି ଭିଜିଲାନ୍ସ ବିଭାଗର ୪୦ରୁ ଊଦ୍ଧର୍‌ବ ଅଧିକାରୀ ଓ କର୍ମଚାରୀମାନେ ରହିଛନ୍ତି। ଏହି ଚଢାଉ ସକାଳ ୬ ଟାରୁ ଆରମ୍ଭ ହୋଇଛି। ଏଥି ମଧ୍ୟରେ ଭିଜିଲାନ୍ସ ବିଭାଗ ତରଫରୁ ବିଭିନ୍ନ କାଗଜପତ୍ର ଯାଞ୍ଚ ଚାଲିଛି । ଖବରଲେଖାଯିବା ସୁଦ୍ଧା ଏସମ୍ପର୍କରେ ସବିଶେଷ ତଥ୍ୟ ମିଳିପାରିନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଔଷଧ ଅଭାବ ନେଇ ଉତ୍ତେଜନା

ବାଲିଆପାଳ, ୫।୫(ସ୍ବ.ପ୍ର.): ବାଲେଶ୍ୱର ଜିଲା ବାଲିଆପାଳ ବ୍ଲକ ଡଗରା ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ସୁବର୍ଣ୍ଣରେଖା ବନ୍ଦର ପ୍ରାଇଭେଟ ଲିମିଟେଡ୍‌ ଓ ଲାୟନ୍ସ କ୍ଲବ ବାଲେଶ୍ୱର ପକ୍ଷରୁ ମିଳିତ...

ଫାଇନାନ୍ସ କର୍ମଚାରୀଙ୍କଠାରୁ ଲୁଟ୍‌

ବଇଣ୍ଡା,୨୦।୬(ଡି.ଏନ.ଏ.)-କିଶୋରନଗର ଥାନା ହିମିତିରା ଜଙ୍ଗଲ ନିକଟରୁ ଗୁରୁବାର ଅପରାହ୍ନରେ ଏକ ମାଇକ୍ରୋଫାଇନାନ୍ସ ସଂସ୍ଥାର କର୍ମଚାରୀଙ୍କଠାରୁ ଟଙ୍କା ଲୁଟ ହୋଇଥିବା ଥାନାରେ ଅଭିଯୋଗ ହୋଇଛି। ଘଟଣାରୁ ଜଣାପଡ଼ିଛି,...

କଟକରୁ ଚିହ୍ନଟ ହେଲେ ଆଉ ୫୬ କରୋନା ଆକ୍ରାନ୍ତ: ଅଛନ୍ତି ଖ୍ରୀଷ୍ଟିଆନ୍‌ ସାହିରୁ ୨୫

କଟକ ଅଫିସ,୨୯।୭: କଟକ ସହରରେ ବୁଧବାର ୫୬ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ସହରରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୮୩୩କୁ ବୃଦ୍ଧି ପାଇଛି।...

ଖରାଦିନ ଆରମ୍ଭରୁ ଜଳକଷ୍ଟ

ଜଳେଶ୍ୱର,୨୦ା୨(ଡି.ଏନ.ଏ.): ଦୀର୍ଘଦିନ ହେଲା ବର୍ଷା ହୋଇ ନ ଥିବାରୁ ଭୂତଳ ଜଳସ୍ତର ତଳକୁ ତଳକୁ ଖସି ଖସିଯାଉଛି। ପୁଣି ରବି ଋତୁରେ ବ୍ୟାପକ ଧାନଚାଷ ହୋଇଥିବାରୁ...

ଟିପ୍ପର ଧକ୍କାରେ ଯୁବକଙ୍କ ମୃତ୍ୟୁ ମାମଲା, ଦୁଇ ଭାଇ ଗିରଫ

ଧର୍ମଶାଳା/ଜେନାପୁର,୨୧ା୧୦(ଡି.ଏନ୍‌.ଏ.): ଯାଜପୁର ଜିଲା ଧର୍ମଶାଳା ବ୍ଲକ ଜେନାପୁର ଥାନା ଅନ୍ତର୍ଗତ ୫୩ ନମ୍ବର ଜାତୀୟ ରାଜପଥ ବଳରାମପୁର ଛକଠାରେ ଟିପ୍ପର ଧକ୍କାରେ ତଳଗଡ଼ ଗ୍ରାମର ପ୍ରଦୀପ...

ସପ୍ତାହେ ମଧ୍ୟରେ ଚାଲିବ ବିଦ୍ୟୁତ୍‌ ଟ୍ରେନ୍‌

ବାରିପଦା ଅଫିସ,୧୦।୨: ମୟୂରଭଞ୍ଜ ଜିଲା ବାରିପଦା ଭଞ୍ଜପୁରଠାରୁ ବାଙ୍ଗିରିପୋଷି ପର୍ଯ୍ୟନ୍ତ ବିଦ୍ୟୁତ୍‌ ଚାଳିତ ଟ୍ରେନ୍‌ ଚଳାଚଳ କରିବ। ଏନେଇ ବୁଧବାର ବିଭାଗୀୟ କର୍ତ୍ତୃପକ୍ଷ ନିରୀକ୍ଷଣ କରି...

ପଶ୍ଚିମବଙ୍ଗରେ ଅମ୍ଫନ୍‌ ମୁକାବିଲା: ବଲାଙ୍ଗୀରର ୨୨ଜଣିଆ ଓଡ୍ରାଫ ଟିମ୍‌ଙ୍କୁ ପ୍ରଶଂସା

ବଲାଙ୍ଗୀର ଅଫିସ,୩।୬: ଗତ କିଛିଦିନ ପୂର୍ବରୁ ସାମୁଦ୍ରିକ ଝଡ଼ ଅମ୍ଫନ୍‌ ଓଡ଼ିଶା ସମେତ ପଡ଼ୋଶୀ ରାଜ୍ୟ ପଶ୍ଚିମବଙ୍ଗର କଲିକତା ସହର ଓ ସାରା ରାଜ୍ୟରେ ଅନେକ...

ଜାଳେଣିରୁ ଜଙ୍ଗଲ ମୋହ

କାମାକ୍ଷାନଗର, ୨୪।୧ (ସୁଧୀର କୁମାର ପରିଡ଼ା) ସୂର୍ଯ୍ୟ ଉଇଁଲେ ଆରମ୍ଭ ହୁଏ ଅଭିଯାନ। କାନ୍ଧରେ କୁରାଢ଼ି, ହାତରେ ଠେଙ୍ଗା ଧରି ଦଳେ ପଶନ୍ତି ଜଙ୍ଗଲ ଭିତରକୁ।...

Advertisement
Archives

Model This Week