Posted inଜାତୀୟ

ଜ୍ଞାନେଶ କୁମାରଙ୍କ ବିରୋଧରେ ବିରୋଧୀଙ୍କ ଆନ୍ଦୋଳନ ଜାରି, ରାହୁଲଙ୍କୁ ଉଠାଇ ନେଲା ପୋଲିସ

ନୂଆଦିଲ୍ଲୀ,୭।୧୦: ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବିରୋଧରେ ବିରୋଧୀ ଦଳଗୁଡ଼ିକର ଆନ୍ଦୋଳନ ଥମିବାର ନାଁ ନେଉନାହିଁ । ମଙ୍ଗଳବାର ଦିନତମାମ ଧାରଣା ପରେ ଆଜି ‘ଇଣ୍ଡିଆ’ ମେଣ୍ଟର ଏମପିମାନେ ଦିଲ୍ଲୀରେ ଏକାଠି ହୋଇଥିଲେ। ମଲ୍ଲିକାର୍ଜୁନ ଖାର୍ଗେ, ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀଙ୍କ ସମେତ ବିଭିନ୍ନ ଦଳର ଏମପି ଦିଲ୍ଲୀର ସାଗର ରତ୍ନା ରେଷ୍ଟୁରାଣ୍ଟରେ ଲଞ୍ଚ କରିଥିଲେ ।

ଲଞ୍ଚ ପରେ ରାହୁଲ ଗାନ୍ଧୀ ଜନ୍ତର-ମନ୍ତରରେ ଧାରଣା ଦେବାକୁ ଘୋଷଣା କରିଥିଲେ । ଏହାପରେ ସମସ୍ତ ବିରୋଧୀ ଏମପି ବସ୍‌ରେ ଜନ୍ତର-ମନ୍ତର ଅଭିମୁଖେ ବାହାରିଥିଲେ । ତେବେ ପୋଲିସ ରାହୁଲ ଗାନ୍ଧୀଙ୍କ ସମେତ ବିରୋଧୀ ଏମପିମାନଙ୍କୁ ଜନ୍ତର-ମନ୍ତର ଯିବାକୁ ଅନୁମତି ଦେଇନଥିଲା। ରାସ୍ତା ବ୍ଲକ୍ କରାଯିବାରୁ ବିରୋଧୀ ନେତାମାନେ ରାସ୍ତା ଉପରେ ହିଁ ଧାରଣାରେ ବସିଥିଲେ। ଏହି ସମୟରେ ପ୍ରିୟଙ୍କା ଗାନ୍ଧୀ ରାସ୍ତା ଉପରେ ଶୋଇପଡ଼ି କହିଥିଲେ ଯେ, ସେ ଏଠାରୁ ହଟିବେ ନାହିଁ । ପରେ ଦିଲ୍ଲୀ ପୋଲିସ ରାହୁଲ ଗାନ୍ଧୀ ଓ ପ୍ରିୟଙ୍କା ଗାନ୍ଧୀଙ୍କୁ ହେପାଜତକୁ ନେଇଥିଲା। ରାହୁଲଙ୍କୁ ପୋଲିସ ଜୋରଜବରଦସ୍ତ ବସ୍‌ରେ ବସାଇଥିବା ଅଭିଯୋଗ ହୋଇଛି।

ରାହୁଲ ଗାନ୍ଧୀ ପୁଣିଥରେ ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବି ଦୋହରାଇଥିଲେ । ସେ କହିଥିଲେ, ମଙ୍ଗଳବାର ସେମାନେ ନିର୍ବାଚନ କମିଶନଙ୍କ ସହ ଦେଖା କରିବାକୁ ଚାହୁଁଥିଲେ, କିନ୍ତୁ ସେମାନଙ୍କୁ ଭେଟିବାକୁ ଦିଆଯାଇନଥିଲା। ଦିଲ୍ଲୀ ପୋଲିସ ସେମାନଙ୍କୁ ଅଟକାଇଥିବା ରାହୁଲ କହିଥିଲେ। ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଅମିତ ଶାହା ଓ ଆରଏସ୍‌ଏସ୍‌ ମୁଖ୍ୟ ମୋହନ ଭାଗବତଙ୍କୁ ମଧ୍ୟ ଟାର୍ଗେଟ କରିଥିଲେ । ଗଣତନ୍ତ୍ରକୁ ଦୁର୍ବଳ କରିବାକୁ ଉଦ୍ୟମ ହେଉଥିବା ସେ ଅଭିଯୋଗ କରିଥିଲେ । ଏଥିସହ ସେ କହିଥିଲେ ଯେ, ଜ୍ଞାନେଶ କୁମାରଙ୍କୁ ଇସ୍ତଫା ଦେବାକୁ ପଡ଼ିବ।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ରଣଜୀ ଟିମ୍‌ରେ କଳାହାଣ୍ଡିର ଦିନେଶ ମାଝୀ, ଛୁଟୁଛି ଶୁଭେଚ୍ଛାର ସୁଅ

ଭବାନୀପାଟଣା,୭।୧୦(ଉତ୍ତମ କୁମାର ଦାଶ): ଓଡ଼ିଶା କ୍ରିକେଟ ଆସୋସିଏସନ୍ ପକ୍ଷରୁ ୨୦୨୬-୨୭ ସିଜନ ଡୋମେଷ୍ଟିକ୍ ବିସିସିଆଇ ଟୁର୍ନାମେଣ୍ଟର ପ୍ରଥମ ଦୁଇଟି ମ୍ୟାଚ୍ ପାଇଁ ଓଡ଼ିଶା ରଣଜୀ ଦଳର ୧୭…

ପାଟପୁରରେ ଦକ୍ଷିଣ ଓଡ଼ିଶା ବାଳିକା କବାଡ଼ି ପ୍ରତିଯୋଗିତା; ଗଜପତି ଜିଲାର ରାମଗିରି ଚାମ୍ପିୟନ, ମାଲକାନଗିରି ଉପ ବିଜେତା

ଦିଗପହଣ୍ଡି,୭।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଗ୍ରାମ ସ୍ଥିତ ବିଶ୍ୱାସରାୟ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ କବାଡ଼ି ପ୍ରତିଯୋଗିତା ଜାରି ରହିଥିଲା…

ଛାତ୍ର ସଂସଦ ନିର୍ବାଚନକୁ ନେଇ ବଲାଙ୍ଗୀର କଲେଜରେ ଉତ୍ତେଜନା

ବଲାଙ୍ଗୀର,୭ା୧୦(ସୁନିଲ କୁମାର ମହାନ୍ତି): କଲେଜ ନିର୍ବାଚନକୁ ନେଇ ଏବେଠୁ ବଲାଙ୍ଗିର ଜିଲାରେ ଉତ୍ତେଜନା ଦେଖାଦେଲାଣି। ବଲାଙ୍ଗୀର ପୁଇଁନ୍ତଳା ନିକଟରେ ଥିବା ସରକାରୀ ବଲାଙ୍ଗୀର କଲେଜରେ ଉତ୍ତେଜନା ଦେଖାଦେବା…

୫୮ ବର୍ଷ ପରେ ନବରାତ୍ରୀରେ ଦୁର୍ଲଭ ମହାସଂଯୋଗ: ଫିଟିବ ଏହି ୩ ରାଶିର ଭାଗ୍ୟ, ଧନ ବର୍ଷା ସହ ମିଳିବ ବଡ଼ ଚାକିରିର ଅଫର୍‌

୧୧ ଅକ୍ଟୋବର ୨୦୨୬ରୁ ଶାରଦୀୟ ନବରାତ୍ରୀ ଆରମ୍ଭ ହେବାକୁ ଯାଉଛି, ଯାହାକୁ ଏଥର ବେଶ ଖାସ ବୋଲି ଧରାଯାଉଛି। ପ୍ରକୃତରେ, ବହୁ ବର୍ଷ ପରେ ନବରାତ୍ରୀ ସମୟରେ…

କେତେ ସମ୍ପତ୍ତିର ମାଲିକ ରାହୁଲ ଗାନ୍ଧୀ? କେବଳ ଅଫିସର ଦାମ ୯ କୋଟି! ଜାଣନ୍ତୁ ନେଟଓ଼୍ବର୍ଥ

ନୂଆଦିଲ୍ଲୀ,୭।୧୦: ଲୋକ ସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ପ୍ରାୟତଃ ନିଜର ରାଜନୈତିକ ନିଷ୍ପତ୍ତି ଏବଂ ସରକାରଙ୍କ ବିରୋଧରେ ଦେଉଥିବା ବୟାନକୁ ନେଇ ଚର୍ଚ୍ଚାରେ ରହିଥାନ୍ତି।…

ବିକଶିତ ଓଡ଼ିଶା ଗଠନରେ ସାମିଲ ହେବାକୁ ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନ, ଡବଲ୍‌ ଇଞ୍ଜିନ ସରକାରରେ…

ଖୋର୍ଦ୍ଧା,୭।୧୦(ପ୍ରଭାତ ପାଣିଗ୍ରାହୀ): ‘ବିକଶିତ ଭାରତ’ ସହ ‘ବିକଶିତ ଓଡ଼ିଶା’ ଗଠନ ପ୍ରକ୍ରିୟାରେ ସମସ୍ତ ନାଗରିକ ସାମିଲ ହେବାକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆହ୍ୱାନ ଦେଇଛନ୍ତି। ପ୍ରଧାନମନ୍ତ୍ରୀ…

ବିରାଟଙ୍କୁ ବଡ଼ ଝଟକା, ଶୂନ୍ୟ ରନରେ ଆଉଟ ହେବା ପରେ ତଳକୁ ଖସି ଆସିଛନ୍ତି କୋହଲି, ଜାଣନ୍ତୁ କେମିତି

ନୂଆଦିଲ୍ଲୀ,୭।୧୦: ଭାରତର ଷ୍ଟାର୍‌ ବ୍ୟାଟର ବିରାଟ କୋହଲିଙ୍କୁ ନିକଟରେ ୱେଷ୍ଟଇଣ୍ଡିଜ ବିପକ୍ଷ ତିନି ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜରେ ଖେଳୁଥିବାର ଦେଖିବାକୁ ମିଳିଥିଲା। କୋହଲି ପ୍ରଥମ ମ୍ୟାଚରେ…

ନବରାତ୍ରୀ ଆରମ୍ଭରୁ ଚମକିବ ୪ ରାଶିଙ୍କ ଭାଗ୍ୟ, ପ୍ରଚୁର ଧନବର୍ଷା ସହ ଘରକୁ ଆସିବ ଖୁସି ଖବର

ଶାରଦୀୟ ନବରାତ୍ରୀର ପବିତ୍ର ପର୍ୱ ୧୧ ଅକ୍ଟୋବର, ରବିବାରଠାରୁ ଆରମ୍ଭ ହେବାକୁ ଯାଉଛି। ନବରାତ୍ରୀର ପ୍ରଥମ ଦିନରେ ଆଶ୍ୱିନ ଶୁକ୍ଳ ପ୍ରତିପଦା ତିଥିରେ କଳସ ସ୍ଥାପନ କରାଯାଏ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?